ଦୂରଦୃଷ୍ଟି ଅଭାବରୁ ଯୋଜନା ଦିଗହରା

ଢେଙ୍କାନାଳ ଅଫିସ, ୧୧।୪ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା) ଯୋଜନାରେ ଖୋଳାଯାଇଛି ବିଶାଳକାୟ ପୋଖରୀ। ଏଥିରେ ଖର୍ଚ୍ଚ ହୋଇଛି ପ୍ରାୟ ୧୨ ଲକ୍ଷ ଟଙ୍କା। କାମ ଶେଷ ପର୍ଯ୍ୟାୟରେ। ହେଲେ ପାଣିର ଚିହ୍ନବର୍ଣ୍ଣ ନାହିଁ। ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଛି। ସୁବିଧାରେ ମୃତଦେହ ସତ୍କାର କରିବା ଲାଗି ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରୁ ୧୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ବହୁମୁଖୀ ଶ୍ମଶାନ। ସୁଉଚ୍ଚ ପାଚେରି, ଶବଦାହ ଗୃହ, ସ୍ନାନଶୌଚାଦି ଲାଗି ଆବଶ୍ୟକ ସୁବନ୍ଦୋବସ୍ତ ରହିଛି। ବାହାରୁ ଚକ୍‌ଚକ୍‌ ଦିଶୁଥିବା ଶ୍ମଶାନର ଭିତର ପରିବେଶ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଲଟାବୁଦାରେ ଭର୍ତ୍ତି ହୋଇ ସୃଷ୍ଟି କରୁଛି ଜଙ୍ଗଲର ଭ୍ରମ। ପାଲଟିଛି ବିଷଧର ସରୀସୃପଙ୍କ ଆବାସ। କେବଳ ପୋଖରୀ କିମ୍ବା ଶ୍ମଶାନ ନୁହେଁ, ପୌରସଂସ୍ଥାର ଦୂରଦୃଷ୍ଟି ଅଭାବରୁ ଢେଙ୍କାନାଳ ପୌରାଞ୍ଚଳରେ ଏଭଳି ଅନେକ ବହୁମୁଖୀ ଯୋଜନା ଦିଗହରା ହୋଇଯାଇଛି। ରାଜକୋଷରୁ ବିପୁଳ ଅର୍ଥ ବ୍ୟୟରେ ପ୍ରକଳ୍ପ ନିର୍ମାଣ କରାଯାଉଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଲାଗୁନାହିଁ।
କୋଭିଡ୍‌ ମହାମାରୀ ସମୟରେ ରାଜ୍ୟକୁ ଛୁଟିଥିଲା ପ୍ରବାସୀ ଶ୍ରମିକଙ୍କ ସୁଅ। ସେମାନଙ୍କୁ କାମଯୋଗାଇ ଆର୍ଥିକ ସ୍ବାବଲମ୍ବୀ କରିବା ପାଇଁ ୨୦୨୧ ଫେବୃୟାରୀ ୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ମୁକ୍ତା ଯୋଜନା। ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଶ୍ରମିକଙ୍କୁ କାମ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ତଦନୁଯାୟୀ ଢେଙ୍କାନାଳ ପୌରସଂସ୍ଥାର ୧ନଂ. ୱାର୍ଡ ଶ୍ୟାମାଚରଣପୁରର ଜଙ୍ଗଲତଳି ଅଞ୍ଚଳରେ ଖନନ କରାଯାଉଛି ଏକ ଜଳାଶୟ। ଏଥିଲାଗି ବଳି ପଡ଼ିଛି ବହୁ ମୂଲ୍ୟବାନ ଗଛ। ଇତିମଧ୍ୟରେ ପୋଖରୀ କାମ ସରିବାକୁ ବସିଲାଣି। ହେଲେ ଜଳାଶୟ ଖେଳପଡ଼ିଆର ଭ୍ରମ ସୃଷ୍ଟି କରୁଛି। ଏପରି କି ଆଗାମୀ ଦିନରେ ମଧ୍ୟ ପୋଖରୀରେ ପାଣି ରହିବନି ବୋଲି ଜଳଜଳ ହୋଇ ଦିଶିଲାଣି।
ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ କୁହନ୍ତି, କେବଳ ପୋଖରୀ ନିର୍ମାଣ କାର୍ଯ୍ୟକୁ ନେଇ ଅଭିଯୋଗ ଆସିଛି। ଏହାର ଅନୁଧ୍ୟାନ କରାଯିବ ପରେ କାର୍ଯ୍ୟ କରୁଥିବା ସଂସ୍ଥାକୁ ପେମେଣ୍ଟ କରାଯିବ। ସେହିପରି ସୋମବାର ଘଟଣାସ୍ଥଳ ପରିଦର୍ଶନ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ଫୁଟ ତଳକୁ ଖସିଲା ଆଲୁମିନିୟମ ପାଉଡର ଲୋଡିଂ ଟ୍ୟାଙ୍କର: ଡ୍ରାଇଭର ମୃତ

ରାୟଗଡ଼ା ଅଫିସ, ୨।୧: ୩୨୬ ନଂ. ଜାତୀୟ ରାଜପଥର ଗୁମ୍ମା ଘାଟିରୁ ଗୁରୁବାର ଏକ ଆଲୁମିନିୟମ ପାଉଡର ବୋଝେଇ ଟ୍ୟାଙ୍କର ଖସିପଡ଼ିଛି। ଫଳରେ ଘଟଣା ସ୍ଥଳରେ...

ତୁହାକୁତୁହା ବର୍ଷା, ଚାଷୀ ଆଖିରେ ଲୁହ

କେନ୍ଦ୍ରାପଡ଼ା ଅଫିସ,୬ା୧୨: କେନ୍ଦ୍ରାପଡ଼ା ଜିଲାରେ ଗତ ଦୁଇଦିନ ଧରି ଝିପିଝିପି ବର୍ଷା ହେଉଥିଲା। ରବିବାର ସକାଳଠାରୁ ବାତ୍ୟା ଜଓ୍ବାଦ ପ୍ରଭାବରେ ତୁହାକୁ ତୁହା ବର୍ଷା ହେଉଛି।...

କାର୍ଯ୍ୟକାରୀ ହେଉନି ଜିଲା ପରିଷଦ ନିଷ୍ପତ୍ତି

ଯାଜପୁର ଅଫିସ,୧୮।୧: ଜିଲା ପରିଷଦ ସହ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ମିଶ୍ରଣ ହୋଇଯାଇଥିବାରୁ ପରିଷଦର କ୍ଷମତା ବୃଦ୍ଧିପାଇବ ବୋଲି ଆଶା କରାଯାଇଥିଲା। ତଦନୁସାରେ...

ଥମୁନି ମୃତ୍ୟୁସଂଖ୍ୟା: ପୁଣି କରୋନା ନେଲା ୧୭ ଜୀବନ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୧୭ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୩୨ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର: କାର୍ଯ୍ୟକ୍ଷମ ହେଉନି ବର୍ଯ୍ୟବସ୍ତୁ ଭଷ୍ମକ ଯନ୍ତ୍ର

ଲାଠୋର,୧୩ା୧୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ମଧ୍ୟଦେଇ ଗତି କରୁଥିବା ଅଭିଯୋଗ ହୋଇଛି। କେନ୍ଦ୍ର ଉପରେ ଅଞ୍ଚଳର...

ପିପିଲି ଉପନିର୍ବାଚନ ଭୋଟ ଗଣତି ନିମନ୍ତେ ତାଲିମ

ପୁରୀ ଅଫିସ, ୨୫।୯:ପିପିଲି ଉପନିର୍ବାଚନ ଭୋଟ ଗଣତି ପାଇଁ ଶୁକ୍ରବାର ପୁରୀ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।...

ଆର୍‌ଟିଓ ଅଫିସରୁ ଦଲାଲ ହଟାଯିବା ପ୍ରସଙ୍ଗ: ଏଜେଣ୍ଟଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ, ଥଇଥାନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ଆର୍‌ଟିଓ ଅଫିସରୁ ଦଲାଲ ହଟାଯିବା ପ୍ରସଙ୍ଗରେ ଏଜେଣ୍ଟମାନଙ୍କ ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଆର୍‌ଟିଓ ପରିସରରେ ବସିବା ପାଇଁ ଏଜେଣ୍ଟମାନଙ୍କ ପକ୍ଷରୁ...

ମକର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ,୧୫ା୧: ଶ୍ରୀମନ୍ଦିରରେ ବୁଧବାର ପାଳିତ ହୋଇଛି ମକର ପର୍ବ। ରତ୍ନସିଂହାସନରେ ଦାରୁବିଗ୍ରହ ମକର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି...

Advertisement
Archives

Model This Week