ବିକାଶକୁ ଚାହିଁ ରହିଛନ୍ତି ପାହାଡ଼ତଳିବାସୀ

ନୀଳଗିରି, ୩୦।୭ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଅଭୟାରଣ୍ୟ ପାଦଦେଶ ତଥା ସିଆଡ଼ିମାଳ ପଞ୍ଚାୟତ ନିକଟ ବାବନ୍ଧ ଗ୍ରାମ ସଂଲଗ୍ନ ଘଞ୍ଚ ଜଙ୍ଗଲ ମଧ୍ୟରେ ଚିରସ୍ରୋତା ଝରଣା ନିକଟରେ ରହିଛି ମା’ ବ୍ରାହ୍ମଣୀ ଦେବୀପୀଠ। ସେଠାରୁ ମାତ୍ର କିଛି ହାତ ଦୂରରେ ଅଛନ୍ତି ପାହାଡ଼େଶ୍ୱରୀ ମହାଦେବ। ମା’ ବ୍ରାହ୍ମଣୀ ଓ ମହାଦେବଙ୍କ ଦର୍ଶନ ଲାଗି ସଦାସର୍ବଦା ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଥିଲେ ମଧ୍ୟ ସେଠାକୁ ଯିବା ପାଇଁ ରାସ୍ତା ସୁବିଧା ନାହିଁ। ପ୍ରାୟ ୧ କି.ମି. ପାହାଡ଼ ଚଢ଼ି ଅଙ୍କାବଙ୍କା ରାସ୍ତାରେ ଲୋକେ ଯିବା ଆସିବା କରୁଛନ୍ତି। ରାସ୍ତାଘାଟର ଉନ୍ନତି ସହ ଝରଣାର ପୁନରୁଦ୍ଧାର ଲାଗି ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି।
ପୂର୍ବରୁ ବାବନ୍ଧ ନିକଟ ବ୍ରାହ୍ମଣୀ ପର୍ବତମାଳାର ଏକ ଝରଣାର ତଟ ପାର୍ଶ୍ୱରେ ମା’ ବ୍ରାହ୍ମଣୀ ଓ ପରେ ପାହାଡ଼େଶ୍ୱରୀ ମହାଦେବ ଆବିର୍ଭାବ ହୋଇଥିଲେ। ନୀଳଗିରି ଉପଖଣ୍ଡର ଆଖପାଖ ଗ୍ରାମବାସୀ ମନସ୍କାମନା ପୂର୍ଣ୍ଣ ପାଇଁ ଏଠାକୁ ଆସିଥାନ୍ତି। କାରଣ ଏହି ଦେବୀ ପାଷାଣ୍ଡ। ଏହି ପାଷାଣ୍ଡ ଦେବୀଙ୍କଠାରେ ମାନସିକ କଲେ ମନସ୍କାମନା ପୂରଣ ହେବା ସହ ଦୂରାରୋଗ୍ୟରୁ ମୁକ୍ତି ମିଳିଥାଏ ବୋଲି ଲୋକବିଶ୍ୱାସ ରହିଛି। ଦେହୁରୀଙ୍କ ଦ୍ୱାରା ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥାଏ। ବାବନ୍ଧ ଗ୍ରାମର ୧୫୦ପରିବାର ପକ୍ଷରୁ ପ୍ରତ୍ୟେକ ବର୍ଷ ଜାନୁଆରୀ ୨୦ରୁ ୨୫ ତାରିଖ ମଧ୍ୟରେ ପୂଜା ମହୋତ୍ସବ କରାଯାଏ। ଚଳିତବର୍ଷ କୌଣସି କାରଣରୁ ଜାନୁଆରୀ ମାସ ପୂଜା ହୋଇ ନ ଥିବାରୁ ଚଳିତମାସ ପୂଜା ଅର୍ଘ୍ୟ ମହାସମାରୋହରେ ପାଳିତ ହୋଇଛି। ବହୁଦୂରାନ୍ତରୁ ଦେବୀ ମା’ ଓ ପାହାଡ଼େଶ୍ୱରୀ ବାବାଙ୍କ ଦର୍ଶନ ପାଇଁ ଭକ୍ତ, ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ବର୍ଷାଦିନେ ଯାତାୟାତ କରିବା କଷ୍ଟକର। ପ୍ରାୟ ୧ କିଲୋମିଟର ରାସ୍ତାର ମରାମତି ଅଦ୍ୟାବଧି ପୂର୍ଣ୍ଣାଙ୍ଗ ହୋଇପାରିନି। ସ୍ଥାନୀୟ ବାସିନ୍ଦା ସରକାରଙ୍କ ନିକଟରେ ଆପତ୍ତି ଅଭିଯୋଗ କଲେ ମଧ୍ୟ ରାସ୍ତା ଉନ୍ନତୀକରଣ ଲାଗି କୌଣସି ପଦକ୍ଷେପ ନିଆଯାଉନି। ଉକ୍ତ ପୀଠରେ ଜଣେ ବାବା ରାତିଦିନ ସେଠାରେ ବସବାସ କରିଥାନ୍ତି। ତାଙ୍କ କହିବା ଅନୁଯାୟୀ, ଉକ୍ତ ସ୍ଥାନ କୁଲଡ଼ିହା ଅଭୟାରଣ୍ୟରେ। ମୁହଁ ଅନ୍ଧାର ହେଲେ ହାତୀ, ବାର୍‌ହା, ଭାଲୁ ଆଦି ହିଂସ୍ରଜନ୍ତୁଙ୍କ ଚରାଭୂଇଁ ପାଲଟିଯାଏ। ସବୁଠାରୁ ଆଶ୍ଚର୍ଯ୍ୟଳନକ କଥା ହେଲା ଯେ, ମା’ଙ୍କ ମହିମାରୁ କେବେ ହେଲେ ବନ୍ୟଜନ୍ତୁମାନେ ସେଠାକୁ ଓହ୍ଲାଇ ନାହାନ୍ତି କି କାହାରି ମଧ୍ୟ ଅନିଷ୍ଟ କରିନାହାନ୍ତି। ସ୍ଥାନୀୟ ପ୍ରଶାସନ ଉକ୍ତ ସ୍ଥାନକୁ ରାସ୍ତା ନିର୍ମାଣ ଓ ମା’ ବ୍ରାହ୍ମଣୀ ଦେବୀ ଓ ପାହାଡ଼େଶ୍ୱରୀ ମହାଦେବଙ୍କ ଆସ୍ଥାନ ନିର୍ମାଣ ପାଇଁ ବୈଦ୍ୟନାଥ ବେହେରା, ଜ୍ଞାନରଞ୍ଜନ ବେହେରା, ରବୀନ୍ଦ୍ର ବେହେରା, ସୁରେନ୍ଦ୍ର ବେହେରା, ଗୌରହରି ବେହେରା, ଚତୁର୍ଭୁଜ ବେହେରା, ଉତ୍ତମ କୁମାର ବେହେରା, ସୁକୁରା ବେହେରା, ସଦନ ବେହେରା ଏବଂ କୁଶ ଚନ୍ଦ୍ର ବେହେରା ପ୍ରମୁଖ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଖୋଲିବ SEBI କାର୍ଯ୍ୟାଳୟ

ଭୁବନେଶ୍ୱର,୧୮।୫: SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ…

ଭୁବନେଶ୍ବରରେ ତେଲ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା, କାଲିଠୁ….

ଭୁବନେଶ୍ବର,୧୮।୫: ରାଜ୍ୟରେ ତେଲ ସଂକଟ ଭିତରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବୟାନ ସାମ୍ନାକୁ ଆସିଛି । ତୈଳ ସ୍ଥିତିକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା…

ଯୁକ୍ରେନ ଡ୍ରୋନ ମାଡ଼ରେ ମାଧବନ୍ଧର ଓଡ଼ିଆ ଯୁବକ ମୃତ, ଚାକିରି କରିବାକୁ ରୁଷିଆ ଯାଇଥିଲେ ରାମେୟା

ଚିକିଟି,୧୮।୫(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ମାଧବନ୍ଧ ଗ୍ରାମର ଜଣେ ଯୁବକ ଯୁକ୍ରେନର ଡ୍ରୋନ ମାଡ଼ରେ ପ୍ରାଣ ହରାଇଛନ୍ତି । ଶନିବାର ତାଙ୍କର…

କ୍ରାଇମବ୍ରାଞ୍ଚ DGଙ୍କ ବଡ଼ ବୟାନ: ସୌମ୍ୟ ହତ୍ୟାର ସବୁ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୧୮।୫: କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ସବୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା DG ମିଶ୍ର…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri