କିଓ୍ବା ଆଇଲାଣ୍ଡ (ୟୁଏସ୍), ୨୫ା୫ (ଏପି)- ଆମେରିକାନ ଗଲ୍ଫର ଫିଲ୍ ମିକେଲସନ ତାଙ୍କ ୩୦ ବର୍ଷ କ୍ୟାରିୟରରେ ଅନେକ ଥର ପ୍ରଭାବୀ ପ୍ରଦର୍ଶନ କରି ଖେଳପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୫ଥର ପ୍ରମୁଖ ଟୁର୍ନାମେଣ୍ଟ ଜିତିସାରିଥିବା ମିକେଲସନ ଦିନେ ଏଭଳି ଏକ କୀର୍ତ୍ତିମାନ ଅର୍ଜନ କରିବେ ବୋଲି କେହି କଳ୍ପନା କରି ନ ଥିଲେ। ରବିବାର ୫୦ ବର୍ଷ ବୟସରେ ଏକ ପ୍ରମୁଖ ଟୁର୍ନାମେଣ୍ଟ ଜିତି ସେ ସମସ୍ତକୁ ଚମକାଇ ଦେଇଛନ୍ତି। ସବୁଠାରୁ ବୟସ୍କ ଖେଳାଳି ଭାବେ ସେ ଏକ ପିଜିଏ ଚାମ୍ପିୟନଶିପ୍ ଜିତି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଜୁଲିଅସ୍ ବୋରୋସଙ୍କ ନାମରେ ରହିଥିଲା। ୧୯୬୮ରେ ସାନ ଆଣ୍ଟୋନିଓଠାରେ ବୋରୋସ ୪୮ବର୍ଷ ବୟସରେ ଏକ ପିଜିଏ ଚାମ୍ପିୟନଶିପ୍ ଜିତିଥିଲେ। ବୋରୋସ ୫୩ ବର୍ଷ ଧରି ଏହି ରେକର୍ଡର ଅଧିକାରୀ ଥିଲେ। ମିକେଲସନ ରବିବାର ୬ ଅଣ୍ଡର ୨୮୨ ସହ ତାଙ୍କ ଖେଳ ଶେଷ କରିଥିଲେ। ଟୁର୍ନାମେଣ୍ଟ ଜିତିବା ପରେ ଖୁସିରେ ହାତ ଉପରକୁ ଉଠାଇବା ସହ ତାଙ୍କ ପାଇଁ କ୍ୟାଡି ଭାବେ କାମ କରୁଥିବା ନିଜ ଭାଇ ଟିମ୍ଙ୍କୁ ସେ ଖୁସିରେ କୁଣ୍ଢାଇ ପକାଇଥିଲେ। ଓସେନ କୋର୍ସଠାରେ ବହୁ ସଂଖ୍ୟାରେ ଖେଳପ୍ରେମୀ ଉପସ୍ଥିତ ଥିଲେ। ସେମାନେ ମିକେଲସନଙ୍କ ପ୍ରଦର୍ଶନରେ ଉତ୍ଫୁଲିତ ହେବା ସହ ଭୂରିଭୂରି ପ୍ରଶଂସା କରିବାରେ ଲାଗିଥିଲେ।
୩ ମାସ ପୂର୍ବେ ୪୩ ବର୍ଷୀୟ ଟମ୍ ବ୍ରାଡି ୭ମ ସୁପର ବାଓଲ ଜିତି ଅନ୍ୟମାନଙ୍କର ଦୃଷ୍ଟିଆକର୍ଷଣ କରିଥିଲେ। ମାତ୍ର ମିକେଲସନ ତାଙ୍କୁ ଟପି ଯାଇଥିଲେ। ପିଜିଏ ଟୁର୍ରେ ମିକେଲସନ ପ୍ରଥମ ଖେଳାଳି ଭାବେ ୩୦ ବର୍ଷ ଧରି ଟୁର୍ନାମେଣ୍ଟ ଜିତି ଆସୁଛନ୍ତି। ସେ ଏପର୍ଯ୍ୟନ୍ତ ୪୫ ଟାଇଟଲ ଜିତିସାରିଲେଣି। ୧୯୯୧ରେ ସେ ଜଣେ ଜୁନିୟର ଖେଳାଳି ହିସାବରେ କ୍ୟାରିୟରର ପ୍ରଥମ ଟାଇଟଲ ହାସଲ କରିଥିଲେ। ୩ ଦଶନ୍ଧି ମଧ୍ୟରେ ପ୍ରମୁଖ ଟୁର୍ନାମେଣ୍ଟ ଜିତିିଥିବା ଖେଳାଳି ତାଲିକାରେ ମିକେଲସନ ୧୦ମ ସ୍ଥାନରେ ରହିଛନ୍ତି। ଏଲିଟ୍ ତାଲିକା ଆରମ୍ଭରେ ହ୍ୟାରି ଭାର୍ଡନ ରହିଛନ୍ତି। ନିକଟରେ ଟାଇଗର ଉଡ୍ସ ଏହି ସଳଫତା ହାସଲ କରିଛନ୍ତି। ଓସେନ କୋର୍ସଠାରେ ମିକେଲସନଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲେ ବ୍ରୁକ୍ସ କୋପ୍କା ଓ ଲୋଇସ୍ ଓଷ୍ଟହୁଇଜେନ। ସୂଚନାଯୋଗ୍ୟ, ଦୁଇବର୍ଷ ହେଲା କୌଣସି ବିଜୟ ହାସଲ କରି ନ ଥିଲେ। ସପ୍ତାହକ ପୂର୍ବେ ବିଶ୍ୱର ୧୧୫ ନମ୍ବର ଖେଳାଳି ହୋଇଥିଲେ ମଧ୍ୟ ମିକେଲସନ ସ୍ବତନ୍ତ୍ର ରିହାତିରେ ୟୁଏସ୍ ଓପନରେ ଭାଗ ନେଇଥିଲେ। ଗତ ୯ ମାସ ମଧ୍ୟରେ ସେ ୧୭ଟି ଟୁର୍ନାମେଣ୍ଟ ଖେଳିଥିଲେ। ହେଲେ ସେ ଟପ୍ ୨୦ରେ ରହିବାରେ ସମର୍ଥ ହୋଇ ନ ଥିଲେ। ଫଳରେ ଓଭର ୧୮ ହୋଲ୍ ଉପରେ ସେ କିପରି ଫୋକସ୍ କରିବେ ସେ ନେଇ ସେ ଚିନ୍ତିତ ଥିଲେ।
୬,୬,୬,୬,୬,୬… ପାକିସ୍ତାନୀ ବୋଲରଙ୍କୁ ଧୋଇଲେ ଅଭିଷେକ, ୨୦ ବଲରେ କଲେ…
ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଭିଷେକ ଶର୍ମା ଏକ ଦମଦାର ଇନିଂସ ଖେଳିଥିଲେ। ସେ ପାକିସ୍ତାନୀ ବୋଲିଂ ଆକ୍ରମଣକୁ ଧ୍ୱସ୍ତବିଧ୍ୱସ୍ତ କରି ମାତ୍ର…
ଅଭିଷେକ-ତିଲକଙ୍କ ଧୂଆଁଧାର ବ୍ୟାଟିଂ: ପାକିସ୍ତାନକୁ ବିଶାଳ ଟାର୍ଗେଟ୍ ଦେଲା ଭାରତ
ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା…
ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍ କରି ଆଉଟ୍
ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…
ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା
ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…
ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…
ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…
ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍
ନୂଆଦିଲ୍ଲୀ,୩।୧୦: କ୍ରିକେଟ୍ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…
IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!
ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍ଜା…
SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ
ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

