ଶାଶ୍ୱତ ସୁଖର ଚଲାପଥ

ଯଚିଦାନନ୍ଦ ଦାଶ

ପାଠକେ, ଆପଣ ଦେଖିଥିବେ, ଅଧିକାଂଶ ଧନୀ ଓ କୋଟିପତି ବ୍ୟକ୍ତିମାନେ ସବୁ ସମୟରେ ବ୍ୟସ୍ତତା ଓ ଚିନ୍ତିତ ଅବସ୍ଥାରେ ସମୟ ଅତିବାହିତ କରିଥାନ୍ତି। ଯେତେ ଧନ ସମ୍ପତ୍ତି ପାଖରେ ଥିଲେ ମଧ୍ୟ ଟଙ୍କା ପଇସା, ସୁନା ରୁପାର ମୋହ ଛାଡ଼ି ପାରନ୍ତି ନାହିଁ। ଫଳରେ ଧନୀ ବ୍ୟକ୍ତିମାନେ ସାଧାରଣତଃ ବିଭିନ୍ନ ପ୍ରକାର ଭୟଙ୍କର ରୋଗ ଯଥା- କାନ୍‌ସର, ହୃଦ୍‌ରୋଗ ଇତ୍ୟାଦିରେ ପୀଡ଼ିତ ହୋଇଥାନ୍ତି। ଏମାନଙ୍କର ମନ ଓ ହୃଦୟରେ ଆତ୍ମିକ ଶାନ୍ତି ବୋଲି କିଛି ନ ଥାଏ। ଟଙ୍କା, ପଇସା ଓ ଧନର ହିସାବ ସବୁ ସମୟରେ ରଖି ରଖି ଏମାନଙ୍କୁ ମାୟା ଓ ମୋହ ଗ୍ରାସ କରିନିଏ। କାରଣ ତାଙ୍କ ଆତ୍ମାରେ ସୁଖଶାନ୍ତି ବୋଲି କିଛି ନ ଥାଏ। ଉପରୋକ୍ତ ବ୍ୟକ୍ତିଙ୍କର ବିପରୀତ କ୍ରମେ ଦେଖିଲେ ଲୁଣ, ପଖାଳ ଖାଉଥିବା ଲୋକ ଖୁବ୍‌ ସୁଖଶାନ୍ତିରେ ରହିପାରୁଛି। କର୍ମମୟ ଓ ଆତ୍ମିକ ଶାନ୍ତିପ୍ରାପ୍ତ ଜୀବନ, ଗରିବ ଲୋକଟିର ମନକୁ ସୁଖମୟ କରେ। ମଣିଷ ଯେତେ ପୌଷ୍ଟିକ ଖାଦ୍ୟ ଖାଇଲେ ମଧ୍ୟ ଶାନ୍ତି ଓ ସୁଖ ବ୍ୟତିରେକ ଦେହ ଲାଗେ ନାହିଁ। ଆତ୍ମିକ ଶାନ୍ତି କହିଲେ ଆମେ ନିମ୍ନଲିଖିତ ପ୍ରକାରରେ ବୁଝିଥାଉ। ଯଥା ଆତ୍ମିକ ଶାନ୍ତି ହେଉଛି ଆତ୍ମସନ୍ତୋଷ, ସୁଖ ଓ ଶାନ୍ତିର ସମିଶ୍ରଣ, ଆତ୍ମିକ ଶାନ୍ତିର ପ୍ରଥମ ପାହାଚ ଆତ୍ମସନ୍ତୋଷ। ଆତ୍ମସନ୍ତୋଷରୁ ସୁଖର ଉପତ୍ତ୍ତି ହୋଇଥାଏ ଏବଂ ସୁଖର ଆଭାସରୁ ଶାନ୍ତିର ଭାବନା ମନରେ ଜାଗ୍ରତ ହୋଇଥାଏ। ତେଣୁ ଆତ୍ମିକ ଚିତ୍ର ବିନା ମଣିଷ ଜୀବନ ବିପନ୍ନ ହୋଇପଡ଼େ। ଏ ନେଇ ଟଲଷ୍ଟୟଙ୍କର ଏକ କାହାଣୀ ଉପସ୍ଥାପନା କରୁଛି। ଏକ ଜମିଦାର ନିକଟରେ ଜଣେ ଭୂମିହୀନ କୃଷକ କାମ କରୁଥିଲେ। ସେ କ୍ଷେତରେ ମୂଲ ଲାଗୁଥିଲେ, ଈଶ୍ୱରଙ୍କ କୃପାରୁ ଯାହା ମିଳୁଥିଲା ସେଥିରେ ଖୁବ୍‌ ଆନନ୍ଦରେ ଚଳୁଥିଲେ। ଅକସ୍ମାତ୍‌ ଦିନେ ଜମି ମାଲିକାଣୀ କିଛି ଜମି ବିକ୍ରିକଲେ। କୃଷକ ଜଣକ ଏଠୁ ସେଠୁ ଧାରକରଜ କରି ଜମି କିଣି ନେଲେ ହେଲେ ସେହିଦିନଠାରୁ ସେ ଆର୍ଥିକ ସମସ୍ୟାରେ ପଡ଼ିଲେ। ଦିନରାତି ତାଙ୍କୁ ଅର୍ଥ ଚିନ୍ତା ଲାଗି ରହିଲା। ଜମିରେ କେମିତି ଫସଲ ଉପୁଜିବ ଜମିକୁ କେମିତି ଉର୍ବର କରାଯାଇପାରିବ ଇତ୍ୟାଦି। ଏହିପରି ନାନା ପ୍ରକାର ଚିନ୍ତାର ଶିକାର ହୋଇ ରୋଗଗ୍ରସ୍ତ ହୋଇପଡ଼ିଲେ। ଶେଷରେ ଏପରି ଲୋଭପାଇଁ ମୃତ୍ୟୁବରଣ କଲେ ଏବଂ ନିଜର ସୁଖମୟ ଜୀବନକୁ ବାଜି ଲଗାଇ ଦେଲେ। ଏ ଥିଲା ଆତ୍ମିକ ଶାନ୍ତି ପ୍ରାପ୍ତ ନ ହେବାର ଫଳ।
ଏଥର ବିଚାରକୁ ନେବା ଶାଶ୍ୱତ ସୁଖ କ’ଣ ? ଏବଂ ଏହା କିପରି ଆତ୍ମିକ ସୁଖ ଦ୍ୱାରା ପ୍ରଭାବିତ ହୋଇଥାଏ। ଆମର ଉଦ୍ଦେଶ୍ୟ ନୁହେଁ କି ଜଣେ ବ୍ୟକ୍ତିବିଶେଷ ପ୍ରଗତି ନ କରନ୍ତୁ। ପ୍ରଗତି ଅବଶ୍ୟ କରନ୍ତୁ। ହେଲେ ଯାହା କିଛି ଜଣକ ପାଖରେ ନାହିଁ, ସେ ଯାଏ ସେ ଦୁଃଖିତ ହେବା ଉଚିତ ନୁହେଁ। ବର୍ତ୍ତମାନ ପରିସ୍ଥିତି ଭଗବାନ ଯାହା ଦେଇଛନ୍ତି ତାହା ହିଁ ଗ୍ରହଣ କରି ସନ୍ତୁଷ୍ଟ ହେବା ଉଚିତ। ନିଜେ ବର୍ତ୍ତମାନ ଉପରେ ଅପ୍ରଶନ୍ନ ହୋଇ ଏହା ଉପରେ ଦୁଃଖ ପ୍ରକଟ କରିବା ଉଚିତ ନୁହେଁ କି ଭବିଷ୍ୟତରେ ଆଶା ଓ ଆକାଂକ୍ଷା ନେଇ ଅତ୍ୟନ୍ତ ମର୍ମାହତ ହେବା ଉଚିତ ନୁହେଁ ଆଉ ମଧ୍ୟ ଅତୀତର ସ୍ମୃତିକୁ ନେଇ ଝୁରିବା ଉଚିତ ନୁହେଁ। ତେବେ ଯାଇ ଜଣେ ବ୍ୟକ୍ତି ଆତ୍ମିକ ଶାନ୍ତି ପାଇପାରିବ। ଯଦି ଆମେ ଆତ୍ମିକ ଶାନ୍ତିକୁ ହୃଦୟଭରି ଆପଣେଇ ପାରିବା, ତା’ ହେଲେ ଆମେ ଶାଶ୍ୱତ ସୁଖ ପାଇପାରିବା। ତେବେ ଏଇ ଚଲାପଥ ଅଛି, ତାହା ଆତ୍ମିକ ଶାନ୍ତି ଓ ଶାଶ୍ୱତ ସୁଖ ମଧ୍ୟରେ ଧୀରେ ଧୀରେ ଆଶ୍ରୟ ନେଇ ଆତ୍ମିକ ଶାନ୍ତି ଶାଶ୍ୱତର ସୁଖରେ ପରିଣତ ହୋଇଥାଏ; ଯାହା ସମୟ ସାପେକ୍ଷ ଏବଂ କାଠିକର ପାଠ। ଏହି ଚଲାପଥରେ ରହିଛି ସତ୍‌ଚିନ୍ତା, ଭଗବତ ଚିନ୍ତା, ଗୁରୁଦୀକ୍ଷା, ଈଶ୍ୱର ପୂଜା ଆଧ୍ୟାତ୍ମିକତାର ଆଶ୍ରୟ ଇତ୍ୟାଦି। ବାସ୍ତୁବାଦୀତା ଦୃଷ୍ଟିକୋଣରୁ ଅନୁଶୀଳନ କଲେ ଜଣାଯାଏ ଯେ, ଆତ୍ମିକ ଶାନ୍ତିରୁ ଶାଶ୍ୱତ ସୁଖ ପାଇବା ନିମନ୍ତେ ଏକ ବ୍ୟକ୍ତି ଚରିତ୍ରବାନ, ପରୋପକାରୀ, ସଂସ୍କାରିକ ଓ ସୃଜନଶୀଳ ହେବାକୁ ପଡ଼ିବ। ମୋଟାମୋଟି ନିଜକୁ ସକାରାମତ୍କ ଚିନ୍ତାଧାରା ନେଇ ଚଳିବାକୁ ପଡ଼ିବ। ଲୋଭ ଲାଳସା ଆସିବା କଥା ଆସିବ, ମାତ୍ର ଆତ୍ମିକ ଶାନ୍ତିର ପ୍ରତୀକ ହୋଇ ଯଦି ବ୍ୟକ୍ତି ଉପରୋକ୍ତ ନକାରାତ୍ମକ ଗୁଣଗୁଡ଼ିକ ପରିହାର କରି ଚିରନ୍ତନ ସୁଖ ଦିଗକୁ ଗତିକରେ ତା’ ହେଲେ ଶାଶ୍ୱତ ସୁଖ ବା ପରମାତ୍ମିକଙ୍କ ପରଶ ମିଳିବା ସୁନିଶ୍ଚିତ।
ମୋ :୯୯୩୮୧୮୧୩୨୦


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri