ମଉଳୁଛି କୁମ୍ଭକାରଙ୍କ ଆଶା

ବଅଁରପାଳ,୧ା୯(ଡି.ଏନ.ଏ.) – ଖରା ହେଉ କି ବର୍ଷା, ସର୍ବଦା ଚଳଚଞ୍ଚଳ ଥାଏ କୁମ୍ଭାରଶାଳ। ବର୍ଷକ ବାର ମାସ ମାଟି ସାମଗ୍ରୀ ବିକି ଭଲ ଆୟ କରନ୍ତି କୁମ୍ଭକାରମାନେ। ବିଶେଷକରି ଭାଦ୍ରବ ମାସରୁ ଆରମ୍ଭ ହେଉଥିବା ପୂଜା ଋତୁରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ବିକ୍ରିରୁ ଅଧିକ ରୋଜଗାର ମିଳେ ସେମାନଙ୍କୁ। ଏହି ସମୟରେ ବେପାର ଏତେ ଜୋର୍‌ ଧରେ ଯେ ମଝି ମଝିଆ ମାନ୍ଦା ଅବସ୍ଥା ଭରଣା ହୋଇଯାଏ। କିନ୍ତୁ ଚଳିତବର୍ଷର କରୋନା କଟକଣା କୁମ୍ଭକାରଙ୍କ କୌଳିକ ବୃତ୍ତିର ମୋଡ଼ ବଦଳାଇ ଦେଇଛି। ମାର୍ଚ୍ଚରୁ ଲକ୍‌ଡାଉନ୍‌ ପରଠୁ ଠପ୍‌ ହୋଇଯାଇଥିବା ସେମାନଙ୍କ ବ୍ୟବସାୟ ପୂଜା ସମୟରେ ପୂର୍ବାବସ୍ଥା ଧରିବାର ଯେଉଁ ଆଶା ଥିଲା ତାହା ମଧ୍ୟ ଧୀରେ ଧୀରେ ମଉଳିବାରେ ଲାଗିଛି। ଫଳରେ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି ଅନୁଗୋଳ ଜିଲା ବଅଁରପାଳ ଅଞ୍ଚଳର ଶତାଧିକ କୁମ୍ଭକାର ପରିବାର।
ବଅଁରପାଳ ବ୍ଲକର ଛେଳିଆପଡା, ଜରଡା, ସୁରଙ୍ଗ, ଠେଙ୍ଗାତଳମୂଳ, କାଣ୍ଡସର, ବଇଣ୍ଡା, କଞ୍ଜରା, ବନ୍ଦା ସମେତ ଆଖପାଖ ଅଞ୍ଚଳରେ ଥିବା ଶତାଧିକ କୁମ୍ଭକାର ପରିବାର କୌଳିକ ବୃତ୍ତି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଦୂରଦୂରାନ୍ତରୁ ମାଟି ସଂଗ୍ରହ କରି ସେଥିରେ ମାଠିଆଠାରୁ ଆରମ୍ଭ କରି ମୂର୍ତ୍ତି ଗଢ଼ି ସେମାନେ ନିକଟସ୍ଥ ହାଟ, ବଜାରରେ ବିକ୍ରି କରିଥାନ୍ତି। ଖରାଦିନେ ମାଠିଆ, ସୁରେଇ ଆଦି ଭଲ ବିକ୍ରି ହେଉଥିବା ବେଳେ ଘମ, ପଲମ, କଳସ, ଦୀପ, ମାଟି ଘୋଡା ଆଦିର ଚାହିଦା ବର୍ଷର ସବୁ ସମୟରେ ରହିଛି। ସେହିପରି ବିବାହ, ବ୍ରତୋପନୟନ, ଗ୍ରାମଦେବତୀଙ୍କ ପୂଜା ସହ ଖୁଦୁରୁକୁଣୀ, ଗଣେଶ, ବିଶ୍ୱକର୍ମା, ଦୁର୍ଗା, ଲକ୍ଷ୍ମୀ, କାଳୀ, କାର୍ତ୍ତିକେଶ୍ୱର ଓ ମା’ ସରସ୍ବତୀଙ୍କ ପୂଜା ସମୟରେ କୁମ୍ଭକାରମାନେ ହଜାର ହଜାର ଟଙ୍କା ରୋଜଗାର କରିଥାନ୍ତି। ମାସ ମାସ ଧରି ତିଆରି କରିଥିବା ମୂର୍ତ୍ତି ଓ ମାଟି ସାମଗ୍ରୀ ସବୁ ବିକ୍ରି ହୋଇଯାଇଥାଏ। ତେଣୁ ପରିବାର ପ୍ରତିପୋଷଣ ପାଇଁ ସେମାନେ ସେପରି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ। ମାତ୍ର ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଗତ ମାର୍ଚ୍ଚ ମାସରୁ ବିଭିନ୍ନ କଟକଣା ଜାରି କରାଯିବା ପରଠାରୁ ଏହି କୌଳିକ ବୃତ୍ତିଧାରୀଙ୍କ ଆୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ପୂର୍ବପରି ହାଟ ବଜାର ବସୁ ନ ଥିବାରୁ କି ଜନଗହଳି ହେଉ ନ ଥିବାରୁ କୁମ୍ଭକାରଙ୍କ ମାଟି ସାମଗ୍ରୀ ବିକ୍ରି ବୃଦ୍ଧିପାଉ ନାହିଁ। ଏହାଛଡ଼ା ପୂଜା ପାର୍ବଣ ପ୍ରଭାବିତ ହୋଇଥିବାରୁ ଗଢ଼ାଯାଇଥିବା ମୂର୍ତ୍ତିର ଆଦର ମଧ୍ୟ ପୂର୍ବପରି ନାହିଁ। ଖୁଦୁରୁକୁଣୀ ଓ ଗଣେଶପୂଜାରେ ଅନେକ ମୂର୍ତ୍ତି ବ୍ରିକି ହୋଇପାରି ନାହିଁ। ଆଗକୁ ଆସୁଥିବା ପର୍ବପର୍ବାଣି ଓ ଦେବଦେବୀଙ୍କ ପୂଜା ମଧ୍ୟ କଟକଣା ମଧ୍ୟରେ ନିରାଡମ୍ବର ଭାବେ ପାଳନ ହେବା ସମ୍ଭାବନା ଥିବାରୁ ବର୍ଷକର ରୋଜଗାର ଚାଲିଯିବା ଆଶଙ୍କା ରହିଥିବା ଏହି କୁମ୍ଭକାରମାନେ ପ୍ରକାଶ କରିଛନ୍ତି।
୫ ମାସ ହେଲା ବେପାର ବନ୍ଦ
ମାର୍ଚ୍ଚ ପରଠାରୁ ବ୍ୟବସାୟ କିଛି ନାହିଁ କହିଲେ ଚଳେ। ତିଆରି କରାଯାଇଥିବା ବିଭିନ୍ନ ସରଞ୍ଜାମ ବିକ୍ରି ହୋଇ ନ ପାରି ଘରେ ପଡ଼ି ରହିଛି। ହାଟକୁ କାନ୍ଧେଇ ଯେମିତି ନେଉଛୁ ସେମିତି ଫେରାଇ ଆଣୁଛୁ। ପୂଜାପାର୍ବଣ ପାଳନ ଉପରେ କଟକଣା ବ୍ୟବସାୟ ବୁଡ଼ାଇ ଦେଲାଣି।
– ପୁରନ୍ଦର ମୁଦୁଲି, ବନ୍ଦା, ବଅଁରପାଳ

ରୋଜଗାର ହରାଇଛୁ
କରୋନା ସଂକ୍ରମଣ ରୋକିବାକୁ ସରକାର ଲଗାଇଥିବା କଟକଣା ଯୋଗୁ ଶତାଧିକ ପରିବାର ରୋଜଗାର ହରାଇଲେଣି। କୌଳିକ ବୃତ୍ତି କରି ପେଟ ପୋଷିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଲାଣି। ପୂଜା ଋତୁକୁ ନେଇ ଯେଉଁ ଆଶା ଟିକକ ଥିଲା ତାହା ମଧ୍ୟ ମଉଳି ଗଲାଣି।
– ଜମ୍ବେଶ୍ୱର ମୁଦୁଲି, ବଅଁରପାଳ
ବଜାରରେ ବସି ବସି ଫେରୁଛୁ
ମାଟି ସରଞ୍ଜାମ ଧରି ବଜାର ଯାଉଛୁ। ହେଲେ ସୀମିତ ସମୟକୁ ଅଳ୍ପ ଲୋକ ଆସୁଥିବାରୁ ବିକ୍ରି ଯେପରି ହେବା କଥା ତାହା ହେଉନାହିଁ। ହାତକୁ ଅର୍ଥ ଆସୁ ନ ଥିବାରୁ କିପରି ପରିବାର ଚଳିବ ସେହି ଚିନ୍ତା ଘାରୁଛି। ସରକାର କୁମ୍ଭକାରମାନଙ୍କୁ ଆର୍ଥିକ ସହାୟତା ଦିଅନ୍ତୁ।
– ମିନାକ୍ଷୀ ମୁଦୁଲି, ବନ୍ଦା, ବଅଁରପାଳ


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri