ମିଛ କହି ଅଡୁଆରେ ପୋଲିସ

ବଲାଙ୍ଗୀର ଅଫିସ, ୧୮।୯: କଣ୍ଟାବାଞ୍ଜି ସହରର ଅନ୍ନପୂର୍ଣ୍ଣା ଲଜ୍‌ରେ ଗୁରୁବାର ପୋଲିସ ଚଢ଼ାଉ କରି ୫୮ ଲକ୍ଷ ଟଙ୍କା ଜବତ ସହ ୭ ଜଣ ରାଜ୍ୟ ବାହାର ବ୍ୟକ୍ତିଙ୍କୁ ଗିରଫ କରିବା ଘଟଣା ବଲାଙ୍ଗୀର ପୋଲିସକୁ ପ୍ରଶଂସା ଆଣିଦେବା ପରିବର୍ତ୍ତେ ଅଡୁଆରେ ପକାଇଛି। ଏହି ଘଟଣାରେ ପୋଲିସ ମିଛ କହିଥିବା ଚର୍ଚ୍ଚା ହେବା ପରେ ଏସ୍‌ପି ନୀତିନ କୁଶଲକର ତଦନ୍ତ କରିବାକୁ ଆଡିଶନାଲ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ଏବେ ଜିଲାରେ ହଇଚଇ ସୃଷ୍ଟି କରିଛି।
ଗୁରୁବାର ରାତିରେ କଣ୍ଟାବାଞ୍ଜି ଥାନା ପୋଲିସ ଟିମ୍‌ ଅନ୍ନପୂର୍ଣ୍ଣା ଲଜ୍‌ରେ ଚଢ଼ାଉ କରିଥିଲା। ସେଠାରେ ଜୁଆଖେଳ ଚାଲିଥିବା ଏବଂ ଘଟଣାସ୍ଥଳରୁ ୫୮ ଲକ୍ଷ ୫୬ ହଜାର ଟଙ୍କା ଜବତ ସହ ୭ ଜଣଙ୍କୁ ଗିରଫ କରାଯାଇଥିବା କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷୀକେଶ ମେହେର ଶୁକ୍ରବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ। ନୂଆଁଖାଇ ପରେ କଣ୍ଟାବାଞ୍ଜି ଅଞ୍ଚଳରେ ସାଧାରଣତଃ ଦାଦନ ଋତୁ ଆରମ୍ଭ ହୋଇଯାଏ। ରାଜ୍ୟ ବାହାରର ଇଟାଭାଟି ମାଲିକ ଶ୍ରମିକ ନେବା ପାଇଁ ଏଠାକୁ ଆସିଥାନ୍ତି। ତେବେ ଗିରଫ ଦର୍ଶାଯାଇଥିବା ୭ ବ୍ୟକ୍ତି ରାଜ୍ୟ ବାହାରର ବୋଲି ଜଣାପଡ଼ିବା ପରେ ସନ୍ଦେହ ଘନୀଭୂତ ହୋଇଥିଲା। ଲଜ୍‌ରେ ଜୁଆ ଖେଳୁଥିବାବେଳେ ସେମାନଙ୍କଠାରୁ ୪ ପ୍ୟାକେଟ୍‌ ତାସ୍‌, ୫୮ ଲକ୍ଷ ଟଙ୍କା ଏବଂ ୭ଟି ମୋବାଇଲ ଫୋନ୍‌ ଜବତ ହୋଇଥିବା ଏସ୍‌ଡିପିଓ ମେହେର କହିଥିଲେ। ପୋଲିସର ଏଭଳି ବୟାନ ଜୁଆଖେଳର ରୂପ ଦେଇ ଇଟାଭାଟି ମାଲିକଙ୍କୁ ଖସାଇବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଚର୍ଚ୍ଚାର ବିଷୟ ହୋଇଥିଲା। ଏହାସହିତ ଢେର୍‌ ଅଧିକ ଟଙ୍କା ଜବତ କରିଥିବା ସତ୍ତ୍ୱେ ପୋଲିସ ମାତ୍ର ୫୮ ଲକ୍ଷ ଦର୍ଶାଇଥିବା ପ୍ରଚାର ହୋଇଥିଲା। ଏହାପରେ ଏସ୍‌ପି ନୀତିନ କୁଶଲକର ଘଟଣାର ତଦନ୍ତ କରିବାକୁ ବଲାଙ୍ଗୀର ଆଡିଶନାଲ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜବତ ଟଙ୍କା ପୁଣିଥରେ ଗଣିବାରୁ ତାହା ୫୮ ଲକ୍ଷ ପରିବର୍ତ୍ତେ ଢେର୍‌ ଅଧିକ ବୋଲି ଚର୍ଚ୍ଚା ହୋଇଥିଲା। ଏନେଇ ଏସ୍‌ପି କୁଶଲକରଙ୍କୁ ପଚାରିବାରୁ ପୂର୍ବରୁ ଯେତିକି ଟଙ୍କା ଜବତ ହୋଇଛି ବୋଲି କୁହାଯାଉଥିଲା ସେଥିରେ କିଛି ବ୍ୟତିକ୍ରମ ରହିଥିବା କହିଥିଲେ। କେତେ ଅଧିକ ଟଙ୍କା ଜବତ ହୋଇଛି ତାହା ସ୍ପଷ୍ଟ କରି ନ ଥିଲେ ମଧ୍ୟ ଦର୍ଶାଯାଇଥିବା ୫୮ ଲକ୍ଷରୁ ଅଧିକ ଦିଗକୁ ଇଙ୍ଗିତ କରିଥିଲେ। ପ୍ରକୃତରେ ଉକ୍ତ ଲଜ୍‌ରେ ସେଦିନ ରାତିରେ ଅଭିଯୁକ୍ତମାନେ ଜୁଆ ଖେଳୁଥିଲେ ନା ଦାଦନ ଚାଲାଣ ପାଇଁ ଆସିଥିଲେ ସେନେଇ ତଦନ୍ତ କରାଯିବ ବୋଲି କହିଛନ୍ତି। ଆଡିଶନାଲ ଏସ୍‌ପିଙ୍କ ତଦନ୍ତ ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହେବ ଏବଂ ଆଇନ ଅନୁଯାୟୀ ସମ୍ପୃକ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଶଲକର କହିଛନ୍ତି। ଏହି ଘଟଣା ଏବେ ବଲାଙ୍ଗୀର ପୋଲିସ ବିଭାଗ ଛବିକୁ ଖରାପ କରିବା ସହ ସନ୍ଦେହଘେରକୁ ଟାଣିନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?