ପୂରଣ ହୋଇପାରୁନି ଶିକ୍ଷକ ପଦବୀ

ରସୁଲପୁର,୧୧ା୭(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଞ୍ଚଳର ଅନେକ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡ଼ିଛି। ହେଲେ ଉକ୍ତ ପଦବୀ ପୂରଣ ପାଇଁ ସରକାରଙ୍କ ପକ୍ଷରୁ ନୂତନ ଶିକ୍ଷକ ନିଯୁକ୍ତି କରାଯାଉ ନାହିଁ। ଅନ୍ୟପକ୍ଷରେ ଓଏଏସ୍‌ ପରୀକ୍ଷା ଢାଞ୍ଚାରେ ପ୍ରତ୍ୟେକ ବର୍ଷ ଶିକ୍ଷକ ନିଯୁକ୍ତି ଦିଆଯିବା ନେଇ ଚିନ୍ତା କରାଯାଉଛି। ଯଦ୍ଦ୍ବାରା ଖାଲି ଥିବା ଶିକ୍ଷକ ପଦବୀ ପୂରଣ ହୋଇପାରିବ। ହେଲେ ସରକାରଙ୍କ ଏଭଳି ନିଷ୍ପତ୍ତି କେବଳ ବିଚାର ବିମର୍ଶରେ ସୀମିତ ରହିଛି। ଏଯାଏ ନୂତନ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଫଳରେ ଅଧିକାଂଶ ସ୍ଥାନରେ ଶିକ୍ଷକ ପଦବୀ ପୂରଣ ହେବା ସମ୍ଭାବନା କ୍ଷୀଣ ହେବାରେ ଲାଗିଛି। ତେବେ କେତେକ ବିଦ୍ୟାଳୟରେ ଥିବା ବଳକା ଶିକ୍ଷକ ଓ ପଦୋନ୍ନତି ପାଉଥିବା ଶିକ୍ଷକଙ୍କୁ ଏପଟ ସେପଟ କରି ଖାଲିପଡ଼ିଥିବା ଶିକ୍ଷକ ଓ ପ୍ରଧାନଶିକ୍ଷକ ପଦବୀଗୁଡିକର ସମସ୍ୟାକୁ କିଛି ମାତ୍ରାରେ ସମାଧାନ କରିବାକୁ ପ୍ରୟାସ କରାଯାଉଛି। ଏହି ପ୍ରକ୍ରିୟା ଜୁଲାଇରେ ଶେଷ ହେବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ବିଭାଗର ଏଭଳି ଉଦ୍ୟମ ଶିକ୍ଷକ ପଦବୀ ପୂରଣ କରିବାରେ କେତେ ସହାୟକ ହେଉଛି ତାହା ସମୟ କ୍ରମେ ସ୍ପଷ୍ଟ ହେବ।
ରସୁଲପୁର ବ୍ଲକ ଅଞ୍ଚଳରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ରୂପାନ୍ତକରଣ ଓ ମୋ ସ୍କୁଲ ଅଭିଯାନ ଜରିଆରେ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ସୁଦୃଢ କରାଯାଉଛି। ହେଲେ କେତେକ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡ଼ିଥିବାରୁ ଉନ୍ନତ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ପ୍ରାଥମିକ ବିଦ୍ୟାଳୟସ୍ତରରେ(୧ମରୁ ୫ମ ପର୍ଯ୍ୟନ୍ତ) ୩୦ ପିଲାରେ ଜଣେ ଶିକ୍ଷକ, ଉଚ୍ଚ ପ୍ରାଥମିକ(୫ମରୁ ୮ମ) ପର୍ଯ୍ୟନ୍ତ ୩୫ ପିଲା ଓ ହାଇସ୍କୁଲ ପାଇଁ ୪୦ଜଣରେ ଜଣେ ଲେଖାଏ ଶିକ୍ଷକ ନିଯୁକ୍ତିର ନିୟମ ରହିଛି। ଏହି ନିୟମ ଅନୁସାରେ ବି ଅଧିକାଂଶ ସ୍ଥାନରେ ବିଦ୍ୟାର୍ଥୀ ଥିବା ହାରରେ ଶିକ୍ଷକ ନାହାନ୍ତି। ଏକାଧିକ ଶ୍ରେଣୀ ଥିବା ବିଦ୍ୟାଳୟରେ ଜଣେ ଲେଖାଏ ଶିକ୍ଷକ ପାଠ ପଢ଼ାଉଛନ୍ତି। ଏଭଳି ସ୍ଥିତି ଥିବା ବିଦ୍ୟାଳୟରେ ଶିକ୍ଷକ ପାଠ ପଢାଇବା ବଦଳରେ କେବଳ ଜଗୁଆଳ ସାଜୁଛନ୍ତି। ଶିକ୍ଷକ ସମସ୍ୟା ଦୂର ପାଇଁ କମ୍‌ ପିଲା ପଢୁଥିବା ବିଦ୍ୟାଳୟକୁ ପାଖ ବିଦ୍ୟାଳୟ ସହ ମିଶ୍ରଣ କରି ଦିଆଯାଇଛି। ମିଶ୍ରିତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ସେହି ମିଶ୍ରଣ ବିଦ୍ୟାଳୟରେ ନିଯୁକ୍ତି ମିଳିଛି। ପୂର୍ବରୁ ଥିବା ଶିକ୍ଷକଙ୍କ ସହ ମିଶ୍ରଣ ବିଦ୍ୟାଳୟର ଶିକ୍ଷକଙ୍କୁ ଯୋଡ଼ିଲେ ବିଦ୍ୟାର୍ଥୀଙ୍କ ତୁଳନାରେ ଶିକ୍ଷକଙ୍କ ସଂଖ୍ୟା ଅଧିକା ରହିଥିବା ଜଣାପଡ଼ିଛି। ଏହାକୁ ସୁଷମ ବଣ୍ଟନ କରାଯାଉ ନ ଥିବାରୁ ଶିକ୍ଷକ ପଦବୀ ପୂରଣରେ ବାଧା ସୃଷ୍ଟି ହେଉଛି। ଏପରି କି ଅନେକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଦୀର୍ଘବର୍ଷ ଧରି ଖାଲି ପଡ଼ିଛି। ଉକ୍ତ ପଦବୀ ପୂରଣ ହୋଇପାରୁ ନ ଥିବାରୁ ବିଦ୍ୟାଳୟ ପରିଚାଳନାଗତ ସମସ୍ୟା ଦେଖାଦେଉଛି। ଏ ସବୁ ସମସ୍ୟା ସମାଧାନ କରା ନ ଗଲେ ବିଦ୍ୟାର୍ଥୀଙ୍କୁ ଉନ୍ନତ ଶିକ୍ଷାଦାନର ସ୍ବପ୍ନ ବାସ୍ତବରେ ପୂରଣ ହୋଇପାରିବ ନାହିଁ ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି। ତେଣୁ ଏହି ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଛାତ୍ରାଭିଭାବକଙ୍କ ମହଲରେ ଦାବି ହେଉଛି। ଏନେଇ ବ୍ଲକ୍‌ ଶିକ୍ଷାଧିକାରୀ ଶ୍ରୀଚରଣ ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ବ୍ଲକ ଅଞ୍ଚଳରେ କେତେ ଶିକ୍ଷକ ପଦବୀ ଖାଲି ପଡ଼ିଛି, ସେ ନେଇ ବିଭାଗ ପକ୍ଷରୁ ଏକ ରିପୋର୍ଟ ମଗାଯାଇଛି। ରିପୋର୍ଟ ହସ୍ତଗତ ହେବାପରେ ଅଧିକା ଶିକ୍ଷକ ଥିବା ବିଦ୍ୟାଳୟରୁ କମ୍‌ ଶିକ୍ଷକ ଥିବା ସ୍କୁଲରେ ଆଡ୍‌ଜଷ୍ଟ କରାଯିବ। ଏହାପରେ କେତେ ଶିକ୍ଷକ ଆବଶ୍ୟକ ତାହା ସ୍ପଷ୍ଟ ହୋଇପାରିବ। ପ୍ରଥମେ ଶିକ୍ଷକଙ୍କ ସୁଷମ ବଣ୍ଟନ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ଅନ୍ୟପକ୍ଷରେ ନୂତନ ଶିକ୍ଷକ ଚୟନ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ ବ୍ଲକକୁ ଅଧିକା ଶିକ୍ଷକ ମିଳିବା ଆଶା କମ୍‌ ରହିଛି। ସେହିପରି ପ୍ରମୋଶନ ପାଉଥିବା ଶିକ୍ଷକଙ୍କୁ ଖାଲିପଡିଥିବା ପ୍ରଧାନଶିକ୍ଷକ ପଦବୀରେ ଅବସ୍ଥାନ କରାଯାଇ ସମସ୍ୟା ସୁଧାରିବାକୁ ପ୍ରୟାସ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?