୫୬ ଇକୋନୋମିକ୍‌ ଇନ୍‌ଭେଷ୍ଟିଗେଟରଙ୍କୁ ନିଯୁକ୍ତି

ଭୁବନେଶ୍ୱର,୨।୭(ବ୍ୟୁରୋ): ସନ୍ତୁଳିତ ଆଞ୍ଚଳିକ ଅଭିବୃଦ୍ଧି ଲାଗି ବିକାଶମୂଳକ ଯୋଜନାରେ ଗୋଷ୍ଠୀଗତ ସମ୍ପୃକ୍ତି ଅତ୍ୟନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଯୋଜନା ଓ ସଂଯୋଜନ ବିଭାଗରେ ସଦ୍ୟ ନିଯୁକ୍ତ ୫୬ ବରିଷ୍ଠ ଇକୋନୋମିକ୍‌ ଇନ୍‌ଭେଷ୍ଟିଗେଟରଙ୍କ ଯୋଗଦାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଗୁରୁବାର ଏହା କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ତଥା ମାନବ ସମ୍ବଳ ବିକାଶ ମାନକଗୁଡ଼ିକ ନିମନ୍ତେ ପ୍ରମାଣ ଆଧାରିତ ଏବଂ ଲକ୍ଷ୍ୟ ସମ୍ବଳିତ ଯୋଜନା ପ୍ରଣୟନ ଉପରେ ଗୁରୁତ୍ୱା ଦେବା ଜରୁରୀ। ଯୁବ ଅଧିକାରୀଙ୍କୁ ପ୍ରଶଂସା କରିବା ସହ ସେମାନଙ୍କୁ ସଦ୍ୟତମ ବୈଷୟିକ ଜ୍ଞାନକୌଶଳ ବିକାଶ ଏବଂ ଜ୍ଞାନ ପରିସର ସମ୍ପ୍ରସାରଣ ନିମନ୍ତେ ପରାମର୍ଶ ଦେଇଛନ୍ତି। ସେମାନଙ୍କୁ ବୈଷୟିକ ଜ୍ଞାନକୌଶଳ, ଦଳଗତ କାର୍ଯ୍ୟ, ସ୍ବଚ୍ଛତା ଓ ସମୟାନୁବର୍ତ୍ତିତା ଆଧାରିତ ରୂପାନ୍ତରଣ ସମ୍ବଳିତ ୫-ଟି ରଣନୀତି ଆପଣେଇବା ସହ ସଶକ୍ତ ଓଡ଼ିଶା ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ବାନ ଜଣାଇଛନ୍ତି। ସୂଚନାଯୋଗ୍ୟ, ଏହି ନବନିଯୁକ୍ତ ଅନୁସନ୍ଧାନକାରୀମାନେ ସ୍ଥାନୀୟ ଅଞ୍ଚଳର ବିକାଶ ଯୋଜନାରେ ସମ୍ପୃକ୍ତ ରହିବେ। ସ୍ଥାନୀୟ ଅଞ୍ଚଳ ବିକାଶ ଯୋଜନାର ତଦାରଖ କରିବା ସହ ଜିଲାର ଯୋଜନା ପ୍ରସ୍ତୁତିରେ ସାହାଯ୍ୟ କରିବେ ଏବଂ ଜିଲା ଯୋଜନା ଏବଂ ତଦାରଖ ୟୁନିଟ୍‌କୁ ସହାୟତା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ଏହି ନବନିଯୁକ୍ତ ଅନୁସନ୍ଧାନକାରୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ରାଜ୍ୟର ଯୋଜନା ପ୍ରକ୍ରିୟାରେ ଆପଣ ସମସ୍ତେ ଏବେ ଏକ ଅଂଶ। ଆପଣମାନଙ୍କ ପ୍ରତିଭା ଏବଂ ଊର୍ଜା ରାଜ୍ୟ ପାଇଁ ଏକ ସମ୍ପଦ ହେବ। ଯୋଜନା ଏବଂ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ବିକାଶ ଯୋଜନାର ତଦାରଖ ଏବଂ ଯୋଜନାର ବିକେନ୍ଦ୍ରୀକରଣରେ ବିଭାଗର ଭୂମିକା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ନିରନ୍ତର ବିକାଶ ଲାଗି ଯୋଜନା ପ୍ରସ୍ତୁତିରେ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍‌ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଉନ୍ନୟନ କମିଶନର ପି.କେ. ଜେନା ତାଙ୍କ ସ୍ବାଗତ ଭାଷଣରେ କହିଛନ୍ତି, ସ୍ଥାନୀୟ ସ୍ତରରେ ଯୋଜନାର ବିଭିନ୍ନ ଦିଗ ଉପରେ ଏହି ନବନିଯୁକ୍ତ ଅଧିକାରୀଙ୍କୁ ୩ ମାସିଆ ପ୍ରଶିକ୍ଷଣ ଦିଆଯିବ। ଏହି କାର୍ଯ୍ୟକ୍ରମରେ ବିଭାଗର ବିଭିନ୍ନ କାର୍ଯ୍ୟକଳାପ ଉପରେ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?