ଦୁର୍ଦ୍ଦିନରେ କୁମ୍ଭକାର ପରିବାର

ଲଙ୍ଗଳେଶ୍ୱର, ୧୦।୫(ଡି.ଏନ.ଏ.)-ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁ ଓଡ଼ିଶାରେ ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣ ଯେପରି ଅଧିକ ନ ବଢ଼ିବ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ଦିନିଆ ଲକଡାଉନ୍‌ ଘୋଷଣା କରିଛନ୍ତି। ଅତି ଜରୁରୀ ନ ଥିଲେ ଘରୁ ନ ବାହାରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଲକଡାଉନ୍‌ ସମୟରେ ପ୍ରଭାବିତ ହୋଇଛି ଅଧିକାଂଶ ଲୋକଙ୍କ ଜୀବନଜୀବିକା। ଅନ୍ୟ ସମସ୍ତ ଜୀବିକା ଏକପ୍ରକାର ପ୍ରଭାବିତ ହୋଇଥିବା ବେଳେ କୁମ୍ଭକାରମାନେ ରୋଜଗାର ହରାଇ ବସିଛନ୍ତି।
ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଇନ୍ଦପଡ଼ା ଗ୍ରାମରେ ବସବାସ କରୁଛନ୍ତି ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ କୁମ୍ଭକାର ପରିବାର। ଏମାନେ ମାଟିରେ ତିଆରି ହାଣ୍ଡି, ସରା, ଠେକି, କଳସ, ଦୀପ, କଣ୍ଢେଇ ଆଦି ବିଭିନ୍ନ ପ୍ରକାର ଘରୋଇ ଉପକରଣ ତିଆରି କରି ବଜାରରେ ବିକି ପରିବାର ଚଳାଇଥାନ୍ତି। ପରିବାରର ପ୍ରାୟ ସମସ୍ତ ସଦସ୍ୟ ଏହି କୌଳିକ ବୃତ୍ତି କାର୍ଯ୍ୟ କରିଥାନ୍ତି। ତେବେ ବଜାରରେ ପ୍ଲାଷ୍ଟିକ ସାମଗ୍ରୀର ପ୍ରବେଶ ଯୋଗୁ ଏବେ ମାଟିରେ ନିର୍ମିତ ସାମଗ୍ରୀର ଚାହିଦା ଏକପ୍ରକାର କମିଯାଇଥିବା ବେଳେ ଲକଡାଉନ୍‌ ଜାରି ହେବା ଦିନଠାରୁ ଏମାନଙ୍କ ଦୁଃଖ ଦୁଇଗୁଣା ହୋଇଯାଇଛି। ଲକଡାଉନ୍‌ ଯୋଗୁ ଦୋକାନବଜାର, ହାଟ ସବୁ କିଛି ବନ୍ଦ। ସେମାନେ କୌଣସି ଗାଁକୁ ଯାଇ ବୁଲି ବିକ୍ରି ମଧ୍ୟ କରିପାରୁନାହାନ୍ତି। ଫଳରେ ତିଆରି ହୋଇଥିବା ସାମଗ୍ରୀ ସବୁ ସେମିତି ଗଦା ହୋଇରହିଛି। ଲକଡାଉନ୍‌ ଯୋଗୁ ରୋଜଗାର ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବାରୁ ଘରେ ଦିନକୁ ଦୁଇଓଳି ଚୁଲି ଜଳିବା ବି କଷ୍ଟ ହୋଇପଡ଼ିଛି। ବାହାଘର, ବ୍ରତଘର ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ମାଟି ତିଆରି ଜିନିଷ ସବୁ ଆବଶ୍ୟକ ପଡ଼ିଥାଏ। ମେଳା, ମହୋତ୍ସବ, ଯାନିଯାତ୍ରା ଇତ୍ୟାଦି ବନ୍ଦ ହୋଇଥିବାରୁ ଏମାନଙ୍କ ଘରକୁ ଜିନିଷ କିଣିବାକୁ ମଧ୍ୟ କେହି ଆସୁନାହାନ୍ତି। ଅନ୍ୟ କୌଣସି ରୋଜଗାର ପନ୍ଥା ନ ଥିବାରୁ ଅର୍ଥାଭାବରୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଏହି କୁମ୍ଭକାର ପରିବାର। ଯଦି ସରକାର କୁମ୍ଭକାରମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କିଛି ସହାୟତା କରନ୍ତେ, ତାହେଲେ ନିଜ ପରିବାର ଚଳିବା ସହ ଏହି ବ୍ୟବସାୟକୁ ମଧ୍ୟ ଆହୁରି ଆଗକୁ ନେଇପାରନ୍ତେ ବୋଲି ଇନ୍ଦିପଡ଼ା ଗ୍ରାମର ଅଜିତ ବେହେରା, ସୁଶାନ୍ତ ବେହେରା, ହରେକୃଷ୍ଣ ବେହେରା, ପ୍ରହ୍ଲାଦ ବେହେରା ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୁକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୁକ ଯୁବତୀ(୨୧)ଙ୍କୁ…

ବସ୍‌ ମାଲିକ ସଂଘର ପୂର୍ବତନ ସମ୍ପାଦକଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଘରୋଇ ବସ୍‌ ମାଲିକ ସଂଘ ଭଞ୍ଜନଗରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଉପସଭାପତି ସୁବାସ ଚନ୍ଦ୍ର ଦିହୁଡିଙ୍କର ରବିବାର ଅପରାହ୍ନରେ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri