ଉପକୂଳରେ ନକଲି ଡାକ୍ତରଙ୍କ ରାଜ

ମହାକାଳପଡା,୧୨।୧୦(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଖୁଲମଖୁଲା ଏଲୋପାଥିକ, ହୋମିଓପାଥିକ ଓ ଆୟୁର୍ବେଦିକ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଅଞ୍ଚଳଗୁଡ଼ିକରେ ପରିଦର୍ଶନ କରିବା ସହ ଅଙ୍କୁଶ ଲଗାଇବାକୁ ବିଭିନ୍ନ ମହଲରୁ ଅଭିଯୋଗ ହେଉଛି ବୋଲି କୁହାଯାଉଛି। ବ୍ଲକର ବତୀଘର, ଖରିନାସୀ, ରାମନଗର, ପେଟଛେଲା, ଜମ୍ବୁ, ଜେବି ଦାଣ୍ଡୁଆ, ସୁନିତି, ନାଞ୍ଜୁରା ଆଦି ପଞ୍ଚାୟତ ସମେତ ଅନ୍ୟ ବଙ୍ଗୀୟ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ନକଲି ଡାକ୍ତର ବା ଗଁା ବୈଦ୍ୟମାନେ ଦୋକାନ ଖୋଲିବା ହେଉ ବା ସାଇକେଲରେ ଖଣ୍ଡେ ବ୍ୟାଗ ଓହଳାଇ ମାଇକି ଧରି ରୋଗୀଙ୍କ ଘରେ ପହଞ୍ଚତ୍ ଚିକିତ୍ସା କରୁଛନ୍ତି। ଏପରି କି କେତେକ ଗଁା ବୈଦ୍ୟମାନେ ଅତି ଚତୁରତା ସହ ଗୁପ୍ତରେ ରାତି ଅଧିଆ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବେଆଇନ ଭାବେ ନାବାଳିକା, ମହିଳାମାନଙ୍କୁ ଗର୍ଭପାତ କରାଉଥିବା ଅଭିଯୋଗ ହେଉଛି। ଏହି ନକଲି ଡାକ୍ତରମାନେ ଏକ ଗର୍ଭପାତ କରାଇଲେ ୪ରୁ ୫ ହଜାର ଟଙ୍କା ଦାବି କରି ରୋଗୀଙ୍କୁ ଶୋଷୁଛନ୍ତି। ଏହା ଆଜିକାଲି ନୁହେଁ, ଦୀର୍ଘଦିନ ଧରି ଚାଲି ଆସୁଥିବା ଜନୈକ ଗଁା ବୈଦ ନାମ ଗୋପନ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି। ଏହି ନକଲି ଡାକ୍ତରଙ୍କ ମାସକୁ ବେଶ୍‌ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି। ଏମାନେ କୋଲକାତାରୁ ଅତି ନିମ୍ନମାନର ଔଷଧ ଚାଲାଣ କରି ଏଠି ଚଢ଼ା ଦରରେ ରୋଗୀଙ୍କୁ ବିକ୍ରି କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଏହି ନକଲି ଡାକ୍ତରଙ୍କ ଚିକିତ୍ସାରେ ଜମ୍ବୁ ପଞ୍ଚାୟତ ଭାଟେଣି ଗଁାର ଦୁଇବର୍ଷ ପୂର୍ବେ ଜନୈକ ମହିଳା ରୋଗୀଙ୍କୁ ଜମ୍ବୁ ଗ୍ରାମର ନକଲି ଡାକ୍ତର ଭୁଲ୍‌ ଇଞ୍ଜେକଶନ ଦେଇଥିଲେ। କିଛି ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଜିଲାରେ ହଇଚଇ ସୃଷ୍ଟି କରିଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଉପର ଠାଉରିଆ ତଦନ୍ତ କରି ହାତ ବାନ୍ଧି ବସିଛନ୍ତି ବୋଲି ଅଭିଯୋଗ ହେଉଛି। ଜମ୍ବୁ ଅଞ୍ଚଳର ଏହି ନକଲି ଡାକ୍ତରଙ୍କୁ ଗିରଫ କରାଗଲା ନାହିଁ। ଅଦ୍ୟାବଧି ଉକ୍ତ ନକଲି ଡାକ୍ତର ଜଣକ ଜମ୍ବୁରେ ଔଷଧ ଦୋକାନ ଖୋଲିବା ସହ ଘରେ ଘରେ ରୋଗୀ ଚିକିତ୍ସା କରୁଛନ୍ତି। ହେଲେ ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ। ସେହିପରି ବେଣାକନ୍ଧା -ମିଲନମୋଡ଼ ଅଞ୍ଚଳର ନକଲି ଡାକ୍ତରଙ୍କ ଚିକିତ୍ସାରେ ବର୍ଷେ ପୂର୍ବେ ସ୍ଥାନୀୟ ପଙ୍କପାଳ ଗ୍ରାମର ୨୮ ବର୍ଷର ଯୁବକଙ୍କ ଜ୍ୱରରେ ଭୁଲ୍‌ ଚିକିତ୍ସା ଯୋଗୁ ମୃତ୍ୟୁ ହୋଇଥିଲା। ସେହିପରି କିଛି ବର୍ଷ ମଧ୍ୟରେ ରାମନଗର ପିତାପାଟ ଗଁାର ନକଲି ଡାକ୍ତରଙ୍କ ଚିକିତ୍ସାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏ ସବୁ ବେଆଇନ ଭାବେ ଚାଲିଥିଲେ ମଧ୍ୟ ଚଢାଉ କରାଯାଉନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ତେବେ ନକଲି ଡାକ୍ତର ବା ଗଁା ବୈଦ୍ୟଙ୍କର ରୋଗୀଙ୍କ ଚିକିତ୍ସା ପାଇଁ କିଛି ସରକାରୀ ଖାତା ଖତିଆନ ନାହିଁ, ପ୍ରମାଣପତ୍ର ନାହିଁ ବୋଲି କୁହାଯାଇଛି। ଗ୍ରାମାଞ୍ଚଳ ରୋଗୀମାନେ ସଚେତନତା ଅଭାବ ଯୋଗୁ ଏହି ନକଲି ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି ବୋଲି ଚର୍ଚ୍ଚା ହେଉଛ। ଏଠାରେ ପ୍ରଶ୍ନ ଉଠେ ସରକାରଙ୍କ ପକ୍ଷରୁ ପ୍ରତି ଗ୍ରାମରେ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ଏଏନ୍‌ଏମ୍‌ ଓ ମହିଳା ସଙ୍ଗଠନ ନିଯୁକ୍ତ ହୋଇଥିଲେ ମଧ୍ୟ ଏମାନଙ୍କ ନଜର ଏହା ଉପରେ ଆସୁନାହିଁ କିପରି। ଯଦି ଏମାନେ ଜାଣୁଛନ୍ତି ଗାଁ ଗାଁ ବୁଲି ନକଲି ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା କରିଥିଲେ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କାହିଁକି କରୁନାହାନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକଙ୍କୁ ପଚାରିବାରେ ଉପକୂଳ ଅଞ୍ଚଳରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri