ଦେଶୀଡଙ୍ଗାରେ ଜଳବନ୍ଦୀବାସୀଙ୍କ ବିପଦପୂର୍ଣ୍ଣ ଯାତ୍ରା

ତେନ୍ତୁଳିଖୁଣ୍ଟି, ୩୧।୧୨(ଚିଦାନନ୍ଦ ସାହୁ)ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ଜଳବନ୍ଦୀ ଅଞ୍ଚଳବାସୀଙ୍କ ପାଇଁ ଯୋଗାଇ ଦିଆଯାଇଥିବା ମୋଟର ଚାଳିତ ଲଞ୍ଚରେ ଛିଦ୍ର ରହିଛି। ଠିକ୍‌ ସମୟରେ ଏହାର ମରାମତି କରାଯାଉ ନ ଥିବା ଅଭିଯୋଗ ହେଉଛି। ଫଳରେ ଲୋକେ ଯାତାୟତ ପାଇଁ ବିପଦପୂର୍ଣ୍ଣଭାବେ ଦେଶୀ ଓ ମାଛଧରା ବୋଟ୍‌ ଉପରେ ନିର୍ଭର କରୁଛନ୍ତି।
ସୂଚନାନୁଯାୟୀ, ୧୦ବର୍ଷ ପୂର୍ବେ ଜଳବନ୍ଦୀ ଅଞ୍ଚଳବାସୀଙ୍କୁ ଦେଶୀ ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରାରୁ ବିରତ କରିବାକୁ ମୋଟର ଚାଳିତ ଲଞ୍ଚ ସେବାକୁ ତତ୍କାଳୀନ ବିଧାୟକ ମନୋହର ରନ୍ଧାରୀ ଲୋକାର୍ପଣ କରିଥିଲେ। ଉକ୍ତ ଲଞ୍ଚରେ ଯାତ୍ରୀ ପିଛା ଯିବା ଆସିବା ପାଇଁ ୩୦ ଟଙ୍କା ନିଆଯାଉଛି। ଲଞ୍ଚ ଜଳ ଭଣ୍ଡାରରେ ଯିବାବେଳେ ଏହା ଭିତରେ ଥିବା ପଥର ଆଦିରେ ବାଡେଇ ହୋଇ କ୍ଷତିଗ୍ରସ୍ତ ହେଉଛି। ପ୍ରକୃତପକ୍ଷେ ସମୟ ସମୟରେ ଏ ସବୁ ତଦାରଖ କରି ଆବଶ୍ୟକ ମରାମତି କରିବା କଥା। କିନ୍ତୁ ଲଞ୍ଚ ଦାୟିତ୍ୱ ବୁଝୁଥିବା ତହସିଲଦାର କାର୍ଯ୍ୟାଳୟ ଏଥିପ୍ରତି ଧ୍ୟାନ ଦେଇ ନ ଥିବା ଅଭିଯୋଗ ହେଉଛି। ଉକ୍ତ ଲଞ୍ଚର ମୁହଁ ଆଡେ ଏକ ଛିଦ୍ର ସୃଷ୍ଟି ହୋଇଥିବା ଖବର ୧୩ ଜୁନ୍‌ରେ ପ୍ରକାଶ ପାଇବା ପରେ ସାମାନ୍ୟ ମରାମତି କରାଯାଇଥିଲେ। ବର୍ତ୍ତମାନ ସେହି ଲଞ୍ଚରେ ଆଉଥରେ ଛିଦ୍ର ସୃଷ୍ଟି ହୋଇଛି। ସେହି ରାସ୍ତା ଦେଇ ଧୀରେଧୀରେ ଜଳ ପ୍ରବେଶ କରୁଛି। ଯାତ୍ରୀଙ୍କ ନିରାପତ୍ତା ପାଇଁ ଏବେ ଲଞ୍ଚ ଚଳାଚଳ ଏକ ପ୍ରକାର ବନ୍ଦ ରହିଛି। ଦେଶୀ ବୋଟ ନ ହେଲେ ମାଛଧରା ବୋଟରେ ବିପଦପୂର୍ଣ୍ଣ ଜଳ ଯାତ୍ରା ପାଇଁ ଜଳବନ୍ଦୀବାସୀ ବାଧ୍ୟ। ଜଳବନ୍ଦୀ ଗାଁରେ ଟିକାକରଣ କାର୍ଯ୍ୟ ପାଇଁ ସ୍ବାସ୍ଥ୍ୟ କର୍ମଚାରୀ ଏହି ଲଞ୍ଚ ବ୍ୟବହାର କରୁଥିଲେ। ଜିଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନ୍ୟା ଦାସ ଜଳବନ୍ଦୀବାସୀଙ୍କୁ ସେମାନଙ୍କ ଗ୍ରାମରେ ଯାଇ ରାସନ ଦେବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏସବୁ କାର୍ଯ୍ୟ ପାଇଁ ଦ୍ୱିତୀୟ ଲଞ୍ଚ ବ୍ୟବସ୍ଥା କରାଯାଇ ପାରିନି। ଏବେ ଝଲାଗୁଡ଼ା, ଗୁରୁ ମାଈଗୁଡ଼ା, ବାଗ୍ରା, ଟାଙ୍ଗିଣିକୋଟ, ତଲଙ୍ଗବାସୀ ଅସୁବିଧା ଭୋଗ କରୁଛନ୍ତି। ସେମାନେ ପୁଣି ଦେଶୀ ଡଙ୍ଗା ବ୍ୟବହାର ପାଇଁ ବାଧ୍ୟ ହୋଇଛନ୍ତି। ତ୍ୱରିତ ମରାମତି ନ ହେଲେ ଜଳବନ୍ଦୀବାସୀ ହାଟ ପାଳି ଗୁରୁବାର ଦିନ ଦେଶୀ ଡଙ୍ଗା ନେଇ ଯାତ୍ରା କରିବେ। ଲଞ୍ଚ ଡ୍ରାଇଭର ଡମୁ ମୁଦୁଲି ଏ ସମ୍ପର୍କରେ ତହସିଲଦାର ଅଶୋକ କୁମାର ମୁଦୁଲିଙ୍କୁ ଜଣାଇଛନ୍ତି। ଉକ୍ତ ଲଞ୍ଚ ମରାମତି ଓ ନୂତନ ଲଞ୍ଚ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଇଥିବା ତହସିଲଦାର କହିଛନ୍ତି। ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହ ଆଉ ଏକ ମୋଟର ଚଳିତ ଲଞ୍ଚ ଯୋଗାଇ ଦେବାକୁ ଜଳବନ୍ଦୀ ଅଞ୍ଚଳବାସୀ ଦାବି କରିଛନ୍ତି।
ଜଳଭଣ୍ଡାର ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ମୋଟର ଲଞ୍ଚ ଆବଶ୍ୟକ। କିନ୍ତୁ ବ୍ୟବସ୍ଥା ନାହିଁ। ଇନ୍ଦ୍ରାବତୀ ଡ୍ୟାମ ଓ ଜଳଭଣ୍ଡାରକୁ ପର୍ଯ୍ୟଟନ ମାନଚିତ୍ରରେ ପର୍ଯ୍ୟଟନ ବିଭାଗ ସ୍ଥାନ ଦେଇଛି। ତେଣୁ ସ୍ବତନ୍ତ୍ର ଭାବେ ଜଳଭଣ୍ଡାର ପରିକ୍ରମା ପାଇଁ ମୋଟର ଚାଳିତ ଲଞ୍ଚ ଯୋଗାଇବା ଉଚିତ ବୋଲି ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri