ଶିସକୁଡ଼ିବାସୀଙ୍କ ବିକାଶରେ ବାଧକ ଅନ୍ଧାରୀ ନଦୀ

ଦଶମନ୍ତପୁର,୩୦ା୬ (ଅରବିନ୍ଦ ନାୟକ ): ଗ୍ରାମବାସୀଙ୍କ ବିକାଶରେ ପ୍ରତିବନ୍ଧକ ସାଜିଛି ଅନ୍ଧାରୀ ନଦୀ। ଉକ୍ତ ନଦୀ ପଇଁ ବର୍ଷାଦିନ ଆସିଲେ ଜଳବନ୍ଦୀ ଜୀବନ ବିତାଉଛନ୍ତି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତର ଶିସକୁଡ଼ି ଗ୍ରାମବାସୀ। ଏହି ଗ୍ରାମ ଚାରିପଟେ ରହିଛି ଡଙ୍ଗର ଓ ପାହାଡ଼ପର୍ବତ। ମଝିରେ ରହିଥିବା ଶିସକୁଡ଼ି ଗ୍ରାମରେ ୪୫ ଆଦିବାସୀ ଓ ହରିଜନ ସମ୍ପ୍ରଦାୟମ୍ପର ଲୋକେ ବସବାସ କରିଥାନ୍ତି। ଗ୍ରାମବାସଙ୍କ ମୁଖ୍ୟ ଜୀବିକା ହେଉଛି ପୋଡୁଚାଷ। ଅନ୍ଧାରୀ ନଦୀ ସେମାନଙ୍କ ଜୀବନ ଜୀବିକା ବିକାଶରେ ମଧ୍ୟ ବାଧକ ସାଜୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଥିପାଇଁ ଆମ ଗ୍ରାମରେ କୌଣସି ଉନ୍ନୟନମୂଳକ କାମ ହୋଇପାରୁନାହିଁ ବୋଲି କହିଛନ୍ତି ସେମାନେ। ବିଶେଷକରି ନଦୀ ପାରହୋଇ ବିଦ୍ୟାଳୟ ଯାଉଥିବା ଗ୍ରାମର ୨୭ ଜଣ ଛାତ୍ରୀଛାତ୍ରମାନେ ହନ୍ତସନ୍ତ ହୁଅନ୍ତି। ଆମ ମାଆବାପା ଆମକୁ କାନ୍ଧରେ ବସାଇ ନଦୀପାର କରିନେଇ ବିଦ୍ୟାଳୟରେ ଛାଡନ୍ତି ବୋଲି କୁହନ୍ତି ପିଲାମାନେ। ତେବେ ନଦୀରେ ପାଣି ଅଧିକ ରହୁଥିବାରୁ ଆମେ ମାସକୁ ମାତ୍ର ୩/୪ ଥର ପିଲାଙ୍କୁ ବିଦ୍ୟାଳୟ ଛାଡୁ ବୋଲି କୁହନ୍ତି ଅଭିଭାବକମାନେ। ୨ବର୍ଷ ତଳେ ହୋଇଥିବା ବନ୍ୟାରେ ଅନେକ ଗୃହପାଳିତ ପ୍ରାଣୀ ଭାସିଯାଇଥିଲେ। ଗ୍ରାମର ରାମ ପୂଜାରୀ, ଦାଶ ସାଉଁନ୍ତା ଏବଂ ପୁଲୁ ସାଉନ୍ତା ମଧ୍ୟ ନଦୀ ପାର ବେଳେ ଭାସିଯାଇ ମୃତ୍ୟୁବରଣ କରିଥିଲେ ବୋଲି କହିଛନ୍ତି ଗ୍ରାମବାସୀ। ଗ୍ରାମରେ କେହି ଗୁରୁତର ହୋଇପଡିଲେ ଅବା କୌଣସି ଗର୍ଭବତୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ଆମେ ଗ୍ରାମରୁ ଆର୍‌ଡି ରାସ୍ତା ଛକ ପର୍ଯ୍ୟନ୍ତ ଭାରରେ ବୋହି ନେଇ ସେଠାରୁ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଇଥାଉ ବୋଲି କହନ୍ତି ଗ୍ରାମର ବଙ୍ଗାରି ସାଉଁନ୍ତା, ଇନ୍ଦ୍ର ପାଇକ, ଧବଳେଶ୍ୱର ପାଇକ, ଅର୍ଜୁନ ନାୟକ, ଶୋଭା ପାଇକ, ଡମ ପୂଜାରୀ, କୃଷ ପାଇକ ଓ ମଦନ ପାଇକ। ନଦୀ ଉପରେ ପୋଲଟିଏ ନିର୍ମାଣ କରିବାକୁ ଏଯାଏ ପ୍ରଶାସନ କିମ୍ବା ଜନ ପ୍ରତିନିଧିମାନେ ଗୁରୁତ୍ୱ ଦେଇନାହନ୍ତି। ପୋଲ ନିର୍ମାଣ ନ ହେଲେ ଆଗାମୀ ସାଧାରଣ ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri