ପଟ୍ଟାମୁଣ୍ଡାଇ-ଇନ୍ଦୁପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା ମରଣଯନ୍ତା

ପଟ୍ଟାମୁଣ୍ଡାଇ,୨୭୯(ଅକ୍ଷୟ ବିଶ୍ୱାଳ): ପଟ୍ଟାମୁଣ୍ଡାଇ ମୁଖ୍ୟ ରାସ୍ତାଠାରୁ ଇନ୍ଦୁପୁର ଯାଇଥିବା ୧୭ କିମି ଗ୍ରାମ୍ୟ ଉନ୍ନୟନ ରାସ୍ତା ମରାମତି ଅଭାବରୁ ମରଣଯନ୍ତା ପାଲଟିଛି। ସ୍ଥାନେ ସ୍ଥାନେ ଏହି ରାସ୍ତା ଫାଟି ଭାଙ୍ଗି ଯାଇଛି। ଏହି ରାସ୍ତା ଉପରେ ପଟ୍ଟାମୁଣ୍ଡାଇ ବ୍ଲକର ୧୩ଟି ପଞ୍ଚାୟତ ଓ କେନ୍ଦ୍ରାପଡ଼ା ବ୍ଲକର ୭ଟି ପଞ୍ଚାୟତ ସମେତ ଆଳି ବ୍ଲକର ୭ଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି। ରାସ୍ତାଟି ମରଣଯନ୍ତା ଯୋଗୁ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ହାନି ହୋଉଛି। ଏହି ରାସ୍ତାର ମରାମତି ପାଇଁ ପଟ୍ଟାମୁଣ୍ଡାଇ ବ୍ଲକର ଚନ୍ଦନପୁର, ପେଣ୍ଠପାଳ, ତରଡିପାଳ, ଅଳପୁଆ, ସିଂହଗା, ଅଣ୍ଢରା, ଅମୃତମଣୋହି ଓ କେନ୍ଦ୍ରାପଡ଼ା ବ୍ଲକର ଧୂମାତ, ଚାରିଗଁା, ଘାଘରା, ଇନ୍ଦୁପୁର ପଞ୍ଚାୟତର ଅଧିବାସୀମାନେ ବାରମ୍ବାର ସରକାରଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତାକୁ ସରକାରଙ୍କ ଅନୁମତିକ୍ରମେ ପୂର୍ତ୍ତ ବିଭାଗ ଅଧୀନକୁ ପ୍ରଦାନ କରାଯାଇଛି। ପୂର୍ତ୍ତ ବିଭାଗ ଏହି ରାସ୍ତାର ପୁନଃ ନିର୍ମାଣ ପାଇଁ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଧୀନରେ ଇ-ଟେଣ୍ଡର କରାଯାଇଛି। ଏହି ରାସ୍ତାକୁ ୫ ମିଟର ଚଉଡା ପିଚୁ ଓ ଢଳେଇ ରାସ୍ତାରେ ପରିଣତ କରାଯିବ ବୋଲି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଆଜାମଉଦିନ ଖାନ୍‌ କହିଛନ୍ତି। ଟେଣ୍ଡର ପ୍ରକ୍ରିୟା ଶେଷ ହେଲେ ନଭେମ୍ବର ପ୍ରଥମ ସପ୍ତାହରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ତେବେ ଏହି ରାସ୍ତା ଉପରେ ପ୍ରତିଦିନ ଶହଶହ ଗାଡ଼ିମୋଟର, ଟ୍ରିପର, ପୋକଲିନ୍‌, ହାଇଓ୍ବା ଚଳାଚଳ କରୁଥିବା ବେଳେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି। ବିଶେଷକରି ବାଲି ବେଝୋଇ ଟ୍ରକ୍‌ ଓ ହାଇଓ୍ବା ଚଳାଚଳ ଯୋଗୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି ବୋଲି ଲୋକ ଅଭିଯୋଗ କରୁଛନ୍ତି। ବ୍ରାହ୍ମଣୀ ନଦୀ ପାର୍ଶ୍ୱରେ ଥିବା ଏହି ରାସ୍ତା ଉପରେ ପ୍ରାୟ ୨୮ଟି ପଞ୍ଚାୟତର ୪୦ହଜାର ଲୋକ ନିର୍ଭର କରୁଥିବା ବେଳେ ଏହି ରାସ୍ତାର ମରାମତି ଓ ପୁନଃ ନିର୍ମାଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ବଡ଼ ଚମତ୍କାର! ଏହି ୩ ରାଶିଙ୍କୁ ମିଳିବ ଧନ ଓ କ୍ୟାରିୟରରେ ଜବରଦସ୍ତ ଲାଭ

ମଙ୍ଗଳ ଗ୍ରହ ୨୪ ଜୁଲାଇରେ ମୃଗଶିରା ନକ୍ଷତ୍ରରେ ପ୍ରବେଶ କରିଥିଲେ। ବର୍ତ୍ତମାନ ଆଜି ୧୨ ଅଗଷ୍ଟ ବୁଧବାର ରାତ୍ରୀ ୧୦ଟା ୪୨ ମିନିଟରେ ମଙ୍ଗଳ ଗ୍ରହ ଆର୍ଦ୍ରା…

ନାବାଳିକାକୁ ଅପହରଣ କରି ଯାଜପୁରରେ ବଳାତ୍କାର, ପରେ…

ଭୁବନେଶ୍ୱର, ୧୨।୮: ଭୁବନେଶ୍ୱରର ଇନଫୋସିଟି ଥାନା ଅଞ୍ଚଳରୁ ଜଣେ ନାବାଳିକାକୁ ଅପହରଣ କରି ଯାଜପୁର ନେଇଯିବା ଏବଂ ସେଠାରେ ତାଙ୍କ ବଳାତ୍କାର ରାଯାଇଥିବା ନେଇ ଅଭିଯୋଗ ହୋଇଛି।…

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୨।୮: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍‌, ଆଉ ତା’ପରେ…

ମୋହନା,୧୨।୮( ମନ୍ମଥ ମିଶ୍ର ): ଦ୍ୱିପ୍ରହରରେ ଚୋରି ଉଦ୍ୟମ। ଘରେ କେହି ନଥିବାର ସୁଯୋଗ ନେଇ ଚୋରି ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲେ ଚୋର। ହେଲେ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri