କାରଣ ଖୋଜି ପାଉନି ପୋଲିସ

ବରଗଡ଼ ଅଫିସ୍‌,୧।୧୧:ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ଜାଣ୍ଡୋଲ(କନ୍ଧପଡ଼ା)ରେ ଗୋଟିଏ ବୁଣାକାର ପରିବାର ଘରୁ ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକମାନେ ହେଲେ ଗୃହକର୍ତ୍ତା ଶେଷଦେବ ମେହେର(୬୫), ସ୍ତ୍ରୀ କ୍ଷୀରେଶ୍ୱରୀ(୬୦), ପୁଅ ଅରବିନ୍ଦ(୩୦) ଏବଂ ଝିଅ ଶିବାନୀ(୨୨)। ପରିବାରର କେହି ଜୀବିତ ନ ଥିବା ଯୋଗୁ ଘଟଣାଟି ରହସ୍ୟାବୃତ୍ତ ରହିଛି। କେଉଁ ପରିସ୍ଥିତିରେ ଘର ଭିତରେ ପରିବାରର ସବୁ ସଦସ୍ୟଙ୍କ ମୃତ୍ୟୁ ହେଲା ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏହାକୁ କେହି ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ କହୁଥିବାବେଳେ ପରିବାରର ଜଣେ ସଦସ୍ୟ ଅନ୍ୟ ୩ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଆଉ କେହି କହୁଛନ୍ତି। ଘଟଣାର ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ପୋଲିସ ଏକ ହତ୍ୟା ମାମଲା(୩୩୭/୨୨) ରୁଜୁ କରିଛି। ସୋମବାର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ହତ୍ୟା ମାମଲା ରୁଜୁ କରିଥିଲେ ସୁଦ୍ଧା ପୋଲିସ ମୃତ୍ୟୁ ଘଟଣାର ଖିଅ ପାଇ ପାରିନାହିଁ। ମୃତକଙ୍କ ପଡ଼ୋଶୀ ଏବଂ ସମ୍ପର୍କୀୟଙ୍କୁ ପଚରାଉଚରା କରାଯାଉଛି। ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଖୁବ୍‌ଶୀଘ୍ର ଘଟଣାର ପର୍ଦ୍ଦାଫାଶ କିପରି ହୋଇପାରିବ ସେନେଇ ଉଦ୍ୟମ ଜାରି ରହିଛି ବୋଲି ଏସ୍‌ପି ସ୍ମିଥ୍‌ ପି. ପରମାର୍‌ କହିଛନ୍ତି।
ରବିବାର ସନ୍ଧ୍ୟାରେ ଶେଷଦେବଙ୍କ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ଏବଂ ୩/୪ ଦିନ ହେଲା ବାହାରପଟୁ ତାଲା ପଡ଼ିଥିବା ଦେଖି ଲୋକେ ପୋଲିସକୁ ସୂଚନା ଦେଇଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୋଲିସ କବାଟ ଖୋଲିବା ପରେ ପରିବାରର ୪ ସଦସ୍ୟଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଅରବିନ୍ଦଙ୍କ ମୃତଦେହ ତଳ ମହଲା ପଙ୍ଖାରେ ଝୁଲୁଥିବା ବେଳେ ମା’, ଝିଅଙ୍କ ମୃତଦେହ ଉପର ମହଲା ଖଟିଆରେ ଏବଂ ବାପାଙ୍କ ମୃତଦେହ ତଳ ମହଲାର ଏକ କୋଠରିରେ ପଡ଼ିଥିବା ପୋଲିସ ଦେଖିବାକୁ ପାଇଥିଲା। ରାତି ହୋଇଯାଇଥିବାରୁ ତଦନ୍ତ ଅଗ୍ରଗତି ହୋଇ ନ ଥିଲା। ସୋମବାର ସକାଳୁ ଏସ୍‌ପି ପରମାର୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମ୍ବଲପୁର ଏବଂ ବଲାଙ୍ଗୀରରୁ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଆସି ତଦନ୍ତ ପ୍ରକ୍ରିୟାରେ ପୋଲିସକୁ ସହଯୋଗ କରିଥିଲେ। ପୋଲିସ ଆର୍ଥିକ କାରବାର, ପାରିବାରିକ କଳହ, ସମ୍ପତ୍ତି ଲୋଭ ଆଦି ଦିଗକୁ ନେଇ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି-ଗାଜଲବାଡ଼ିକୁ ଭାରୀଯାନ ଚଳାଚଳ ବନ୍ଦ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ, ଏବେ ବି ଭୂସ୍ଖଳନ ସ୍ଥାନରେ…

ଦାରିଙ୍ଗବାଡ଼ି,୧୨ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଗତ ୨୯ ରେ ହୋଇଥିବା ଭୂସ୍ଖଳନ…

କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ: ୩୭ଟି ପ୍ରକଳ୍ପ ମାଧ୍ୟମରେ ପ୍ରତିଭା ଦେଖାଇଲେ ଛାତ୍ରୀ

କେସିଙ୍ଗା,୧୨।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ବାଲ୍ ବୈଜ୍ଞାନିକ ଆବିଷ୍କାର ଅଭିଯାନ ଅନ୍ତର୍ଗତ ଏକ ବାଲ୍…

କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ: ଗୋଦାମ ଘରେ ଶୋଇଥିବା ବେଳେ ମାଡ଼ ମାରି ମାଲିକଙ୍କ ନୂଆ ଟ୍ରାକ୍ଟର ନେଇ ଫେରାର, ଅଭିଯୁକ୍ତ…

ଅମରପାଲି,୧୨।୧୧ (ପୀତାମ୍ବର ସାହୁ): ଗୋଦାମ ଘରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇ ମାଲିକଙ୍କ ନୂଆ ଟ୍ରାକ୍ଟର ନେଇ…

ଡେବ୍ରିଗଡ଼ରେ ବଡ଼ଧରଣର ବାଘ ଶିକାର ଯୋଜନା ପଣ୍ଡ: ପୋଲିସ-ବନ ବିଭାଗର ମିଳିତ ଚଢ଼ାଉରେ ୨ ଶିକାରୀ ଗିରଫ

ସମ୍ବଲପୁର,୧୨।୧୧(ପ୍ରମୋଦ ବହିଦାର): ବନ୍ୟପ୍ରାଣୀ ଶିକାର ଓ ବେଆଇନ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏବଂ ବରଗଡ଼ ଜିଲା ପୋଲିସ ପକ୍ଷରୁ ଏକ…

ସ୍ୱଚ୍ଛତା: ପୁରୀ, ଭୁବନେଶ୍ୱର, ଆସିକାକୁ ଜାତୀୟ ସ୍ୱୀକୃତି

ଭୁବନେଶ୍ୱର, ୧୨ା୧୧ (ରବିନାରାୟଣ ଜେନା):ସହରାଞ୍ଚଳର ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା ଓ ସୁସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ଜାତୀୟସ୍ତରରେ ସ୍ୱୀକୃତି ମିଳିଛି। ସ୍ୱଚ୍ଛ ସର୍ୱେକ୍ଷଣ…

ଜେନାପୁର ଉଚ୍ଚ ବିଦ୍ୟାଳୟ: ଶିକ୍ଷକ ଅଭାବରୁ ପଢ଼ା ବାଧାପ୍ରାପ୍ତ

ଜେନାପୁର,୧୨ା୧୧(ଅଶୋକ ଦାସ):ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଥିଲେ ସୁଦ୍ଧା ଏବେ ବି ବହୁ ସ୍ଥାନରେ…

ସମ୍ୱଲପୁରରେ କୃଷକଙ୍କ ବିଶାଳ ବିକ୍ଷୋଭ ସମାବେଶ

ସମ୍ୱଲପୁର,୧୨ା୧୧(ପ୍ରମୋଦ ବହିଦାର): ଚାଷୀଙ୍କ ସମସ୍ୟା ସମାଧାନ ନ ହେଲେ ଗଁା ଗଁାରେ ହେବ ଆନ୍ଦୋଳନ। ମଣ୍ଡିରେ ପଡ଼ିବ ତାଲା ଏବଂ କୌଣସି ଜନ ପ୍ରତିନିଧିଙ୍କୁ ଗଁାକୁ ପୂରାଇ…

ବଜାରକୁ ଯାଉଥିବା ନାବାଳିକାକୁ ଅପହରଣ କରି ଅମାନୁଷିକ ନିର୍ଯାତନା: ଆନନ୍ଦପୁର SDPOଙ୍କ ହସ୍ତକ୍ଷେପ ପରେ କୋର୍ଟ ଗଲା ଅଭିଯୁକ୍ତ

ଆନନ୍ଦପୁର/ହାଟଡିହୀ,୧୧।୧୧(ଶ୍ରୀଧର ମହାରଣା / ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡାଙ୍କ ଦୃଢ଼ ହସ୍ତକ୍ଷେପ ପରେ ରାମଚନ୍ଦ୍ରପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?