ଶୈଶବ ଶିକ୍ଷାର ଶକ୍ତି

ମାନୋସ ଆଣ୍ଟୋନିନିସ

କ୍ରୋଏସିଆର ଉତ୍ତରଭାଗରେ ଥିବା ସହର ଓରେହୋଭିକାରେ ପ୍ରିସ୍କୁଲ ବା ପ୍ରାକ୍‌ ପ୍ରାଥମିକ ଶିକ୍ଷା ପଦ୍ଧତି ସମ୍ପୂର୍ଣ୍ଣ ନିଆରା। ଏଠାରେ ଶିଶୁମାନେ ଖେଳିବା ଓ ପଢ଼ିବା ଲାଗି ସପ୍ତାହରେ ଦୁଇଦିନ ଏକାଠି ହୋଇଥାଆନ୍ତି । ଶ୍ରେଣୀରେ ରୋମା ବର୍ଗର ପିଲାମାନଙ୍କ ସମେତ ଅନ୍ୟମାନଙ୍କୁ ନେଇ ପଢ଼ା ଜୋର୍‌ସୋରରେ ଚାଲେ। ପିଲାମାନେ ଯେ କୌଣସି ବର୍ଗର ହୋଇଥାଆନ୍ତୁ ନା କାହିଁକି, ପ୍ରତ୍ୟେକଙ୍କର ଆବଶ୍ୟକତା ଅନୁଯାୟୀ ଶୈକ୍ଷିକ କାର୍ଯ୍ୟକଳାପ ଗ୍ରହଣ କରାଯାଏ, ଯାହା ସେମାନଙ୍କ ପାଇଁ ଏକ ଆମତ୍ୀୟ ଭାବନା ସୃଷ୍ଟି କରେ। ଶିକ୍ଷକମାନେ ସମାବେଶୀ ବା ସମ୍ମିଳିତ ଶିକ୍ଷା ପଦ୍ଧତି ଉପରେ ପ୍ରଶିକ୍ଷଣ ପାଇଛନ୍ତି। ପ୍ରାଥମିକ ସ୍କୁଲ୍‌ରେ ପ୍ରବେଶ କରିବା ପୂର୍ବରୁ ପିଲାମାନଙ୍କୁ କିପରିି ସବୁଠୁ ଭଲ ସହାୟତା ଯୋଗାଇ ଦେଇ ହେବ ତାହା ସେମାନେ ଜାଣନ୍ତି। ଗୁରୁତ୍ୱପୂର୍ଣ୍ଣ ହେଉଛି , ଅଭିଭାବକମାନେ ପ୍ରିସ୍କୁଲ୍‌ ବା ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଉଛନ୍ତି। ସେମାନଙ୍କ ସମର୍ଥନ ଓ ତା’ ମୂଲ୍ୟକୁ ମଧ୍ୟ ଯେ କେହି ଅନୁଭବ କରିପାରିବେ। ପିଲାମାନଙ୍କ ଉପରେ ପଡୁଥିବା ସକାରାମତ୍କ ପ୍ରଭାବ ସ୍ଥାନୀୟ ସମାଜକୁ ବ୍ୟାପିବା ସହ ସାମାଜିକ ଏକତା ବୃଦ୍ଧି କରୁଛି। କୁହାଯାଏ, ଜଣେ ବ୍ୟକ୍ତିର ଦୀର୍ଘମିଆଦୀ ବିକାଶ ପାଇଁ ଜନ୍ମରୁ ୫ ବର୍ଷ ଯାଏ ସମୟ ଅତି ମୂଲ୍ୟବାନ୍‌। ଓରେହୋଭିକାରେ ଚାଲୁଥିତ୍ବା ନର୍ସରି ଶିକ୍ଷା କାର୍ଯ୍ୟକ୍ରମର ସଫଳତା ଏହାର ମହତ୍ତ୍ୱକୁ ପ୍ରତିପାଦନ କରେ। ଏହି ବୟସ ସୀମା ମଧ୍ୟରେ ମସ୍ତିଷ୍କର ଦ୍ରୁତ ବୃଦ୍ଧି ହେବା ସହ ଗୁରୁତ୍ୱପୂର୍ଣ୍ଣ କୌଶଳର ବିକାଶ ହୋଇଥାଏ, ଯାହା ଆମ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ପରେ ସ୍କୁଲରେ ଓ ଚାକିରିରେ ଆମେ କେତେ ଭଲ କରୁ ତାହା ଉକ୍ତ କୌଶଳ ବିକାଶ ଯୋଗୁ ହିଁ ସମ୍ଭବ ହୋଇଥାଏ। ଉଚ୍ଚ ଗୁଣବତ୍ତା ସମ୍ପନ୍ନ ପ୍ରାକ୍‌ପ୍ରାଥମିକ ଶିକ୍ଷାର ଉପଲବ୍ଧତା ଉକ୍ତ କୌଶଳ ବିକାଶରେ ସହାୟକ ହୁଏ ଏବଂ ଏଥିରୁ ଆଖିଦୃଶିଆ ଉପକାର ମଧ୍ୟ ମିଳିପାରେ। ଶିଶୁମାନଙ୍କୁ ନେଇ ବିଶ୍ୱରେ ଚାଲିଥିତ୍ବା ଏଭଳି କାର୍ଯ୍ୟକ୍ରମର ପ୍ରଭାବ ସମ୍ପର୍କରେ ଆମେରିକାର ଗବେଷକମାନେ ୧୯୬୦ ଦଶକରୁ ଦୀର୍ଘ ୫୦ ବର୍ଷ ଧରି ଅନୁଧ୍ୟାନ କରିଛନ୍ତି। ସେମାନେ ଜାଣିବାକୁ ପାଇଛନ୍ତି ଯେ, ପ୍ରାରମ୍ଭିକ ଶୈଶବ ଶିକ୍ଷା ଯୋଗୁ ଗ୍ରାଜୁୁଏଶନ ହାର ଅତି ବେଶିରେ ୧୩% ବୃଦ୍ଧି ପାଇଥିଲା। ଏହି ପିଲାମାନେ କମ୍‌ ସଂଖ୍ୟାରେ ସ୍କୁଲ ଛାଡିଥିଲେ ଓ ରୋଜଗାର କ୍ଷେତ୍ରରେ ଉତ୍ତମ ପରିଣାମ ସାମ୍ନାକୁ ଆସିଥିଲା, ସାମର୍ଥ୍ୟ ଅନୁଯାୟୀ ଜୀବନର ବିଭିନ୍ନ ସମସ୍ୟାକୁ ସାମ୍ନା କରିବାକୁ ସକ୍ଷମ ହୋଇପାରିଥିଲେ ଏବଂ ଅପରାଧରେ ଦଣ୍ଡିତ ହେବାର ସମ୍ଭାବନା କମ୍‌ ଥିଲା। ଅନ୍ୟ ଦେଶଗୁଡ଼ିକରୁ ପ୍ରାପ୍ତ ତଥ୍ୟ ମଧ୍ୟ ସ୍ପଷ୍ଟ ଭାବେ ସମାନ ଧାରାକୁ ସ୍ପଷ୍ଟ ଭାବେ ସୂଚିତ କରେ। ଚିଲିରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ପିଲାମାନଙ୍କ ଉପରେ କରାଯାଇଥିବା ସମୀକ୍ଷାରୁ ଜଣାପଡ଼ିଲା ଯେ, ବିଶେଷକରି ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ଲାଭ କରୁଥିବା ଗରିବ ପିଲାମାନେ ପଢ଼ାରେ ଆଗୁଆ ଥିତ୍ତ୍ଲେ ଓ ପ୍ରାକ୍‌ ବିଦ୍ୟାଳୟ ମାଡି ନ ଥିବା ପିଲାମାନଙ୍କଠାରୁ ସେମାନେ ଗଣିତରେ ଭଲ କରିଥିଲେ। ଇଣ୍ଡୋନେସିଆରେ ପ୍ରାରମ୍ଭିକ ଶୈଶବ ଶିକ୍ଷା ଗରିବ ଏବଂ ଧନୀ ପିଲାମାନଙ୍କ ମଧ୍ୟରେ ଥିବା ଭାଷା, ମାନସିକ ବିକାଶ, ଯୋଗାଯୋଗ, ସାଧାରଣଜ୍ଞାନ ଏବଂ ସାମାଜିକ କଲ୍ୟାଣ କ୍ଷେତ୍ରର ପ୍ରଭେଦକୁ ହ୍ରାସ କରିବା ଲକ୍ଷ୍ୟ କରାଯାଇଥିଲା।
ଏହାବାଦ୍‌ ପ୍ରାରମ୍ଭିକ ଶୈଶବ ଶିକ୍ଷାର ଗୁରୁତ୍ୱକୁ ନେଇ ଆଉ କିଛି ତଥ୍ୟ ସାମ୍ନାକୁ ଆଣିଛି ୟୁନେସ୍କୋ। ନିକଟରେ ୟୁନେସ୍କୋ ଗ୍ଲୋବାଲ ଏଜୁକେଶନ ମନିଟରିଂ ରିପୋର୍ଟ ଆକଳନ କରିଛି ଯେ, ପ୍ରାୟତଃ ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ଆୟ ବର୍ଗର ଦେଶଗୁଡ଼ିକରେ ପାଞ୍ଚ ଜଣରେ ଜଣେ ପିଲା ଏବେସୁଦ୍ଧା ପ୍ରାକ ୍‌-ପ୍ରାଥମିକ ସ୍କୁଲ ଶିକ୍ଷାରୁ ସମ୍ପୂର୍ଣ୍ଣ ବାଦ୍‌ ପଡୁଛନ୍ତି। ଏହି ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କୁ କେବଳ ଭିନ୍ନକ୍ଷମ, ଜାତିଗତ, ଭାଷା, ଗରିବୀ, ସ୍ଥାନାନ୍ତର ଭଳି ସମସ୍ୟା ଭୋଗିବାକୁ ପଡ଼ିଛି ତାହା ନୁହେଁ, ବରଂ ସେମାନେ ଭୀଷଣ ଭାବେ ଅପପୁଷ୍ଟି ଓ ବିଭିନ୍ନ ରୋଗର ଶିକାର ହେବାର ସମ୍ଭାବନା ବଢ଼ିଯାଇଛି। ସେମାନେ ମଧ୍ୟ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ପାଇବାକୁ ସକ୍ଷମ ହୋଇପାରୁ ନାହାନ୍ତି।
ପ୍ରାକ୍‌ ବିଦ୍ୟାଳୟ ଶିକ୍ଷାରେ ଧନୀ ଓ ଗରିବ ଘରର ପିଲାମାନଙ୍କ ମଧ୍ୟରେ ଥିତ୍ବା ପ୍ରଭେଦ ଦୁତ୍ଃଖଦାୟକ। କେତେକ ଆଫ୍ରିକୀୟ ଦେଶରେ ଏହା ୬୦ ପ୍ରତିଶତ ପଏଣ୍ଟକୁ ଟପିଯାଇଛି। ପ୍ରିସ୍କୁଲ ଶିକ୍ଷା ବିନା ଜାତିଗତ ପ୍ରଭେଦ ମଧ୍ୟ ଅଧିକ ହୋଇପାରେ ବୋଲି କୁହାଯାଇଛି। ଉଦାହରଣ ସ୍ବରୂପ, ଗ୍ରୀସ୍‌ରେ ମୋଟରେ ୮୪% ପିଲା ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ଲାଭ କରୁଥିବାବେଳେ ସେମାନଙ୍କ ମଧ୍ୟରେ ରୋମା ପିଲାମାନଙ୍କ ସଂଖ୍ୟା ମାତ୍ର ୨୮%। ଯୁକ୍ତି କରଯାଉଛି ଯେ, ଆରମ୍ଭରୁ ସମସ୍ତଙ୍କୁ ସମାନ ଶିକ୍ଷା ସୁଯୋଗ ଦେବା ଏ୍ୟକ୍ୟ ବା ସମାବେଶୀ ମନୋଭାବ ବୃଦ୍ଧି କରିପାରିବ। ଦକ୍ଷତା , ପୃଷ୍ଠଭୂମି ଓ ପରିଚୟକୁ ନ ଦେଖି ସବୁ ପିଲାଙ୍କ ପାଇଁ ପ୍ରିସ୍କୁଲ ଶିକ୍ଷା ଯୋଗାଇଦେବା ଦ୍ୱାରା ପରବର୍ତ୍ତୀ ସମୟରେ ଏକ ସମତୁଲ ତଥା ସମଭାବାପନ୍ନ ଜୀବନ ଜିଇବାର ବାଟ କଢ଼ାଇନେବ। କିନ୍ତୁ ଅଧିକାଂଶ ଦେଶ ଏହି ସୁଯୋଗକୁ ହାତଛଡ଼ା କରୁଛନ୍ତି। ବିଶ୍ୱର ମୋଟ ଦେଶ ମଧ୍ୟରୁ କେବଳ ୨୮% ସବୁ ପିଲାଙ୍କ ପାଇଁ ପ୍ରାକ୍‌-ପ୍ରାଥମିକ ବିଦ୍ୟାଳୟ ଶିକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି। ଉକ୍ତ ଶିକ୍ଷା ଉପଲବ୍ଧତା ହିଁ ଏକମାତ୍ର ବାଟ। ଗରିବ ଦେଶଗୁଡ଼ିକର ଅନେକ ପ୍ରାକ୍‌ ବିଦ୍ୟାଳୟ ନିକଟରେ ପାଣ୍ଠିର ଅଭାବ ରହିଛି। ଫଳରେ ସେମାନେ ଉଚ୍ଚମାନର ସମାବେଶୀ ଶିକ୍ଷା ଯୋଗାଇବାକୁ ସକ୍ଷମ ହୋଇପାରୁନାହାନ୍ତି। ପ୍ରକୃତରେ ପିଲାମାନଙ୍କ ପାଇଁ ସୁରକ୍ଷିତ ସ୍କୁଲ୍‌ ଆବଶ୍ୟକ। ସେମାନଙ୍କ ସକାଶେ ବିଭିନ୍ନ କାର୍ଯ୍ୟକଳାପରେ ଲିପ୍ତ କରାଇବା ଭଳି ବ୍ୟବସ୍ଥା ଦରକାର। ଏହାବାଦ୍‌ ସେମାନଙ୍କ ଲାଗି ଉତ୍ତମ ପ୍ରଶିକ୍ଷଣ ନେଇଥିବା ଶିକ୍ଷକଙ୍କ ସହଯୋଗ ଲୋଡ଼ା। କିନ୍ତୁ ବହୁ ସଂଖ୍ୟକ ପ୍ରାକ୍‌ ବିଦ୍ୟାଳୟ ଏଭଳି ପରିବେଶ ଯୋଗାଇ ଦେବାରେ ବିଫଳ ହୋଇଥାଆନ୍ତି।
ମାଲଓ୍ବିରେ ଚାଇଲ୍ଡକେୟାର ସେଣ୍ଟରଗୁଡ଼ିକର ଶିକ୍ଷକମାନଙ୍କ ଉପରେ ଏକ ସର୍ଭେ କରାଯାଇଛି। ଏଥିରୁ ଜଣାପଡ଼ିଛି, ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମଧ୍ୟରୁ ଜଣଙ୍କ ପାଖରେ ଆବଶ୍ୟକ ଯୋଗ୍ୟତା ରହିଛି। ଉଚ୍ଚ ଆୟବର୍ଗର ଦେଶଗୁଡ଼ିକରେ ଶିକ୍ଷକମାନଙ୍କ ଯୋଗ୍ୟତା ମଧ୍ୟ ଚିନ୍ତାଜନକ। ଉଦାହରଣ ସ୍ବରୂପ, ଇଟାଲୀର ଟୁସ୍କାନି ଅଞ୍ଚଳରେ ୬୦% ଶିକ୍ଷକ ପ୍ରବାସୀ, ଶରଣାର୍ଥୀ ଓ ରୋମା ଛାତ୍ରମାନଙ୍କର ଆବଶ୍ୟକତା ସମ୍ପର୍କରେ ଜାଣିିନାହାନ୍ତି ବୋଲି କହିଥିଲେ। ସାମ୍ପ୍ରତିକ ସମୟରେ କୋଭିଡ୍‌-୧୯ ମହାମାରୀ ଏବକାର ଅସମାନତାକୁ ଆହୁରି ବଢାଇଦେଇଛି, ଆରମ୍ଭରୁ ଏକ ସମାବେଶୀ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିବା ପାଇଁ କଷ୍ଟକର ହୋଇପଡ଼ିଛି। ଜି୭ ସମ୍ମିଳନୀରେ ଆମେରିକାର ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌ ଓ ବ୍ରିଟିଶ ରାଜପରିବାର ସଦସ୍ୟା କ୍ୟାଥେରିନ୍‌ ବିଶ୍ୱସ୍ତରରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାର ପରିବର୍ତ୍ତନକାରୀ ଶକ୍ତି ଉପରେ ଜୋର୍‌ ଦେଇଥିଲେ ଓ ଏହାକୁ ସମର୍ଥନ ମଧ୍ୟ କରିଥିଲେ। ପ୍ରାରମ୍ଭିକ ଶିକ୍ଷାକୁ ପତନ ମୁଖରୁ ଉଦ୍ଧାର କରିବାକୁ ହେଲେ ବିଶ୍ୱସ୍ତରରେ ସାମଗ୍ରିକ ଉଦ୍ୟମକୁ ତୀବ୍ର କରିବା ସହ ସହଯୋଗ ବଢାଇବାକୁ ପଡ଼ିବ। ଏଥିପାଇଁ ବିଭିନ୍ନ ଦେଶର ସରକାର ଏବଂ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକୁ ଏକ ନୂତନ ବୈଶ୍ୱିକ ସହଭାଗୀ ରଣନୀତି ଆରମ୍ଭ କରିବାକୁ ହେବ। କିପରି ସବୁ ପିଲା ପ୍ରାକ୍‌ ପ୍ରାଥମିକ ବିଦ୍ୟାଳୟକୁ ଯିବେ ତାହା ନିଶ୍ଚିତ କରିବା ଦରକାର। ଏହା ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଯେ, ଦେଶଗୁଡ଼ିକୁ ପ୍ରାରମ୍ଭିକ ବା ନର୍ସରି ଶିକ୍ଷାକୁ ପ୍ରାଥମିକତା ଦେବାକୁ ହେବ। ସମାବେଶୀ ଶିକ୍ଷା ଢାଞ୍ଚାରେ ଶିକ୍ଷକମାନେ ପ୍ରଶିକ୍ଷିତ ହୋଇଥିବେ ଓ ବିଭିନ୍ନ ବର୍ଗର ପିଲାମାନଙ୍କ ପାଇଁ ଉଚିତ ପାଠ୍ୟକ୍ରମ ବା କାର୍ଯ୍ୟକ୍ରମ ରହିଛି ବୋଲି ସେମାନେ ନିଶ୍ଚିତ କରିବେ। ଏହାସହ ଯେଉଁମାନେ ଏହି ଶିକ୍ଷାରୁ ବାଦ ପଡ଼ିଛନ୍ତି, ସେମାନଙ୍କ ସମ୍ପର୍କରେ ଦେଶଗୁଡ଼ିକ ତଥ୍ୟ ସଂଗ୍ରହ କରିବା ସହ ପ୍ରାରମ୍ଭିକ ଶିକ୍ଷା କାର୍ଯ୍ୟକ୍ରମରେ ନିବେଶ ବୃଦ୍ଧି କରିବା ଉଚିତ। କୋଭିଡ୍‌ ମହାମାରୀ ପରେ ସାମାଜିକ, ଅର୍ଥନୈତିକ ଓ ପରିବେଶ କ୍ଷେତ୍ରରେ ସୁଧାର ଆଣିବା ଲାଗି ବିଶ୍ୱ ନେତୃବର୍ଗ ବାରମ୍ବାର ପ୍ରତିଶ୍ରୁତି ଦେଇଆସୁଛନ୍ତି। ଏଣୁ ପ୍ରାରମ୍ଭିକ ଶିକ୍ଷାକୁ ଠିକ୍‌ ବାଟରେ ଆଣିବା ଲାଗି ସେମାନେ ଯନତ୍ବାନ୍‌ ହେବା ଆବଶ୍ୟକ।
ନିର୍ଦ୍ଦେଶକ, ୟୁନେସ୍କୋ ଗ୍ଲୋବାଲ
ଏଜୁକେଶନ ମନିଟରିଂ ରିପୋର୍ଟ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri