ପୂରଣ ହୋଇପାରୁନି ଶିକ୍ଷକ ପଦବୀ

ରସୁଲପୁର,୧୧ା୭(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଞ୍ଚଳର ଅନେକ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡ଼ିଛି। ହେଲେ ଉକ୍ତ ପଦବୀ ପୂରଣ ପାଇଁ ସରକାରଙ୍କ ପକ୍ଷରୁ ନୂତନ ଶିକ୍ଷକ ନିଯୁକ୍ତି କରାଯାଉ ନାହିଁ। ଅନ୍ୟପକ୍ଷରେ ଓଏଏସ୍‌ ପରୀକ୍ଷା ଢାଞ୍ଚାରେ ପ୍ରତ୍ୟେକ ବର୍ଷ ଶିକ୍ଷକ ନିଯୁକ୍ତି ଦିଆଯିବା ନେଇ ଚିନ୍ତା କରାଯାଉଛି। ଯଦ୍ଦ୍ବାରା ଖାଲି ଥିବା ଶିକ୍ଷକ ପଦବୀ ପୂରଣ ହୋଇପାରିବ। ହେଲେ ସରକାରଙ୍କ ଏଭଳି ନିଷ୍ପତ୍ତି କେବଳ ବିଚାର ବିମର୍ଶରେ ସୀମିତ ରହିଛି। ଏଯାଏ ନୂତନ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଫଳରେ ଅଧିକାଂଶ ସ୍ଥାନରେ ଶିକ୍ଷକ ପଦବୀ ପୂରଣ ହେବା ସମ୍ଭାବନା କ୍ଷୀଣ ହେବାରେ ଲାଗିଛି। ତେବେ କେତେକ ବିଦ୍ୟାଳୟରେ ଥିବା ବଳକା ଶିକ୍ଷକ ଓ ପଦୋନ୍ନତି ପାଉଥିବା ଶିକ୍ଷକଙ୍କୁ ଏପଟ ସେପଟ କରି ଖାଲିପଡ଼ିଥିବା ଶିକ୍ଷକ ଓ ପ୍ରଧାନଶିକ୍ଷକ ପଦବୀଗୁଡିକର ସମସ୍ୟାକୁ କିଛି ମାତ୍ରାରେ ସମାଧାନ କରିବାକୁ ପ୍ରୟାସ କରାଯାଉଛି। ଏହି ପ୍ରକ୍ରିୟା ଜୁଲାଇରେ ଶେଷ ହେବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ବିଭାଗର ଏଭଳି ଉଦ୍ୟମ ଶିକ୍ଷକ ପଦବୀ ପୂରଣ କରିବାରେ କେତେ ସହାୟକ ହେଉଛି ତାହା ସମୟ କ୍ରମେ ସ୍ପଷ୍ଟ ହେବ।
ରସୁଲପୁର ବ୍ଲକ ଅଞ୍ଚଳରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ରୂପାନ୍ତକରଣ ଓ ମୋ ସ୍କୁଲ ଅଭିଯାନ ଜରିଆରେ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ସୁଦୃଢ କରାଯାଉଛି। ହେଲେ କେତେକ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡ଼ିଥିବାରୁ ଉନ୍ନତ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ପ୍ରାଥମିକ ବିଦ୍ୟାଳୟସ୍ତରରେ(୧ମରୁ ୫ମ ପର୍ଯ୍ୟନ୍ତ) ୩୦ ପିଲାରେ ଜଣେ ଶିକ୍ଷକ, ଉଚ୍ଚ ପ୍ରାଥମିକ(୫ମରୁ ୮ମ) ପର୍ଯ୍ୟନ୍ତ ୩୫ ପିଲା ଓ ହାଇସ୍କୁଲ ପାଇଁ ୪୦ଜଣରେ ଜଣେ ଲେଖାଏ ଶିକ୍ଷକ ନିଯୁକ୍ତିର ନିୟମ ରହିଛି। ଏହି ନିୟମ ଅନୁସାରେ ବି ଅଧିକାଂଶ ସ୍ଥାନରେ ବିଦ୍ୟାର୍ଥୀ ଥିବା ହାରରେ ଶିକ୍ଷକ ନାହାନ୍ତି। ଏକାଧିକ ଶ୍ରେଣୀ ଥିବା ବିଦ୍ୟାଳୟରେ ଜଣେ ଲେଖାଏ ଶିକ୍ଷକ ପାଠ ପଢ଼ାଉଛନ୍ତି। ଏଭଳି ସ୍ଥିତି ଥିବା ବିଦ୍ୟାଳୟରେ ଶିକ୍ଷକ ପାଠ ପଢାଇବା ବଦଳରେ କେବଳ ଜଗୁଆଳ ସାଜୁଛନ୍ତି। ଶିକ୍ଷକ ସମସ୍ୟା ଦୂର ପାଇଁ କମ୍‌ ପିଲା ପଢୁଥିବା ବିଦ୍ୟାଳୟକୁ ପାଖ ବିଦ୍ୟାଳୟ ସହ ମିଶ୍ରଣ କରି ଦିଆଯାଇଛି। ମିଶ୍ରିତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ସେହି ମିଶ୍ରଣ ବିଦ୍ୟାଳୟରେ ନିଯୁକ୍ତି ମିଳିଛି। ପୂର୍ବରୁ ଥିବା ଶିକ୍ଷକଙ୍କ ସହ ମିଶ୍ରଣ ବିଦ୍ୟାଳୟର ଶିକ୍ଷକଙ୍କୁ ଯୋଡ଼ିଲେ ବିଦ୍ୟାର୍ଥୀଙ୍କ ତୁଳନାରେ ଶିକ୍ଷକଙ୍କ ସଂଖ୍ୟା ଅଧିକା ରହିଥିବା ଜଣାପଡ଼ିଛି। ଏହାକୁ ସୁଷମ ବଣ୍ଟନ କରାଯାଉ ନ ଥିବାରୁ ଶିକ୍ଷକ ପଦବୀ ପୂରଣରେ ବାଧା ସୃଷ୍ଟି ହେଉଛି। ଏପରି କି ଅନେକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଦୀର୍ଘବର୍ଷ ଧରି ଖାଲି ପଡ଼ିଛି। ଉକ୍ତ ପଦବୀ ପୂରଣ ହୋଇପାରୁ ନ ଥିବାରୁ ବିଦ୍ୟାଳୟ ପରିଚାଳନାଗତ ସମସ୍ୟା ଦେଖାଦେଉଛି। ଏ ସବୁ ସମସ୍ୟା ସମାଧାନ କରା ନ ଗଲେ ବିଦ୍ୟାର୍ଥୀଙ୍କୁ ଉନ୍ନତ ଶିକ୍ଷାଦାନର ସ୍ବପ୍ନ ବାସ୍ତବରେ ପୂରଣ ହୋଇପାରିବ ନାହିଁ ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି। ତେଣୁ ଏହି ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଛାତ୍ରାଭିଭାବକଙ୍କ ମହଲରେ ଦାବି ହେଉଛି। ଏନେଇ ବ୍ଲକ୍‌ ଶିକ୍ଷାଧିକାରୀ ଶ୍ରୀଚରଣ ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ବ୍ଲକ ଅଞ୍ଚଳରେ କେତେ ଶିକ୍ଷକ ପଦବୀ ଖାଲି ପଡ଼ିଛି, ସେ ନେଇ ବିଭାଗ ପକ୍ଷରୁ ଏକ ରିପୋର୍ଟ ମଗାଯାଇଛି। ରିପୋର୍ଟ ହସ୍ତଗତ ହେବାପରେ ଅଧିକା ଶିକ୍ଷକ ଥିବା ବିଦ୍ୟାଳୟରୁ କମ୍‌ ଶିକ୍ଷକ ଥିବା ସ୍କୁଲରେ ଆଡ୍‌ଜଷ୍ଟ କରାଯିବ। ଏହାପରେ କେତେ ଶିକ୍ଷକ ଆବଶ୍ୟକ ତାହା ସ୍ପଷ୍ଟ ହୋଇପାରିବ। ପ୍ରଥମେ ଶିକ୍ଷକଙ୍କ ସୁଷମ ବଣ୍ଟନ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ଅନ୍ୟପକ୍ଷରେ ନୂତନ ଶିକ୍ଷକ ଚୟନ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ ବ୍ଲକକୁ ଅଧିକା ଶିକ୍ଷକ ମିଳିବା ଆଶା କମ୍‌ ରହିଛି। ସେହିପରି ପ୍ରମୋଶନ ପାଉଥିବା ଶିକ୍ଷକଙ୍କୁ ଖାଲିପଡିଥିବା ପ୍ରଧାନଶିକ୍ଷକ ପଦବୀରେ ଅବସ୍ଥାନ କରାଯାଇ ସମସ୍ୟା ସୁଧାରିବାକୁ ପ୍ରୟାସ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri