ଅଥର୍ବ ବେଦ ଓ ଋଷି ପିପ୍ପଳାଦ

ଅଥର୍ବ ବେଦର ସ୍ତୋତ୍ରଗୁଡ଼ିକରେ ସହାୟତା ଓ ଚିକିତ୍ସା ସମ୍ପର୍କିତ ମନ୍ତ୍ର ରହିଛି। ଏପରିକି ଏଥିରେ କ୍ଷତି କରୁଥିବା ମନ୍ତ୍ର ମଧ୍ୟ ରହିଛି। ଏହାକୁ ଯେଉଁ ଋଷି ରଚନା କରିଥିଲେ ସେ ସାତଜଣ ଋଷି (ସପ୍ତର୍ଷି) ତାଲିକାରୁ ବାଦ ପଡ଼ିଥିଲେ।
ଫଳରେ ଦୀର୍ଘ ସମୟ ଧରି ବେଦ ତାଲିକାରେ ଅଥର୍ବ ବେଦ ଅନ୍ତର୍ଭୁକ୍ତ ହୋଇ ନ ଥିଲା। ବୌଦ୍ଧଧର୍ମରେ ବୈଦିକ କଥାକୁ ‘ତ୍ରୟି’ ବା ‘ତ୍ରିଆଦ’ ବୋଲି ସୂଚିତ କରାଯାଇଥିଲା। ଅଥର୍ବ ସଂହିତାକୁ ଅଥର୍ବ-ଅଙ୍ଗିରସ କିମ୍ବା ଅଥର୍ବ ଏବଂ ଅଙ୍ଗିରା ସାଧୁଙ୍କ ଦ୍ୱାରା ଲିଖିତ ଶାସ୍ତ୍ର ଭାବେ ଉଲ୍ଲେଖ କରାଯାଇଥିଲା। ତେବେ ଅଥର୍ବ ବେଦ ପାଖାପାଖି ଖ୍ରୀ.ପୂ. ୫୦୦ରେ ବେଦ ତାଲିକାଭୁକ୍ତ ହୋଇଥିଲା। ଯେଉଁ ସମୟରେ ବିଭିନ୍ନ କାରଣରୁ ପୁରାତନ ବୈଦିକ ଧାରା ତାହାର ମହତ୍ତ୍ୱ ହରାଇଥିଲା ସେତେବେଳେ ଏହା ଘଟିଥିଲା। ଦେଖିବାକୁ ଗଲେ ପୂର୍ବରେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଭଳି ନୂତନ ସନ୍ନ୍ୟାସ ଚିନ୍ତାଧାରାର ଉତ୍ଥାନ, ନୂତନ ମୌର୍ଯ୍ୟ ସାମ୍ରାଜ୍ୟ ପ୍ରତିଷ୍ଠା, ବାଣିଜ୍ୟ ମାର୍ଗର ସମ୍ପ୍ରସାରଣ ଏବଂ ବାଣିଜି୍ୟକ ମାନସିକତାର ଉତ୍ଥାନ ଏବଂ ବୈଦିକ ବିଶ୍ୱାସର ଧାରା ଉପରେ ‘ବିତର୍କ’ ମନୋଭାବ ପୋଷଣ କରୁଥିବା ଗ୍ରୀକ୍‌, ପୂର୍ବ ଏବଂ ଉତ୍ତର-ପୂର୍ବ ଇରାନର ଶାସକଙ୍କ ଆଗମନ ଯୋଗୁ ବୈଦିକ ପରମ୍ପରାର ମହତ୍ତ୍ୱ କମିଥିଲା।
ଇନ୍ଦ୍ର ଏବଂ ବରୁଣଙ୍କ ଭଳି ପୁରାତନ ବୈଦିକ ଦେବତାମାନେ ପଶୁପାଳନ ଏବଂ ଯାଯାବର ଜୀବନଶୈଳୀରେ ଅଧିକ ଗ୍ରହଣୀୟ ହୋଇଥିବାରୁ ସେମାନଙ୍କ ଆକର୍ଷଣ ଅପସରିଗଲା। ଏଣୁ କ୍ଷମତାଶାଳୀଙ୍କ ନିକଟରେ ନିଜର ଗୁରୁତ୍ୱ ବଢ଼ାଇବା ଲାଗି ବ୍ରାହ୍ମଣମାନଙ୍କୁ ପୁନର୍ବାର କିଛି ଉପାୟ ବାହାର କରିବାକୁ ପଡ଼ିଲା। ସେମାନେ ଗାଙ୍ଗେୟ ସମତଳ ଅଞ୍ଚଳ ଦେଇ ଭାରତର ପୂର୍ବ, ଦକ୍ଷିଣ ଏବଂ ପଶ୍ଚିମ ଭାଗକୁ ଯାଇ ନୂତନ ରାଜକୀୟ ପୃଷ୍ଠପୋଷକ ଖୋଜିଥିଲେ, ଯେଉଁମାନେ ବୈଦିକ ଶାସ୍ତ୍ର ସହିତ ଅପରିଚିତ ଥିଲେ। ରାଜ୍ୟ ମୁଖ୍ୟମାନଙ୍କୁ ବିଭିନ୍ନ ରାଜକୌଶଳ ଏବଂ ଶାସନ ସେବା ଯୋଗାଇବା ଲାଗି ସେମାନେ ଏଭଳି କରିଥିଲେ। ପରେ ଆଇନ (ନୀତି), ଅର୍ଥନୀତି (ଅର୍ଥ), ରାଜନୀତି (ଦଣ୍ଡ) ଏବଂ ଶାସନ (ଧର୍ମ) ସମ୍ବନ୍ଧୀୟ ପ୍ରସଙ୍ଗରେ ବ୍ରାହ୍ମଣମାନେ ବିଶେଷଜ୍ଞ (ଶାସ୍ତ୍ରୀ) ଭାବରେ ବିଖ୍ୟାତ ହୋଇଗଲେ। ଏହା ବ୍ୟତୀତ ପୁରାତନ ରାଜକୀୟ ରୀତିନୀତି(ଶ୍ରୁତ)କୁ ଘରୋଇ ରୀତିନୀତି (ବ୍ରତ), ତୀର୍ଥଯାତ୍ରୀ ରୀତିନୀତି (ତୀର୍ଥ) ଏବଂ ରାଜକୀୟ ରୀତିନୀତି (ମହାଦାନ)ରେ ରୂପାନ୍ତରଣ କରିଥିଲେ। ଏହାସହ ବ୍ରାହ୍ମଣଙ୍କ ଶକ୍ତିରୁ ପୁରାତନ ରାଜାମାନେ କିଭଳି ଉପକୃତ ହୋଇଥିଲେ ତାହା ବଖାଣିଥିଲେ, ଯାହାଦ୍ୱାରା ରାମାୟଣ ଓ ମହାଭାରତ ଅଧିକ ଲୋକପ୍ରିୟ ହୋଇପାରିଥିଲା। ଦୁର୍ଭାଗ୍ୟ ଦୂର କରି ସୌଭାଗ୍ୟ ଆଣୁଥିବା, ଆକ୍ରମଣକୁ ଅବରୋଧ ଓ ବନ୍ଧୁ ସୃଷ୍ଟି କରିବା ମନ୍ତ୍ର ବ୍ୟବହାରକୁ ସେମାନେ ଲୋକପ୍ରିୟ କରିଥିଲେ। ଏହାଦ୍ୱାରା ଅଥର୍ବ ସଂହିତା ଲୋକଲୋଚନକୁ ଆସିଥିଲା।
ଋଗ୍‌ ସଂହିତାର ସ୍ତୋତ୍ରଠାରୁ ଅଥର୍ବ ସଂହିତାର ସ୍ତୋତ୍ରଗୁଡ଼ିକ ବହୁ ପୁରାତନ। କିନ୍ତୁ ବହୁ ପରେ ଏହାକୁ ସଂକଳିତ ଓ ବ୍ୟବସ୍ଥିତ କରାଯାଇଥଲା। ଏଥିରେ ୨୦ଟି ଅଧ୍ୟାୟରେ ୭୦୦ରୁ ଅଧିକ ସ୍ତୋତ୍ର ଓ ୬୦୦୦ ମନ୍ତ୍ର ଅଛି। ପୁରାତନ ସମୟରେ ଅଥର୍ବ ବେଦର ୯ଟି ଶାଖା ରହିଥିଲା। ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ପଣ୍ଡିତମାନେ କେବଳ ଶୌନକ ଶାଖାର ଗ୍ରନ୍ଥ ବ୍ୟବହାର କରୁଥିଲେ। କିନ୍ତୁ ୧୯୫୦ ଦଶକରେ ପିପ୍ପଳାଦ ଶାଖାର ଓଡ଼ିଆରେ ଲିଖିତ ଏକ ଗ୍ରନ୍ଥ ଓଡ଼ିଶାରୁ ମିଳିଥିଲା। ଏଥିରୁ ବୁଝାପଡ଼ୁଛି ଯେ, ଏହି ଶାସ୍ତ୍ର ବା ଜ୍ଞାନର ପ୍ରଭାବ ପୂର୍ବାଞ୍ଚଳରେ ଅତ୍ୟଧିକ ରହିଥିଲା, ଯାହାର ତନ୍ତ୍ର ଓ ଯୋଗିନୀ ପୂଜାର ସଂସ୍କୃତି ସହ ସମ୍ପର୍କ ରହିଛି।
ବୁଦ୍ଧଯାନ ଧର୍ମସୂତ୍ରରେ ଉଲ୍ଲେଖ ରହିଛି ଯେ, ଆର୍ଯ୍ୟବ୍ରତ (ସେତେବେଳର ଉତ୍ତର ଭାରତ)ର ଲୋକେ ଯଦି ଓଡ଼ିଶା ଯାଉଥିଲେ ତେବେ ସେମାନେ ନିଜକୁ ଶୁଦ୍ଧ କରିବାକୁ କୁହାଯାଇଥିଲା। ଏହା ଅଥର୍ବ ଜ୍ଞାନ ନ ଥିବା ଏବଂ ଅଥର୍ବ ଜ୍ଞାନ ଥିବା ବ୍ରାହ୍ମଣଙ୍କ ମଧ୍ୟରେ ଥିବା ବିରୋଧା ଭାବ ପଛରେ ଏହାର କିଛି ସମ୍ପର୍କ ଥାଇପାରେ। ଅଥର୍ବ ବେଦର ଶକ୍ତି କଥା ଉଠିଲେ ପିପ୍ପଳାଦ ନାମ ପୁନର୍ବାର ଧ୍ୟାନ ଆକର୍ଷଣ କରେ। ଦଶମ ଶତାବ୍ଦୀ ଭଗବତ ପୁରାଣ ଅନୁଯାୟୀ, ପିପ୍ପଳାଦ ଋଷି ଅଥର୍ବଙ୍କ ନାତି ଏବଂ ଋଷି ଦଧିଚିଙ୍କ ପୁତ୍ର ଥିଲେ। ଦେବତାମାନେ ଦଧିଚିଙ୍କ ଅସ୍ଥି ମାଗିଥିଲେ କାରଣ ସେମାନେ ଭୟଙ୍କର ବୃର୍ତ୍ତାସୁରଙ୍କୁ ହତ୍ୟା କରିବା ପାଇଁ ଏଥିରେ ଏକ ଅସ୍ତ୍ର ତିଆରି କରିବାକୁ ଚାହୁଁଥିଲେ। ଏହି ସମୟରେ ପିପ୍ପଳାଦ ତାଙ୍କ ମାତୃ ଗର୍ଭରେ ଥିଲେ । ସେ ତାଙ୍କୁ ଏକ ପିପ୍ପଳ ବା ଅଶ୍ୱତ୍ଥ ଗଛ ତଳେ ଜନ୍ମ ଦେଇଥିଲେ। ସେ ଜଣେ ମହାନ୍‌ ବିଦ୍ୱାନ୍‌ ଭାବରେ ଉଭା ହୋଇଥିଲେ ଏବଂ ପ୍ରଶ୍ନ ଉପନିଷଦରେ ଅସ୍ତିତ୍ୱର ପ୍ରକୃତି ଉପରେ ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦେଇଥିଲେ। ସେହି ପ୍ରଶ୍ନଗୁଡ଼ିକ ହେଲା – ଜୀବନ କିପରି ଆରମ୍ଭ ହେଲା? କେଉଁ ଶକ୍ତି ଆମକୁ ଜୀବିତ ରଖେ? ଜୀବନ ଶରୀରକୁ କିପରି ଆସେ? ମଣିଷ କିପରି ସୃଷ୍ଟି ହୁଏ ? ମଣିଷ ମଧ୍ୟରେ କେଉଁଟି ଅମର?
ଗୁଜରାଟର ଚତୁର୍ଦ୍ଦଶ ଶତାବ୍ଦୀର ସରସ୍ବତୀ ମହାତ୍ମ୍ୟରୁ ଜଣାପଡ଼େ ଯେ, ଯେତେବେଳେ ପିପ୍ପଳାଦ ଜାଣିବାକୁ ପାଇଲେ ଯେ ତାଙ୍କ ପିତାଙ୍କ ମୃତ୍ୟୁ ପାଇଁ ଦେବତାମାନେ ଦାୟୀ, ସେତେବେଳେ ସେ ତାଙ୍କ କ୍ରୋଧାଗ୍ନି ଜନିତ ଉତ୍ତାପ (ତାପ)ରେ ଆକାଶକୁ ଧ୍ୱଂସ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ବନ୍ଦ କରିବାକୁ ଦେବତାମାନେ ତାଙ୍କ ନିକଟରେ ଗୁହାରି କଲେ ଏବଂ ତାଙ୍କ ପିତାଙ୍କ ମୃତ୍ୟୁର କାରଣ ପାଲଟିଥିବା ଅସ୍ଥି ଚାହଁିବାର କାରଣ ବର୍ଣ୍ଣନା କରିଥିଲେ। ଏହା ପରେ ପିପ୍ପଳାଦଙ୍କ କ୍ରୋଧ ଶାନ୍ତ ପଡ଼ିଥିଲା। ପିପ୍ପଳାଦଙ୍କ କ୍ରୋଧରୁ ଜାତ ହୋଇଥିବା ଅଗ୍ନି ବା ଉତ୍ତାପରେ ଇନ୍ଦ୍ରଙ୍କ ସ୍ବର୍ଗ ଧ୍ୱଂସ ହେବାର ବିପଦ ଥିଲା। ତେଣୁ ଏହି ଅଗ୍ନିକୁ ସମୁଦ୍ରକୁ ବୋହି ନେବା ଲାଗି ଦେବତାମାନେ ସରସ୍ବତୀ ନଦୀକୁ ନିର୍ଦ୍ଦେଶ ଦେଇଥିଲେ। ସେ ଉତ୍ତରରୁ ପଶ୍ଚିମ ସମୁଦ୍ରକୁ ଚାଲିଆସିଥିଲେ। ସେ ଯେଉଁ ବାଟ ଦେଇ ଯାଇଥିଲେ ତାହା ବର୍ତ୍ତମାନ ରାଜସ୍ଥାନ ଏବଂ ଗୁଜରାଟ ଭାବରେ ଜଣାଶୁଣା। ତାପ ସମୁଦ୍ରର ତଳ ଭାଗରେ ରହିଗଲା ଏବଂ ଏହା ଯୋଗୁ ସମୁଦ୍ର ଉପରେ କୁହୁଡି ସୃଷ୍ଟି ହେଲା। କୁହାଯାଏ ଯେ ଯେତେବେଳେ ବିଶ୍ୱ ସମାପ୍ତ ହେବାର ସମୟ ଆସିଯିବ ସେତେବେଳେ ଏହା ଆଗ୍ନେୟଗିରି ଭଳି ଉପରକୁ ଉଠିବ। ଏହା ଏକ ଘୋଡ଼ାର ରୂପ ନେବ, ଯାହା ଉପରେ କଳ୍‌କୀ ବସି ବୁଲିବେ।
କ୍ରୋଧଜନିତ ଉତ୍ତାପ ଯୋଗୁ ସରସ୍ବତୀ ନଦୀ ମଧ୍ୟ ଶୁଖିଗଲା। ଏହି କାରଣରୁ ଭାରତର ଉତ୍ତର-ପଶ୍ଚିମ ଭାଗରେ ମରୁଭୂମି ଅଛି, ଏକ ଅଜବ ମରୁଭୂମି ଯେଉଁଠାରେ ଅତ୍ୟଧିକ ଭୂତଳ ଜଳ ମିଳିଥାଏ। ଏହା ଏକ ଭୂତଳ ଗୁପ୍ତ ସରସ୍ବତୀର ଉପସ୍ଥିତିକୁ ସୂଚାଇଥାଏ। ବିଶ୍ୱାସ କରାଯାଏ ଯେ, ଏହି ଗୁପ୍ତ ସରସ୍ବତୀ ପ୍ରୟାଗରେ ଗଙ୍ଗାରେ ମିଶିଛି, ଯେଉଁଥିପାଇଁ ପ୍ରୟାଗକୁ ତ୍ରିବେଣୀ ସଙ୍ଗମ (ତିନୋଟି ନଦୀ ଜଳର ମିଳନ ସ୍ଥଳ)କୁହାଯାଏ। ସରସ୍ବତୀ ଶୁଖିଯାଇଥିବାରୁ ଅନେକ ବ୍ରାହ୍ମଣ ପୂର୍ବ ଦିଗରେ ଗଙ୍ଗାଆଡ଼କୁ ସ୍ଥାନାନ୍ତର ହୋଇଥିଲେ। ଏମାନେ ସାରସ୍ବତ ବ୍ରାହ୍ମଣ ନାମରେ ପରିଚିତ । ସରସ୍ବତୀର ଶୁଖିଲା ଶଯ୍ୟାରେ ଏମାନେ ରହିଥିଲେ ଓ ମାଛ ଖାଇ ଜୀବନ ବଞ୍ଚାଇ ଥିଲେ। ଏହି ବ୍ରାହ୍ମଣ ସମ୍ପ୍ରଦାୟ ସମଗ୍ର ଭାରତରେ ବିଶେଷକରି କଶ୍ମୀର, ମିଥିଳା, ବଙ୍ଗଳା, ଓଡ଼ିଶା ଏବଂ କୋଙ୍କଣ ଉପକୂଳରେ ଦେଖିବାକୁ ମିଳନ୍ତି। ଅନେକ ସରସ୍ବତୀ ନଦୀ ସହିତ ସେମାନଙ୍କର ପୂର୍ବପୁରୁଷର ସମ୍ପର୍କ ଥିବା ସୂଚିତ କରନ୍ତି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri