ଅଦିନିଆ ବର୍ଷାରେ ଗଜା ହେଲା ଧାନ

ମୁନିଗୁଡ଼ା,୩୧।୧(ଡି.ଏନ୍‌.ଏ.) ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକରେ ଅଦିନିଆ ବର୍ଷାରେ ଚାଷୀଙ୍କ ଧାନ ଗଜା ହୋଇଛି। ଅଞ୍ଚଳର ଚାଷୀ ଧାନ, କପା ଓ ପରିବା ଚାଷ କରିଥିଲେ। କିନ୍ତୁ ଅଦିନିଆ ବର୍ଷା ଫସଲକୁ ନଷ୍ଟ କରିଛି। ଏହାକୁ ନେଇ ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି।
ମୁନିଗୁଡ଼ା ନିକଟସ୍ଥ ଭୈରବଗଡ଼ ଗ୍ରାମର ଚାଷୀ ଗୋବିନ୍ଦ ଗୌଡ଼ ୩ ଏକର ଜମିରେ ଧାନଚାଷ କରିଥିଲେ। କିନ୍ତୁ ଶ୍ରମିକ ନ ମିଳିବାରୁ ବର୍ଷା ପୂର୍ବରୁ ଅଧା ଧାନ କାଟିପାରି ନ ଥିଲେ। ବର୍ଷା ହେବାରୁ ତାଙ୍କର ଅଧା ଧାନ ଜମିରେ ପଡ଼ି ଗଜା ହୋଇଥିବା କହିଛନ୍ତି। ତେବେ ସେ ଜଣେ ନୁହନ୍ତି ଗ୍ରାମର ଅନେକ ଚାଷୀଙ୍କ ଅବସ୍ଥା ସମାନ ବୋଲି ଗୋବିନ୍ଦ କହିଛନ୍ତି। ମୁନିଗୁଡ଼ା ବ୍ଲକରେ ବ୍ୟାପକ ଧାନ, କପା ଓ ପରିବା ଫସଲ ନଷ୍ଟ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ତେଣୁ ସରକାରୀ ସହାୟତା ପାଇଁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟଲଣା ଘାଟିରେ ଓଲଟିଲା ପିକ୍ଅପ୍, ୮ ଶ୍ରମିକ….

ଗୁଣପୁର,୨୧।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକର ପୁଟାସିଂ ଥାନା ଅନ୍ତର୍ଗତ ଟଲଣା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବୋଝୋଇ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri