ଡାକବଙ୍ଗଳା ଶୂନ୍ୟ ପଟ୍ଟାମୁଣ୍ଡାଇ

ପଟ୍ଟାମୁଣ୍ଡାଇ, ୩୦ା୪(ସ୍ବ.ପ୍ର.): ରାଜ୍ୟ ରାଜନୀତିରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଆସୁଥିବା ପଟ୍ଟାମୁଣ୍ଡାଇକୁ ଚକ୍ରାନ୍ତ କରି ନିର୍ବାଚନମଣ୍ଡଳୀକୁ ଉଚ୍ଛେଦ କରି ଦିଆଯାଇଛି। ଏବେ ଡାକବଙ୍ଗଳାଶୂନ୍ୟ ହୋଇଛି ପଟ୍ଟାମୁଣ୍ଡାଇ। କେନ୍ଦ୍ରାପଡ଼ା ଜିଲାର ୨ୟ ବୃହତ୍ତମ ସହର ପଟ୍ଟାମୁଣ୍ଡାଇରେ ଗ୍ରାମ୍ୟ ଉନ୍ନୟନ, ବିଦ୍ୟୁତ୍‌, ପୂର୍ତ୍ତ, ଗୃହ ନିର୍ମାଣ, ଜଳସମ୍ପଦ, ଉଠା ଜଳସେଚନ, ଟେଲିକମ୍‌, ପୋଲିସ ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗର ସବ୍‌ଡିଭିଜନ ସହ କୃଷି ବିଭାଗର ଜିଲା କାର୍ଯ୍ୟାଳୟ ରହିଛି। ଏହାଛଡା ଜେଏମ୍‌ଏଫ୍‌ସି, ସବ୍‌ଜଜ୍‌ କୋର୍ଟ, ଜାତୀୟକରଣ ବ୍ୟାଙ୍କର ଶାଖା କାର୍ଯ୍ୟ କରୁଛି। ବହୁ ସରକାରୀ ଅଫିସ ଭଡାଘରେ ଚାଲିଛି। ଅଧିକାଂଶ କର୍ମଚାରୀ ଓ ପଦାଧିକାରୀଙ୍କ ନିମନ୍ତେ ସରକାରୀ କ୍ୱାର୍ଟର୍ସ ନାହିଁ। ଅନେକ ସମୟରେ ବିଭିନ୍ନ ଅଫିସକୁ ପରିଦର୍ଶନ ଓ ତଦନ୍ତ ପାଇଁ ଆସୁଥିବା ଉଚ୍ଚ ପଦାଧିକାରୀଙ୍କ ରହଣି ପାଇଁ ସରକାରୀ ଅତିଥି ଭବନ ନାହିଁ। ଫଳରେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ କାର୍ଯ୍ୟନିର୍ବାହ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ସରକାରଙ୍କ ଅତିଥି ବିଶେଷକରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ପଟ୍ଟାମୁଣ୍ଡାଇ ଗସ୍ତରେ ଆସିଲେ ସାମୟିକ ବିଶ୍ରାମ ନେବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ଡାକବଙ୍ଗଳା ନିର୍ମାଣ କରାଯାଇଥିଲା। ତେବେ ଏହି ଡାକବଙ୍ଗଳା ନିକଟରେ ତତ୍‌କାଳୀନ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ବର୍ତ୍ତମାନର ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ରୋଗୀସେବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡାକବଙ୍ଗଳା ଓ ଏହାର ସଂଲଗ୍ନ ଜାଗାକୁ ସ୍ବାସ୍ଥ୍ୟକେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି। ପୂର୍ତ୍ତ ବିଭାଗ ଡାକବଙ୍ଗଳାକୁ ଭାଙ୍ଗି ନୂତନ ଭାବେ ସ୍ବାସ୍ଥ୍ୟକେନ୍ଦ୍ରର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ବିଭିନ୍ନ ଅଫିସ କାମରେ ଆସୁଥିବା ପଦାଧିକାରୀଙ୍କ ରାତ୍ରିଯାପନ ପାଇଁ ଏହି ଡାକବଙ୍ଗଳାଟି ମୁଖ୍ୟ ଉତ୍ସ ଥିଲା। ଅନ୍ୟପକ୍ଷରେ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟରେ ମଧ୍ୟ ଏହା ବ୍ୟବହୃତ ହେଉଥିଲା। ଡାକବଙ୍ଗଳାଟି ସମ୍ପୂର୍ଣ୍ଣ ଉଚ୍ଛେଦ ହେଲାପରେ ଏହିସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ସରକାରୀ ନିଷ୍ପତ୍ତି ଅନୁଯାୟୀ, ପୂର୍ତ୍ତ ବିଭାଗ ପକ୍ଷରୁ ଚୂନଢିଅଠାରେ ନୂତନ ଡାକବଙ୍ଗଳା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ପ୍ରସ୍ତାବିତ ଡାକବଙ୍ଗଳା ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନାହିଁ।
ଏହାଛଡ଼ା ଅଳଭା ‘ଓ‘ ବଙ୍ଗଳା ଉତିକଣ ଜମିଦାର ଅମଳରୁ ନିର୍ମାଣ କରାଯାଇଥିଲା। ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ବଙ୍ଗଳା ବସ୍ତୁତଃ ଧ୍ୱସଂସ୍ତୂପରେ ପରିଣତ ହେବାକୁ ବସିଛି। ୧୯୯୩ରେ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଏହି ଡାକବଙ୍ଗଳାର ପୁନରୁଦ୍ଧାର କରାଯାଇଥିଲା। ୨୦୦୩ରେ ଏହାର ନବୀକରଣ ହୋଇଥିଲା। ଚତୁଃପାର୍ଶ୍ୱରେ ପାଚେରି ସହ ରାସ୍ତା ନିର୍ମାଣ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜଳସମ୍ପଦ ବିଭାଗ ପକ୍ଷରୁ ରକ୍ଷଣାବେକ୍ଷଣ କରା ନ ଯିବା, ଦାୟିତ୍ୱରେ ଥିବା ରାତ୍ର ଜଗୁଆଳି ଠିକ୍‌ ଭାବେ ତଦାରଖ କରି ନ ଥିଲେ। ଫଳରେ ଜନବସତିଠାରୁ ଦୂରରେ ନିର୍ମିତ ଏହି ଡାକବଙ୍ଗଳାର ମୂଲ୍ୟବାନ କବାଟ, ଝରକା ସହ ଅନ୍ୟ ଆସବାବପତ୍ରକୁ ଦୁର୍ବୃତ୍ତ ତାଡ଼ିନେଇଯାଇଛନ୍ତି। ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ବଙ୍ଗଳାର କୋଠାଘର କାନ୍ଥରେ ଗଛ ଉଠିବା ସହ ମରାମତି ଅଭାବରୁ ଛାତରୁ ସିମେଣ୍ଟ ଖସିବାରେ ଲାଗିଛି। ଏହାର ଚାରିପାଖ ଅନାବନା ଗଛରେ ପରିପୂର୍ଣ୍ଣ ହୋଇ ଅସାମାଜିକଙ୍କ ଆଡ୍ଡାସ୍ଥଳ ପାଲଟିଛି। ୨ ବଖରାବିଶିଷ୍ଟ କୋଠାଘର, ରୋଷେଇଶାଳ, ଜଗୁଆଳି ଗୃହ, ଡାକବଙ୍ଗଳା ପ୍ରକୋଷ୍ଠର ଚଉଡ଼ା ବାରଣ୍ଡା ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି।
ସେହିପରି ଉତିକଣ ଅଞ୍ଚଳକୁ ସରକାରୀ ଗସ୍ତରେ ଯାଉଥିବା ଉଚ୍ଚପଦସ୍ଥ ପଦାଧିକାରୀ ଓ ରାଜ୍ୟ ସରକାରଙ୍କ ଅତିଥିଙ୍କ ସାମୟିକ ବିଶ୍ରାମ ପାଇଁ ପଟ୍ଟାମୁଣ୍ଡାଇ-ବଡ଼ପଡା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଖଡିଅଣ୍ଟାଠାରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ୧୯୯୮ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଡାକବଙ୍ଗଳା ନିର୍ମାଣ ଆରମ୍ଭ ହୋଇଥିଲା। ଏହି ଡାକବଙ୍ଗଳାଟି ଛାତ ପତନ ଅବସ୍ଥାରେ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ଡାକବଙ୍ଗଳା କାମ ଶେଷ ପାଇଁ କୌଣସିସ୍ତରରେ ଉଦ୍ୟମ କରାଯାଉନାହିଁ। ରାଜ୍ୟ ସରକାର ପୁନର୍ବାର ପଟ୍ଟାମୁଣ୍ଡାଇର ନିର୍ଦ୍ଧାରିତ ସ୍ଥାନରେ ଡାକବଙ୍ଗଳା ନିର୍ମାଣ କରିବାକୁ ତ୍ୱରିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?