ନର୍କ ଯନ୍ତ୍ରଣା

ଡ.ମୌସୁମୀ ପରିଡ଼ା

ଯେପରି ଜନ୍ମ ଥିଲେ ମୃତ୍ୟୁ ସୁନିଶ୍ଚିତ, ସେହିପରି ଦେହ ଥିଲେ ରୋଗ ହେବା ମଧ୍ୟ ସ୍ବାଭାବିକ। ଯେଉଁଠି ମହାମନୀଷୀମାନେ ମୁକୁଳି ପାରିନାହାନ୍ତି, ଆମେ ତ ସାଧାରଣ ମଣିଷ। ମଣିଷ ଶରୀର ରୋଗର ସମାହାର। ସଂସାରର ପ୍ରତିଟି ବସ୍ତୁ ଓ ଜୀବର କ୍ଷୟ ବା ବିଲୟ ହୋଇଥାଏ। ତାହା ହିଁ ବସ୍ତୁ-ଧର୍ମ। ଶରୀର ଯାହାର ହେଉନା କାହିଁକି ମୃତ୍ୟୁ ଶରୀରର କୌଣସି ଅସ୍ବାଭାବିକତା ଯୋଗୁ ହୋଇଥାଏ।
ଆଜିକାଲିର ଖାଦ୍ୟ ପ୍ରଣାଳୀ, ଜୀବନ ଶୈଳୀ ଓ ପାଣିପାଗ ମଣିଷକୁ ଆଗ ଅପେକ୍ଷା ଆହୁରି ବେଶି ରୁଗ୍‌ଣ କରିଦେଇଛି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ରୋଗରେ ଦୈନିକ ପ୍ରାୟ ଲକ୍ଷଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। ଆଧୁନିକ ଚିକିତ୍ସା ପଦ୍ଧତି ଯେତେ ଗବେଷଣା କଲେ ମଧ୍ୟ ଆଖିଦୃଶିଆ ଫଳପ୍ରଦ ହୋଇପାରିନାହିଁ। ସେଥିପାଇଁ କରୋନା ପରି ନୂଆ ରୋଗ ୨୦୧୯ରୁ ସାରା ବିଶ୍ୱରେ ବ୍ୟାପି ସମସ୍ତଙ୍କୁ ହତଚକିତ କରିଦେଇଛି! ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବାରୁ କୋଭିଡ୍‌ ଡାକ୍ତରଖାନାଗୁଡ଼ିକରେ ଆଇ.ସି.ୟୁ.ର ଶଯ୍ୟା ବଢ଼ିଛି।
ଡାକ୍ତର ଓ ନର୍ସମାନଙ୍କର ଅଭାବ ପରିଲକ୍ଷିତ ହେବା ପୂର୍ବରୁ କୋର୍ସ ସାରି ନ ଥିବା ପିଲାଙ୍କୁ ମଧ୍ୟ ପୋଷ୍ଟିଂ କରାଯାଉଛି। ତେଣୁ ‘ଭୟ’ ମନକୁ ଆଚ୍ଛନ୍ନ କରୁଛି ଆମତ୍ୀୟଜଣକ ସୁସ୍ଥହୋଇ ଘରକୁ ଫେରିବା ପର୍ଯ୍ୟନ୍ତ। ଆଇ.ସି.ୟୁ. ପ୍ରତି ଥିବା ଅବିଶ୍ୱାସ ଓ ଚିକିତ୍ସାକର୍ମୀଙ୍କ ଅନଭିଜ୍ଞତା ଏହାର କାରଣ। ବେସରକାରୀ ହାସ୍‌ପାତାଳଗୁଡ଼ିକର କିଛି ଅମାନବୀୟ କାଯର୍‌ୟ ଏ ଦୁଃସ୍ଥିତିକୁ ଟାଣି ଆଣିଛି। ଅତ୍ୟଧିକ ଅସୁସ୍ଥ ହେଲେ ରୋଗୀଟିଏ ଆଇ.ସି.ୟୁ.କୁ ଯାଏ ଜୀବନ ବଞ୍ଚାଇବା ପାଇଁ। ଅନେକ ସମୟରେ ଅତ୍ୟାଧୁନିକ ସରଞ୍ଜାମ, ଏକକୁ ଆରେକ ବଳି ସ୍ପେଶାଲିଷ୍ଟ ମଧ୍ୟ ରୋଗୀକୁ ସୁସ୍ଥ କରିପାରନ୍ତି ନାହିଁ। ଖୁବ୍‌ କମ୍‌ ଲୋକ ସେଠାରୁ ଫେରିବାର ନଜିର ଅଛି।
ଆମତ୍ୀୟମାନଙ୍କ ସହ ସମ୍ପର୍କିତ ହୋଇ ନ ପାରି ରୋଗୀର ମନୋବଳ କମେ। ଦିନଦିନ ଧରି ଯନ୍ତ୍ରଣାଦାୟକ ଚିକିତ୍ସା ଭିତରେ ସେ ବଞ୍ଚିବାର ସ୍ବାଭାବିକତା ଭୁଲେ। ଏସବୁର ଅନେକ କାରଣ। ପାଖାପାଖି ସାଢ଼େ ଚାରି କୋଟି ଜନସଂଖ୍ୟା ବିଶିଷ୍ଟ ଆମ ରାଜ୍ୟର ଡାକ୍ତର ଓ ନର୍ସମାନଙ୍କ ସଂଖ୍ୟା ଯଥେଷ୍ଟ ନୁହେଁ, ତା’ ସହିତ ସରକାରୀ ଡାକ୍ତରଖାନା ଓ ଅତ୍ୟାଧୁନିକ ଚିକିତ୍ସା ପାଇଁ ଆବଶ୍ୟକୀୟ ଉପକରଣ ମଧ୍ୟ ଉପଲବ୍ଧ ନାହିଁ ସବୁଠାରେ; ଯାହା ଅଛି ସେସବୁ ବେସରକାରୀ ହାସ୍‌ପାତାଳରେ। ଯେଉଁଠି ଅର୍ଥ ପାଣି ପରି ସରିଯାଏ, ସାଧାରଣ ଲୋକଟେ ଜମିବାଡ଼ି ବିକି ମଧ୍ୟ ଅନିଶ୍ଚିତତା ଭିତରେ ଥାଏ। ଆଇ.ସି.ୟୁ.ରେ ଥାଇ କିପରି ଚିକିସତ୍ିତ ହେଉଛି ନିଜ ଲୋକ, ଡାକ୍ତରମାନେ ଦେଉଥିବା ଲମ୍ବା ତାଲିକା ଅନୁସାରେ କାମ ହେଉଛି ତ, ସେ ଖାଇପାରୁଛି କି ନାଇଁ, ଭଲ ହେଉଛି ତ, ସେ କାହାକୁ ଦେଖିବାକୁ ଚାହୁଁଛି କି, କିଛି କହିବାକୁ ଚାହୁଁନି ତ, କିଭଳି ଅଛି, ନର୍ସ ଓ ଡାକ୍ତରମାନେ ଠିକ୍‌ ଭାବେ ଚିକିତ୍ସା କରୁଛନ୍ତି ତ, ତାକୁ ଟିକେ ଦେଖିହୁଅନ୍ତାନି ଆଦି ଅନେକ ପ୍ରଶ୍ନ ଛାତି ଥରାଇଦିଏ।
ଯେତେବେଳେ ଲମ୍ବା ବିଲ୍‌ ସହ ଲୋକଟା ଶବ ହୋଇ ଫେରେ ସେତେବେଳେ ସବୁ ସରିଯାଏ। ମାନସିକ ସମ୍ବଳ ସହ ଆର୍ଥିକ ସମ୍ବଳ ବି। ଅର୍ଥବହୁଳ ଚିକିତ୍ସା କରି ମଧ୍ୟ ରୋଗୀ ସୁସ୍ଥ ହେବା ଭାଗ୍ୟର କଥା। ଏଭଳି ସ୍ଥିତିରେ ଚିକିତ୍ସା ଉପରେ ସନ୍ଦେହ ଆସିବା ସ୍ବାଭାବିକ। କାରଣ ସେଠାକୁ ଆମତ୍ୀୟ ବା ଅନ୍ୟ କାହାକୁ ପ୍ରବେଶ ନିଷେଧ। ରୋଗୀ ବିଷୟରେ କିଛି ଜାଣିବାର ଉପାୟ ନାହିଁ। କୋଉଠି କେମିତି ବ୍ୟତିକ୍ରମ ଘଟୁଥାଇପାରେ। କିନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ମିଳେନା। ଫୋନ୍‌ କିମ୍ବା ଅନ୍ୟ କୌଣସି ଜିନିଷ ନେବାର ଅନୁମତି ନ ଥାଏ। ଆଇ.ସି.ୟୁ.ରେ ଥିବା ରୋଗୀମାନଙ୍କୁ ସ୍ବତନ୍ତ୍ର ନୀତିନିୟମରେ ରଖାଯାଏ, ଯାହାକୁ ପ୍ରୋଟୋକଲ୍‌ କୁହନ୍ତି। ଏପ୍ରକାରର ଚିକିତ୍ସା ଖୁବ୍‌ ଯନ୍ତ୍ରଣାଦାୟକ ଉଭୟ ଶାରୀରିକ ଓ ମାନସିକ ସ୍ତରରେ। ସେଠାରେ ଅସୁସ୍ଥ ଲୋକଟି ନର୍ସମାନଙ୍କ ଗବେଷଣାର ବସ୍ତୁ ପାଲଟେ। ସେମାନେ ଭାବିପାରନ୍ତି ନି ଦେହର ଯନ୍ତ୍ରଣା ବି ଅଛି।
ପ୍ରୋଟୋକଲ୍‌ ଅନୁସାରେ ପ୍ରତିଦିନ ଏକାଧିକବାର ଶରୀରର ବିଭିନ୍ନ ସ୍ଥାନରୁ ଇଞ୍ଜେକସନ୍‌ ଦ୍ୱାରା ରକ୍ତ ନେବା, ସାଲାଇନ୍‌, ଆଣ୍ଟିବାୟୋଟିକ୍ସ ସହିତ ଆନିମିଆ ରୋଗୀଙ୍କୁ ରକ୍ତ ଦେବା, ଷ୍ଟେରଏଡ୍‌ ଦେବାର ଥିଲେ ଦିନକୁ ତିନିଥର ଖାଇବା ପୂର୍ବରୁ ଶର୍କରା ପରିମାଣ ଦେଖିବା ଇତ୍ୟାଦି ସହ ଆହୁରି ଅନେକ କାମ ଭିତରେ ସେମାନଙ୍କ ଭିତରୁ କେତେକ ମାନବିକତା ଭୁଲିଯାଆନ୍ତି ବୋଲି ଭୁକ୍ତଭୋଗୀମାନେ କୁହନ୍ତି।
ସେମାନେ ଚିକିତ୍ସାର ଦ୍ୱାହି ଦେଇ ନିଜର ଅସହାୟତା ଦର୍ଶାଇ ଯନ୍ତ୍ର ପାଲଟିଯାଆନ୍ତି। ଦିନ ଦିନ ବା ସପ୍ତାହ ସପ୍ତାହ ଧରି ଏଭଳି ଯନ୍ତ୍ରଣାଦାୟକ ଚିକିସତ୍ା କଲାବେଳେ କାହା ମନରେ ଦୟା ଆସେନା। କୋମଳ ମନୋଭାବ ପ୍ରଦର୍ଶନ ତ ସ୍ବପ୍ନ କେବେକେବେ। ସେଥିପାଇଁ ମନ ସହିତ ଶରୀର ବି ଦୁର୍ବଳ ହୁଏ ଏପରି ଭୟଙ୍କର ଚିକିତ୍ସା ପାଇଁ। ରୋଗୀକୁ ଲାଗେ ନର୍କ ୟା’ଠୁ ଅଧିକ ମର୍ମନ୍ତୁଦ ହୋଇ ନ ଥିବ। କଷ୍ଟ ସହି ସହି ପ୍ରତିକ୍ରିୟାଶୀଳ ହୁଏ ରୋଗୀ। ଯନ୍ତ୍ରଣାରେ ଚିକତ୍ାର କରେ। ଦେହସାରା ପୀଡ଼ା, ହାତଗୋଡ଼ ହଲେନାହିଁ। ତଥାକଥିତ ଚିକିତ୍ସା ଚାଲୁ ରହେ, ଔଷଧର ତାଲିକା ଲମ୍ବା ହୁଏ। ଚବିଶ ଘଣ୍ଟା ଏସିରେ ରହି ଆହୁରି କିଛି ନୂଆ ରୋଗ ପୁରୁଣା ରୋଗ ସହ ଯୋଡ଼ାହୁଏ। ଦିନ ବଢ଼ିଲେ ଯନ୍ତ୍ରଣା ବି ଅଧିକ ହୁଏ। ସବୁଠାରେ ନର୍ସ, ଡାକ୍ତର ସମାନ ନୁହନ୍ତି। ଅବଶ୍ୟ ବେସରକାରୀ ହାସ୍‌ପାତାଳରେ ଏସବୁର ଅଭିଯୋଗ ବେଶି।
କୋଭିଡ୍‌ ଚିକିତ୍ସା ପାଇଁ ନର୍ସ ଓ ଡାକ୍ତରମାନଙ୍କୁ ଭଲ ପ୍ୟାକେଜ୍‌ ମିଳୁଥିବାରୁ କୋର୍ସ ସାରି ନ ଥିବା ପିଲାଙ୍କ ସହ ସାଙ୍ଗେ ସାଙ୍ଗେ ନର୍ସିଂ ପାଶ୍‌ କରିଥିବା ପିଲାମାନେ ବିଭିନ୍ନ ଜାଗାରେ ତଥା ଆଇ.ସି.ୟୁ.ରେ ପୋଷ୍ଟିଂ ହେଉଛନ୍ତି । ଅଳ୍ପ ବୟସର ନର୍ସମାନଙ୍କ ଭିତରେ ଧୈର୍ଯ୍ୟର ଘୋର ଅଭାବ। ସେବା ମନୋଭାବ ନ ରହିଲେ ନର୍ସମାନଙ୍କ ପ୍ରତି ଲୋକଙ୍କ ଆମତ୍ୀୟତା ତୁଟିଯିବ। କାରଣ ରୋଗୀ ଡାକ୍ତରଙ୍କ ଅପେକ୍ଷା ନର୍ସମାନଙ୍କ ସହ ବେଶି ସମୟ ବିତାଏ, ତେଣୁ ସୌହାର୍ଦ୍ଦ୍ୟ କାମନା କରିବା ଅବାସ୍ତବ ନୁହେଁ। ଜୀବନକୁ ବୁଝି ନ ଥିବା ଅଳ୍ପ ବୟସର ପିଲାମାନଙ୍କର ବିନା ଅନୁଭବ ବା ସଂକ୍ଷିପ୍ତ ଅନୁଭବ ରୋଗୀମାନଙ୍କ ମାନସିକ ଶକ୍ତିର ହ୍ରାସ ଘଟାଇବ।
ବେସରକାରୀ ହାସ୍‌ପାତାଳଗୁଡ଼ିକରେ ଅର୍ଥଲୋଭ ଦ୍ୱାରା ନଷ୍ଟ ହେଉଛି ଜୀବନ। କୋଉଠି କୋଭିଡ୍‌ଜନିତ ମୃତ୍ୟୁର ପ୍ରକୃତ ତଥ୍ୟ ଲୁଚାଯାଉଛି ବୋଲି ଅଭିଯୋଗ ତ ପୁଣି କୋଉଠି ପଜିଟିଭ୍‌ ସ୍ଥାନରେ ନେଗେଟିଭ୍‌ ରିପୋର୍ଟ ମିଳୁଛି ବୋଲି ଦୋଷାରୋପ! ଏଭଳି ସ୍ଥଳେ ଆମେ ସମସ୍ତେ ଉପରକୁ ହାତ ଟେକିଦେଇଛୁ। ଅନିଶ୍ଚିତତା ଓ ଅବିଶ୍ୱାସକୁ ନେଇ ଆମତ୍ା ହାହାକାର କରୁଛି। ମୃତ୍ୟୁ ପାଇଁ ଆମେ ସମସ୍ତେ ସତେଯେମିତି ପ୍ରସ୍ତୁତ!
କେବେ ବେସରକାରୀ ହାସ୍‌ପାତାଳର ନର୍ସ ଓ ଡାକ୍ତରମାନେ କେବଳ ପ୍ୟାକେଜ୍‌ ପାଇଁ ନୁହେଁ ସାଧାରଣ ମଣିଷ ପାଇଁ ଚିକିସତ୍ା କରିବେ, ବ୍ୟବସାୟ ଅପେକ୍ଷା ସମ୍ବେଦନଶୀଳ ହୋଇ ନିଜ କର୍ତ୍ତବ୍ୟ ତୁଲାଇବେ? ସେ ସୁଦିନ କେବେ ଆସିବ, ଯେବେ ସରକାରୀ ହାସ୍‌ପାତାଳ ସେତିକି ମାତ୍ରାରେ ଆବଶ୍ୟକୀୟ ଚିକିତ୍ସାକର୍ମୀ ଓ ଅତ୍ୟାଧୁନିକ ସେବା ଉପଲବ୍ଧ କରି ବେସରକାରୀ ହାସ୍‌ପାତାଳଗୁଡ଼ିକର ଅଣ୍ଟା ଭାଙ୍ଗି ନ ଦେବ। ତା’ ପୂର୍ବରୁ ଉଚିତ ପଦକ୍ଷେପ ନେଇ ହୁଅନ୍ତା। ଆଇ.ସି.ୟୁ.ରୁ ନିଜ ଆମତ୍ୀୟଙ୍କ ସହ ପ୍ରତ୍ୟେକ ଦିନ ଅନ୍ତତଃ ଗୋଟେଥର ଭିଡିଓ କଲ୍‌ ଜରିଆରେ କଥା ହୋଇ ହୁଅନ୍ତା। କି ପ୍ରକାରର ଚିକିତ୍ସା କରାଗଲା ତା’ର ସବିଶେଷ ବିବରଣୀ ପ୍ରମାଣ ସହ ଦିଆଯା’ନ୍ତା। ପ୍ରତ୍ୟେକ ଆଇ.ସି.ୟୁ.ରେ ସିସିଟିଭି ଲଗାଯା’ନ୍ତା, ଅଭିଯୋଗ କ୍ରମେ ଚିକିତ୍ସାର ଆମୂଳଚୂଳ ଯାଞ୍ଚ କରିବା ପାଇଁ।
ସତ ପଦାକୁ ଆସିଲେ ଅଯଥା ଶୋଷଣ ବନ୍ଦ ହୋଇଯାଆନ୍ତା। ନ ହେଲେ ସେଦିନ ବେଶି ଡେରି ନୁହଁ ଯେବେ ଚିକିତ୍ସା, ଚିକିତ୍ସକ, ଚିକିତ୍ସାଳୟ ଓ ଚିକିତ୍ସାକର୍ମୀଙ୍କଠାରୁ ବିଶ୍ୱାସ ସବୁଦିନ ପାଇଁ ଉଠିଯିବ। ଜନସାଧାରଣ ମଧ୍ୟ ନିଜକୁ କୋଭିଡ୍‌ଠାରୁ ବଞ୍ଚାଇ ଉତ୍ତମ ନାଗରିକ ଭାବେ ଉଦାହରଣ ସୃଷ୍ଟି କରନ୍ତୁ। କାରଣ ବଞ୍ଚତ୍ବାର ଲୋଭ ସବୁଠି, ରୋଗୀଠାରେ ଯେତିକି ପ୍ରତ୍ୟକ୍ଷ ସମ୍ପର୍କରେ ଆସୁଥିବା ଚିକିତ୍ସାକର୍ମୀଙ୍କଠାରେ ବି ସେତିକି। ମାନବିକତା ହିଁ ମାନବ ସମାଜକୁ ବଞ୍ଚାଇପାରିବ।
ମୋ:୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରିସ୍କୁଟର ବିଷୟରେ କେବେ ଶୁଣିଛନ୍ତି କି। ଏଭଳି ସ୍କୁଟର ନିର୍ମାଣ କରିଛନ୍ତି ମାଙ୍ଗାଲୁରର ଗଣପତି ଭଟ୍ଟ । ଏହି ସ୍କୁଟର ରାସ୍ତାରେ ନ ଚାଲି କେବଳ...

ନକାରାତ୍ମକ ଖବର ଜାଣିବାର ଇଚ୍ଛା

ଡା. ସମ୍ରାଟ କର ସେଦିନ ବଡ଼ିସକାଳୁ ମୋର କମ୍ପ୍ୟୁଟର କ୍ଷିପ୍ରଲିଖ ସହକାରୀ ଶ୍ରଦ୍ଧେୟ ଶ୍ରୀକାନ୍ତର ଫୋନ ବାଜିଉଠିଲା। ସକାଳୁଆ ଶୁଭେଚ୍ଛା ଜଣାଇବା ସହ ବ୍ୟସ୍ତଭରା କଣ୍ଠରେ...

ଶକ୍ତ ବ୍ରେକ୍‌ ଆବଶ୍ୟକ

ଡ. ସନ୍ତୋଷ କୁମାର ମହାପାତ୍ର ଥରେ ଜଣେ ବନ୍ଧୁ ଦେଖାହେଲେ ଏବଂ ପଚାରିଲେ- ”ତମେ ସର୍ବଦା ବାମପନ୍ଥୀ ଚିନ୍ତାଧାରାରେ ଲେଖୁଛ ଏବଂ ଅନ୍ୟକୁ ସମାଲୋଚନା କରୁଛ।...

ହ୍ବେନ୍‌ ଇନ୍‌ ରୋମ୍‌…

ନିକଟରେ କାନାଡ଼ାର ଭାଙ୍କୋଭର ସହରରେ ଭାରତୀୟ ଛାତ୍ର ଚିରାଗ ଆନ୍ତିଲଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଚିରାଗଙ୍କ ଘର ହରିୟାଣାରେ ଓ ସେ ୨୦୨୨ରେ ଉଚ୍ଚଶିକ୍ଷା ପାଇଁ...

ଏଇ ଭାରତରେ

ଘରର ସୌନ୍ଦର୍ଯ୍ୟ ପାଇଁ ବଗିଚାରେ ସୀମିତ ନରହି ସେଥିରୁ କେମିତି କିଛି ଉତ୍ପାଦନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଗୋଟିଏ କି ଦୁଇ...

ଗଣତାନ୍ତ୍ରିକ ଏକଚ୍ଛତ୍ରବାଦ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ   ଗଣତନ୍ତ୍ର ଏବଂ ଏକଚ୍ଛତ୍ରବାଦ ଦୁଇଟି ବିପରୀତବୋଧକ ଶବ୍ଦ ହୋଇଥିଲେ ମଧ୍ୟ ସମୟ ସମୟରେ ଗଣତନ୍ତ୍ରର ଖୋଳପା ପିନ୍ଧି ସଂଖ୍ୟାଗରିଷ୍ଠତାକୁ ଆଶ୍ରୟ କରି...

ସ୍ମାର୍ଟ ପିଲାଙ୍କ ମାଆବାପା

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଅଳ୍ପଦିନ ତଳେ ରାଜଧାନୀର ଏକ ନାମୀଦାମୀ ଇଂରାଜୀ ସ୍କୁଲର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହୋଇଥିଲା ଏକ ଅଭିନବ କାର୍ଯ୍ୟକ୍ରମ।...

ଯୁଦ୍ଧାଭିମୁଖୀ

ଦୁଇବର୍ଷ ପୂର୍ବେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଏବଂ ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ-ହମାସ ଯୁଦ୍ଧର ପରିଣତି ବିଶ୍ୱ ଦେଖିଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri