ପାଞ୍ଚ ମହଲାରୁ ଡେଇଁପଡ଼ିଲେ ରୋଗୀ

ଢେଙ୍କାନାଳ ଅଫିସ, ୧୪ ।୮:  ବାପାଙ୍କ ମୃତ୍ୟୁ ପରେ ମାନସିକ ଚାପରେ ଥିଲେ। ଶନିବାର ହିତାହିତ ଜ୍ଞାନ ହରାଇ ବ୍ଲେଡ୍‌ରେ କାଟି ପକାଇଥିଲେ ହାତଗୋଡ଼। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ୫ମ ମହଲାରୁ ଡେଇଁ ପୁଣି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଢେଙ୍କାନାଳ ପରଜଙ୍ଗ ଥାନା ଡମସାହିର ସ୍ବର୍ଗତ ତଉଲିଆ ନାୟକଙ୍କ ପୁଅ ଚନ୍ଦନ (୩୭)। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ଏଭଳି ଅଭାବନୀୟ ଘଟଣା ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି।
ବାପା ତଉଲିଆଙ୍କ ମୃତ୍ୟୁ ପରେ ପରିବାରର ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡ଼ିଥିଲା। ଏହାକୁ ନେଇ ମାନସିକ ଚାପରେ ରହୁଥିଲେ ଚନ୍ଦନ। ସେ କୌଣସି କାର୍ଯ୍ୟରେ ଗଁଦିଆ ଥାନା ଦେଓଗଁାସ୍ଥିତ ଝିଆରୀ ଜ୍ୱାଇଁଙ୍କ ଘରକୁ ଆସିଥିଲେ। ଶୁକ୍ରବାର ମା’ ସୁକୁମାରୀ ଏକ ବୋଲେରୋ ଧରି ତାଙ୍କୁ ନେବା ପାଇଁ ଆସିଥିଲେ ହେଁ ସେ ଯାଇ ନ ଥିଲେ। ଶନିବାର ସକାଳେ ବ୍ଲେଡ୍‌ରେ ବେକ, ଦୁଇ ହାତ କାଟି ପ୍ରଥମେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଦେଓଗଁାରେ ରହୁଥିବା ଝିଆରୀ ଜ୍ୱାଇଁ ପୂର୍ବାହ୍ନ ୧୦ଟାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚନ୍ଦନ ୫ମ ମହଲାରେ ଥିବା ସର୍ଜରି ୱାର୍ଡରେ ଚିକିତ୍ସିତ ହେଉଥିଲେ। ତାଙ୍କ ପାଖରେ ସୁକୁମାରୀ ଥିଲେ। ଅପରାହ୍ନ ୩ଟାରେ ମା’ ୱାର୍ଡ ନିକଟ ଶୌଚାଳୟକୁ ଯାଇଥିବା ବେଳେ ଚନ୍ଦନ ବାହାରପଟୁ କବାଟ ଦେଇ ପାଞ୍ଚ ମହଲାରୁ ତଳକୁ ଡେଇଁ ପଡିଥିଲେ। ଚିକିତ୍ସାଳୟର ଜଣେ କର୍ମଚାରୀ ଶୌଚାଳୟ କବାଟ ଖୋଲିବା ବେଳକୁ ଚନ୍ଦନ ଶଯ୍ୟାରେ ନ ଥିଲେ। ପାଟିତୁଣ୍ଡ ଶୁଣି ତଳକୁ ଆସିବା ବେଳକୁ ବଗିଚାରେ ଚନ୍ଦନ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା କରାଯିବା ସହ ଡାକ୍ତରଙ୍କ ପରାମର୍ଶକ୍ରମେ କଟକ ସ୍ଥାନାନ୍ତର କରାଯାଇଛି।
ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ କୁହନ୍ତି, ୱାର୍ଡ ନିକଟରେ ଥିବା ପାହାଚ ପାଖ ଝରକାରେ ଗ୍ରୀଲ୍‌ରେ କବାଟ ନ ଥିବା ଦେଖି ସେ ତଳକୁ ଡେଇଁପଡ଼ିଥିଲେ। ଏହାର ତଦନ୍ତ କରାଯାଉଛି। ସୂଚନାଯୋଗ୍ୟ, ଜିଲା ଚିକିତ୍ସାଳୟରେ ପୂର୍ବରୁ ଏଭଳି ୨ଟି ଘଟଣା ଘଟିଥିବା ନଜିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri