ବିଶ୍ୱସନୀୟତା ରଖିଛି ଡାକ ବିଭାଗ

କୁନ୍ଦୁରା,୧୨।୧୦(ଡି.ଏନ୍‌.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଡାକ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜଗନ୍ନାଥ କଲ୍ୟାଣ ମଣ୍ଡପଠାରେ ବିଶ୍ୱ ଡାକ ସପ୍ତାହ ଅବସରରେ ଉପଖଣ୍ଡସ୍ତରୀୟ ଡାକମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡାକ ବିଭାଗର ଅତିରିକ୍ତ ଡାକ ଅଧୀକ୍ଷକ ସମରେନ୍ଦ୍ର ସେଠୀ ଯୋଗଦେଇ ଡାକଘରେ ଏବେ ମିଳୁଥିବା ବିଭିନ୍ନ ସେବା ସମ୍ପର୍କରେ ଅବଗତ କରାଇଥିଲେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ସୁବିଧା ଯଥା ଛୋଟ ଛୁଆର ଆଧାର କାର୍ଡଠାରୁ ଆରମ୍ଭ କରି ଅନ୍ତିମ ସମୟର ଆବଶ୍ୟକ ପବିତ୍ର ଗଙ୍ଗାଜଳ ପର୍ଯ୍ୟନ୍ତ ଡାକଘରୁ ମିଳିବା ସୁବିଧା କରାଯାଇଥିବା ସେ କହିଥିଲେ l ସମ୍ମାନିତ ଅତିଥି ଭାବେ ଡାକ ନିରୀକ୍ଷକ ପି. ଦିନେଶ ଯୋଗଦେଇ ଆଜି ଡାକଘରେ ସରକାରଙ୍କ ସମସ୍ତ ସହାୟତା ଯୋଜନାର ଅର୍ଥ ହିତାଧିକାରୀମାନଙ୍କୁ ସହଜରେ ମିଳିବା ବ୍ୟବସ୍ଥା ହୋଇଛି। ଏଥିରେ ଅର୍ଥ ସଞ୍ଚୟ କଲେ ଅଧିକ ସୁଧ ମିଳିବା ସହ ସୁରକ୍ଷିତ ରହିଥାଏ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତି୍ୟକ ଓ ଗବେଷକ ଅଧ୍ୟାପକ ଡ. ରାଜେନ୍ଦ୍ର ପାଢ଼ୀ ଯୋଗ ଦେଇ ଭାରତରେ ଡାକ ବ୍ୟବସ୍ଥାର ଇତିହାସ ଅତୀତ ଓ ବର୍ତ୍ତମାନ ସମ୍ପର୍କରେ ଅବଗତ କରାଇଥିଲେ l ଅତୀତରେ ମୋବାଇଲ ସେବା ଓ ଅନ୍ୟ କୌଣସି ଯୋଗାଯୋଗର ସୁବିଧା ନ ଥିବା ବେଳେ ଡାକ ବିଭାଗ ଲୋକଙ୍କ ମଧ୍ୟରେ ଯୋଗାଯୋଗର ଏକ ମାତ୍ର ମାଧ୍ୟମ ଥିଲା ବୋଲି ସେ ପ୍ରକାଶ କରିଥିଲେ। ଡାକ କର୍ମଚାରୀମାନେ ଖରା,ବର୍ଷା ଓ ଅନ୍ୟାନ୍ୟ ପ୍ରାକୃତିକ ପ୍ରତିକୂଳ ଅବସ୍ଥାକୁ ଖାତିର ନ କରି ଜଣେ ବନ୍ଧୁ ଭାବେ ନିରଳସ ସେବା ଯୋଗାଇବାରେ ଅବହେଳା କରି ନ ଥାଆନ୍ତି ବୋଲି ଡ. ପାଢ଼ୀ କହିଥିଲେ। ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ହୃଦୟ ରଞ୍ଜନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡାକ ବିଭାଗର ବିଭିନ୍ନ କାର୍ଯ୍ୟର ବିଶ୍ୱସନୀୟତାକୁ ପ୍ରଶଂସା କରିଥିଲେ। ସଭାକୁ ଓଭରସିୟର ଆଲୋକ ସାହୁ ପରିଚାଳନା କରିଥିଲେ। ଆଲୋକ ନାଥ ଶତପଥୀ ଧନ୍ୟବାଦ ଦେଇଥିଲେ । ଏହି ମେଳାରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇଜର, ଅଙ୍ଗନଓ୍ବାଡି କର୍ମୀ, ଜୟପୁର ଉପଖଣ୍ଡର ଡାକ ବିଭାଗୀୟ କର୍ମଚାରୀ, ଏସ୍‌ଏଚ୍‌ଜି ସଭ୍ୟାଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। କୁନ୍ଦୁରା ବ୍ଲକ ସଦର ମହକୁମାରେ କାର୍ଯ୍ୟଭାର ବଢ଼ିଥିବାରୁ ଏଠାରେ ଏକ ସବ୍‌ ପୋଷ୍ଟ ଅଫିସ ପ୍ରତିଷ୍ଠା କରିବାକୁ ଏହି ଅବସରରେ ଦାବି କରାଯାଇଥିଲା। ଏ ସମ୍ପର୍କରେ ଏକ ପ୍ରସ୍ତାବ ଡାକ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପଠାଯାଇଥିବା ଡାକ ବିଭାଗୀୟ ଅତିରିକ୍ତ ଅଧୀକ୍ଷକ ସେଠୀ ଓ ନିରୀକ୍ଷକ ପି. ଦିନେଶ ପ୍ରକାଶ କରିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ସ୍ତର ଏତେ ତଳକୁ ଖସିନାହିଁ..’, ବିଜୟକୁ ନେଇ ମୁହଁ ଖୋଲିଲେ ରଜନୀକାନ୍ତ

ନୂଆଦିଲ୍ଲୀ,୧୭ା୫: ସାଉଥ ସୁପରଷ୍ଟାର ରଜନୀକାନ୍ତ ରବିବାର (୧୭ ମଇ) ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି କାର୍ଯ୍ୟକ୍ରମରେ, ସେ ତାମିଲନାଡୁ ବିଧାନସଭା ନିର୍ବାଚନ…

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଧାୟକ

ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ ପ୍ରସଙ୍ଗରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ।…

TMC କାର୍ଯ୍ୟାଳୟରୁ ୧୦୦ରୁ ଅଧିକ ଆଧାର କାର୍ଡ ଜବତ; ସରକାରୀ ଜମିର ଅବୈଧ କ୍ରୟ-ବିକ୍ରୟ ସମ୍ପର୍କିତ କାଗଜପତ୍ର ମଧ୍ୟ ଜବତ

କୋଲକାତା,୧୭।୫: ପଶ୍ଚିମବଙ୍ଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ, ଏକ ଟିଏମସି କାର୍ଯ୍ୟାଳୟରୁ ସରକାରୀ ଜମିର ଅବୈଧ କିଣାବିକା ସହିତ ଜଡିତ କାଗଜପତ୍ର ସହିତ ୧୦୦…

ମଦ ଉପରେ ଟିକସ ବ୍ୟବସ୍ଥାକୁ ପରିବର୍ତ୍ତନ କଲେ ସରକାର, କମିବ ଦର!

ବେଙ୍ଗାଲୁରୁ,୧୭।୫: ମଦକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କର୍ଣ୍ଣାଟକ ସରକାର ମଦ ଉପରେ ଟିକସ ଆଦାୟ କରିବାର ପଦ୍ଧତିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି…

‘ଭାରତ-ବାଂଲାଦେଶ ସମ୍ପର୍କ ଗଙ୍ଗା ଜଳ ଚୁକ୍ତି ଉପରେ ନିର୍ଭର କରିବ’ – ତାରିକ ରହମାନ ମନ୍ତ୍ରୀଙ୍କ ବଡ଼ ବୟାନ

ଢାକା,୧୭।୫: ବାଂଲାଦେଶର ଶାସକ ଦଳ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP), ଏବେ ଢାକା ଏବଂ ନୂଆଦିଲ୍ଲୀ ମଧ୍ୟରେ ସମ୍ପର୍କର ଭବିଷ୍ୟତକୁ ଗଙ୍ଗା ଜଳ ବଣ୍ଟନ ଚୁକ୍ତିନାମା ନବୀକରଣ…

ଅସ୍ଥାୟୀ ମଣ୍ଡପରେ ଦେବୀଙ୍କୁ ପୂଜାର୍ଚ୍ଚନା କଲେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିବେ ଆଉ ୩ ମନ୍ତ୍ରୀ, ୪ ବିଧାୟକ

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆଉ ୩ ଦିନ ପରେ ୨୦ ତାରିଖରେ ଉଦ୍‌ଯାପିତ ହେବ। ରବିବାର ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ…

‘ପ୍ରକୃତିର ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ’

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚଳିତ ବର୍ଷଠାରୁ ପ୍ରଥମଥର ପାଇଁ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ) ସ୍ଥଳୀଗୁଡ଼ିକରେ ପ୍ରକୃତି ପରିଚୟ…

ଅମାନିଆ ଇସ୍କନର ବିଦେଶରେ ଅଦିନିଆ ରଥଯାତ୍ରା, ବିରୋଧ ସତ୍ତ୍ୱେ…

ଭୁବନେଶ୍ୱର,୧୭ା୫: ପୁଣି ଅମାନିଆ ହୋଇଛି ଇସ୍କନ। ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା କରିଛି। ପ୍ରବାସୀ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ପ୍ରତିବାଦକୁ ନ ମାନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri