ଶାଶ୍ୱତ ସୁଖର ଚଲାପଥ

ଯଚିଦାନନ୍ଦ ଦାଶ

ପାଠକେ, ଆପଣ ଦେଖିଥିବେ, ଅଧିକାଂଶ ଧନୀ ଓ କୋଟିପତି ବ୍ୟକ୍ତିମାନେ ସବୁ ସମୟରେ ବ୍ୟସ୍ତତା ଓ ଚିନ୍ତିତ ଅବସ୍ଥାରେ ସମୟ ଅତିବାହିତ କରିଥାନ୍ତି। ଯେତେ ଧନ ସମ୍ପତ୍ତି ପାଖରେ ଥିଲେ ମଧ୍ୟ ଟଙ୍କା ପଇସା, ସୁନା ରୁପାର ମୋହ ଛାଡ଼ି ପାରନ୍ତି ନାହିଁ। ଫଳରେ ଧନୀ ବ୍ୟକ୍ତିମାନେ ସାଧାରଣତଃ ବିଭିନ୍ନ ପ୍ରକାର ଭୟଙ୍କର ରୋଗ ଯଥା- କାନ୍‌ସର, ହୃଦ୍‌ରୋଗ ଇତ୍ୟାଦିରେ ପୀଡ଼ିତ ହୋଇଥାନ୍ତି। ଏମାନଙ୍କର ମନ ଓ ହୃଦୟରେ ଆତ୍ମିକ ଶାନ୍ତି ବୋଲି କିଛି ନ ଥାଏ। ଟଙ୍କା, ପଇସା ଓ ଧନର ହିସାବ ସବୁ ସମୟରେ ରଖି ରଖି ଏମାନଙ୍କୁ ମାୟା ଓ ମୋହ ଗ୍ରାସ କରିନିଏ। କାରଣ ତାଙ୍କ ଆତ୍ମାରେ ସୁଖଶାନ୍ତି ବୋଲି କିଛି ନ ଥାଏ। ଉପରୋକ୍ତ ବ୍ୟକ୍ତିଙ୍କର ବିପରୀତ କ୍ରମେ ଦେଖିଲେ ଲୁଣ, ପଖାଳ ଖାଉଥିବା ଲୋକ ଖୁବ୍‌ ସୁଖଶାନ୍ତିରେ ରହିପାରୁଛି। କର୍ମମୟ ଓ ଆତ୍ମିକ ଶାନ୍ତିପ୍ରାପ୍ତ ଜୀବନ, ଗରିବ ଲୋକଟିର ମନକୁ ସୁଖମୟ କରେ। ମଣିଷ ଯେତେ ପୌଷ୍ଟିକ ଖାଦ୍ୟ ଖାଇଲେ ମଧ୍ୟ ଶାନ୍ତି ଓ ସୁଖ ବ୍ୟତିରେକ ଦେହ ଲାଗେ ନାହିଁ। ଆତ୍ମିକ ଶାନ୍ତି କହିଲେ ଆମେ ନିମ୍ନଲିଖିତ ପ୍ରକାରରେ ବୁଝିଥାଉ। ଯଥା ଆତ୍ମିକ ଶାନ୍ତି ହେଉଛି ଆତ୍ମସନ୍ତୋଷ, ସୁଖ ଓ ଶାନ୍ତିର ସମିଶ୍ରଣ, ଆତ୍ମିକ ଶାନ୍ତିର ପ୍ରଥମ ପାହାଚ ଆତ୍ମସନ୍ତୋଷ। ଆତ୍ମସନ୍ତୋଷରୁ ସୁଖର ଉପତ୍ତ୍ତି ହୋଇଥାଏ ଏବଂ ସୁଖର ଆଭାସରୁ ଶାନ୍ତିର ଭାବନା ମନରେ ଜାଗ୍ରତ ହୋଇଥାଏ। ତେଣୁ ଆତ୍ମିକ ଚିତ୍ର ବିନା ମଣିଷ ଜୀବନ ବିପନ୍ନ ହୋଇପଡ଼େ। ଏ ନେଇ ଟଲଷ୍ଟୟଙ୍କର ଏକ କାହାଣୀ ଉପସ୍ଥାପନା କରୁଛି। ଏକ ଜମିଦାର ନିକଟରେ ଜଣେ ଭୂମିହୀନ କୃଷକ କାମ କରୁଥିଲେ। ସେ କ୍ଷେତରେ ମୂଲ ଲାଗୁଥିଲେ, ଈଶ୍ୱରଙ୍କ କୃପାରୁ ଯାହା ମିଳୁଥିଲା ସେଥିରେ ଖୁବ୍‌ ଆନନ୍ଦରେ ଚଳୁଥିଲେ। ଅକସ୍ମାତ୍‌ ଦିନେ ଜମି ମାଲିକାଣୀ କିଛି ଜମି ବିକ୍ରିକଲେ। କୃଷକ ଜଣକ ଏଠୁ ସେଠୁ ଧାରକରଜ କରି ଜମି କିଣି ନେଲେ ହେଲେ ସେହିଦିନଠାରୁ ସେ ଆର୍ଥିକ ସମସ୍ୟାରେ ପଡ଼ିଲେ। ଦିନରାତି ତାଙ୍କୁ ଅର୍ଥ ଚିନ୍ତା ଲାଗି ରହିଲା। ଜମିରେ କେମିତି ଫସଲ ଉପୁଜିବ ଜମିକୁ କେମିତି ଉର୍ବର କରାଯାଇପାରିବ ଇତ୍ୟାଦି। ଏହିପରି ନାନା ପ୍ରକାର ଚିନ୍ତାର ଶିକାର ହୋଇ ରୋଗଗ୍ରସ୍ତ ହୋଇପଡ଼ିଲେ। ଶେଷରେ ଏପରି ଲୋଭପାଇଁ ମୃତ୍ୟୁବରଣ କଲେ ଏବଂ ନିଜର ସୁଖମୟ ଜୀବନକୁ ବାଜି ଲଗାଇ ଦେଲେ। ଏ ଥିଲା ଆତ୍ମିକ ଶାନ୍ତି ପ୍ରାପ୍ତ ନ ହେବାର ଫଳ।
ଏଥର ବିଚାରକୁ ନେବା ଶାଶ୍ୱତ ସୁଖ କ’ଣ ? ଏବଂ ଏହା କିପରି ଆତ୍ମିକ ସୁଖ ଦ୍ୱାରା ପ୍ରଭାବିତ ହୋଇଥାଏ। ଆମର ଉଦ୍ଦେଶ୍ୟ ନୁହେଁ କି ଜଣେ ବ୍ୟକ୍ତିବିଶେଷ ପ୍ରଗତି ନ କରନ୍ତୁ। ପ୍ରଗତି ଅବଶ୍ୟ କରନ୍ତୁ। ହେଲେ ଯାହା କିଛି ଜଣକ ପାଖରେ ନାହିଁ, ସେ ଯାଏ ସେ ଦୁଃଖିତ ହେବା ଉଚିତ ନୁହେଁ। ବର୍ତ୍ତମାନ ପରିସ୍ଥିତି ଭଗବାନ ଯାହା ଦେଇଛନ୍ତି ତାହା ହିଁ ଗ୍ରହଣ କରି ସନ୍ତୁଷ୍ଟ ହେବା ଉଚିତ। ନିଜେ ବର୍ତ୍ତମାନ ଉପରେ ଅପ୍ରଶନ୍ନ ହୋଇ ଏହା ଉପରେ ଦୁଃଖ ପ୍ରକଟ କରିବା ଉଚିତ ନୁହେଁ କି ଭବିଷ୍ୟତରେ ଆଶା ଓ ଆକାଂକ୍ଷା ନେଇ ଅତ୍ୟନ୍ତ ମର୍ମାହତ ହେବା ଉଚିତ ନୁହେଁ ଆଉ ମଧ୍ୟ ଅତୀତର ସ୍ମୃତିକୁ ନେଇ ଝୁରିବା ଉଚିତ ନୁହେଁ। ତେବେ ଯାଇ ଜଣେ ବ୍ୟକ୍ତି ଆତ୍ମିକ ଶାନ୍ତି ପାଇପାରିବ। ଯଦି ଆମେ ଆତ୍ମିକ ଶାନ୍ତିକୁ ହୃଦୟଭରି ଆପଣେଇ ପାରିବା, ତା’ ହେଲେ ଆମେ ଶାଶ୍ୱତ ସୁଖ ପାଇପାରିବା। ତେବେ ଏଇ ଚଲାପଥ ଅଛି, ତାହା ଆତ୍ମିକ ଶାନ୍ତି ଓ ଶାଶ୍ୱତ ସୁଖ ମଧ୍ୟରେ ଧୀରେ ଧୀରେ ଆଶ୍ରୟ ନେଇ ଆତ୍ମିକ ଶାନ୍ତି ଶାଶ୍ୱତର ସୁଖରେ ପରିଣତ ହୋଇଥାଏ; ଯାହା ସମୟ ସାପେକ୍ଷ ଏବଂ କାଠିକର ପାଠ। ଏହି ଚଲାପଥରେ ରହିଛି ସତ୍‌ଚିନ୍ତା, ଭଗବତ ଚିନ୍ତା, ଗୁରୁଦୀକ୍ଷା, ଈଶ୍ୱର ପୂଜା ଆଧ୍ୟାତ୍ମିକତାର ଆଶ୍ରୟ ଇତ୍ୟାଦି। ବାସ୍ତୁବାଦୀତା ଦୃଷ୍ଟିକୋଣରୁ ଅନୁଶୀଳନ କଲେ ଜଣାଯାଏ ଯେ, ଆତ୍ମିକ ଶାନ୍ତିରୁ ଶାଶ୍ୱତ ସୁଖ ପାଇବା ନିମନ୍ତେ ଏକ ବ୍ୟକ୍ତି ଚରିତ୍ରବାନ, ପରୋପକାରୀ, ସଂସ୍କାରିକ ଓ ସୃଜନଶୀଳ ହେବାକୁ ପଡ଼ିବ। ମୋଟାମୋଟି ନିଜକୁ ସକାରାମତ୍କ ଚିନ୍ତାଧାରା ନେଇ ଚଳିବାକୁ ପଡ଼ିବ। ଲୋଭ ଲାଳସା ଆସିବା କଥା ଆସିବ, ମାତ୍ର ଆତ୍ମିକ ଶାନ୍ତିର ପ୍ରତୀକ ହୋଇ ଯଦି ବ୍ୟକ୍ତି ଉପରୋକ୍ତ ନକାରାତ୍ମକ ଗୁଣଗୁଡ଼ିକ ପରିହାର କରି ଚିରନ୍ତନ ସୁଖ ଦିଗକୁ ଗତିକରେ ତା’ ହେଲେ ଶାଶ୍ୱତ ସୁଖ ବା ପରମାତ୍ମିକଙ୍କ ପରଶ ମିଳିବା ସୁନିଶ୍ଚିତ।
ମୋ :୯୯୩୮୧୮୧୩୨୦


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri