Posted inଖେଳ

ଘରୋଇ କ୍ରିକେଟରଙ୍କୁ ସହାୟତା ଯୋଜନା ଅଧୁରା

ନୂଆଦିଲ୍ଲୀ,୨୫।୫(ପି.ଟି.): କୋଭିଡ୍‌-୧୯ ପାଇଁ ଗତବର୍ଷ ରଣଜୀଟ୍ରଫି ସେସନ ବାତିଲ ହୋଇଥିଲା। ଦେଶର ପ୍ରଥମଶ୍ରେଣୀ କ୍ରିକେଟରଙ୍କୁ ସହାୟତା ତଥା ଅନୁକମ୍ପାମୂଳକ ଅର୍ଥ ପ୍ରଦାନ କରିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଇତିମଧ୍ୟରେ ଗୋଟିଏ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଖେଳାଳିମାନଙ୍କୁ ସହାୟତା ଦିଆଯାଇପାରିନାହିଁ। ରାଜ୍ୟ ଆସୋସିଏଶନଗୁଡିକ ଏପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ ଆବଶ୍ୟକ ଦସ୍ତାବିଜ୍‌ ଦେଇପାରି ନାହାନ୍ତି। ଫଳରେ ଘରୋଇ କ୍ରିକେଟରଙ୍କୁ ସହାୟତା ଦିଆଯାଇପାରି ନାହିଁ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ ସୋମବାର କହିଛନ୍ତି।
ଟି୨୦ ବିଶ୍ୱକପ୍‌ରେ ଭାରତୀୟ ମହିଳା ଦଳ ରନର୍ସଅପ୍‌ ହୋଇଥିଲା। ବିସିସିଆଇ ଏପର୍ଯ୍ୟନ୍ତ ଏବାବଦରେ ୫୫୦,୦୦୦ ଆମେରିକୀୟ ଡଲାର ମହିଳା ଦଳକୁ ପ୍ରଦାନ କରିନାହିଁ। ତେବେ ଚଳିତ ସପ୍ତାହରେ ଏହି ଅର୍ଥ ପ୍ରଦାନ କରିବ ବୋଲି ବୋର୍ଡ କହିଛି। ରଣଜୀ ଟ୍ରଫି ଖେଳାଳିଙ୍କୁ ସହାୟତା ପ୍ରଦାନ କରିବା ନେଇ ଆମେ ରାଜ୍ୟ ଆସୋସିଏଶନଗୁଡକ ସହିତ ଆଲୋଚନା କରିବୁ ବୋଲି ଧୂମଲ କହିଛନ୍ତି। କେଉଁ ଖେଳାଳି କୋତୋଟି ମ୍ୟାଚ୍‌ ଖେଳିଛନ୍ତି ଓ ରିଜର୍ଭ ରହିଛନ୍ତି ସେ ନେଇ ରାଜ୍ୟ ଆସୋସିଏଶନଗୁଡିକ ହିଁ କେବଳ ସୂଚନା ଦେଇପାରିବେ। କିନ୍ତୁ କୌଣସି ଆସୋସିଏଶନ ଏ ନେଇ କୌଣସି ସୂଚନା ଦେଇନାହାନ୍ତି।
ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ୭୩ ଜଣ ନାବାଗତ ଖେଳାଳି ୮ଟି ଦଳରୁ ପ୍ରତିନିଧିତ୍ୱ କରିଥିଲେ। ଅନ୍ୟ ୭୦୦ ଖେଳାଳିଙ୍କର ଆଇପିଏଲ ଚୁକ୍ତି ହୋଇନାହିଁ। ତେଣୁ ଏହି ଖେଳାଳିମାନଙ୍କୁ ସହାୟତାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ରଣଜୀ ଟ୍ରଫି ଖେଳାଳିଙ୍କୁ ସହାୟତା ପ୍ରଦାନ କରିବା ପ୍ରକ୍ରିୟା ସେତେଟା ସହଜ ନୁହେଁ। ତେଣୁ ଏଥିପାଇଁ ଏକ ସରଳ ନିୟମର ଆବଶ୍ୟକତା ରହିଛି। ଏ ଦିଗରେ ରାଜ୍ୟ ଆସୋସିଏଶନଗୁଡକ ସହାୟତା କଲେ ଆମେ ପ୍ରତିଶ୍ରୁତି ପୂରଣ କରିବୁ ବୋଲି ଧୁମଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ପାଇଁ ବିଶାଳ ଟାର୍ଗେଟ ଦେଲା ଭାରତ: ଶ୍ରୀଲଙ୍କାକୁ ଲୋଡ଼ା ‘ଚମତ୍କାର’

ଗାଲେ,୧୮।୮: ଗାଲେରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ଚତୁର୍ଥ ଦିନରେ ଶ୍ରୀଲଙ୍କା ପାଇଁ ୩୭୨ ରନର ଟାର୍ଗେଟ ଦେଇଥିଲା। ପ୍ରଥମ ଇନିଂସରେ ୪୫୦ରୁ ଅଧିକ ରନ…

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟରୁ ଆସିଲା ଭୟଙ୍କର ଖବର; ଅଭିଜ୍ଞ ଖେଳାଳି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୮।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଦୁଃଖଦ ଦୃଶ୍ୟ ଦେଖାଦେଇଛି। ଶ୍ରୀଲଙ୍କା କ୍ରିକେଟର ଦିନେଶ ଚାନ୍ଦିମଲ ଫିଲ୍ଡିଂ କରୁଥିବା…

ଲାଇଭ୍‌ ମ୍ୟାଚ୍‌ରେ ପଡିକ୍କଲଙ୍କୁ କୋଳାଗ୍ରତ କରି ଚୁମ୍ବନ ଦେଲେ ରାହୁଲ: ପଡ଼ିଆରେ ଏମିତି କ’ଣ ଘଟିଲା, ଦେଖନ୍ତୁ VIDEO

ଗାଲେ,୧୮।୮: ଗାଲେରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଦେବଦତ୍ତ ପଡିକ୍କଲ ତାଙ୍କ ସାଥୀ କେଏଲ ରାହୁଲଙ୍କୁ ଆଉଟ ହେବାରୁ ରକ୍ଷା…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଗିଲଙ୍କ ଧମାକା, ଗୋଟିଏ ହାତରେ ଏମତି କ୍ୟାଚ୍‌ ଧରିଲେ ସବୁ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୧୭।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଏକ ଚମତ୍କାର କ୍ୟାଚ୍ ଧରି ସମସ୍ତଙ୍କୁ ଚକିତ କରିଛନ୍ତି। କୁଲଦୀପ ଯାଦବଙ୍କ ବଲ୍‌ରେ ଶ୍ରୀଲଙ୍କା ବ୍ୟାଟର…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri