ଉପକୂଳରେ ନକଲି ଡାକ୍ତରଙ୍କ ରାଜ

ମହାକାଳପଡା,୧୨।୧୦(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଖୁଲମଖୁଲା ଏଲୋପାଥିକ, ହୋମିଓପାଥିକ ଓ ଆୟୁର୍ବେଦିକ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଅଞ୍ଚଳଗୁଡ଼ିକରେ ପରିଦର୍ଶନ କରିବା ସହ ଅଙ୍କୁଶ ଲଗାଇବାକୁ ବିଭିନ୍ନ ମହଲରୁ ଅଭିଯୋଗ ହେଉଛି ବୋଲି କୁହାଯାଉଛି। ବ୍ଲକର ବତୀଘର, ଖରିନାସୀ, ରାମନଗର, ପେଟଛେଲା, ଜମ୍ବୁ, ଜେବି ଦାଣ୍ଡୁଆ, ସୁନିତି, ନାଞ୍ଜୁରା ଆଦି ପଞ୍ଚାୟତ ସମେତ ଅନ୍ୟ ବଙ୍ଗୀୟ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ନକଲି ଡାକ୍ତର ବା ଗଁା ବୈଦ୍ୟମାନେ ଦୋକାନ ଖୋଲିବା ହେଉ ବା ସାଇକେଲରେ ଖଣ୍ଡେ ବ୍ୟାଗ ଓହଳାଇ ମାଇକି ଧରି ରୋଗୀଙ୍କ ଘରେ ପହଞ୍ଚତ୍ ଚିକିତ୍ସା କରୁଛନ୍ତି। ଏପରି କି କେତେକ ଗଁା ବୈଦ୍ୟମାନେ ଅତି ଚତୁରତା ସହ ଗୁପ୍ତରେ ରାତି ଅଧିଆ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବେଆଇନ ଭାବେ ନାବାଳିକା, ମହିଳାମାନଙ୍କୁ ଗର୍ଭପାତ କରାଉଥିବା ଅଭିଯୋଗ ହେଉଛି। ଏହି ନକଲି ଡାକ୍ତରମାନେ ଏକ ଗର୍ଭପାତ କରାଇଲେ ୪ରୁ ୫ ହଜାର ଟଙ୍କା ଦାବି କରି ରୋଗୀଙ୍କୁ ଶୋଷୁଛନ୍ତି। ଏହା ଆଜିକାଲି ନୁହେଁ, ଦୀର୍ଘଦିନ ଧରି ଚାଲି ଆସୁଥିବା ଜନୈକ ଗଁା ବୈଦ ନାମ ଗୋପନ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି। ଏହି ନକଲି ଡାକ୍ତରଙ୍କ ମାସକୁ ବେଶ୍‌ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି। ଏମାନେ କୋଲକାତାରୁ ଅତି ନିମ୍ନମାନର ଔଷଧ ଚାଲାଣ କରି ଏଠି ଚଢ଼ା ଦରରେ ରୋଗୀଙ୍କୁ ବିକ୍ରି କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଏହି ନକଲି ଡାକ୍ତରଙ୍କ ଚିକିତ୍ସାରେ ଜମ୍ବୁ ପଞ୍ଚାୟତ ଭାଟେଣି ଗଁାର ଦୁଇବର୍ଷ ପୂର୍ବେ ଜନୈକ ମହିଳା ରୋଗୀଙ୍କୁ ଜମ୍ବୁ ଗ୍ରାମର ନକଲି ଡାକ୍ତର ଭୁଲ୍‌ ଇଞ୍ଜେକଶନ ଦେଇଥିଲେ। କିଛି ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଜିଲାରେ ହଇଚଇ ସୃଷ୍ଟି କରିଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଉପର ଠାଉରିଆ ତଦନ୍ତ କରି ହାତ ବାନ୍ଧି ବସିଛନ୍ତି ବୋଲି ଅଭିଯୋଗ ହେଉଛି। ଜମ୍ବୁ ଅଞ୍ଚଳର ଏହି ନକଲି ଡାକ୍ତରଙ୍କୁ ଗିରଫ କରାଗଲା ନାହିଁ। ଅଦ୍ୟାବଧି ଉକ୍ତ ନକଲି ଡାକ୍ତର ଜଣକ ଜମ୍ବୁରେ ଔଷଧ ଦୋକାନ ଖୋଲିବା ସହ ଘରେ ଘରେ ରୋଗୀ ଚିକିତ୍ସା କରୁଛନ୍ତି। ହେଲେ ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ। ସେହିପରି ବେଣାକନ୍ଧା -ମିଲନମୋଡ଼ ଅଞ୍ଚଳର ନକଲି ଡାକ୍ତରଙ୍କ ଚିକିତ୍ସାରେ ବର୍ଷେ ପୂର୍ବେ ସ୍ଥାନୀୟ ପଙ୍କପାଳ ଗ୍ରାମର ୨୮ ବର୍ଷର ଯୁବକଙ୍କ ଜ୍ୱରରେ ଭୁଲ୍‌ ଚିକିତ୍ସା ଯୋଗୁ ମୃତ୍ୟୁ ହୋଇଥିଲା। ସେହିପରି କିଛି ବର୍ଷ ମଧ୍ୟରେ ରାମନଗର ପିତାପାଟ ଗଁାର ନକଲି ଡାକ୍ତରଙ୍କ ଚିକିତ୍ସାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏ ସବୁ ବେଆଇନ ଭାବେ ଚାଲିଥିଲେ ମଧ୍ୟ ଚଢାଉ କରାଯାଉନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ତେବେ ନକଲି ଡାକ୍ତର ବା ଗଁା ବୈଦ୍ୟଙ୍କର ରୋଗୀଙ୍କ ଚିକିତ୍ସା ପାଇଁ କିଛି ସରକାରୀ ଖାତା ଖତିଆନ ନାହିଁ, ପ୍ରମାଣପତ୍ର ନାହିଁ ବୋଲି କୁହାଯାଇଛି। ଗ୍ରାମାଞ୍ଚଳ ରୋଗୀମାନେ ସଚେତନତା ଅଭାବ ଯୋଗୁ ଏହି ନକଲି ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି ବୋଲି ଚର୍ଚ୍ଚା ହେଉଛ। ଏଠାରେ ପ୍ରଶ୍ନ ଉଠେ ସରକାରଙ୍କ ପକ୍ଷରୁ ପ୍ରତି ଗ୍ରାମରେ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ଏଏନ୍‌ଏମ୍‌ ଓ ମହିଳା ସଙ୍ଗଠନ ନିଯୁକ୍ତ ହୋଇଥିଲେ ମଧ୍ୟ ଏମାନଙ୍କ ନଜର ଏହା ଉପରେ ଆସୁନାହିଁ କିପରି। ଯଦି ଏମାନେ ଜାଣୁଛନ୍ତି ଗାଁ ଗାଁ ବୁଲି ନକଲି ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା କରିଥିଲେ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କାହିଁକି କରୁନାହାନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକଙ୍କୁ ପଚାରିବାରେ ଉପକୂଳ ଅଞ୍ଚଳରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri