ଲୋକଙ୍କୁ ଆକର୍ଷିତ କରୁଛି ପାର୍କ

ଡେରାବିଶ,୧୩ା୧୧(ସ୍ବ.ପ୍ର.): ସହରାଞ୍ଚଳର ଲୋକେ ଚିତ୍ତ ବିନୋଦନ ଓ ବ୍ୟାୟାମ ଲାଗି ପାର୍କକୁ ବାଛି ନେଇଛନ୍ତି। ହେଲେ ଗଁା ଗହଳିରେ ଆଗ ଭଳି ଆଉ ତୋଟା ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ନରସିଂହପୁର ପଞ୍ଚାୟତ ତିଲଙ୍ଗଠାରେ ନିର୍ମିତ ପାର୍କ ଲୋକଙ୍କୁ ଆକର୍ଷିତ କରୁଛି । ଏହା ଅନ୍ୟ ପଞ୍ଚାୟତ ଓ ଜିଲା ପାଇଁ ଉଦାହରଣ ସୃଷ୍ଟି କରିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ରଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାର୍କଟି ପାଲଟିଛି। ଗ୍ରାମର ଥିବା ମା’ ପିଙ୍ଗଳେଶ୍ୱରୀ ଠାକୁରାଣୀଙ୍କ ପୀଠ ନିକଟରେ ନିର୍ମିତ ପାର୍କର ଲମ୍ବ ୧୨୦ ଫୁଟ ହୋଇଥିବା ବେଳେ ପ୍ରସ୍ଥ ୧୦୦ ଫୁଟ ରହିଛି। ପାର୍କରେ ପିଲାଙ୍କ ଆକର୍ଷଣ ପାଇଁ ଫାଇବର ଜିରାଫ, ହରିଣ, ବାଘର ମୂର୍ତ୍ତି ରହିଛି। ଏହାସହ ଏଠାରେ ନିର୍ମିତ ହୋଇଥିବା ଦୋଳି, ଖସଡାରେ ପିଲାମାନେ ଖେଳୁଛନ୍ତି। ସେହିଭଳି ବୟସ୍କ ଓ ଅବସରପ୍ରାପ୍ତ କର୍ମଚାରୀମାନେ ପାର୍କକୁ ଆସି ସମୟ ବିତାଉଛନ୍ତି। ଗ୍ରାମାଞ୍ଚଳରେ ଏଭଳି ପାର୍କ ନିର୍ମାଣର ଉଦ୍ଦେଶ୍ୟ ସମ୍ପର୍କରେ ନରସିଂହପୁର ସରପଞ୍ଚ କମଳାପ୍ରଭା ଖଟୁଆଙ୍କୁ ପଚାରିବାରେ, ଗଁାରେ ଥିବା ମା’ ପିଙ୍ଗଳେଶ୍ୱରୀଙ୍କ ପୀଠକୁ ଡେରାବିଶ ସମେତ କଟକ ଜିଲା ମାହାଙ୍ଗା ବ୍ଲକ ଅଞ୍ଚଳର ଲୋକେ ଆସିଥାନ୍ତି। ଏଭଳି ଏକ ସ୍ଥାନରେ ସର୍ବସାଧାରଣଙ୍କ ପାଇଁ ପାର୍କ ନିର୍ମାଣ କରିବାକୁ ତାଙ୍କର ବହୁଦିନର ସ୍ବପ୍ନ ଥିଲା। ପାର୍କ ନିର୍ମାଣ ପାଇଁ ପଞ୍ଚାୟତରେ ଥିବା ଅନୁଦାନରୁ ୧୦ ଲକ୍ଷ ଓ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନାରୁ ୧୦ ଲକ୍ଷ ଟଙ୍କା ବ୍ୟୟ ହୋଇଛି। ଏହି ପାର୍କ ନିର୍ମାଣ ପାଇଁ ଜିଲାପାଳ ସମର୍ଥ ବର୍ମା ଓ ବିଡିଓ ଗୋପବନ୍ଧୁ ଭୋସାଗର ପ୍ରେରଣା ଦେଇଥିଲେ। ତେବେ ପାର୍କଟି ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଶୈଳୀରେ ନିର୍ମିତ ହୋଇ ସାରିଛି। ଏଥିରେ କରାଯାଇଥିବା କୃତ୍ରିମ ଝରଣା ଓ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଏ ଅଞ୍ଚଳର ଶୋଭା ବର୍ଦ୍ଧନ କରୁଛି ବୋଲି ପୂର୍ବତନ ସରପଞ୍ଚ ଅକ୍ଷୟ କୁମାର ଖଟୁଆ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri