ପାଇକ ସ୍ମାରକୀକୁ ନେଇ ଶ୍ରେୟ ରାଜନୀତି

ଖୋର୍ଦ୍ଧା ଅଫିସ,୧୦ା୭: ପାଇକ ବିଦ୍ରୋହ ଓଡ଼ିଆ ଜାତିର ଅସ୍ମିତା। ଏ ଜାତିର ଗର୍ବ ଓ ଗୌରବ। ଏହି ବିଦ୍ରୋହକୁ ପ୍ରଥମ ଭାରତୀୟ ସ୍ବାଧୀନତା ଆନ୍ଦୋଳନ ମାନ୍ୟତା ପାଇଁ ଦାବି ହୋଇଆସୁଛି। ଦେଶକୁ ଇଂରେଜଙ୍କ କବଳରୁ ମୁକ୍ତ ପାଇଁ ପାଇକ ବୀରଙ୍କ ବୀରତ୍ୱର ଗାଥା ବହନ କରୁଛି ପାଇକ ବିଦ୍ରୋହ। ଏହି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ଲାଗି ନିଷ୍ପତ୍ତି ହୋଇଥିଲା। ପରେ ୨୦୧୯ ଡିସେମ୍ବର ୮ରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ତେବେ ଇତିମଧ୍ୟରେ ୩ବର୍ଷ ବିତିଯାଇଥିଲେ ମଧ୍ୟ ସ୍ମାରକୀ ନିର୍ମାଣ କାମ ଆଗେଇନାହିଁ। କେବଳ ଭୂମି ପୂଜନ ଓ ନିଅଁ ଖନନରେ କାମ ଅଟକିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଏବେ ରାଜନୀତି ଆରମ୍ଭ ହୋଇଯାଇଛି। ଶ୍ରେୟ ପାଇଁ ବିଜେଡି ଓ ଭାଜପା ମଧ୍ୟରେ ଛକାପଞ୍ଝା ଚାଲିଛି। କିଛି ପାଇକ ସଙ୍ଗଠନ, ସାମାଜିକ ଅନୁଷ୍ଠାନ, ଗବେଷକ, ବୁଦ୍ଧିଜୀବୀ ମଧ୍ୟ ଶ୍ରେୟ ନେବାକୁ ଲାଗିପଡ଼ିଛନ୍ତି।
କେନ୍ଦ୍ରର ସମସ୍ତ ସହଯୋଗ ସତ୍ତ୍ୱେ ରାଜ୍ୟ ସରକାର ଜାଣିଶୁଣି ସ୍ମାରକୀ ନିର୍ମାଣରେ ବିଳମ୍ବ କରୁଥିବା କହି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପଟେ ବିଳମ୍ବ ପ୍ରସଙ୍ଗକୁ ଏଡ଼ାଇଯାଇ ଶାସକ ଦଳ ବିଜେଡି ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଉଠାଇ ଗୋଳିଆ ପାଣିରୁ ଫାଇଦା ନେବାକୁ ଚେଷ୍ଟା କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଶ୍ରେୟ ରାଜନୀତି ଯୋଗୁ ସ୍ମାରକୀ ନିର୍ମାଣରେ ଅହେତୁକ ବିଳମ୍ବ ଘଟୁଛି ବୋଲି କଂଗ୍ରେସ କହିଛି। କେନ୍ଦ୍ର ମନ୍ତ୍ରୀ ପ୍ରଧାନ ଗତ ଶୁକ୍ରବାର ପାଇକ ସ୍ମାରକୀ ନିର୍ମାଣ ସ୍ଥଳ ପରିଦର୍ଶନ କରିଥିଲେ। ନିର୍ମାଣ କାର୍ଯ୍ୟରେ ବିଳମ୍ବ ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସମସ୍ତ ସହଯୋଗ କରିବାକୁ ପ୍ରସ୍ତୁତ ଥିବାବେଳେ ରାଜ୍ୟ ସରକାର ଏ ଦିଗରେ ଆଗେଇ ଆସିବା ଦରକାର ବୋଲି ସେ ଗଣମାଧ୍ୟମକୁ କହିଥିଲେ। କେନ୍ଦ୍ର ପକ୍ଷରୁ ସମସ୍ତ ସହଯୋଗ ସତ୍ତ୍ୱେ ରାଜ୍ୟ ସରକାର ଜାଗା ନ ଦେଲେ ସ୍ମାରକୀ ନିର୍ମାଣ କାର୍ଯ୍ୟ କିପରି ଆରମ୍ଭ ହେବ ବୋଲି ସେ ପ୍ରଶ୍ନ କରିଥିଲେ। ୨୦୧୭ରୁ ୨୦୨୩ ପର୍ଯ୍ୟନ୍ତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଧାରାବାହିକ ଭାବେ ଚିଠି ଲେଖିବାଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ସଚିବ ସ୍ତରରେ ଆଲୋଚନା କରାଯାଇଛି। ତଥାପି ଏହାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ନେଇ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ରହିଛି। ପ୍ରସ୍ତାବିତ ସ୍ଥଳରୁ ଗଛ ଓ ବିଦ୍ୟୁତ ଖୁଣ୍ଟ ହଟାଇବା ପାଇଁ ଅନେକ ବୈଠକ ବସିଛି। ରାଜ୍ୟର ସମସ୍ତ ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିସାରିଛନ୍ତି। ତଥାପି ବିଳମ୍ବ କାହିଁକି ହେଉଛି ବୋଲି ପ୍ରଧାନ ପ୍ରଶ୍ନ କରିଛନ୍ତି। ସେହିପରି ବ୍ରହ୍ମଗିରି ଭାଜପା ବିଧାୟକ ଲଳିିତେନ୍ଦୁ ବିଦ୍ୟାଧର ମହାପାତ୍ର ସ୍ମାରକୀ ନିର୍ମାଣରେ ବିଳମ୍ବ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଏ ନେଇ ସରକାରଙ୍କ ଆନ୍ତରିକତା ଅଭାବ ରହିଛି। ଜାତୀୟ ସ୍ତରରେ ପାଇକ ବିଦ୍ରୋହକୁ ସ୍ବୀକୃତି ମିଳିସାରିଛି। କେନ୍ଦ୍ରର ସମସ୍ତ ସହଯୋଗ ସତ୍ତ୍ୱେ ଜାଣିଣୁଣି ନିର୍ମାଣରେ ବିଳମ୍ବ କରାଯାଉଛି। କେନ୍ଦ୍ର ବିରୋଧରେ ଏକପ୍ରକାର ଷଡ଼ଯନ୍ତ୍ର ଚାଲିଛି।
ଉପର ଲିଖିତ ପ୍ରଶ୍ନର ଜବାବ ରଖିଛି ବିଜେଡି। ଶନିବାର ଭୁବନେଶ୍ୱର ଶଙ୍ଖଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ ଏବଂ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ କହିଥିଲେ, ୧୮୧୭ର ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଉ। ୧୮୫୭ ସିପାହି ବିଦ୍ରୋହର ୪୦ବର୍ଷ ପୂର୍ବରୁ ଘଟିଥିଲା ପାଇକ ବିଦ୍ରୋହ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୨୦୧୭ ଜୁଲାଇ ୧୮ରେ ଓଡ଼ିଶା କ୍ୟାବିନେଟରେ ପାଇକ ବିଦ୍ରୋହକୁ ସ୍ବାଧୀନତାର ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବାକୁ ଏହି ସଂକଳ୍ପ ପାରିତ କରାଯାଇଥିଲା। ସେହି ବର୍ଷ ଜୁଲାଇ ୧୯ରେ ମୁଖ୍ୟମନ୍ତ୍ରୀ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ। ୨୦୧୭ ଜୁଲାଇ ୨୦ରେ ନୂଆଦିଲ୍ଲୀଠାରେ ପାଇକ ବିଦ୍ରୋହ ଶତାବ୍ଦୀ ସମାରୋହ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉଦ୍‌ଘାଟନ ହୋଇଥିଲା। ୨୦୨୧ ଡିସେମ୍ବର ୬ରେ ବିଜେଡି ଏମ୍‌ପିଙ୍କ ଏକ ପ୍ରତିନିଧି ଦଳ ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଥିଲେ। ତେବେ ଭାଜପାର ୮ ଏମ୍‌ପି, ୨ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ନୀରବ ରହିଛନ୍ତି ବୋଲି ସେମାନେ ଗଣମାଧ୍ୟମକୁ କହିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା ପିସିସି ସଭ୍ୟ ଶିଶିର ପରିଡ଼ା କହିଛନ୍ତି, ଏ ନେଇ ଉଭୟ ଭାଜପା ଏବଂ ବିଜେଡିର ଆନ୍ତରିକତା ଓ ସମନ୍ବୟର ଅଭାବ ରହିଛି। ଶ୍ରେୟ ରାଜନୀତି ପାଇଁ ସ୍ମାରକୀ ନିର୍ମାଣରେ ବିଳମ୍ବ ଘଟୁଛି। ଶିଳାନ୍ୟାସକୁ ୩ବର୍ଷ ବିତିଲାଣି ହେଲେ ଇଟା ଖଣ୍ଡେ ପଡ଼ିିପାରିଲାନି। ନିଜ ପତିଆରା ଜାହିର ପାଇଁ ଜନତାଙ୍କୁ ଭୁଆଁ ବୁଲାଉଛନ୍ତି। ଆଗାମୀ ଦିନରେ ଜନତା ଏହାର ଉଚିତ ଜବାବ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାବପ୍ରବଣ ହୋଇ ପ୍ରଶଂସକଙ୍କୁ ଏମିତି ସରପ୍ରାଇଜ୍‌ ଦେଲେ ରୋନାଲ୍ଡୋ: ଜିତିଲେ ହୃଦୟ

ନୂଆଦିଲ୍ଲୀ,୪।୭: ପର୍ତ୍ତୁଗାଲ ୨୦୨୬ ଫିଫା ବିଶ୍ୱକପରେ ରାଉଣ୍ଡ ଅଫ ୧୬ରେ ପହଞ୍ଚିଛି। ଏଠାରେ ସେମାନେ ସ୍ପେନ ସହିତ ମୁକାବିଲା କରିବାକୁ ଯାଉଛନ୍ତି। କ୍ରିଷ୍ଟିଆନୋ ରୋନାଲ୍ଡୋ ପୂର୍ବରୁ ରାଉଣ୍ଡ…

ଆତଙ୍କବାଦ ଉପରେ ଭାରତର କଡ଼ା ପ୍ରହାର, ଚମକିପଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୪।୭: ଆତଙ୍କବାଦ ବିରୋଧରେ ଏକ ବଡ଼ ପଦକ୍ଷେପ ସ୍ବରୂପ, କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅଧୀନରେ ୨୩ ଜଣଙ୍କୁ ଆନୁଷ୍ଠାନିକ ଭାବରେ ଆତଙ୍କବାଦୀ…

ହୋଇପାରୁନି ସରକାର-ଡାକ୍ତରଙ୍କ ସହ ବୁଝାମଣା: ୪ PHC ସମ୍ପୂର୍ଣ୍ଣ ଠପ୍‌, CHC ଭରସା ମାତ୍ର ଜଣେ ଡାକ୍ତର

ଜଗନ୍ନାଥ ପ୍ରସାଦ ,୪।୭(ବିଭୁ ପ୍ରସାଦ ପଟ୍ଟନାୟକ): ରାଜ୍ୟରେ ସରକାର ଏବଂ ଆନ୍ଦୋଳନରତ ଡାକ୍ତରମାନଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହେବା ପରେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ…

ଅଜଣା ଗାଡ଼ି ଧକ୍କାରେ ୩ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ: ମୃତକଙ୍କ ପରିଚୟ ମିଳୁନି

ବାଲିଗୁଡା,୪।୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟସ୍ଥ ୫୯ନଂ ଜାତୀୟ ରାଜପଥ ଖଡ଼ଗ ନଦୀ ପୋଲ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ…

ହଠାତ ବିଗିଡ଼ିଗଲା ଉପମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା, ଥାଣେର ହସ୍ପିଟାଲରେ ଭର୍ତ୍ତି

ଥାଣେ,୪।୭: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ହଠାତ ଅସୁସ୍ଥ ହୋଇପଡ଼ିଲେ ଏବଂ ପରେ ତାଙ୍କୁ ଥାଣେର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଅନୁସାରେ, ଅତ୍ୟଧିକ ଚାପ…

ଚଳଚଞ୍ଚଳ ଚାଷୀ: ଲଗାଣ ବର୍ଷାରେ ଜମିରେ ବୁଡ଼ିଲା ବିହନ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ):ଲଘୁଚାପଜନିତ ବର୍ଷା ଶୁକ୍ରବାରଠାରୁ ଗଞ୍ଜାମ ବ୍ଲକ ଅଞ୍ଚଳରେ ଆରମ୍ଭ ହୋଇଛି l ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଚାଷୀକୁଳ l ଯେହେତୁ ଗତ କିଛି ଦିନ ତଳେ…

କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC ବିୟୁଟି: ମୃତ୍ୟର କାରଣ ଅସ୍ପଷ୍ଟ

କଟକ,୪।୭(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଉଳିଆଗଞ୍ଜ ଥାନା ଅଧିକାରୀ ମହିଳା ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା କରିଛନ୍ତି। ମହିଳା ଆଇଆଇସି ଜଣଙ୍କ…

ମହଙ୍ଗା ଔଷଧରୁ ମିଳିବ ଆଶ୍ୱସ୍ତି! କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪ା୭: କେନ୍ଦ୍ର ସରକାର ଡ୍ରଗ୍ସ ପ୍ରାଇସ୍ କଣ୍ଟ୍ରୋଲ୍ ଅର୍ଡର (DPCO), ୨୦୧୩ରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି, ଯାହାଦ୍ୱାରା ରୋଗୀମାନଙ୍କୁ ଶସ୍ତାରେ ଔଷଧ ମିଳିବା ସହଜ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri