ପୋଲିସ ମୁଖା ତଳେ ଛପିଥିଲା ସଇତାନ ଚେହେରା: ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି

ଭୁବନେଶ୍ୱର,୧୯ା୯(ସତ୍ୟଜିତ୍‌ ରାଉତ):ଟ୍ରାଫିକ୍‌ କନ୍‌ଷ୍ଟେବଲ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ରହସ୍ୟ ପଦାକୁ ଆସିବାରେ ଲାଗିଛି। ଶୁଭମିତ୍ରାଙ୍କ ହତ୍ୟାକାରୀ କନ୍‌ଷ୍ଟେବଲ ସ୍ବାମୀ ଦୀପକ ରାଉତ ଅତି ଚତୁରତାର ସହ ଏହି କାଣ୍ଡ ଭିଆଇଥିବା ତଦନ୍ତରୁ ଜଣାପଡ଼ିଛି। ଏପରିକି ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ଘଟଣାରେ ମଧ୍ୟ ସେ ଛନ୍ଦି ହୋଇଛନ୍ତି। ବୀମା ଟଙ୍କା ହଡ଼ପ କରିବାକୁ ଦୀପକ ଚକ୍ରାନ୍ତ କରି ପ୍ରଥମ ସ୍ତ୍ରୀ ଏବଂ ପରେ ଦ୍ୱିତୀୟ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ମୁଖା ତଳେ କିଭଳି ଏକ ସଇତାନ ଚେହେରା ଛପି ରହିଥିଲା, ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଛି।

ଜେଲ ଗଲେ ଦୀପକଙ୍କ ସମେତ ୩ ଅଭିଯୁକ୍ତ
କନ୍‌ଷ୍ଟେବଲ୍‌ ଶୁଭମିତ୍ରାଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୀପକଙ୍କ ସମେତ ୩ଜଣ ଗୁରୁବାର ଜେଲ ଯାଇଛନ୍ତି। ଦୀପକଙ୍କ ମାଉସୀ ପୁଅ ଭାଇ ବିନୋଦ ବିହାରୀ ଭୂୟାଁ ଓରଫ ପପୁ (୩୯) ଓ ତାଙ୍କ ସାଙ୍ଗ ଶମ୍ଭୁନାଥ ମହନ୍ତ ଓରଫ ଜଟ (୨୩)ଙ୍କୁ ଆପରାଧିକ ଷଡ଼ଯନ୍ତ୍ର ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରାଯାଇଛି। ଉଭୟଙ୍କ ଘର ଘଟଗାଁ ଥାନା କୁସୁନପୁର ରାଜାବନ୍ଧ ସାହିରେ। କ୍ୟାପିଟାଲ ଥାନା ପକ୍ଷରୁ ଅଭିଯୁକ୍ତମାନଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ ପରେ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଜଟଙ୍କ ଘର ପଛପାର୍ଶ୍ୱ ଖାଲି ସ୍ଥାନରେ ଶୁଭମିତ୍ରାଙ୍କ ମୃତଦେହ ପୋତାଯାଇଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ନିଜ ପୋଲିସ ସହକର୍ମୀଙ୍କୁ ହତ୍ୟା ଘଟଣାରେ କମିଶନରେଟ୍‌ ପୋଲିସ ପକ୍ଷରୁ ଦୀପକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି।
ପ୍ରଥମ ସ୍ତ୍ରୀ ଅପର୍ଣ୍ଣାଙ୍କୁ ମାରି ଦୁର୍ଘଟଣା ରୂପ ଦେଇଥିଲେ
ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଘଟଣାକୁ ନେଇ ବଡ଼ ଗୁମର ସାମ୍ନାକୁ ଆସିଛି। ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ କନ୍ଦରସିଂହା ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ଭାବେ ଅପର୍ଣ୍ଣା କାମ କରୁଥିଲେ। ସାଢ଼େ ୩ବର୍ଷ ତଳେ ଅପର୍ଣ୍ଣାଙ୍କୁ ଦୀପକ ହତ୍ୟା କରି ଦୁର୍ଘଟଣାର ରୂପ ଦେଇଥିଲେ ବୋଲି ସାନ ଭଉଣୀ ରୋଜାଲିନ ରାଉତ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ମାଟ୍ରିମୋନିଆଲ୍‌ ସାଇଟ୍‌ରେ ଅପର୍ଣ୍ଣାଙ୍କ ବିବାହ ପାଇଁ ଦୀପକଙ୍କ ସହ ଯୋଗାଯୋଗ ହୋଇଥିଲା। ୨୦୧୮ ଏପ୍ରିଲ ୨୫ରେ ଅପର୍ଣ୍ଣାଙ୍କୁ ଦୀପକ ବିବାହ କରିଥିଲେ। ୨ରୁ ୩ ମାସ ପରଠାରୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା। ଏହି ଘଟଣାକୁ ଅପର୍ଣ୍ଣା ତତ୍କାଳୀନ ପୋଲିସ କମିଶନରଙ୍କୁ ମଧ୍ୟ ଜଣାଇଥିଲେ। ଦୀପକ ସବୁବେଳେ ଅପର୍ଣ୍ଣାଙ୍କୁ ମାନସିକ ନିର୍ଯାତନା ଦେବା ସହ ତାଙ୍କ ନାଁରେ ଋଣ ଆଣିଥିଲେ। ସେହି ପରିସ୍ଥିତିରେ ଅପର୍ଣ୍ଣାଙ୍କ ପ୍ରଥମ ଗର୍ଭ ନଷ୍ଟ ହୋଇଥିଲା। ମୃତ୍ୟୁ ସମୟରେ ବି ସେ ୬ ମାସର ଗର୍ଭବତୀ ଥିଲେ। ୨୦୨୨ ମାର୍ଚ୍ଚ ୧୭ରେ ରାତି ପ୍ରାୟ ୮ଟା ବେଳେ ଖୁଣ୍ଟୁଣୀ ନିକଟରେ ଅପର୍ଣ୍ଣାଙ୍କ ଦୁର୍ଘଟଣା ଘଟିଛି ବୋଲି ଦୀପକ କଲ୍‌ କରି ଜଣାଇଥିଲେ। ରୋଜାଲିନ୍‌ ଏହା ପରେ ତାଙ୍କ ସ୍ବାମୀଙ୍କ ସହ ଢେଙ୍କାନାଳରୁ କଟକ ଅଭିମୁଖେ ବାହାରିଥିଲେ। ଦୀପକ ପ୍ରଥମେ ଅପର୍ଣ୍ଣାଙ୍କୁ ଏସ୍‌ସିବି ନେଉଥିବା କହି ପରେ ଅଶ୍ୱିନୀ ହସ୍ପିଟାଲରେ ଅପର୍ଣ୍ଣା ଥିବା କହିଥିଲେ। ଉକ୍ତ ହସ୍ପିଟାଲରେ ପହଞ୍ଚିବା ପରେ ସେମାନେ ଅପର୍ଣ୍ଣାଙ୍କ ମୃତଦେହ ଦେଖିଥିଲେ। ବାପା ଜଣେ ସରଳ ଚାଷୀ ଲୋକ ହୋଇଥିବାରୁ ଦୀପକ ଅଭିନୟ କରି ଘଟଣାକୁ ଦୁର୍ଘଟଣାର ରୂପ ଦେଇଥିଲେ ବୋଲି ଅଭିଯୋଗ ଫର୍ଦ୍ଦରେ ରୋଜାଲିନ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଦୀପକ ଏତଲାରେ ଦର୍ଶାଇଥିଲେ ଯେ, ଅପର୍ଣ୍ଣାଙ୍କ ସହ କାର୍‌ରେ ଭୁବନେଶ୍ୱରରୁ ଢେଙ୍କାନାଳ ଯିବାବେଳେ ଖୁଣ୍ଟୁଣୀ ରାସ୍ତାରେ ଚକା ଲିକ୍‌ ହୋଇଥିଲା। ଅପର୍ଣ୍ଣା ଠିଆ ହୋଇଥିବାବେଳେ ଏକ ଟ୍ରକ ଚକରୁ ପଥର ଛିଟିକି ଅପର୍ଣ୍ଣାଙ୍କ ମୁଣ୍ଡରେ ବାଜିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ହେଲେ ଏହି ଘଟଣାରେ ଦୀପକ ସେତେବେଳେ ପରିବାର ଠାରୁ ପୋଲିସ ସମସ୍ତଙ୍କୁ ଭୁଆଁ ବୁଲାଇଥିଲେ ବୋଲି ଅଭିଯୋଗ ହୋଇଛି।
ସିପି ଅଫିସ ପାର୍କିଂରେ କାର୍‌ ଭିତରେ ରଖିଥିଲେ ମୃତଦେହ
ହତ୍ୟା ଘଟଣାକୁ ନେଇ ଏକ ଚାଞ୍ଚଲ୍ୟକର ଗୁମର ପଦାକୁ ଆସିଛି। ଭୁବନେଶ୍ୱର ପୋଲିସ କମିଶନରେଟ୍‌ ମୁଖ୍ୟାଳୟର ପାର୍କିଂ ସ୍ଥଳରେ ନିଜ କାର୍‌ ଭିତରେ ଶୁଭମିତ୍ରାଙ୍କ ମୃତଦେହ ରଖି ଦୀପକ ଡ୍ୟୁଟି କରିଥିଲେ ବୋଲି ଶୁଣିବାକୁ ମିଳୁଛି। କାର୍‌ରେ ମୃତଦେହ ରଖି ଅପରାହ୍ନ ୩ଟାରୁ ୪ଟା ୧୫ ପର୍ଯ୍ୟନ୍ତ ଦୀପକ ଡ୍ୟୁଟି କରିଥିଲେ। ପରେ ସେ କାର୍‌ରେ ମୃତଦେହ ନେଇ ଘଟଗାଁ ଚାଲିଯାଇଥିଲେ। ତେବେ ପାର୍କିଂରେ ମୃତଦେହ ଭର୍ତ୍ତି କାର୍‌ ଥିବାନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।
ନ୍ୟାୟ ନ ପାଇଲେ ଆତ୍ମହତ୍ୟା: ଶୁଭମିତ୍ରାଙ୍କ ବାପା
ହତ୍ୟା ଘଟଣାକୁ ନେଇ ବାପା ଦୁର୍ଯ୍ୟୋଧନ ସାହୁ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହା ପଛରେ କେବଳ ଦୀପକ ନୁହେଁ, ତାଙ୍କ ଭାଇ ମାଷ୍ଟରମାଇଣ୍ଡ ବୋଲି ସେ କହିଛନ୍ତି। ଏହି ଘଟଣାରେ ଦୀପକଙ୍କ ମଉସା, ମାଉସୀ, ମାଉସୀ ପୁଅ ଓ ଡାକ୍ତର ଭଣଜା ମଧ୍ୟ ସମ୍ପୃକ୍ତ ଅଛନ୍ତି। ଠିକ୍‌ ତଦନ୍ତ କରାଗଲେ ହତ୍ୟା ଘଟଣା ଉପରୁ ପରଦା ହଟିବ। ପ୍ରଥମ ସ୍ତ୍ରୀଙ୍କୁ ହତ୍ୟା କରି ଦୀପକ ଦୁର୍ଘଟଣା ରୂପ ଦେଇ ୧.୫ କୋଟି ବୀମା ପାଇଥିଲେ। ଝିଅ ଶୁଭମିତ୍ରାଙ୍କୁ ଏକତରଫା ବିବାହ କରି ୧.୨୫ କୋଟି ଟଙ୍କା ବୀମା କରିଥିଲେ। ଦୀପକଙ୍କୁ ଫାଶୀ ହେବା ଦରକାର। ଉପର କୋର୍ଟକୁ ଯିବାକୁ ସେ ଅସମର୍ଥ ଥିବା ବେଳେ ନ୍ୟାୟ ନ ପାଇଲେ ଆତ୍ମହତ୍ୟା କରିବି ବୋଲି ଦୁର୍ଯ୍ୟୋଧନ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?