ଦୟାର ଦୟନୀୟ ଅବସ୍ଥା

ଯେଉଁ ନଦୀଜଳରେ କପିଳମୁନି ସ୍ନାନକରିବା ସହ ତପସ୍ୟାକରି ମୋକ୍ଷପ୍ରାପ୍ତି ହୋଇଥିଲେ,ଉକ୍ତ ନଦୀରେ ଅବଗାହନକରି ପଞ୍ଚପାଣ୍ଡବ ପାପମୁକ୍ତ ହୋଇଥିଲେ ଏବଂ ଯେଉଁ ନଦୀ ଦିନେ ଦୟାପରବଶ ହୋଇ କଳିଙ୍ଗ ଯୁଦ୍ଧରେ ନିହତ ଲୋକଙ୍କୁ କୋଳେଇନେଇ ନିଜେ ରକ୍ତରଞ୍ଜିତ ହୋଇଥିଲା,ଯେଉଁ ନଦୀ ମଗଧର କ୍ରୂର ରାଜା ଭାବେ ପରିଚିତ ‘ଚଣ୍ଡାଶୋକ’ଙ୍କୁ ‘ଧର୍ମାଶୋକ’ରେ ପରିଣତ କରିଥିଲା, ତାହା ହେଉଛି ଦୟା ନଦୀ। ଐତିହାସିକ ଓ ପୌରାଣିକ ଦୃଷ୍ଟିକୋଣରୁ ଦେଖିଲେ ଓଡ଼ିଶାର ଦୟାନଦୀ ହେଉଛି ଏକ ପୁରାତନ ଏବଂ ପବିତ୍ର ନଦୀ। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଦୟା ନଦୀର ପବିତ୍ରତା ହ୍ରାସ ପାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୟା ନଦୀର ଅବସ୍ଥା ଦୟନୀୟ ହୋଇପଡ଼ିଛି।
ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ୨୦୨୩ରେ ପ୍ରକାଶିତ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଓଡ଼ିଶାରେ ୯୪,୦୨୫ଟି ପୋଖରୀ, ୭୮,୦୬୭ଟି ଟାଙ୍କି, ୬୭୯ଟି ହ୍ରଦ/କେନାଲ,୧୬୦୬ଟି ରିଜରଭୟରରେ ମଧୁରଜଳ ଗଚ୍ଛିତ ରହିଛି। ତା’ ସହ ସମୁଦାୟ ୨୪,୮୭୩ କି.ମି. ଦୈର୍ଘ୍ୟ ବ୍ୟାପୀ ନଦୀଗୁଡ଼ିକରେ ମଧୁରଜଳ ପ୍ରବାହିତ ହେଉଛି ଏବଂ ବାର୍ଷିକ ହାରାହାରି ୧୨୦୦ମି.ମି. ବୃଷ୍ଟିପାତ ଯୋଗୁ ଓଡ଼ିଶାକୁ ଏକ ଜଳ ସମୃଦ୍ଧ ରାଜ୍ୟ ଭାବେ ପରିଗଣିତ କରାଯାଉଛି। ଏ ସବୁ ସତ୍ତ୍ୱେ ମଧ୍ୟ ପ୍ରଦୂଷଣ କାରଣରୁ ଗଚ୍ଛିତ ଓ ପ୍ରବାହିତ ଜଳ ଆମର ଉପଯୋଗୀ ହୋଇପାରୁନାହିଁ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ତଥ୍ୟ ଅନୁସାରେ ଭାରତରେ ଯେଉଁ ୩୫୧ଟି ନଦୀ ମାତ୍ରାଧିକ ପ୍ରଦୂଷିତ ତନ୍ମଧ୍ୟରୁ ଦୟା ସମେତ ଓଡ଼ିଶାରେ ୧୯ଟି ନଦୀ ଅନ୍ତର୍ଭୁକ୍ତ।
ଦୟା ନଦୀ କୁଆଖାଇ ନଦୀର ଏକ ଶାଖା ନଦୀ। ଦଧୀଚି ମୁନିଙ୍କ ନାମରୁ ଏହି ନଦୀର ନାମ ‘ଦୟା’ ହୋଇଛି। ଏହାର ପ୍ରାଚୀନ ନାମ ଦଧିଭଦ୍ରାରୁ ଅପଭ୍ରଷ୍ଟ ହୋଇ ‘ଦଧିଆ’ ପରେ ‘ଦହିଆ’ ଓ ତା’ ପରେ ‘ଦୟା’ ନାମ ହୋଇଛି। ଏହା ଭୁବନେଶ୍ୱର ଉପକଣ୍ଠ ସରଦେଇପୁରଠାରୁ ବାହାରି ଧଉଳି, ଡେଲାଙ୍ଗ, ତିରିମଲ, ଘୋରଡ଼ିଆ, ତ୍ରିଲୋଚନପୁର, କଣାସ, ଜଙ୍କିଆ, ବସନ୍ତପୁର, ଗଡ଼ିଶାଗୋଦା ପ୍ରଭୃତି ଅଞ୍ଚଳ ଦେଇ ଦୀର୍ଘ ୪୦ କି.ମି. ଅତିକ୍ରମକରି ଚିଲିକାରେ ମିଶିଛି। ସାରା ଭୁବନେଶ୍ୱର,ଡେଲାଙ୍ଗ ଓ କଣାସ ଅଞ୍ଚଳର ପାଖାପାଖି ୪ଲକ୍ଷ ଲୋକ ଏହି ନଦୀ ଉପରେ ନିର୍ଭରଶୀଳ। ୧୨୦୦ ହେକ୍ଟର ଚାଷଜମି ନିମନ୍ତେ ତଥା ୮୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ପିଇବା ପାଣି ପାଇଁ ଏହି ନଦୀ ଓ ଏହାର ଶାଖା ନଦୀ ଉପରେ ନିର୍ଭର କରିଥାନ୍ତି। ଏହାର ଉପକୂଳରେ ପାଣିଟାଙ୍କି କରି ପାଇପ ଯୋଗେ ଅନେକ ଅଞ୍ଚଳକୁ ମଧ୍ୟ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଦେଖିବାକୁ ଗଲେ ଏହି ନଦୀ ଲୋକମାନଙ୍କର ଜୀବନ ରେଖା ପାଲଟିଯାଇଛି। ଏହା ଭୁବନେଶ୍ୱର ଦେଇ ପ୍ରବାହିତ ହେଉଥିବାରୁ ସାରା ସହରର ଦୂଷିତ ଜଳ ଓ ପଦାର୍ଥ ଗଙ୍ଗୁଆ ନାଳରେ ପିପିଲି ନିକଟବର୍ତ୍ତୀ କଣ୍ଟି କାଜ ଦେଇ ସିଧାସଳଖ ଦୟା ନଦୀକୁ ପ୍ରବେଶକରି ତା’ର ଜଳକୁ ପ୍ରଦୂଷିତ କରୁଛି। ଏକଦା ଦେଶର ୧ ନମ୍ବର ସ୍ମାର୍ଟ ସିଟି ଭାବେ ପରିଗଣିତ ହେଉଥିବା ଭୁବନେଶ୍ୱର ସହରରେ ବର୍ଜ୍ୟଜଳ ବିଶୋଧନ ପ୍ରକଳ୍ପ ନ ଥିବାରୁ ଗତ ୧ ଦଶନ୍ଧି ଧରି ନଦୀଜଳର ପ୍ରଦୂଷଣ ବଢ଼ିବାରେ ଲାଗିଛି। ସହରରେ ଥିବା ଶିଳ୍ପସଂସ୍ଥା,ମଞ୍ଚେଶ୍ୱର ଓ ରସୁଲଗଡ଼ ଶିଳ୍ପାଞ୍ଚଳରୁ ବାହାରୁଥିବା ବିଷାକ୍ତ ଜଳ ତଥା ଡାକ୍ତରଖାନାରୁ ବାହାରୁଥିବା ଅଳିଆ ଆବର୍ଜନା,ଘରୋଇ ଅଳିଆ ଆଦି ନଦୀ ଜଳରେ ମିଶୁଛି। ଫଳରେ ଜଳରେ ଥିବା ଅମ୍ଳଜାନର ପରିମାଣ ହ୍ରାସ ପାଉଛି ଓ ଜଳ ପ୍ରଦୂଷିତ ହେଉଛି। କେବଳ ଏତିକି ନୁହେଁ, ଜଳ ନିଷ୍କାସନ କ୍ଷେତ୍ରରେ ପ୍ରମୁଖ ଭୂମିକା ସାଜିଥିବା ଦୟା ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। କିଛି କିଛି ସ୍ଥାନରେ କେତେଜଣ ନଦୀପଠାକୁ ପୋତି ଘର ଓ ଚାଷ କାର୍ଯ୍ୟରେ ବ୍ୟବହାର କରୁଛନ୍ତି, ନିୟମିତ ବ୍ୟବଧାନରେ ନଦୀଜଳକୁ ପରିଷ୍କାର କରାଯାଉ ନ ଥିବାରୁ ତାହା ସମ୍ପୂର୍ଣ୍ଣ କଲିକତି ଓ ଚିଙ୍ଗୁଡ଼ିଆ ଦଳରେ ପରିପୂର୍ଣ୍ଣ ହୋଇରହୁଛି। ଅତ୍ୟଧିକ ଦଳ ଓ ନଦୀର ମୁହାଣ ପୋତିହୋଇଯିବା ଦ୍ୱାରା ଜଳ ନିଷ୍କାସନ ହୋଇପାରୁନାହିଁ। ଚିଲିକାରୁ ଲୁଣିପାଣି ଓଲଟା ଦୟାନଦୀରେ ପ୍ରବେଶ କରୁଥିବାରୁ ମଧୁର ଜଳ ଲବଣାକ୍ତ ହେଉଛି। ଦୟା ନଦୀରେ ଲୁଣିପାଣି ପ୍ରବେଶ କରିବା ଯୋଗୁ ଏହାର ଶେଷ ମୁଣ୍ଡରେ ଥିବା ଗ୍ରାମଗୁଡ଼ିକରେ କୂପ ଓ ପୋଖରୀରୁ ଲୁଣିପାଣି ବାହାରୁଛି ଯାହା ପାନୀୟ ଉପଯୋଗୀ ହୋଇପାରୁନାହିଁ।
ଦୟାନଦୀର ଏହିଭଳି ଅବସ୍ଥାକୁ ନେଇ ଅନେକ ଥର ସ୍ବେଚ୍ଛାସେବୀ ସଙ୍ଗଠନ ଓ ସାଧାରଣ ଲୋକମାନେ ଆନ୍ଦୋଳନ କରିଛନ୍ତି। କିନ୍ତୁ ସରକାରଙ୍କର ବେପରୁଆ ମନୋଭାବ ଯୋଗୁ ଅବସ୍ଥାରେ ପରିବର୍ତ୍ତନ ହେଉନାର୍ହି। ଅତୀତରେ ନଦୀ ଜଳ ପ୍ରଦୂଷଣ ରୋକିବା ପାଇଁ ରାଜଧାନୀର ୬ଟି ସ୍ଥାନରେ ହେବାକୁ ଥିବା ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଏ ଯାଏଁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ବିଡିଏ ଦ୍ୱାରା ‘ସେଭ୍‌ ଦୟା’ କମିଟି ଗଠନ କରାଯାଇ ପ୍ରଦୂଷଣକୁ ନିୟମିତ ବ୍ୟବଧାନରେ ମାପିବା ସହ ଏହାକୁ କିଭଳି ରୋକାଯାଇପାରିବ ସେ ଦିଗରେ କାର୍ଯ୍ୟ କରିବା ପାଇଁ ସରକାର ମନସ୍ଥ କରିଥିଲେ। କିନ୍ତୁ ତାହା କାଗଜକଲମରେ ସୀମିତ ହୋଇ ରହିଯାଇଛି। ଜଳ ସମ୍ପଦ ବିଭାଗ ଦ୍ୱାରା ନଦୀ ଜଳର ସୁରକ୍ଷା ତଥା ନଦୀବନ୍ଧ ଉନ୍ନତୀକରଣ ନିମନ୍ତେ ସ୍ବତନ୍ତ୍ର ବ୍ୟୟ ବରାଦ କରୁଥିଲେ ମଧ୍ୟ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। କେବଳ ପ୍ରତୀକାତ୍ମକ ନ ହୋଇ ତାହା କିଭଳି ବାସ୍ତବରେ ପରିଣତ ହେବ ସେ ଦିଗରେ ସରକାର ଯତ୍ନବାନ୍‌ ହେବା ଉଚିତ। କେବଳ ଦୟା କାହିଁକି, ରାଜ୍ୟର ଅଧିକାଂଶ ନଦୀର ଅବସ୍ଥା ଏହିଭଳି। ତେଣୁ ନଦୀର ଅବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ହେଲେ ନଦୀଶଯ୍ୟାକୁ ସଫା କରିବା, ନଦୀର ୨ ପାର୍ଶରେ ବନୀକରଣ କରିବା, ବିକଳ୍ପ ଜଳ ସଂରକ୍ଷଣ ପାଇଁ ଯୋଜନା କରିବା, କିଭଳି ଅବିରତ ଧାରା ଓ ଜୈବ ବିବିଧତା ପୁନର୍ଜୀବିତ ହେବ ତାହା ଉପରେ କାର୍ଯ୍ୟ କରିବା ଦରକାର। ଆମେ ଆହ୍ବାନ କରିବା ଦୟା ନଦୀ ପ୍ରତି ସମସ୍ତଙ୍କର ଦୟା ଭାବ ଜାଗ୍ରତ ହେଉ ଓ ପ୍ରକୃତି ସୁରକ୍ଷିତ ରହୁ।
ଅଧ୍ୟାପକ, ବାଣିଜ୍ୟ ବିଭାଗ,
ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟ,କଟକ
ମୋ:୯୪୩୮୦୭୦୮୪୯


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri