Posted inଖେଳ

ଗୋଟିଏ ଦିନରେ ୭୪୩ କୋଟି ଟଙ୍କା ରୋଜଗାର କଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଦୁନିଆର ସବୁଠାରୁ ଧନୀ କ୍ରିକେଟର ଭାବେ ଜଣାଶୁଣା। କୋହଲିଙ୍କ ବାର୍ଷିକ ଆୟ ୨୦୦ କୋଟି। କିନ୍ତୁ ଆପଣ ଜାଣନ୍ତି କି ଜଣେ ଖେଳାଳି ମଧ୍ୟ ଅଛନ୍ତି ଯିଏ କେବଳ ଗୋଟିଏ ମ୍ୟାଚରେ ଭାରତୀୟ ଅଧିନାୟକଙ୍କ ବାର୍ଷିକ ରୋଜଗାରଠାରୁ ୫୪୩ କୋଟି ଟଙ୍କା ଅଧିକ ରୋଜଗାର କରିଛନ୍ତି। ଆମେରିକୀୟ ପେସାଦାର ବକ୍ସର ଫ୍ଲଏଡ ମେୱେଦର ଗତ ମାସରେ ୟୁଟ୍ୟୁବର୍‌ ଲୋଗାନ ପଲଙ୍କ ସହ ଲଢେଇରେ ୧୦୦ ମିଲିୟନ ଡଲାର୍‌ ରୋଜଗାର କରିଥିଲେ। ଅର୍ଥାତ ଭାରତୀୟ ଟଙ୍କା, ଫ୍ଲଏଡ କେବଳ ଗୋଟିଏ ମ୍ୟାଚରେ ୭୪୨ କୋଟି ଟଙ୍କା ରୋଜଗାର କରିଥିଲେ।

 मेवेदर कई आलीशान गाड़ियों के मालिक भी हैं. उनके पास बुगाती ग्रैंड स्पोर्ट, बुगाती वेरॉन, लैम्बॉर्गिनी एवेंटेडॉर, फेरारी 599 जीटीबी फियोरानो जैसी गाड़िया हैं. इसके अलावा उनके पास कई रॉल्स रॉयस और बेंटले भी हैं. (फोटो-फ्लॉयड मेवेडर इंस्टाग्राम)
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫ୍ଲଏଡ ଏବଂ ଲୋଗାନ ମଧ୍ୟରେ ଏହି ଲଢେଇ ନକଲି ଥିଲା। ଫ୍ଲଏଡ ନିଜେ ଏହା ପ୍ରକାଶ କରିଛନ୍ତି। ଫ୍ଲଏଡଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କହିଛନ୍ତି ଯେ, ଏକ ନକଲି ଲଢେଇରୁ ସେ ୧୦୦ ମିଲିୟନ ଡଲାର ରୋଜଗାର କରିଛନ୍ତି। ଜୁନ ୬ରେ ଫ୍ଲଏଡ ଏବଂ ଲୋଗାନ ପଲ ମଧ୍ୟରେ ଏକ ମ୍ୟାଚ ହୋଇଥିଲା। ଏହି ମ୍ୟାଚ ୮ ରାଉଣ୍ଡ ପର୍ଯ୍ୟନ୍ତ ଚାଲିଥିଲା ଏବଂ ଫ୍ଲଏଡ ଲୋଗାନ ପଲ୍‌ଙ୍କୁ ନକ୍‌ଆଉଟ୍‌ କରିପାରି ନ ଥିଲେ। ଏହି ମ୍ୟାଚ ପରେ ଫ୍ଲଏଡଙ୍କୁ ସମଗ୍ର ବିଶ୍ୱରେ ସମାଲୋଚନା କରାଯାଇଥିଲା କିନ୍ତୁ ଫ୍ଲଏଡ କହିଛନ୍ତି ଯେ, ସେ ଏହି ଲଢେଇରୁ ୭୪୨ କୋଟି ରୋଜଗାର କରିଥିବାରୁ ସେ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତି ନାହିଁ।

 मेवेदर को घड़ियों का भी शौक है और उनके पास लगभग 50 करोड़ रुपये की घड़ियां हैं. (फोटो-फ्लॉयड मेवेडर इंस्टाग्राम)
ଫ୍ଲଏଡ ତାଙ୍କ ବୃତ୍ତିଗତ ବକ୍ସିଂ କ୍ୟାରିୟରରେ ଗୋଟିଏ ବି ମ୍ୟାଚ ହାରି ନ ଥିଲେ। ସେ ୨୦୧୭ ରେ ଅବସର ନେଇଥିଲେ ଏବଂ ସେ ତାଙ୍କ କ୍ୟାରିୟରର ସମସ୍ତ ୫୦ ଟି ମ୍ୟାଚ ଜିତିଥିଲେ। ଫ୍ଲଏଡ ୨୦୨୦ ସୁଦ୍ଧା ୪୫୦ ମିଲିୟନ ଡଲାର ରୋଜଗାର କରିଥିଲେ, କିନ୍ତୁ ଚଳିତ ବର୍ଷ ମେ ମାସରେ ସେ ଦାବି କରିଛନ୍ତି ଯେ ସେ ତାଙ୍କ କ୍ୟାରିୟରରେ ୧.୨ ବିଲିୟନ ଡ଼ଲାର୍‌ ଟଙ୍କା ରୋଜଗାର କରିଛନ୍ତି। ଫ୍ଲଏଡ ମଧ୍ୟ ଅନେକ ବିଳାସପୂର୍ଣ୍ଣ ଗାଡିର ମାଲିକ। ତାଙ୍କ ପାଖରେ ବୁଗାଟୀ ଗ୍ରାଣ୍ଡ ସ୍ପୋର୍ଟ, ବୁଗାଟୀ ଭେରନ, ଲମ୍ବୋର୍ଗିନି ଆଭେଣ୍ଟାଡୋର, ଫେରେରୀ ୫୯୯ ଜିଟିବି ଫିଓରାନୋ ଭଳି ଗାଡି ଅଛି। ଏହା ବ୍ୟତୀତ ତାଙ୍କର ଅନେକ ରୋଲ୍ସ ରୋଏସ ଏବଂ ବେଣ୍ଟଲେ ମଧ୍ୟ ଅଛି। ଫ୍ଲଏଡଙ୍କ ଅନେକ ଘରୋଇ ଜେଟ ଅଛି ଯାହାର ମୂଲ୍ୟ ୩୩୪ କୋଟି ଟଙ୍କା। ଫ୍ଲଏଡ ମଧ୍ୟ ଘଣ୍ଟାକୁ ଭଲ ପାଆନ୍ତି ଏବଂ ତାଙ୍କର ପ୍ରାୟ ୫୦ କୋଟି ମୂଲ୍ୟର ଘଣ୍ଟା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri