Advertisement
Posted inଜାତୀୟ

ଯୋଜନା ଥିଲା ୧୯୯୩ ଭଳି ସିରିଜ୍‌ ବିସ୍ଫୋରଣ

ନୂଆଦିଲ୍ଲୀ, ୧୭।୯: ୧୯୯୩ ମସିହା ମାର୍ଚ୍ଚ ୧୨ ତାରିଖରେ ମୁମ୍ବାଇକୁ ଥରାଇ ଦେଇଥିଲା ସିରିଜ୍‌ ବସ୍ଫୋରଣ। ମୁମ୍ବାଇର ବିଭିନ୍ନ ସ୍ଥାନରେ ୧୨ ବୋମା ବିସ୍ଫୋରଣ ଅନେକଙ୍କ ଜୀବନ ନେଇଥିଲା। ଠିକ୍‌ ସେହିଭଳି ବୋମା ବିସ୍ଫୋରଣ ଆକ୍ରମଣ ଦିଲ୍ଲୀରେ କରିବାକୁ ଯୋଜନା କରିଥିଲେ ଦିଲ୍ଲୀ ପୋଲିସ ଦ୍ୱାରା ମଙ୍ଗଳବାର ଗିରଫ ହୋଇଥିବା ୬ ଆତଙ୍କବାଦୀ।

ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଏଥିପାଇଁ ବିଭିନ୍ନ ସ୍ଥାନ ଚିହ୍ନଟ କରି ରଖିଥିଲେ। ଜେରା ବେଳେ ସେମାନଙ୍କ ଆକ୍ରମଣ ଯୋଜନା ସମ୍ପର୍କରେ ଜଣାପଡ଼ିଛି। ପୋଲିସ ସେମାନଙ୍କଠାରୁ ୧.୫ କିଲୋଗ୍ରାମ ଆର୍‌ଡିଏକ୍ସ ଜବତ କରିଛି। ଆତଙ୍କବାଦୀଙ୍କ ସିରିଜ୍‌ ବ୍ଲାଷ୍ଟ ଯୋଜନାକୁ ସଫଳ କରାଇବା ଦିଗରେ କେତେଜଣ ସ୍ଥାନୀୟ ଲୋକ ସେମାନଙ୍କୁ ସହାୟତା କରୁଥିଲେ ବୋଲି ଗିରଫ ସନ୍ଦିଗ୍ଧମାନେ ପୋଲିସକୁ କହିଛନ୍ତି। ଖୁବ୍‌ଶୀଘ୍ର ପୋଲିସ ସେମାନଙ୍କୁ ଗିରଫ କରିବା ଆଶା କରାଯାଉଛି। ମଙ୍ଗଳବାର ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରେ ୨ ଜଣ ଆଇଏସ୍‌ଆଇ ତାଲିମପ୍ରାପ୍ତ ଆତଙ୍କବାଦୀ ରହିଛନ୍ତି। ସେମାନଙ୍କୁ ଦିଲ୍ଲୀର ଏକ ଅଦାଲତରେ ହାଜର କରାଯିବା ପରେ ପୋଲିସ ୧୪ ଦିନ ପାଇଁ ରିମାଣ୍ଡରେ ନେଇ ଜେରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀର ଛାଡ଼ ନିର୍ଦ୍ଦେଶ: ଶ୍ରୀନଗର ବିମାନ ବନ୍ଦରରେ ଟିକେଟ ପାଇଁ ପର୍ଯ୍ୟଟକଙ୍କ ଭିଡ଼

ଶ୍ରୀନଗର,୩।୮: ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିବା ସହିତ ଶୀଘ୍ର ଜମ୍ମୁ-କଶ୍ମୀର ଛାଡିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି...

ସିନ୍ଧିଆଙ୍କ ୭୫ତମ ଜୟନ୍ତୀରେ ଜ୍ୟୋତିରାଦିତ୍ୟ କରିପାରନ୍ତି ବଡ଼ ଘୋଷଣା: ହାତ ଛାଡ଼ି ପଦ୍ମ ଧରିବା ନେଇ ଚର୍ଚ୍ଚା

ଭୋପାଳ,୧୦।୩: ମଧ୍ୟପ୍ରଦେଶରେ ରାଜନୈତିକ ସମୀକରଣ ଏବେ ରୋଚକ ସ୍ଥିତିରେ ପହଞ୍ଚିଛି। ପିତା ମାଧବ ରାଓ ସିନ୍ଧିଆଙ୍କ ୭୫ ତମ ଜୟନ୍ତୀରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବଡ଼ ଘୋଷଣା...

ଗୁଜରାଟ ନିର୍ବାଚନ: କେଜରିୱାଲଙ୍କ ଘରେ ଲଞ୍ଚ କରିବେ ପରିବାର ସହ ସଫେଇ କର୍ମଚାରୀ

ନୂଆଦିଲ୍ଲୀ,୨୬ ।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁଜରାଟର ଜଣେ ସଫେଇ କର୍ମଚାରୀଙ୍କୁ ନିଜ ଘରକୁ ଭୋଜନ କରିବାକୁ ନିମନ୍ତ୍ରଣ କରିଛନ୍ତି । ଅହମଦାବାଦ ଟାଉନହଲରେ...

‘ଅଣନିଃଶ୍ୱାସୀ କରିଦେଲେଣି ଚାଷୀ’

ନୂଆଦିଲ୍ଲୀ, ୨।୧୦(ପି.ଟି.): ସାରା ଦିଲ୍ଲୀକୁ ଆପଣମାନେ ଅଣନିଃଶ୍ୱାସୀ କରିସାରିଲେଣି। ଏବେ ସହର ଭିତରେ ପଶି ପୁଣିଥରେ ଆନ୍ଦୋଳନ ଚଳାଇବାକୁ ଚାହୁଁଛନ୍ତି ବୋଲି କ୍ଷୁବ୍ଧ ସୁପ୍ରିମକୋର୍ଟ ଶୁକ୍ରବାର...

ଏଲ୍‌ଏସିର ସ୍ଥିତି ପରଖିବେ ପ୍ରତିରକ୍ଷା ମନ୍ତ୍ରୀ, ସେନାମୁଖ୍ୟ

ନୂଆଦିଲ୍ଲୀ,୧।୭: ଭାରତ-ଚାଇନା ସୀମା ବିବାଦକୁ ନେଇ ଏବେ ଭାରତୀୟ ସେନା ଖୁବ୍‌ ସଜାଗ ରହିଛି। ଚାଇନାକୁ କଡା ଜବାବ ଦେବାକୁ ସବୁ ସମୟରେ ପ୍ରସ୍ତୁତ ରହିଛି...

ବେକାବୁ କରୋନା: ଦିନକରେ ୬୨ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୭।୩: ଦେଶରେ କରୋନାର ଦେ।ହରା ମାଡ଼ ଆରମ୍ଭ ହୋଇଛି। ଧୀରେଧୀରେ ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛିି। ନୂଆ ଆକ୍ରାନ୍ତଙ୍କ ପ୍ରତିଦିନ ସଂଖ୍ୟା ବଢ଼ିବାରେ ଲାଗିଛି।...

ପୋଙ୍ଗୋଙ୍ଗରେ ଡ୍ରାଗନର ନଜର: ବ୍ୟବହାର କରୁଛି ହାଇସ୍ପିଡ୍‌ ପାଟ୍ରୋଲିଂ କ୍ରାଫ୍ଟ୍‌

ଲେହ, ୧୩।୧୦: ପୂର୍ବ ଲଦାଖର ଏଲ୍‌ଏସିରେ ଚାଇନା ଲଗାତାର ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି। ଭାରତୀୟ ସେନାର କଡ଼ା ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଚାଇନା ଏବେ...

୩୦ ଗୁଣ ବଢ଼ିପାରେ ଗ୍ରୀଷ୍ମ ପ୍ରବାହ

ନୂଆଦିଲ୍ଲୀ,୨୫।୫: ଜଳବାୟୁ ପରିବର୍ତ୍ତନ ଯୋଗୁ ତାତି ବଢ଼ୁଛି। ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲରେ ଭାରତ ଓ ପାକିସ୍ତାନରେ ସର୍ବାଧିକ ଗ୍ରୀଷ୍ମ ଲହର ଅନୁଭୂତ ହୋଇଥିଲା। ମନୁଷ୍ୟକୃତ ଜଳବାୟୁ...

Advertisement
Archives

Model This Week