Advertisement

ଧାନ ଜମି ଫାଟି ଆଁ କଲାଣି

ପଟ୍ଟାମୁଣ୍ଡାଇ ୫ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଧାନ ଥୋଡ଼ ଧରୁଥିବା ବେଳେ ବର୍ଷା ଏକପ୍ରକାର ଉଭାନ୍‌ ହୋଇଯାଇଛି। ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ନ ଥିବାରୁ ସମସ୍ତ ଶାଖା ଓ ମାଇନର କେନାଲ ଶୁଖିଲା ପଡିଛି। ଫଳରେ ଧାନ ଥୋଡ଼ ବେଳେ ଗଛ ଶୁଖିଯିବାକୁ ବସିଲାଣି। ଶୁଖିଲା ଧାନକ୍ଷେତ ବହୁ ସ୍ଥାନରେ ଫାଟି ଅଁା କଲାଣି। କେତେଜଣ ଚାଷୀ ପମ୍ପ୍‌ ଯୋଗେ, ଖାଲ, ପୋଖରୀରେ ଥିବା ପାଣି ତେଣ୍ଡା ଓ ସେଣାରେ ଜମିକୁ ମଡ଼ାଉଥିବା ଦେଖିବାକୁ ମିଳିଛି।
ଚଳିତବର୍ଷ ଖରିଫ ଋତୁ ଆରମ୍ଭରେ ସ୍ବଳ୍ପବୃଷ୍ଟି କାରଣରୁ ଗଜା ମରୁଡ଼ି ହୋଇଥିଲା। ଚାଷୀ ବିଳମ୍ବରେ ହେଉ ପଛେ ଜମିରେ ରୁଆପୋତା କାର୍ଯ୍ୟ କରିଥିଲେ। ଫଳସ୍ବରୂପ ବିଳମ୍ବରେ ରୁଆ ପୋତା ଯାଇଥିବା ଧାନଗଛରେ ବର୍ତ୍ତମାନ ଥୋଡ଼ ଧରୁଛି। ମାତ୍ର ପାଣି ଅଭାବରୁ ଚାଷଜମି ଫାଟି ଅଁା କରିଛି। କେନ୍ଦ୍ରାପଡା ଜିଲାର ଭାତହାଣ୍ଡି କୁହାଯାଉଥିବା ଉତିକଣ, ଭେଡା ସମେତ ପଟ୍ଟାମୁଣ୍ଡାଇର ଧୋୟାଞ୍ଚଳରେ ସମାନ ପରିସ୍ଥିତି। ପଟ୍ଟାମୁଣ୍ଡାଇ ବ୍ଲକର ଡାମରପୁର, ବଳଭଦ୍ରପୁର, ଶାସନ, ଚନ୍ଦନନଗର, ଖଣତା, ସଂସାରଫଳ, ଦୋଷିଆ, ବିଲିକଣା, ଦିହୁଡିପୁର, ଓଉପଦା, ବଡ଼ପଡା, ବଡ଼ମୋହନପୁର, ସାନଜରିଆ, ଗଙ୍ଗାରାମପୁର, ଅରଡ଼ପଲ୍ଲୀ, ଖଡ଼ଇଣ୍ଟା, କଖାରୁଣୀ, ନରସିଂହପୁର, ଡିହାପଡା, ବଡ଼ମୂଳବସନ୍ତ, ନୀଳକଣ୍ଠପୁର (ଆଂଶିକ) ପ୍ରଭୃତି ଭେଡା ଅଞ୍ଚଳର ପଞ୍ଚାୟତଗୁଡିକରେ ୧୧ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷଜମିରେ ଥୋଡ଼ ମରୁଡ଼ି ହେବାର ଆଶଙ୍କା ଘନୀଭୂତ ହୋଇଛି। ପାଣି ଅଭାବରୁ ଧୋୟାଞ୍ଚଳର ପେଣ୍ଠପାଳ, ତରଡିପାଳ, ଅଣ୍ଢରା, ଅମୃତମଣୋହି, ସିଂହଗାଁ, ବଲୁରିଆ, ଅଳପୁଆ, ବାଛରା, ବାଲିପାଟଣା, ଶ୍ରୀରାମପୁର ଆଦି ପଞ୍ଚାୟତ ଓ ପୌରାଞ୍ଚଳ ଧୋୟାଞ୍ଚଳରେ ଥିବା ଷଣ୍ଢପଲ୍ଲୀ, ତନୁପୁର, କଷଣଅଣ୍ଟା, ବାଲିପଡା, ସିଦ୍ଧପାଟଣା, ତଳବାଲିପଡା, ବଳଦେବନଗର, ଅଳଭା (ଆଂଶିକ), ନୂଆଗଁା, କାକୁଡିପଲ୍ଲୀ ଆଦି ଗ୍ରାମର ଶତାଧିକ ଏକର ଜମିରେ ଚାଷ ହୋଇଥିବା ପନିପରିବା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ପାଣି ଅଭାବରୁ ଉଭୟ ଜଳସେଚିତ ଓ ଅଣଜଳସେଚିତ ଚଜମିର ଧାନ ଫସଲ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲର ମାହାଙ୍ଗା ନିକଟରେ ସୃଷ୍ଟି ହୋଇଥିବା ଘାଇକୁ ମରାମତି କରାଯାଇଛି। କେନାଲରେ ପାଣି ଛଡାଯାଇଛି। ଶନିବାର ସୁଦ୍ଧା ପାଣି ପଟ୍ଟାମୁଣ୍ଡାଇର ସମସ୍ତ କେନାଲରେ ପହଞ୍ଚତ୍ୟିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ କଫ୍‌ସିରପ ର଼୍ୟାକେଟର ୨ଗିରଫ

ବଲାଙ୍ଗୀର ଅଫିସ, ୨୦ା୫: ଆନ୍ତଃରାଜ୍ୟ କଫ୍‌ ସିରପ୍‌ ଚୋରା ର଼୍ୟାକେଟ୍‌ ଚଳାଇଥିବା ସାନ ଓରଫ୍‌ ଗୋବିନ୍ଦ ନେଗୀ (୩୮) ଓ ପ୍ରଶାନ୍ତ କ୍ଷେତୀ (୪୨)ଙ୍କୁ ବଲାଙ୍ଗୀର...

ହାତୀ ସୁରକ୍ଷା ପ୍ରତି ହତାଦର

ପରିକ୍ଷିତ ସାହୁ ବଇଣ୍ଡା, ୨୪।୨:  ୨୦୧୮ ଅକ୍ଟୋବର ୨୭ରେ ଢେଙ୍କାନାଳ ଜିଲା କମଳାଙ୍ଗଠାରେ ଓହଳି ରହିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କ ଜୀବନହାନି...

ନବବଧୂଙ୍କୁ ଯୌତୁକ ନିର୍ଯାତନା: ସ୍ବାମୀ ଗିରଫ

ତିହିଡ଼ି, ୩।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ବାହାବଳପୁର ପଞ୍ଚାୟତ ପାଳସାହି ଗ୍ରାମର ଦେବକୀ ବାରିକ ନାମ୍ନୀ ଜଣେ ନବବଧୂ ଯୌତୁକ...

ଆଚରଣ ବିଧି ଉଲ୍ଲଂଘନ, ପିଇଓ ନିଲମ୍ବିତ

ବରଗଡ଼ ଅଫିସ୍‌,୩୧।୧: ତ୍ରିସ୍ତରୀୟ ପଞ୍ଚାୟତ ଭୋଟ୍‌କୁ ନେଇ ବରଗଡ଼ ଜିଲାରେ ରାଜନୈତିକ ଉଷ୍ମତା ବଢ଼ି ଚାଲିଛି। ଏଭଳି ସମୟରେ ବରଗଡ଼ ବ୍ଲକ ଖଣ୍ଡହଥା ପଞ୍ଚାୟତ ନିର୍ବାହୀ...

୨୯ରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ବାର୍ଷିକ ଅଧିବେଶନ: ଯୋଗଦେବେ ସୁପ୍ରିମକୋର୍ଟ ବିଚାରପତି

ଅନୁଗୋଳ ଅଫିସ, ୧।୧୨ – ରାଜ୍ୟ ଆଇନଜୀବୀମାନଙ୍କ ସର୍ବପୁରାତନ ସଙ୍ଗଠନ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୪୮ତମ ବାର୍ଷିକ ଉତ୍ସବ ଅନୁଗୋଳ ଷ୍ଟାଡ଼ିୟମଠାରେ ଆସନ୍ତା ଡିସେମ୍ବର...

ଲଘୁ ଖଣିଜ ଚୋରାଚାଲାଣ ରୋକିବାକୁ ଗୁରୁତ୍ୱ

ଜଗତ୍‌ସିଂହପୁର ଅଫିସ, ୨୭।୪: ଜଗତ୍‌ସିଂହପୁର ଜିଲାର ରାଜସ୍ବ ସମୀକ୍ଷା ବୈଠକ ମଙ୍ଗଳବାର ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟଜିତ୍‌...

ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିଲା ଗୋରୁ: ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ

ଭଦ୍ରକ ଅଫିସ, ୨୪।୨: ବେଆଇନ୍‌ ଭାବେ ବାହର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ୍‌କୁ ଜବତ କରାଯାଇଛି। ୨୦ରୁ ଊର୍ଦ୍ଧ୍ୱ...

ପ୍ରଶାସନର ଦୃଷ୍ଟି ଆଢୁଆଳରେ କରକ ଜଳପ୍ରପାତ

କୋକସରା, ୧୪।୧୨ (ଡି.ଏନ.ଏ) ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କଳାହାଣ୍ଡି ଜିଲା। ସେଥି ମଧ୍ୟରୁ କୋକସରା ବ୍ଲକ ଆମପାଣି ପଞ୍ଚାୟତ ଆମପାଣି ସାହାଜଖୋଲ ଜଙ୍ଗଲ ପାଦଦେଶରେ ଥିବା...

Advertisement
Archives

Model This Week