Posted inଖେଳ

କୋହଲି-ସଚିନଙ୍କ ରେକର୍ଡ ନୁହେଁ, ଏହି କ୍ରିକେଟର୍‌ଙ୍କ ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି ପାକିସ୍ତାନ ଅଧିନାୟକ

ଇସଲାମାବାଦ୍‌,୧୨।୪:କ୍ରିକେଟ ଦୁନିଆର କେଉଁ ବଡ଼ ରେକର୍ଡ ପାକିସ୍ତାନ ଅଧିନାୟକ ବାବର ଆଜାମ ତାଙ୍କ କ୍ୟାରିଅରରେ ଭାଙ୍ଗିବାକୁ ଚାହୁଁଛନ୍ତି? ବାବର ଏ ସମ୍ପର୍କରେ ନିଜର ମତ ଦେଇଛନ୍ତି। ଭାରତୀୟ ପ୍ରଶଂସକମାନେ ବାବର ଦେଇଥିବା ଉତ୍ତର ଜାଣି ଆଶ୍ଚର୍ଯ୍ୟ ହେବେ। କାରଣ ସଚିନ କି କୋହଲି ନୁହେଁ, ଅନ୍ୟ ଜଣେ କ୍ରିକେଟର୍‌ଙ୍କ ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି।
କ୍ରିକେଟ ଦୁନିଆରେ ବାବର ଏବଂ କୋହଲିଙ୍କ ମଧ୍ୟରେ ବହୁତ ତୁଳନା କରାଯାଲ। ବାବର କ୍ରମାଗତ ଭାବରେ ନିଜ କ୍ୟାରିୟରରେ ଅନେକ ରନ ସ୍କୋର କରୁଛନ୍ତି ଏବଂ ଅନେକ ରେକର୍ଡ ଭାଙ୍ଗିଛନ୍ତି ।
ଏକ କାର୍ଯ୍ୟକ୍ରମରେ ସାକ୍ଷାତକାର ସମୟରେ ତାଙ୍କୁ ପଚରାଯାଇଥିଲା, ଆପଣ ନିଜ କ୍ୟାରିୟରରେ କେଉଁ ବଡ଼ ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି? ଏହି ପ୍ରଶ୍ନର ଉତ୍ତରରେ ବାବର କହିଛନ୍ତି, ମୁଁ ପାକିସ୍ତାନ ପାଇଁ ସର୍ବାଧିକ ରନ ସ୍କୋରର ବ୍ୟାଟ୍ସମ୍ୟାନ ହେବାକୁ ଚାହୁଁଛି। ମୁଁ ଇଞ୍ଜି ଭାଇ ଅର୍ଥାତ୍‌ ଇଞ୍ଜାମାମ-ଉଲ-ହକଙ୍କ ରେକର୍ଡ ଭାଙ୍ଗିବାକୁ ଚାହୁଁଛି।

ଇଞ୍ଜାମାମ ଉଲ ହକ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ପାକିସ୍ତାନ ପାଇଁ ସର୍ବାଧିକ ରନ ସଂଗ୍ରହ କରିଛନ୍ତି। ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ କ୍ୟାରିୟରରେ ଇନଜାମାମ ଉଲ ହକଙ୍କର ମୋଟ ୨୦୫୪୧ ରନ ରହିଛି। ଏଥି ସହିତ ବାବର ଏପର୍ଯ୍ୟନ୍ତ ୨୭୮ଟି ଅନ୍ତର୍ଜାତୀୟ ମ୍ୟାଚରେ ମୋଟ ୧୩୩୨୫ ରନ ସଂଗ୍ରହ କରିଛନ୍ତି। ଏହାର ଅର୍ଥ ବାବର ନିଶ୍ଚିତ ଭାବରେ ଇଞ୍ଜାମାମ ଉଲ ହକଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଲଭ,ସେକ୍ସ, ଧୋକ୍କା: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଜେଲଗଲେ ଅଭିଯୁକ୍ତ ଡାକ୍ତର

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ମହାନ୍ତିଙ୍କୁ ପୋଲିସ…

ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିବ…

ଗଞ୍ଜାମ ,୨୨।୬(ବିଦ୍ୟାଧର ସାହୁ ) : ଅଜଣା ଗାଡି ଧକ୍କାରେ ଶନିବାର ଗଞ୍ଜାମ ଅଞ୍ଚଳର ଅନିଲ ମହାପାତ୍ର ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । କୌଣସି…

ପେଟ୍ରୋଲ ପକାଇବାକୁ ଯାଉଥିବାବେଳେ ବାଇକ ଆଗକୁ ଚାଲିଆସିଲା ଷଣ୍ଢ, ଆଉ ତା’ପରେ …

ଭଞ୍ଜନଗର,୨୨।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଅଗଝୋଳ ପେଟ୍ରୋଲ ପମ୍ପ ନିକଟରେ ସୋମବାର ସାରେ ହଠାତ୍‌ ବାଇକ ଆଗକୁ ଏକ ଷଣ୍ଢ ଚାଲିଆସିଲା…

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ବଣ୍ଟନ କଲେ ବିଧାୟକ ସିଦ୍ଧାନ୍ତ: ହିତାଧିକାରୀ ପାଇବେ ଅତିରିକ୍ତ ଚାଉଳ, ତାଲିକାରେ ଏମାନେ…

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକର ସିଦ୍ଧେଶ୍ୱର , କୋଟିନଡା , କୁଶପଡା ଓ ବାସୁଦେବପୁର ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଆୟୋଜିତ ସତନ୍ତ୍ର କାର୍ଯ୍ୟକ୍ରମରେ…

ମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବାବେଳେ ମାରିଲା ଘଡ଼ଘଡ଼ି: ଆଉ ତା’ପରେ ଘଟିଲା…

ଦେବଗଡ଼,୨୨।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବାରକୋଟ ବ୍ଲକ ବସାଲଇ ଅଞ୍ଚଳ…

ଗୋଲକିପରଙ୍କ ଦମ୍‌ଦାର ପ୍ରଦର୍ଶନ, ଇରାନର ନକ୍‌ଆଉଟ୍‌ ଆଶା ଉଜ୍ଜୀବିତ

ଇଙ୍ଗଲଉଡ୍‌,୨୨ା୬: ଚଳିତ ଫିଫା ବିଶ୍ୱକପ୍‌ରେ ସୋମବାର ଶକ୍ତିଶାଳୀ ବେଲଜିୟମ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌କୁ ୦-୦ ଗୋଲରେ ଇରାନ ଡ୍ର’ ରଖିଛି। ଏଥିସହିତ ଦଳ ନକ୍‌ଆଉଟ୍‌ ରାଉଣ୍ଡ ଅଭିମୁଖେ…

ମହିଳାଙ୍କୁ ବଳାତ୍କାର ପୋଲିସ ବାବୁଙ୍କୁ ପଡ଼ିଲା ମହଙ୍ଗା: ଶରଣକୂଳ ଥାନା ପୂର୍ବତନ ଆଇଆଇସି ନିଲମ୍ବିତ

ନୟାଗଡ଼,୨୨।୬(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଶରଣକୂଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସ ନିଲମ୍ବିତ। ଆଇଆଇସି ସୁଜିତ ଦାସଙ୍କୁ ନିଲମ୍ବନ କଲେ ଡିଜିପି। ଆଇଆଇସିଙ୍କ ବିରୋଧରେ ଯୌନ…

ଜୁନ ୨୯ରୁ ଶିମିଳିପାଳ ବନ୍ଦ: ଜାଣନ୍ତୁ କାହିଁକି

ବାରିପଦା,୨୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ନିମନ୍ତେ ଜୁନ ୨୯ରୁ ବନ୍ଦ ରହିବ । ଏନେଇ ଶିମିଳିପାଳ ବ୍ୟାଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri