ଲୁଣାନଦୀର ବନ୍ୟାସ୍ରୋତରେ ଚାଲିଛି ଯାତ୍ରୀବାହୀ ଡଙ୍ଗା

ମହାକାଳପଡ଼ା,୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ମହାନଦୀ, ଲୁଣା ଓ ପାଇକା ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ହେଲେ କେତେକ ଫେରି ଘାଟର ଘାଟିଆମାନେ ଲୋକମାନଙ୍କୁ ବନ୍ୟା ସ୍ରୋତରେ ଡଙ୍ଗା ଚଳାଇ ନଦୀ ପାର କରୁଛନ୍ତି ା ହେଲେ ପ୍ରଶାସନ ପକ୍ଷରୁ କୌଣସି କଟକଣା ଜାରି କରାଯାଉ ନାହିଁ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ା ୨୦୨୨,ଅଗଷ୍ଟ ୨୦ ସନ୍ଧ୍ୟାରେ ପାରଦୀପ ଶିଳ୍ପ କାରଖାନା ନିକଟ ମୁଶାଡ଼ିଆରୁ ଏକ ଡଙ୍ଗାରେ ୬୦ଜଣ ଲୋକଙ୍କ ସହିତ ୩୦ ବାଇକ୍‌, ୨୦ ସାଇକେଲ ବାହାକୁଦ ଘାଟକୁ ଆସୁଥିଲେ। ହେଲେ ନଦୀ ମଝିରେ ଡଙ୍ଗାର ମୋଟର ଅଚଳ ହୋଇପଡିଥିଲାା ଫଳରେ ଡଙ୍ଗାଟି ବନ୍ୟା ସ୍ରୋତରେ ଭାସି ଯାଇଥିଲା ା ଶେଷରେ ଡଙ୍ଗାରେ ଥିବା ଲୋକମାନଙ୍କୁ ବତୀଘର ପଞ୍ଚାୟତ ବଡଟୁବି – ନିପାଣିଆ ନିକଟ ବୁଦାମୁଳରୁ ଅଗ୍ନିଶମ କର୍ମଚାରୀ ଓ ଖରିନାଶି ବୋଟ ସଂଘ କର୍ମକର୍ତ୍ତା ଉଦ୍ଧାର କରିଥିଲେ ା ଏହି ଘଟଣା ପରେ ବି କେହି ସଚେତନ ହୋଇ ନାହାନ୍ତି ା ଚଳିତ ବର୍ଷ ବନ୍ୟାରେ ବି ଫେରି ଘାଟରୁ ଡଙ୍ଗା ଚଳାଚଳ କରୁଛି ା ଯଦି କୌଣସି ଅଘଟଣ ଘଟେ ସେଥିପାଇଁ କିଏ ଉତ୍ତର ଦାୟୀ ରହିବେ ବୋଲି ସ୍ଥାନୀୟ ବୁଦ୍ଧିଜିବୀ ପ୍ରଶ୍ନ କରିଛନ୍ତି। ଅନେକ ଫେରି ଘାଟର ବୋଟର ଲାଇସେନ୍ସ ନାହିଁ ା ନାଉରିଆମାନେ ବି ବିନା ଲାଇସେନ୍ସରେ ଡଙ୍ଗା ଚଳାଉଛନ୍ତି ା ବୋଟ୍‌ ଫିଟ୍‌ନେସ ଓ ଲାଇଫ୍‌ ଜ୍ୟାକେଟ ଉପରେ ଗୁରୁତ୍ୱ ଦିଆଯାଉନାହିଁ ା ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୨୦୦୪ ବୋଟ୍‌ ରୁଲ ଉଲ୍ଲଂଘନ କରାଯାଉଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ା ଏ ସଂକ୍ରାନ୍ତରେ ବିଡିଓ ସାଗର କୁମାର ନନ୍ଦଙ୍କୁ ପ୍ରଶ୍ନ କରାଯିବାରୁ ଖୁବ୍‌ ଶୀଘ୍ର ସବୁ ପଞ୍ଚାୟତକୁ ଏଥିପାଇଁ ନୋଟିସ ଜାରି କରାଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri