ଦୁର୍ଘଟଣା ପରେ ଶେଯରେ କମଳ, ସହାୟତା ଅପେକ୍ଷାରେ କଟୁଛି ଦିନ

ଡାବୁଗାଁ,୩୧।୧୨ (ପ୍ରଜ୍ଞାରଞ୍ଜନ ପରିଡ଼ା)ଧକ୍କାଦେଲା ଗାଡ଼ି। ଅର୍ଥ ଅଭାବରୁ ଆହତ ହୋଇ ଦେଶୀ ଚିକିତ୍ସା ଉପରେ ନିର୍ଭରକଲେ। ଏହା ମଧ୍ୟରେ ମାସେ ବିତିଯାଇଥିଲେ ମଧ୍ୟ ଶେଯରୁ ଉଠିପାରୁନାହାନ୍ତି ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୋଡ଼ାଖୁଣ୍ଟା ପଞ୍ଚାୟତ ମୁଣ୍ଡିଗୁଡ଼ା ଗ୍ରାମରେ କମଳଚାନ୍ଦ ଓଡ଼। ପିଲା ୪ଜଣ, ସ୍ତ୍ରୀଙ୍କୁ ନେଇ କମଳଙ୍କ ୬ପ୍ରାଣୀ କୁଟୁମ୍ବ। ଜମିବାଡି ନାହିଁ, ମୂଲ ଲାଗିଲେ ପରିବାର ଚଳେ। ଘରଲୋକ ଏବେ ବେଳେ ଖାଇଲେ ବେଳେ ଓପାସ। ଶେଯରେ ପଡ଼ି ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି କମଳଚାନ୍ଦ।
ନଭେମ୍ବର ୧୨ ସା ୭ଟା। ସବୁଦିନ ଭଳି କମଳ ବାହାରକୁ ଯାଇ ଶୌଚ ହୋଇ ଘରକୁ ଫେରୁଥିଲେ। ସେଦିନ ଫେରିବାବେଳେ ଆମ୍ବତୋଟା ପାଖରେ କମଳଙ୍କୁ ଡଙ୍ଗରା ଗ୍ରାମର ଭାସ୍କର ଭତ୍ରା ଓ କୁମର ଭତ୍ରା ନେଇ ଯାଉଥିବା ବାଇକ (ଓଡି୨୪ଡି-୦୨୨୫) ଧକ୍କା ଦେଇଥିଲା। ଏହାପରେ ସେମାନେ ଘଟଣାସ୍ଥଳରୁ ପଳାଇଥିଲେ। ଶୁକୃ ଓଡ଼ ଓ ସୋନୁ ଓଡ଼ କମଳଙ୍କୁ ଉଦ୍ଧାରକରି ଡାବୁଗାଁ, ନବରଙ୍ଗପୁର ଓ କୋରାପୁଟ ନେଇ ନିଜ ହାତରୁ ଖର୍ଚ୍ଚକରି ଚିକିତ୍ସା କରାଇଥିଲେ। କୋରାପୁଟ ଡାକ୍ତରଖାନାରେ କମଳଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଯିବାକୁ ପରମର୍ଶ ଦିଆଯାଇଥିଲା। ହେଲେ ମୂଲ ଲାଗି ଚଳୁଥିବା କମଳ ଟଙ୍କା ନ ଥିବାରୁ ସେଠାକୁ ନ ଯାଇ ଘରକୁ ଫେରି ଆସିଥିଲେ। ସେଠାରୁ ଆସି ଦେଶୀ ଔଷଧ ଚିକିତ୍ସା କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ସେ ଶେଯରୁ ଉଠି ପାରୁନାହାନ୍ତି। ବାଇକ୍‌ଟି ଉକ୍ତ ଗ୍ରାମର ୯ ନମ୍ବର ୱାର୍ଡସଭ୍ୟ କୃଷ୍ଣ ଭତ୍ରାଙ୍କ ଜିମାରେ ରଖି ଥିଲେ, ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିଙ୍କ ଘରକୁ ୱାର୍ଡ ସଭ୍ୟ ସମାଧାନ ନିମନ୍ତେ ଯାଇ ଥିଲେ। କିନ୍ତୁ କମଳଙ୍କ ଚିକିତ୍ସା ନିମନ୍ତେ କୌଣସି ଖର୍ଚ୍ଚ କରିବା ପାଇଁ ଦେଇ ନ ଥିଲେ। ଏ ନେଇ ନଭେମ୍ବର ୧୪ରେ ସୁନା ଓଡ, ଧନପତି ଓଡ, ଡମ୍ବରୁ ପନକା ଓ ରାମ ସିଂ ଓଡ ପ୍ରମୁଖ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ପୋଲିସ ଉକ୍ତ ଗ୍ରାମକୁ ଯାଇ ବାଇକ ଆଣି ଥାନାରେ ରଖି କେସ୍‌ ନଂ. ୨୫୦/୩୩ରେ ମାମଲା ରୁଜୁକରି କାମ ସାରିଦେଲା। କମଳ ଦୁର୍ଘଟଣାର ଶିକାର ହୋଇ ଘରେ ପଙ୍ଗୁ ହୋଇ ପଡ଼ିରହିଲେ। ପଇସା ଆସିବ କେଉଁଠୁ। କେମିତି ପିଲାଙ୍କ ପେଟକୁ ଦାନା ଦେବେ, ନିଜର ଚିକିତ୍ସା ଖର୍ଚ୍ଚ ଉଠାଇବେ ନା କେସ୍‌ ଲଢ଼ିବେ। ଏହା ଭାବିଭାବି ଚିନ୍ତାରେ କମଳ। ଏ ନେଇ ସେ ପ୍ରଶାସନକୁ ସହାୟତା ଦେବାକୁ ନିବେଦନ କରିଛନ୍ତି। କମଳଙ୍କୁ ଚିକତ୍ସା ଖର୍ଚ୍ଚ ଓ ପରିବାରକୁ ସହାୟତା ଯୋଗାଇ ଦେବାକୁ ୱାର୍ଡ ସଭ୍ୟ ଓ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?