ଗାଁ ଦାଣ୍ଡରେ ଗଡ଼ୁଥିଲା ମୃତଦେହର ଖଣ୍ଡଖଣ୍ଡ ଅଂଶ: ସିନ୍‌ରିକ୍ରିଏଶନ କଲା ପୋଲିସ

ପରଜଙ୍ଗ,୪।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇ ଗାଁର ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ସରୋଜ ବିଶ୍ୱାଳ ଓରଫ ମକୁଙ୍କୁ ଗିରଫ କରି ପୋଲିସ ସିନ୍‌ରିକ୍ରିଏଶନ କରାଇଛି। ନୂଆବର୍ଷର ମଧ୍ୟାହ୍ନରେ ବସୋଇ ଗାଁର ରାକେଶ ସେଠିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଥମେ ଗାଁ ପଣାଖୁଣ୍ଟରେ ବଳିଦେବା ସହ ଗଣ୍ଡିରୁମୁଣ୍ଡକୁ ଅଲଗା କରିଥିଲେ ଅଭିଯୁକ୍ତ । ମୃତ ଶରୀରକୁ ଶହଶହ ଖଣ୍ଡକରି ଗାଁ ଦାଣ୍ଡରେ ଫୋପାଡ଼ି ଦେଇଥିଲେ। ଯାହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଏ ନେଇ ଢେଙ୍କାନାଳ ଏସ୍‌ପି ଅଭିନବ ସୋନକରଙ୍କ ତତ୍ୱାବଧାନରେ ପରଜଙ୍ଗ ପୋଲିସର ୩ ଟିମ୍‌ ତଦନ୍ତ ଆରମ୍ଭ କରିଥିଲା। ତେବେ ପରଜଙ୍ଗ ପୋଲିସର ନିଦ ହଜେଇ ଦେଇଥିବା ମକୁଙ୍କୁୁ ଥାନା ଅଧିକାରୀ ପ୍ରିୟବ୍ରତ ଦାସ ଶୁକ୍ରବାର ବିଳମ୍ବିତରାତରେ ଗାଁ ଜଙ୍ଗଲରୁ ଘରକୁ ଖାଇବାକୁ ଯାଉଥିବା ବେଳେ କାବୁ କରି ନେଇଥିଲେ। ତେବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ପରଜଙ୍ଗ ଥାନା ଅଧିକାରୀ। ମକୁ ନିଜ ଦୁଇ ଭାଇର ମୃତ୍ୟୁକୁ ନେଇ ଗତ ୩ବର୍ଷ ହେବ ମାନସିକ ଚାପରେ ରହି ଆସୁଥିଲେ। ଏପରିକି ୨୦୨୧ରେ ୨୫ ବର୍ଷୀୟ ସାନଭାଇ ଚିରୋଜ ବିଶ୍ୱାଳଙ୍କୁ ବାଲେଶ୍ୱରରେ ହତ୍ୟା ଏବଂ ମଝିଆ ଭାଇ ମନୋଜ ବିଶ୍ୱାଳଙ୍କୁ ୨୦୨୩ରେ ବସୋଇ ଗାଁ କାଜୁ ଜଙ୍ଗଲରେ ହତ୍ୟା କରାଯାଇଥିବା କହିଥିଲେ। ଏ ନେଇ ଭାଇର ପ୍ରତିଶୋଧ ପାଇଁ ନିର୍ମମହତ୍ୟା କରିଥିବା ସେ କହିିଛନ୍ତି। ଯାହାକୁ ନେଇ ଜିଲା ସାଇଣ୍ଟିଫିକ ଟିମ୍‌, ଅତିରିକ୍ତ ଏସ୍‌ପିଙ୍କ ଉପସ୍ଥିତିରେ ବସୋଇ ଗାଁ ଘଣ୍ଟିଆ ବନ୍ଧରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମବାହିନୀ ଲାଗିପଡ଼ିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତ ହେବେ ୫ ହଜାର ଡାକ୍ତର

ଭୁବନେଶ୍ୱର,୨୨ା୧: ଓଡ଼ିଶା ଡାକ୍ତରୀ ସ୍ବାସ୍ଥ୍ୟସେବା ନିୟମାବଳୀ-୨୦୧୭ ସଂଶୋଧିତ ହୋଇଛି। ପୂର୍ବରୁ ଥିବା ଲେବଲ-୭କୁ ୬କୁ ହ୍ରାସ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ବାରା ଡାକ୍ତର ନିଯୁକ୍ତି ପ୍ରକ୍ରିୟା...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରିହାତିରେ ବିଜୁଳି ବିଲ୍‌…

ଭୁବନେଶ୍ୱର,୨୨।୧: ରାଜ୍ୟ କ୍ୟାବିନେଟକୁ ନେଇ ଆସିଛି ବଡ ଖବର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ବଡ ଘୋଷଣା । କ୍ୟାବିନେଟରେ ୧୦ ବଡ ପ୍ରସ୍ତାବକୁ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରତି ପଞ୍ଚାୟତରେ ହେବ…

ଭୁବନେଶ୍ୱର,୨୨।୧: ରାଜ୍ୟ କ୍ୟାବିନେଟକୁ ନେଇ ଆସିଛି ବଡ ଖବର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ବଡ ଘୋଷଣା । କ୍ୟାବିନେଟରେ ୧୦ ବଡ ପ୍ରସ୍ତାବକୁ...

ନବୀନ ନବୀନ ଗୀତ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଯାତ୍ରା ପାର୍ଟି ପରିଚାଳକ

ଚାନ୍ଦବାଲି,୨୨ା୧(ଅଶୋକ ପଣ୍ଡା): ୧୯ ତାରିଖ ମକର ମେଳା ସମୟରେ ଭଦ୍ରକ ଜିଲା ଧାମରା ଗଙ୍ଗା ମାତା ପଡ଼ିଆରେ ଯାତ୍ରା ସ୍ବର୍ଣ୍ଣମହଲ ନିଜର ଅପେରା ଶୋ’ କରିବା...

ଗାଡ଼ିମୋଟର ଯାଞ୍ଚ: କଟିଲା ୩୨ ଚାଲାଣ, ୨ ଲକ୍ଷ ୬୦ ହଜାର ଟଙ୍କା ଜରିମାନା

ଦାରିଙ୍ଗବାଡ଼ି,୨୨ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଆଞ୍ଚଳିକ ପରିବହନ ବିଭାଗ ଓ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଗାଡ଼ିମୋଟର ଯାଞ୍ଚ...

ବିଭିନ୍ନ ଦାବି ନେଇ ଗର୍ଜିଲା ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଛତ୍ରପୁର,୨୨।୧(ସନ୍ତୋଷ ପାଢ଼ୀ): ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲା କମିଟି ପକ୍ଷରୁ ବିଭିନ୍ନ ଦାବି ଗୁଡିକର ସମାଧାନ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ...

ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କୁ ଧରି ସିନ୍‌ ରିକ୍ରିଏଶନ କଲା ପୋଲିସ

ବରଗଡ଼,୨୨ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସିଥିବା ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।...

ଅଯୋଗ୍ୟ ରାଶନ କାର୍ଡ ହିତାଧିକାରୀଙ୍କୁ ତାଗିଦ୍‌ କଲେ ଯୋଗାଣ ମନ୍ତ୍ରୀ, କହିଲେ ସରେଣ୍ଡର କର ନ ହେଲେ…

ଭୁବନେଶ୍ୱର,୨୨।୧:ଅଯୋଗ୍ୟ ରାଶନ କାର୍ଡ ହିତାଧିକାରୀଙ୍କୁ ତାଗିଦ୍‌ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ କରୁଛି ସରେଣ୍ଡର କରିଯାଆନ୍ତୁ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri