ଅଦିନିଆ ବର୍ଷାରେ ଗଜା ହେଲା ଧାନ

ମୁନିଗୁଡ଼ା,୩୧।୧(ଡି.ଏନ୍‌.ଏ.) ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକରେ ଅଦିନିଆ ବର୍ଷାରେ ଚାଷୀଙ୍କ ଧାନ ଗଜା ହୋଇଛି। ଅଞ୍ଚଳର ଚାଷୀ ଧାନ, କପା ଓ ପରିବା ଚାଷ କରିଥିଲେ। କିନ୍ତୁ ଅଦିନିଆ ବର୍ଷା ଫସଲକୁ ନଷ୍ଟ କରିଛି। ଏହାକୁ ନେଇ ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି।
ମୁନିଗୁଡ଼ା ନିକଟସ୍ଥ ଭୈରବଗଡ଼ ଗ୍ରାମର ଚାଷୀ ଗୋବିନ୍ଦ ଗୌଡ଼ ୩ ଏକର ଜମିରେ ଧାନଚାଷ କରିଥିଲେ। କିନ୍ତୁ ଶ୍ରମିକ ନ ମିଳିବାରୁ ବର୍ଷା ପୂର୍ବରୁ ଅଧା ଧାନ କାଟିପାରି ନ ଥିଲେ। ବର୍ଷା ହେବାରୁ ତାଙ୍କର ଅଧା ଧାନ ଜମିରେ ପଡ଼ି ଗଜା ହୋଇଥିବା କହିଛନ୍ତି। ତେବେ ସେ ଜଣେ ନୁହନ୍ତି ଗ୍ରାମର ଅନେକ ଚାଷୀଙ୍କ ଅବସ୍ଥା ସମାନ ବୋଲି ଗୋବିନ୍ଦ କହିଛନ୍ତି। ମୁନିଗୁଡ଼ା ବ୍ଲକରେ ବ୍ୟାପକ ଧାନ, କପା ଓ ପରିବା ଫସଲ ନଷ୍ଟ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ତେଣୁ ସରକାରୀ ସହାୟତା ପାଇଁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିୟମଗିରି ପାଦଦେଶରେ ଷ୍ଟ୍ରବେରୀ ଚାଷ

ରାୟଗଡ଼ା ଜିଲାର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ନିୟମଗିରି ପାଦଦେଶରେ ଷ୍ଟ୍ରବେରି ଚାଷ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବରୁ ଡଙ୍ଗରିଆମାନେ କଦଳୀ, ସପୁରି, ହଳଦୀ,...

ଅହମ୍ମଦାବାଦରେ ଚମକୁଛି ରାୟଗଡ଼ାର‘ଲାଉ ତୁମ୍ବା କ୍ରାଫ୍ଟ’

ରାୟଗଡା,୨୭।୧୧(ଭାଗ୍ୟଶ୍ରୀ ମିଶ୍ର): ଗୁଜୁରାଟର ଅହମ୍ମଦାବାଦ ସାବରମତି ଆଶ୍ରମ ନିକଟରେ ସାରସ ମେଳା ନାମରେ ସର୍ବଭାରତୀୟସ୍ତରୀୟ ହସ୍ତଶିଳ୍ପ ମେଳା ଚଳିତ ନଭେମ୍ବର ୨୪ତାରିଖରୁ ଆରମ୍ଭ ହୋଇଛି। ଏଥିରେ...

ରାୟଗଡ଼ାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୧୮୨ ପଞ୍ଚାୟତକୁ ଯୋଡ଼ିବ ୫୨ ବସ୍‌

ଭୁବନେଶ୍ୱର,୨୫ା୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାୟଗଡ଼ା ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଜିଲାରେ ୧୮୨ଟି ପଞ୍ଚାୟତକୁ ୫୨ଟି ବସ୍‌...

ଫ୍ଲାଏ ଓଭରରେ ଫସିରହୁଛି ଗାଡ଼ି

ରାୟଗଡ଼ା,୨୩।୧୧(ଆଶିଷ ରଞ୍ଜନ ପଣ୍ଡା)ରାୟଗଡ଼ା ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ସହରରେ ରେଳଲାଇନ ସମ୍ପ୍ରସାରଣ କାମ ଯୋଗୁ ଅଣ୍ଡରପାସ୍‌ ସବ୍‌ୱେ ରାସ୍ତା...

ଏଣିକି ଓଷଧ  ପହଞ୍ଚାଇବ ଡ୍ରୋନ୍‌: ରାୟଗଡ଼ାରେ ହେଲା ଶୁଭାରମ୍ଭ 

ରାୟଗଡ଼ା,୧୮।୧୧(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ଜିଲାରେ ସ୍ବାସ୍ଥ୍ୟସେବାକୁ  ଅଧିକ ଗୁରୁତ୍ୱ ଦିଆଯାଇଛି। (ୟୁଏସ୍‌ଏଆଇଡି ) ସମର୍ଥିତ ସମରିଧ  ଏବଂ ଆଇପିଇ  ଗ୍ଲୋବାଲ ଦ୍ୱାରା କାର୍ଯ୍ୟକାରୀ ସଂସ୍ଥା ରେଡଓ୍ବିଙ୍ଗ ...

ଦେବଗିରି ଆଶ୍ରମ ସନ୍ଥଙ୍କୁ ମରଣାନ୍ତକ ଆକ୍ରମଣ, କଲ୍ୟାଣସିଂହପୁର ଥାନରେ ଏତଲା

ରାୟଗଡ଼ା, ୧୬।୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଦେବଗିରି ଶୈବପୀଠସ୍ଥିତ ଆଶ୍ରମରେ ରହୁଥିବା ସନ୍ନ୍ୟାସୀ ସ୍ବରୁପାନନ୍ଦ ଗିରି ଓରଫ ସରୋଜ କୁମାର ନାୟକଙ୍କୁ...

୨ ବାଘ ଛାଲ ଜବତ କରି ଦୁଇଜଣ ଗିରଫ

ରାୟଗଡ଼ା,୮।୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ତାମ୍ପରାବିଦୁଣି ଛକରୁ ଏସଟିଏଫ୍‌ ଦୁଇଟି କଲରାପତରିଆ ବାଘଛାଲ ଜବତ କରିଛନ୍ତି। ଏହା ସହ ଦୁଇଜଣଙ୍କୁ...

୧୪ ହାତୀ, ୬ କଲରାପତରିଆ ଗାଏବ

ଜଙ୍ଗଲ ଅବକ୍ଷୟ ସାଙ୍ଗକୁ ଶିକାରୀଙ୍କ ଦୌରାତ୍ମ୍ୟ ରାୟଗଡ଼ା ଜିଲାକୁ ଏକପ୍ରକାର ବନ୍ୟପ୍ରାଣୀଶୂନ୍ୟ କରିଦେଇଛି। ଏହି ଜଙ୍ଗଲରେ ପୂର୍ବରୁ ଥିବା ୧୪ ହାତୀ ଓ ୬ କଲରାପତରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri