ମନମୁଖି ଭାବେ ଚାଲିଛି ଡାକଘର, ଅସୁବିଧା ଭୋଗୁଛନ୍ତି ଲୋକେ

ନାଉଗାଁ,୧୩ା୧୨(ସ୍ବ.ପ୍ର):କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ଭାରତୀୟ ଡାକ। ପୂର୍ବରୁ ଡାକ ଘର ମାଧ୍ୟମରେ କେବଳ ଚିଠି ପତ୍ର ଦେବା ନେବା ,ଟଙ୍କା ଜମା ଓ ଉଠାଣ କାର୍ଯ୍ୟ ହେଉଥିଲା। ଏବେ ଡାକ ଘର ଦ୍ୱାରା ବିଭିନ୍ନ କାର୍ଯ୍ୟ କରାଯାଉଛି। ଡାକଘରଗୁଡ଼ିକରେ ଇ-ବ୍ୟାଙ୍କିଂ ସୁବିଧା କରାଯାଇ ସେବା ଯୋଗାଇ ଦିଆଯାଉଛି। ସେହିପରି ଆଧାର ସଂଯୋଗ, ଡାକ ଟିକେଟ ବିକ୍ରି, ବିଭିନ୍ନ ନୂତନ ଯୋଜନାରେ ସଞ୍ଚୟ ଖାତା ଖୋଲିବା ଆଦି ସେବା ଯୋଗାଇ ଦିଆଯାଉଛି। ଡାକ ସେବା ପ୍ରତି ଜନସାଧରାଣଙ୍କ ଆଗ୍ରହବୃଦ୍ଧି କରିବା ପାଇଁ ଜାତୀୟକରଣ ବ୍ୟାଙ୍କଗୁଡିକ ତୁଳନାରେ ଡାକଘରେ ସଞ୍ଚୟ ରାଶି ଉପରେ ସୁଧହାର ବୃଦ୍ଧି ହୋଇଛି। ଏନେଇ ଅଧିକ ଲୋକ ଡାକଘର ଉପରେ ନିର୍ଭର କରୁଥିବାବେଳେ କେତେଜଣ ଡାକ କର୍ମଚାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁ ଗଁା ଲୋକେ ଏହି ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏହାର ଉଦାହରଣ ନାଉଗଁା ବ୍ଲକରେ ଥିବା ଡାକଘରେ ଦେଖିବାକୁ ମିଳିଛି। ଏହି ବ୍ଲକରେ ୩ଟି ଉପ ଡାକଘର ରହିଛି। ନାଉଗଁା ଉପ ଡାକଘର ଅଧୀନରେ ୧୦ଟି ଶାଖା ଡାକଘର, ଅଲଣାହାଟ ଉପଡାକଘର ଅଧୀନରେ ୫ଟି ଶାଖା ଡାକଘର, ଦେବୀଦୋଳ ଉପ ଡାକଘର ଅଧୀନରେ ୪ଟି ଶାଖା ଡାକ ଘର ରହିଛି।
ନିୟମାନୁସାରେ ଡାକଘରଗୁଡ଼ିକ ପ୍ରତ୍ୟହ ୧୦ ରୁ ୧୨ଟା ଓ ଦିବା ୨ ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ବ୍ଲକରେ ଏହି ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି। କିଛି ଶାଖା ଡାକ ଘର କେବଳ ୧୧ରୁ ୧୨ଟା ପର୍ଯ୍ୟନ୍ତ ଖୋଲଯାଇ ବନ୍ଦ କରିଦିଆଯାଉଥିବାବେଳେ ଆଉ କିଛି ଡାକଘର ଆଦୌ ଖୋଲାଯାଉ ନାହିଁ। ବିଭାଗ ତରଫରୁ ଠିକ୍‌ଭାବେ ତଦାରଖ କରାଯାଉ ନ ଥିବରୁ ଡାକଘରେ ନିଯୁକ୍ତ ଶାଖା- ପରିଚାଳକ ମନଇଚ୍ଛା ଏହାକୁ ଖୋଲୁଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ଫଳରେ ଲୋକେ ଆଧାର ସଂଯୋଗ, ଟଙ୍କା ଉଠାଣ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବ୍ଲକର ତେଣ୍ଟୋଇ ଶାଖା ଡାକଘର ଆଦୌ ଖୋଲୁ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଡାକଘର ଶାଖା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ୧୮ ନଭେମ୍ବର ୨୦୨୨ ରୁ ରହିଛନ୍ତି। ସେ ଏଠାରେ ରହିବା ପରଠୁ ମନଇଚ୍ଛା ଡାକଘର ଖୋଲୁଥିବା ନେଇ ଅଭିଯୋଗ ହୋଇଛି। ଏସମ୍ପର୍କରେ ସମ୍ଭବ ସ୍ବାଇଁଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏପ୍ରସଙ୍ଗରେ ଜଗତ୍‌ସିଂହପୁର ଅତିରିକ୍ତ ଡାକ ଅଧିକାରୀ ବ୍ରଜେନ୍ଦ୍ର ହେମ୍ବ୍ରମ କହିଛନ୍ତି, ସେ ଏହି ଏବିଷୟରେ କିଛି ଜାଣି ନାହାନ୍ତି। ଏନେଇ ସେ ସମ୍ପୃକ୍ତ ଡାକ ଘର ପରିଚାଳକଙ୍କ ସହ କଥା ହେବା ପରେ ପରବର୍ତ୍ତୀ ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ଗଣେଶ ପୂଜା-ନୂଆଁଖାଇ, ପୌରକେଲାରେ ସ୍ୱଚ୍ଛତା ଅଭିଯାନ

କର୍ଲାମୁଣ୍ଡା,୧୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଳା ନୂଆଁଖାଇ ପର୍ବ ଅବସରରେ ପୌରକେଲା ଗ୍ରାମର ମା ସୁନାମୁଖୀ ଯୁବ ସଂଗଠନ ପକ୍ଷରୁ ରବିବାର ଏକ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?