ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗାଲୁରୁକୁ ଉଡ଼ିଲା ବିମାନ

ଲଖନପୁର,୧୨ା୧: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ(ଭିଏସ୍‌ଏସ୍‌) ବିମାନ ବନ୍ଦରରୁ ମଙ୍ଗଳବାର ମୁମ୍ବାଇ ଓ ବେଙ୍ଗାଲୁରୁ ସହରକୁ ସ୍ପାଇସ୍‌ ଜେଟ୍‌ ବିମାନ ଉଡାଣ ଆରମ୍ଭ ହୋଇଛି। ଏହି ସମୟରେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ, ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ, କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ତଳସରା ବିଧାୟକ ଭବାନୀ ଭୋଇ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଜିଲାପାଳ ସରୋଜ ସାମଲ, ଏସ୍‌ପି ବିକାଶ ଚନ୍ଦ୍ର ଦାସ ଓ ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ସ୍ପାଇସ୍‌ ଜେଟ୍‌ ଏୟାରଲାଇନ୍ସ ପକ୍ଷରୁ ଏହି ବିମାନସେବା ଆରମ୍ଭ ହୋଇଛି। ଏହା ସପ୍ତାହର ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଚାଲିବ ବୋଲି ଜଣାପଡିଛି। ପ୍ରଥମ ଦିନରେ ଝାରସୁଗୁଡାରୁ ୧୬୩ ଯାତ୍ରୀଙ୍କୁ ଧରି ବିମାନଟି ବେଙ୍ଗାଲୁରୁ ଅଭିମୁଖେ ଯାଇଥିଲା। ସେହିପରି ବେଙ୍ଗାଲୁରୁରୁ ୧୦୭ ଯାତ୍ରୀଙ୍କୁ ଧରି ଝାରସୁଗୁଡ଼ାରେ ପହଞ୍ଚତ୍ଥିଲା  । ଅନୁରୂପ ଭାବେ ଝାରସୁଗୁଡାରୁ ବିମାନଟି ୯୪ ଯାତ୍ରୀଙ୍କୁ ଧରି ମୁମ୍ବାଇ ଅଭିମୁଖେ ବାହାରିଥିଲା। ସେହିଭଳି ମୁମ୍ବାଇରୁ ୭୩ ଯାତ୍ରୀଙ୍କୁ ଧରି ଝାରସୁଗୁଡ଼ାରେ ପହଞ୍ଚତ୍ଥିଲା। ଏହା ପୂର୍ବରୁ ଝାରସୁଗୁଡା ବିମାନ ବନ୍ଦରରୁ କଲିକତା, ଦିଲ୍ଲୀ, ରାୟପୁର ଓ ଭୁବନେଶ୍ୱର ସହରକୁ ବିମାନସେବା ଆରମ୍ଭ ହୋଇଥିଲା। ଏହା ଦ୍ୱାରା ଦେଶ ଓ ରାଜ୍ୟର ଆର୍ଥତ୍କ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି  ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଭିନ୍ନକ୍ଷମ ସାର୍ଟିଫିକେଟରେ ପାଠପଢ଼ା ଘଟଣା, ରୁଜୁ ହେଲା ମାମଲା

ଭଦ୍ରକ ଅଫିସ, ୧୩।୧:  ଓଡ଼ିଶାର ଦ୍ୱିତୀୟ ସର୍ବପୁରାତନ ଭଦ୍ରକ ସ୍ବୟଂଶାସିତ ମହବିଦ୍ୟାଳୟରେ ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ୩ବର୍ଷ ମଧ୍ୟରେ ଶତାଧିକ ଛାତ୍ରୀଛାତ୍ର ପାଠ ପଢ଼ିଛନ୍ତି।...

ବଢ଼ିବ ଟୋଲ ଫି: ପୂର୍ତ୍ତ ବିଭାଗକୁ ପ୍ରସ୍ତାବ ଦେଲା ଓବିସିସି

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ରାଜ୍ୟରେ ମହଙ୍ଗା ହେବ ଟୋଲ ଟିକସ। ଗାଡି ଚାଳକଙ୍କୁ ଅଧିକ ଟିକସ ଦେବାକୁ ପଡିବ।୨୦୦୬ରେ ଧାର୍ଯ୍ୟ ହୋଇଥିବା ଟୋଲ ଟିକସରେ ସଂଶୋଧନ କରାଯିବ। ଓଡ଼ିଶା...

ଚିଲିକାରେ ହେବ ଫ୍ଲୋଟିଂ ରେସ୍ତୋରାଁ, ହାଉସ୍‌ବୋଟ୍‌

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ): ଖୁବ୍‌ଶୀଘ୍ର ଏସିଆ ମହାଦେଶର ସର୍ବବୃହତ୍‌ ଲୁଣାହ୍ରଦ ଚିଲିକାରେ ଆରମ୍ଭ ହେବ ‘ଫ୍ଲୋଟିଂ ରେସ୍ତୋରାଁ’ ବା ‘ଭାସମାନ ଭୋଜନାଳୟ’। ଚିଲିକାର ରମ୍ଭା ଏବଂ ବଡ଼କୂଳରେ ରାଜ୍ୟ...

ପୁଷ୍ପେନ୍ଦ୍ର କଳାହାଣ୍ଡି ଜିଲା ବିଜେଡି ସଭାପତି

ଭବାନୀପାଟଣା,୨୨।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ବିଜେଡି ସଭାପତି ପଦ ପାଇଁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ନାମ ଘୋଷଣା ହୋଇଛି। ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ...

ପଥଚାରୀଙ୍କ ପାଇଁ କାଳ ପେଲେଟ

ଯାଜପୁର ଅଫିସ,୨୩।୭: ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌) କର୍ତ୍ତୃପକ୍ଷଙ୍କ ମନମାନି ଅଣାୟତ୍ତ ହେବାରେ ଲାଗିଛି। ଯାଜପୁରରୋଡ-ଡୁବୁରୀ ରାସ୍ତାର ବିଆର୍‌ପିଏଲ୍‌ କାରଖାନା ସମ୍ମୁଖରେ ଲୁହାପଥର ଗୋଲି...

ଓଡ଼ିଆ ବୈଜ୍ଞାନିକଙ୍କ ବିରଳ ଉଦ୍ଭାବନ: ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ଜୈବଶକ୍ତି

କଟକ ଅଫିସ,୧୦।୭: ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ଜୈବଶକ୍ତି। ଏକସଙ୍ଗେ ସୃଷ୍ଟି ହେଉଛି ବାୟୋ- ଅଏଲ, ବାୟୋ-ଚାର ଓ ପାଇରୋ ଗ୍ୟାସ୍‌। ଗୋଟିଏ ପଦ୍ଧତିରେ ୩ଟି ଜୈବଶକ୍ତି...

ଅର୍ବାନ ବ୍ୟାଙ୍କ ଓ ଚିଟ୍‌ଫଣ୍ଡ ଜମାକାରୀ ହତାଶ : ଦାବି ପୂରଣ ନ ହେଲେ ୨୩ରେ ଆନ୍ଦୋଳନ

ବାରିପଦା ଅଫିସ,୬ା୧୨- ମୟୂରଭଞ୍ଜ ଜିଲା ବାରିପଦାଠାରେ ଥିବା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଦୀର୍ଘ ବର୍ଷ ହେବ ପରିଚାଳନାଗତ ତ୍ରୁଟି ଯୋଗୁ ବନ୍ଦ ହୋଇ ପଡ଼ିଛି। ଏହି...

ବିପଦ ସଂକେତ ଟପିଲା ଜଳକା

ରୂପସା,୧୨।୯(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାରେ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି। ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳପତ୍ତନ...

Advertisement
Archives

Model This Week