ପଦବୀ ଚାଲିଗଲା

ବାଂଶଓ୍ବାଡ଼ାରେ ପ୍ରଧାନମନ୍ତ୍ରୀଙ୍କ ରାଲିର ସ୍କ୍ରିନ୍‌ ୧୦ ମିନିଟ୍‌ ପାଇଁ ଅନ୍ଧକାର ରହିବା ଯୋଗୁ ତାହାର ପରିଣାମ ତତ୍‌କ୍ଷଣାତ ପ୍ରକାଶ ପାଇଥିଲା। ରାଜସ୍ଥାନର ଇନ୍‌ଫୋଟେକ ସଚିବ ଅର୍ଚ୍ଚନା ସିଂଙ୍କ ୧୦ ସେକେଣ୍ଡରେ ପଦବୀ ଚାଲିଗଲା। ଦେଖିବାକୁ ଗଲେ, ଅନେକ ବର୍ଷ ହେଲା ଏପରିକି ଏବେ ବି ଟିକସଦାତା ଏବଂ ବୃତ୍ତିଧାରୀମାନେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଚାଲୁଥିବା ଆୟକର, ଜିଏସ୍‌ଟି ଏବଂ ଏମ୍‌ସିଏ ପୋର୍ଟାଲ ସହ ସଂଗ୍ରାମ କରିଆସୁଛନ୍ତି, ଯେଉଁଠି ବ୍ୟବହାରିକ କ୍ଷେତ୍ରରେ ତ୍ରୁଟି ହେବା ଏକ ଧାରା ପାଲଟିଯାଇଛି। କୋର୍ଟ ଏହା ଉପରେ ପଦକ୍ଷେପ ନେଇଛନ୍ତି, ବୃତ୍ତିଧାରୀମାନେ ପ୍ରତିବାଦ କରିଛନ୍ତି ଏବଂ ଅନେକ ହଜାର କୋଟି ଟଙ୍କା ଅନାଦାୟ ରହିଆସୁଥିବା ସ୍ଥଳେ ଟିକସଦାତାମାନେ ତାହା ବିଳମ୍ବରେ ଦେଉଛନ୍ତି। ଏଭଳି ବିଫଳ ସ୍ଥିତିରେ କୌଣସି ସଚିବଙ୍କୁ ଚାକିରିରୁ ବିିଦା କରାଯାଇନାହିଁ। କିନ୍ତୁ ବିଡ଼ମ୍ବନାର ବିଷୟ ତାହା ହିଁ ବାସ୍ତବରେ ହିଁ ଘଟୁଛି। ଗୋଟିଏ ତ୍ରୁଟି, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ୧୦ ମିନିଟ୍‌ ଆସୁବିଧା ଯୋଗୁ କ୍ୟାରିୟର ଶେଷ ହୋଇଯାଇଛି। ହେଲେ ବର୍ଷ ବର୍ଷ ଧରି ନାଗରିକଙ୍କୁ ଅସୁବିଧାରେ ପକାଉଥିବା ତ୍ରୁଟିଗୁଡ଼ିକୁ କେବଳ ‘ସାମାନ୍ୟ ସମସ୍ୟା’ ହୋଇଯାଇଛି। ଏହି ସମୟରେ ମାନ୍ଦା ଟ୍ୟାକ୍ସ ପୋର୍ଟାଲରେ କାମ କରୁଥିବା ସାଧାରଣ ବୃତ୍ତିଧାରୀମାନେ ସମ୍ଭବତଃ ବିଫଳତା ପାଇଁ କାର୍ଯ୍ୟାଳୟରୁ ବିଦା ହେବା ବିଷୟ ଭାବୁଛନ୍ତି। ରାଲି ହେଉଛି ଏକ ରଙ୍ଗମଞ୍ଚ ଏବଂ ଏଠାରେ ଷ୍ଟାରଙ୍କ ଉପରେ ପଡ଼ୁଥିବା ଆଲୋକକୁ ତୁମେ ଅସ୍ପଷ୍ଟ କରିପାରିବ ନାହିଁ। କିନ୍ତୁ ସମ୍ଭବତଃ ପ୍ରତିଦିନ ନାଗରିକମାନେ ଟ୍ୟାକ୍ସ ଫାଇଲ କରୁଥିବା ଷ୍ଟେଜ,ବ୍ୟବସାୟିକ ନିୟମ ଅନୁପାଳନ ଏବଂ ଅର୍ଥବ୍ୟବସ୍ଥାକୁ ଆଗକୁ ବଢ଼ାଉଥିବା ବୃତ୍ତିଧାରୀଙ୍କ କ୍ଷେତ୍ରରେ ଏଭଳି ସମାନ ଆବଶ୍ୟକତା ପ୍ରୟୋଗ କରାଯିବା ଉଚିତ। ଯଦି ଉତ୍ତରଦାୟିତ୍ୱ ମୂଳମନ୍ତ୍ର ହୁଏ , ତେବେ ଏହାକୁ ସମାନ ଭାବେ ଲାଗୁ କରାଯାଉ।
ପରୀକ୍ଷାର ଧାରା
ୟୁପିଏସ୍‌ସି ପରୀକ୍ଷା ଧୀରେ ଧୀରେ ନିର୍ଣ୍ଣୟକୈନ୍ଦ୍ରିକ ହେବା ପରିବର୍ତ୍ତେ ଏକ ସ୍ମୃତି ପରୀକ୍ଷଣ ପାଲଟିଯାଇଛି। ଏକଦା ଜ୍ଞାନ, ବିଶ୍ଳେଷଣ ଏବଂ କୌଣସି ଘଟଣାରେ ଯୁକ୍ତି କରିବାର ଦକ୍ଷତାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏବେ ଶୀଘ୍ର କ୍ଷୁଦ୍ର ଉତ୍ତରର ମାଧ୍ୟମ ହୋଇଯାଇଛି। ଯେଉଁଠି ଯେଉଁ ପ୍ରାର୍ଥୀମାନେ ଯେତେ ଭଲ ଭାବେ ପ୍ରସ୍ତୁତ ହେଉଛନ୍ତି ସେମାନେ ସେତେ ଶୀଘ୍ର ଉତ୍ତର ଦେଇପାରୁଛନ୍ତି। କିନ୍ତୁ ସର୍ଚ୍ଚ ପ୍ରକିୟା ଏବଂ ଏଆଇ ସାଧନ ଦ୍ୱାରା ବିଶ୍ୱରେ ତୁରନ୍ତ ତଥ୍ୟ ବାହାରିପାରୁଛି, ତର୍କ ଅପେକ୍ଷା ସ୍ମରଣ ଶକ୍ତିକୁ ମହତ୍ତ୍ୱ ଦେଉଥିଲେ ମଧ୍ୟ ଅଧିକ ତ୍ରୁଟିପୂର୍ଣ୍ଣ ମନେ ହେଉଛି। ଶାସନ କହିଲେ କେବଳ ତାଲିକା କିମ୍ବା ପରିଭାଷାକୁ ମନେରଖିବାର ଧାରାକୁ ବୁଝାଏ ନାହିଁ, ବରଂ ଚାପରେ ନିଷ୍ପତ୍ତି ନେବା, ପ୍ରତିଯୋଗିତା ସ୍ବାର୍ଥକୁ ଗୁରୁତ୍ୱ ଦେବା ଏବଂ ଦରକାର ପଡ଼ିଲେ ନାହିଁ କହିବାର ନୈତିକ ଶକ୍ତି ପ୍ରଦର୍ଶନ କରିବା ଏହାର କାର୍ଯ୍ୟ। ତଥାପି କୋଚିଂ ସେଣ୍ଟରଗୁଡ଼ିକ ପାଇଁ ପରୀକ୍ଷାର ଢାଞ୍ଚା ସୂତ୍ରବଦ୍ଧ ଉତ୍ତରକୁ ପ୍ରାଥମିକତା ଦେଉଛି , ଫଳରେ ଭିନ୍ନ ଢଙ୍ଗରେ ଚିନ୍ତା କରୁଥିବା ଅଶାୟୀଙ୍କର କ୍ଷତି କରୁଛି। ଅନେକ ବର୍ଷ ଧରି କୋଚିଂ ସେଣ୍ଟରଗୁଡ଼ିକରେ ସମ୍ବଳର ଅଭାବ ରହିଛି। ଏହା ସାମାଜିକ ଭାବେ ବିଚାରର ପରିସରକ୍‌ୁ ସଙ୍କୁଚିତ କରୁଛି ା ଏଣୁ ବୌଦ୍ଧିକ ଭାବେ ଏବେ ଦେଶରେ ବ୍ୟାପକ ଦୃଷ୍ଟିକୋଣ ଆବଶ୍ୟକ କରେ। ଭାରତ ଡିଜିଟାଲ ନୂତନତ୍ୱ ଏବଂ ବୈଶ୍ୱିକ ନେତୃତ୍ୱର ହବ୍‌ ବା କେନ୍ଦ୍ର ହେବାକୁ ଚାହେଁ, କିନ୍ତୁ ଏହାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ପଥ ଏଯାବତ ପୂର୍ବ ଧାରାରେ ରହିଛି। ଭବିଷ୍ୟତରେ ଜଟିଳ, ଅସ୍ପଷ୍ଟ ତଥା ଉତ୍ତରଦାୟୀ ସ୍ଥିତିରେ ଅଧିକାରୀମାନେ କିଭଳି ନିୟନ୍ତ୍ରଣ କରିବେ ତାହା ପ୍ରକୃତ ପରୀକ୍ଷା ହେବା ଉଚିତ।
ଉଦାସୀନ ଅଧିକାରୀ
ଅଧିକାରୀମାନେ ବିଜ୍ଞାନ ମନ୍ତ୍ରଣାଳୟକୁ ଆଡ଼ ଆଖିରେ ଦେଖୁଥିବା ବିଷୟକୁ ସର୍ବ ସାଧାରଣରେ ଜଣେ କେନ୍ଦ୍ରମନ୍ତ୍ରୀ ସ୍ବୀକାର କରିବା ଘଟଣାରୁ ଜଣାପଡ଼େ ଯେ, ସେଥିରେ କିଛି ସମସ୍ୟା ରହିଛି। ଜିତେନ୍ଦ୍ର ସିଂ ସ୍ପଷ୍ଟ ଭାବେ କହିଛନ୍ତି ଯେ, ୨୮ଟି ରାଜ୍ୟ ମଧ୍ୟରୁ ୨୪ଟିରେ ବିଜ୍ଞାନ ବିଭାଗକୁ ନିଷ୍କ୍ରିୟ ଅଧିକାରୀମାନେ ପରିଚାଳନା କରୁଛନ୍ତି। ଏହା ସୂଚିତ କରୁଛି, ତଥାକଥିତ ନୂତନତ୍ୱ ପରିବେଶରେ ବିଜ୍ଞାନ ଓ ପ୍ରଯୁକ୍ତି ଭାରତୀୟ ଅମଲାତନ୍ତ୍ରକୁ ପ୍ରେରିତ କରିପାରିନାହିଁ। କାହିଁକି ଏହା ଘଟୁଛି ତାହା ବୁଝିବା କଷ୍ଟକର ନୁହେଁ। ମହତ୍ତ୍ୱାକାଂକ୍ଷୀ ଆଇଏଏସ୍‌ ଅଧିକାରୀମାନଙ୍କ ମତରେ ବିଜ୍ଞାନ ମନ୍ତ୍ରଣାଳୟ ଉପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓ ଅର୍ଥ ମନ୍ତ୍ରଣାଳୟର ପ୍ରଭାବ ରହୁନାହିଁ। ଏହିସବୁ ମନ୍ତ୍ରଣାଳୟର ନିର୍ଦ୍ଦେଶାତ୍ମକ ଶୀର୍ଷକ ଶକ୍ତି ସମ୍ବନ୍ଧରେ ଅଧିକ ପ୍ରକାଶ କରୁଛି। ହେଲେ ବିଜ୍ଞାନ କ୍ଷେତ୍ରରେ ତାହା ଘଟୁନାର୍ହି। ବିଜ୍ଞାନ ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହିତ କରିବା ସହ ଅନୁସନ୍ଧାନ ଓ ବିକାଶକୁ ଆଗକୁ ବଢ଼ାଉଛି ଏବଂ ଭବିଷ୍ୟତରେ କିଛି ବୃହତ କାର୍ଯ୍ୟ ହାସଲ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏହା ସମ୍ପର୍କରେ କମ୍‌ ଖବର ପ୍ରକାଶ ପାଇବା ସହ କମ୍‌ ପ୍ରୋତ୍ସାହନ ମିଳୁଛି। ହେଲେ ଭାରତର ପ୍ରଯୁକ୍ତି ଓ ନୂତନତ୍ୱ ବିଶ୍ୱରେ ସବୁଠୁ ଦ୍ରୁତଗତିରେ ବିକାଶ ହେଉଛି। ଆମେ ଷ୍ଟାର୍ଟଅପ, ଏଆଇ ବିକାଶ ଓ ଡିଜିଟାଲ ସେବା କ୍ଷେତ୍ର ପାଇଁ ବୈଶ୍ୱିକ କେନ୍ଦ୍ର ହୋଇଛୁ। ତଥାପି ରାଜ୍ୟ ସ୍ତରରେ ସମ୍ପୃକ୍ତ ଅଧିକାରୀମାନେ ଏହି ବିକାଶ ନେତୃତ୍ୱ ନେବାରେ ଉଦାସୀନତା ପ୍ରକାଶ କରୁଛନ୍ତି। ସିଂଙ୍କ ମତରେ ଏହାକୁ ମାନସିକତାର ଅଭାବ ବୋଲି ଦର୍ଶାଇଛନ୍ତି। ଅମଲାତାନ୍ତ୍ରିକ ଜଡ଼ତା, ବିପଦକୁ ସାମ୍ନା କରିବା ମନୋଭାବର ଅଭାବ ବିଜ୍ଞାନର ପରିବର୍ତ୍ତିତ ଭୂମିକାରେ ବାଧା ଆଣୁଛି। ଏଣୁ ବିଜ୍ଞାନ ବିଭାଗରେ ନିଯୁକ୍ତିକୁ ଦଣ୍ଡ ମନେ କରୁ ନ ଥିବା ଅଧିକାରୀ ଭାରତ ପାଇଁ ଦରକାର।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?