ତଦନ୍ତ କରିବାକୁ ଯାଇ ମାଡ଼ ଖାଇଲା ପୋଲିସ

ଜଗତ୍‌ସିଂହପୁର ଅଫିସ/ରାହାମା,୨।୭ (ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ରାହାମାର ତେରମାଣପୁର(ବାଲିସାହି) ଗଁାରେ ଏକ ଚୋରି ଘଟଣାରେ ଗୁରୁବାର ପୋଲିସ ତଦନ୍ତ କରିବାକୁ ଯାଇଥିବାବେଳେ ଆକ୍ରମଣର ଶିକାର ହୋଇଛି। ରଞ୍ଜିତ ବରାଳ ଓରଫ ନନ୍ଦ (୩୫) ହାବିଲଦାରଙ୍କ ଲାଠି ଛଡ଼ାଇ ନିସ୍ତୁକ ମାଡ଼ ମାରିଛନ୍ତି। ଏପରି କି ଗୋଟେ ହାତରେ ଖଣ୍ଡା ଓ ଅନ୍ୟ ହାତରେ ଲାଠି ଧରି ଗୋଡ଼ାଇବାରୁ ହାବିଲ୍‌ଦାର ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇ ଯାଉଥିବାର ଭିଡିଓ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ଘଟଣାସ୍ଥଳରେ ଶତାଧିକ ଲୋକ ଉପସ୍ଥିତ ଥିଲେ ହେଁ ସଭିଏଁ ଦେଖଣାହାରୀ ସାଜିଥିଲେ। ଆକ୍ରମଣର ଶିକାର ହୋଇଥିବା ହାବିଲଦାର ସ୍ମୃତିରଞ୍ଜନ ମହାପାତ୍ରଙ୍କ ଅଭିଯୋଗକ୍ରମେ ରଞ୍ଜିତଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଫେରାର ଥିବାରୁ ଧରିବାକୁ ପୋଲିସ ତନାଘନା ଚଳାଇବା ସହ ତେରମାଣପୁର ଗଁାରେ ତିର୍ତ୍ତୋଲ ଏସ୍‌ଡିପିଓ, ଆଇଆଇସି ଭାବଗ୍ରାହୀ ରାଉତ ପ୍ରମୁଖ ପହଞ୍ଚତ୍ଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବୁଧବାର ତେରମାଣପୁର ଗ୍ରାମ ଦେବତୀଙ୍କ ହୁଣ୍ଡି, ଘଣ୍ଟ ଓ ଘଣ୍ଟା ଆଦି ଚୋରି ହୋଇଥିଲା। ଗତ ୧୫ ଦିନ ଭିତରେ ତିର୍ତ୍ତୋଲ ବ୍ଲକ ସାଇଲୋ ପଞ୍ଚାୟତ କାର୍ଯ୍ୟାଳୟରୁ କମ୍ପ୍ୟୁଟର ଓ ଅନ୍ୟ ସାମଗ୍ରୀ ସମେତ ତୋଟାସାହିସ୍ଥିତ ଅଙ୍ଗନୱାଡି କେନ୍ଦ୍ର ପରିସରରୁ ମୋଟର ଚୋରି ହୋଇଥିଲା। ରଞ୍ଜିତ ଏଭଳି କରିଥିବା ନେଇ ଗ୍ରାମବାସୀ ସନ୍ଦେହ କରୁଥିଲେ। ମାତ୍ର ପୋଲିସ ଚୁପ୍‌ ବସିଥିଲା। ତେଣୁ ତେରମାଣପୁର ଗ୍ରାମବାସୀ ଗୁରୁବାର ତିର୍ତ୍ତୋଲ ଥାନାରେ ପହଞ୍ଚତ୍ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରା ନ ଗଲେ ସେମାନେ ଯିବେନାହିଁ ବୋଲି ଅଡି ବସିଥିଲେ। ଶେଷରେ ସନ୍ଧାନୀ କୁକୁର ସାହାଯ୍ୟରେ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ହୋଇଥିଲା। ମହିଳା ଏସ୍‌ଆଇ ଧରିତ୍ରୀ ଜେନାଙ୍କ ନେତୃତ୍ୱରେ ଅପରେଶନ୍‌ ଆରମ୍ଭ ହୋଇଥିଲା। ସନ୍ଧାନୀ କୁକୁର ଗ୍ରାମଦେବତୀଙ୍କ ପରିସରରୁ ବାହାରି ରଞ୍ଜିତଙ୍କ ଘର ପର୍ଯ୍ୟନ୍ତ ଯାଇ ଅଟକିଯାଇଥିଲା। ପରେ ହାବିଲଦାର କବାଟ ବାଡ଼େଇ ରଞ୍ଜିତଙ୍କୁ ବାହାରକୁ ଆସିବାକୁ ଡାକିଥିଲେ। ସେତେବେଳେ ତେରମାଣପୁର ସମେତ ଆଖପାଖ ଗଁାର ଲୋକେ ରୁଣ୍ଡ ହୋଇ ଯାଇଥିଲେ। ବିଳମ୍ବରେ ରଞ୍ଜିତ କବାଟ ଖୋଲି ହଠାତ୍‌ ହାବିଲଦାର ମହାପାତ୍ରଙ୍କ ହାତରୁ ଲାଠି ଛଡ଼ାଇ ଆକ୍ରମଣ କରିଥିଲେ। ମହାପାତ୍ର ଜୀବନ ବିକଳରେ ଦୌଡୁଥିଲେ ମଧ୍ୟ ଅଭିଯୁକ୍ତ ତାଙ୍କୁ ଛାଡ଼ି ନ ଥିଲେ। ପରେ ରଞ୍ଜିତ ନିକଟସ୍ଥ ବିଲ ଆଡକୁ ଧାଇଁ ଫେରାର ହୋଇଯାଇଥିଲେ।
ପ୍ରକାଶ ଯେ, ୨୦୨୦ରେ ବାଲିସାହି ଗଁା ମୁଣ୍ଡ ରେଳ ଲାଇନ୍‌ ଉପରେ ରଞ୍ଜିତ ଜଣେ ଆର୍‌ପିଏଫ୍‌ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଖସିଯାଇଥିଲେ। ସେହିପରି ୧୫ା୯ା୨୦ରେ ଅନ୍ୟ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଜଣେ ବିଧବା ମହିଳାଙ୍କୁ ବାରମ୍ବାର ବଳାତ୍କାର କରିବା ଭଳି ସଙ୍ଗିନ ଅଭିଯୋଗ ତାଙ୍କ ବିରୋଧରେ ରହିଛି। ଏପରି କି ଜଣେ ବ୍ୟକ୍ତିଙ୍କ ବାଇକ୍‌ ଚୋରି ଘଟଣାରେ ମଧ୍ୟ ରଞ୍ଜିତଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଏତେଗୁଡ଼ିଏ ମାମଲା ଥିବାବେଳେ ପୋଲିସ ନୀରବ ରହିଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ଗ୍ରାମବାସୀ କହିଛନ୍ତି। ଏସବୁ ଅଭିଯୋଗ ଉପରେ ଅନୁଧ୍ୟାନ କରାଯିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚାଲିଛି ବୋଲି ଆଇଆଇସି ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri