ଖୁବ୍‌ଶୀଘ୍ର ଉତ୍‌କେଲା, ଜୟପୁରରୁ ବିମାନ ଉଡ଼ିବ

ଭୁବନେଶ୍ୱର,୪ା୭(ବ୍ୟୁରୋ): ରାଜ୍ୟର ଆଉ ୨ଟି ଏୟାରଷ୍ଟ୍ରିପ୍‌ ଭବାନୀପାଟଣା ନିକଟସ୍ଥ ଉତ୍‌କେଲା ଓ ଜୟପୁରରୁ ଖୁବ୍‌ଶୀଘ୍ର ବିମାନ ଉଡ଼ାଣ ହେବ। ଏହି ଦୁଇଟି ବିମାନବନ୍ଦରକୁ କେନ୍ଦ୍ର ସରକାରଙ୍କ ଉଡାନ ସ୍କିମ୍‌ ସହାୟତାରେ ବିକଶିତ କରାଯାଉଛି। ଭୁବନେଶ୍ୱରରୁ ଉତ୍‌କେଲା, ଉତ୍‌କେଲାରୁ ଜୟପୁର, ଭୁବନେଶ୍ୱରରୁ ଜୟପୁର ଏବଂ ଜୟପୁରରୁ ଉତ୍‌କେଲାକୁ ବିମାନ ଚଳାଚଳ କରିବ। ଏ ନେଇ ଉଡାନ ଯୋଜନାରେ ଟେଣ୍ଡର ଆହ୍ବାନ କରାଯାଇଛି। ଶନିବାର ଖାରବେଳ ଭବନଠାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ମଧୁସୂଦନ ପାଢ଼ୀ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଏ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟର ପୁରୀ, ରାଉରକେଲା, ଭବାନୀପାଟଣା ଏବଂ ଜୟପୁର ବିମାନବନ୍ଦର ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି। ଆସନ୍ତା କିଛି ମାସ ମଧ୍ୟରେ ଏହି ଏୟାରଷ୍ଟ୍ରିପ୍‌ଗୁଡ଼ିକରୁ ବିମାନ ଚଳାଚଳ କରିବ ବୋଲି ଉଷା ପାଢ଼ୀ କହିଛନ୍ତି। ରାଜ୍ୟରେ ରାଉରକେଲା, ଉତ୍‌କେଲା ଓ ଜୟପୁର ଛୋଟ ବିମାନବନ୍ଦର ରହିଛି। ଉତ୍‌କେଲା ଓ ଜୟପୁରକୁ ଉଡାନ ଯୋଜନାରେ ସାମିଲ କରାଯାଇଥିବାବେଳେ ରାଉରକେଲା ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ(ଏଏଆଇ)ଙ୍କ ଦ୍ୱାରା ଏହା ପରିଚାଳିତ ହେଉଛି। ରାଉରକେଲା ଏବଂ ଜୟପୁର ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଲାଣି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟାମାଳରେ ଭାଜପା, ବୌଦ୍ଧରେ ବିଜେଡି ଆଗୁଆ

ବୌଦ୍ଧ,୨୩।୫: ୧୦ ରାଉଣ୍ଡ ଗଣତି ସୁଦ୍ଧା କଣ୍ଟାମାଳ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଚରଣ ଡାଙ୍ଗ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ମହୀଧର ରଣାଙ୍କଠାରୁ ୫୩୨୦...

ବାରବାଟୀରେ ଟି୨୦ ମ୍ୟାଚ୍‌

କଟକ,୨୦।୯: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବୃୟାରୀ ୧୫ ତାରିଖରେ ଟିମ୍‌ ଇଣ୍ଡିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବେ। ଏହା ସ୍ପଷ୍ଟ କରିଛନ୍ତି ଓଡ଼ିଶା କ୍ରିକେଟ...

କରୋନା କବଳରେ ଭଦ୍ରକ ଏମ୍‌ପିଙ୍କ ପରିବାର: ମଞ୍ଜୁଲତା ମଣ୍ଡଳଙ୍କ ସମେତ ୪ ଆକ୍ରାନ୍ତ

ଭଦ୍ରକ ଅଫିସ,୨୨। ୮: ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ସମେତ ତାଙ୍କ ସ୍ବାମୀ ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ଘରର ୪ ଜଣଙ୍କୁ...

ଏବେ ମାଓବାଦୀଙ୍କ ରାଜ୍‌ ଚଳିବ ନାହିଁ, ସ୍ବାଭିମାନ ଅଞ୍ଚଳରେ ପୋଲିସ-ଗୁଇନ୍ଦା ବିଭାଗ ମାରିଲା ପୋଷ୍ଟର

ଚିତ୍ରକୋଣ୍ଡା,୨୬ା୧୦(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ତଥା ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସୀମାନ୍ତ ଅଞ୍ଚଳରୁ ମାଓବାଦୀ ମୂଳପୋଛ ପାଇଁ ପ୍ରୟାସ ଜାରି ରହିଛି।...

୨୦ ବର୍ଷ ପରେ ଭୋଟ

ଲାଞ୍ଜିଗଡ଼,୨୩।୨(ଡି.ଏନ.ଏ.): ଦୀର୍ଘ ୨୦ ବର୍ଷ ପରେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ନିୟମଗିରି ପାହାଡ଼ ପାଦଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତରେ ମଙ୍ଗଳବାର ଚଳିତବର୍ଷ ନିର୍ବାଚନ ଅନୁଷ୍ଠିତ...

ବିନା ଆଇଆଇସିରେ ଚାଲିଛି ଥାନା

ବାଲେଶ୍ୱର ଅଫିସ,୨୭।୭- ବାଲେଶ୍ୱର ଜିଲାର ସହଦେବଖୁଣ୍ଟା ମଡ଼େଲ ଥାନା, ଟାଉନ୍‌ ଥାନା, ରେମୁଣା ଥାନା, କମର୍ଦ୍ଦା ଥାନାରେ ଫାଙ୍କା ପଡ଼ିଛି ଆଇଆଇସି ପଦବୀ। ଦୀର୍ଘଦିନ ହେଲା...

ସୀମିତ ଅନୁଦାନରେ ସ୍ମାର୍ଟସ୍କୁଲ ଯୋଜନା

ସମ୍ବଲପୁର,୧୦ା୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ୫-ଟି ବିଭାଗ ପରିଚାଳନାରେ ହାଇସ୍କୁଲ ରୂପାନ୍ତରଣ କରାଯାଉଛି। ଘରୋଇ ସ୍କୁଲ ଭଳି ସମସ୍ତ ସୁବିଧା ଯୋଗାଇ ଦେବାକୁ ଯୋଜନା କରାଯାଇଛି। ହେଲେ...

ଗୋଦାମରେ ଫିମ୍ପି ମାରିଲାଣି ଅତ୍ୟାବଶ୍ୟକ ସାମଗ୍ରୀ: ଚିନ୍ତାରେ ୟୁନିଟ୍‌-୪ ହାଟ ବ୍ୟବସାୟୀ

ଭୁବନେଶ୍ୱର,୨୭।୭(ବ୍ୟୁରୋ): ଅନିଶ୍ଚିତତାରେ ୟୁନିଟ୍‌-୪ ମାର୍କେଟ ବ୍ୟବସାୟୀଙ୍କ ଭବିଷ୍ୟତ। ୧୦ଦିନ ହେବ ହାଟ ସିଲ୍‌ ହୋଇ ରହିଥିବାରୁ ହଜାରେରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଓ ଗୋଦାମ ମାଲିକ ନାନା...

Advertisement
Archives

Model This Week