ବିକାଶକୁ ଚାହିଁ ରହିଛନ୍ତି ପାହାଡ଼ତଳିବାସୀ

ନୀଳଗିରି, ୩୦।୭ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଅଭୟାରଣ୍ୟ ପାଦଦେଶ ତଥା ସିଆଡ଼ିମାଳ ପଞ୍ଚାୟତ ନିକଟ ବାବନ୍ଧ ଗ୍ରାମ ସଂଲଗ୍ନ ଘଞ୍ଚ ଜଙ୍ଗଲ ମଧ୍ୟରେ ଚିରସ୍ରୋତା ଝରଣା ନିକଟରେ ରହିଛି ମା’ ବ୍ରାହ୍ମଣୀ ଦେବୀପୀଠ। ସେଠାରୁ ମାତ୍ର କିଛି ହାତ ଦୂରରେ ଅଛନ୍ତି ପାହାଡ଼େଶ୍ୱରୀ ମହାଦେବ। ମା’ ବ୍ରାହ୍ମଣୀ ଓ ମହାଦେବଙ୍କ ଦର୍ଶନ ଲାଗି ସଦାସର୍ବଦା ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଥିଲେ ମଧ୍ୟ ସେଠାକୁ ଯିବା ପାଇଁ ରାସ୍ତା ସୁବିଧା ନାହିଁ। ପ୍ରାୟ ୧ କି.ମି. ପାହାଡ଼ ଚଢ଼ି ଅଙ୍କାବଙ୍କା ରାସ୍ତାରେ ଲୋକେ ଯିବା ଆସିବା କରୁଛନ୍ତି। ରାସ୍ତାଘାଟର ଉନ୍ନତି ସହ ଝରଣାର ପୁନରୁଦ୍ଧାର ଲାଗି ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି।
ପୂର୍ବରୁ ବାବନ୍ଧ ନିକଟ ବ୍ରାହ୍ମଣୀ ପର୍ବତମାଳାର ଏକ ଝରଣାର ତଟ ପାର୍ଶ୍ୱରେ ମା’ ବ୍ରାହ୍ମଣୀ ଓ ପରେ ପାହାଡ଼େଶ୍ୱରୀ ମହାଦେବ ଆବିର୍ଭାବ ହୋଇଥିଲେ। ନୀଳଗିରି ଉପଖଣ୍ଡର ଆଖପାଖ ଗ୍ରାମବାସୀ ମନସ୍କାମନା ପୂର୍ଣ୍ଣ ପାଇଁ ଏଠାକୁ ଆସିଥାନ୍ତି। କାରଣ ଏହି ଦେବୀ ପାଷାଣ୍ଡ। ଏହି ପାଷାଣ୍ଡ ଦେବୀଙ୍କଠାରେ ମାନସିକ କଲେ ମନସ୍କାମନା ପୂରଣ ହେବା ସହ ଦୂରାରୋଗ୍ୟରୁ ମୁକ୍ତି ମିଳିଥାଏ ବୋଲି ଲୋକବିଶ୍ୱାସ ରହିଛି। ଦେହୁରୀଙ୍କ ଦ୍ୱାରା ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥାଏ। ବାବନ୍ଧ ଗ୍ରାମର ୧୫୦ପରିବାର ପକ୍ଷରୁ ପ୍ରତ୍ୟେକ ବର୍ଷ ଜାନୁଆରୀ ୨୦ରୁ ୨୫ ତାରିଖ ମଧ୍ୟରେ ପୂଜା ମହୋତ୍ସବ କରାଯାଏ। ଚଳିତବର୍ଷ କୌଣସି କାରଣରୁ ଜାନୁଆରୀ ମାସ ପୂଜା ହୋଇ ନ ଥିବାରୁ ଚଳିତମାସ ପୂଜା ଅର୍ଘ୍ୟ ମହାସମାରୋହରେ ପାଳିତ ହୋଇଛି। ବହୁଦୂରାନ୍ତରୁ ଦେବୀ ମା’ ଓ ପାହାଡ଼େଶ୍ୱରୀ ବାବାଙ୍କ ଦର୍ଶନ ପାଇଁ ଭକ୍ତ, ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ବର୍ଷାଦିନେ ଯାତାୟାତ କରିବା କଷ୍ଟକର। ପ୍ରାୟ ୧ କିଲୋମିଟର ରାସ୍ତାର ମରାମତି ଅଦ୍ୟାବଧି ପୂର୍ଣ୍ଣାଙ୍ଗ ହୋଇପାରିନି। ସ୍ଥାନୀୟ ବାସିନ୍ଦା ସରକାରଙ୍କ ନିକଟରେ ଆପତ୍ତି ଅଭିଯୋଗ କଲେ ମଧ୍ୟ ରାସ୍ତା ଉନ୍ନତୀକରଣ ଲାଗି କୌଣସି ପଦକ୍ଷେପ ନିଆଯାଉନି। ଉକ୍ତ ପୀଠରେ ଜଣେ ବାବା ରାତିଦିନ ସେଠାରେ ବସବାସ କରିଥାନ୍ତି। ତାଙ୍କ କହିବା ଅନୁଯାୟୀ, ଉକ୍ତ ସ୍ଥାନ କୁଲଡ଼ିହା ଅଭୟାରଣ୍ୟରେ। ମୁହଁ ଅନ୍ଧାର ହେଲେ ହାତୀ, ବାର୍‌ହା, ଭାଲୁ ଆଦି ହିଂସ୍ରଜନ୍ତୁଙ୍କ ଚରାଭୂଇଁ ପାଲଟିଯାଏ। ସବୁଠାରୁ ଆଶ୍ଚର୍ଯ୍ୟଳନକ କଥା ହେଲା ଯେ, ମା’ଙ୍କ ମହିମାରୁ କେବେ ହେଲେ ବନ୍ୟଜନ୍ତୁମାନେ ସେଠାକୁ ଓହ୍ଲାଇ ନାହାନ୍ତି କି କାହାରି ମଧ୍ୟ ଅନିଷ୍ଟ କରିନାହାନ୍ତି। ସ୍ଥାନୀୟ ପ୍ରଶାସନ ଉକ୍ତ ସ୍ଥାନକୁ ରାସ୍ତା ନିର୍ମାଣ ଓ ମା’ ବ୍ରାହ୍ମଣୀ ଦେବୀ ଓ ପାହାଡ଼େଶ୍ୱରୀ ମହାଦେବଙ୍କ ଆସ୍ଥାନ ନିର୍ମାଣ ପାଇଁ ବୈଦ୍ୟନାଥ ବେହେରା, ଜ୍ଞାନରଞ୍ଜନ ବେହେରା, ରବୀନ୍ଦ୍ର ବେହେରା, ସୁରେନ୍ଦ୍ର ବେହେରା, ଗୌରହରି ବେହେରା, ଚତୁର୍ଭୁଜ ବେହେରା, ଉତ୍ତମ କୁମାର ବେହେରା, ସୁକୁରା ବେହେରା, ସଦନ ବେହେରା ଏବଂ କୁଶ ଚନ୍ଦ୍ର ବେହେରା ପ୍ରମୁଖ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri