Posted inଜାତୀୟ

‘ମସଲା କିଙ୍ଗ୍‌’ଙ୍କ ପରଲୋକ

ନୂଆଦିଲ୍ଲୀ,୩।୧୨: ଦେଶର ଲୋକପ୍ରିୟ ମସଲା କମ୍ପାନୀ ଏମ୍‌ଡିଏଚ୍‌ର ମୁଖ୍ୟ ଧର୍ମପାଲ ଗୁଲାଟିଙ୍କ ପରଲୋକ ଘଟିଛି। ସେ ଗୁରୁବାର ସକାଳ ୫.୩୮ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। କରୋନାରୁ ସୁସ୍ଥ ହେବା ପରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥବବା ସୂଚନା ମିଳିଛି। ବ୍ୟବସାୟ ତଥା ଶିଳ୍ପ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଗତ ବର୍ଷ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପଦ୍ମ ଭୂଷଣ ପ୍ରଦାନ କରିଥିଲେ। ଗୁଲାଟି ୧୯୨୩, ମାର୍ଚ୍ଚ ୨୭ରେ ସିଆଲକୋଟ (ଏବେ ପାକିସ୍ଥାନ)ରେ ଜନ୍ମଗ୍ରହଣ କରିଥିଲେ। ୧୯୪୭ରେ ଦେଶ ବିଭାଜନ ପରେ ସେ ଭାରତ ଆସିଥିଲେ। ତା’ପରେ ତାଙ୍କ ପାଖରେ ମାତ୍ର ୧,୫୦୦ଟଙ୍କା ଥିଲା। ଭାରତ ଆସିବା ପରେ ସେ ପରିବାରର ରକ୍ଷଣାବେକ୍ଷଣ ପାଇଁ ଏକ ବ୍ୟବସାୟ ଆରମ୍ଭ କରିଥିଲେ। ଦିଲ୍ଲୀର କରୋଲ ବାଗ, ଅଜମଲ ଖାନ ରୋଡରେ ଏକ ମସଲା ଦୋକାନ ଖୋଲିଲେ। ମସଲା ବ୍ୟବସାୟ ଧୀରେ ଧୀରେ ଏତେ ପରିମାଣରେ ବିସ୍ତାର ହେଲା ଯେ ଆଜି ତାଙ୍କର ଭାରତ ଏବଂ ଦୁବାଇରେ ୧୬ଟି ମସଲା କାରଖାନା ଅଛ।ଏହି କାରଖାନାଗୁଡ଼ିକରେ ପ୍ରସ୍ତୁତ ଏମ୍‌ଡିଏଚ୍‌ ମସଲା ସମଗ୍ର ବିଶ୍ୱରେ ପହଞ୍ଚେ। ଏମ୍‌ଡିଏଚ୍‌ରେ ୬୨ଟି ଉତ୍ପାଦ ଅଛ। ଉତ୍ତର ଭାରତୀୟ ବଜାରରେ ୮୦ ପ୍ରତିଶତ ଦଖଲ କରିଥିବା କମ୍ପାନୀ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ମିଳିଛି ୧୩୯ କୋଟି ଟଙ୍କା ଚାନ୍ଦା

ନୂଆଦିଲ୍ଲୀ,୫।୨: ୨୦୧୯-୨୦ରେ କଂଗ୍ରେସକୁ ମିଳିଥିବା ଚାନ୍ଦା ରିପୋର୍ଟକୁ ସାର୍ବଜନୀନ କରିଛନ୍ତି ନିର୍ବାଚନ ଆୟୋଗ। କଂଗ୍ରେସକୁ ୨୦୧୯-୨୦ରେ ୧୩୯ କୋଟି ଟଙ୍କା ଚାନ୍ଦା ମିଳିଥିବା ଜଣାପଡିଛି। ପାର୍ଟି...

ଏମ୍‌ଏସ୍‌ଏମ୍‌ଇ ସଙ୍କଟ ଦୂର ଲାଗି ୫ ପରାମର୍ଶ

ନୂଆଦିଲ୍ଲୀ,୨୬।୪: କରୋନା ଯୋଗୁ ଦେଶରେ ଆର୍ଥତ୍କ ସ୍ଥିତି ଭୁଶୁଡ଼ିବାରେ ଲାଗିଛି। ଆର୍ଥତ୍କ ସ୍ଥିତିରେ ସୁଧାର ଆଣିବା ଓ ଏମ୍‌ଏସ୍‌ଏମ୍‌ଇ ସଙ୍କଟ ଦୂର କରିବା ଲାଗି କଂଗ୍ରେସ...

ଦିନକୁ ୨୦୦ ଜଣଙ୍କ ସହ ଭାବ ବିନିମୟ କରୁଛନ୍ତି ମୋଦି

ନୂଆଦିଲ୍ଲୀ,୩୦ା୩(ପି.ଟି.): କରୋନା ଭାଇରସ୍‌ ବିରୋଧରେ ଭାରତର ଲଢ଼େଇ ସମ୍ପର୍କରେ ମତାମତ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମିତ ଭାବେ ଦେଶବାସୀଙ୍କ ସହ ଯୋଗାଯୋଗ କରୁଛନ୍ତି।...

୪ ଏୟାର ଲାଇନ ଉପରେ ଦିଲ୍ଲୀ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୮।୪: ମହାରାଷ୍ଟ୍ରରୁ ଦିଲ୍ଲୀ ଆସୁଥିବା ସମସ୍ତ ଯାତ୍ରୀଙ୍କ କୋଭିଡ୍‌-୧୯ ଟେଷ୍ଟ ରିପୋର୍ଟକୁ ଯାଞ୍ଚ କରୁ ନାହାନ୍ତି ୪ ଏୟାର ଲାଇନ। ଏଥିଯୋଗୁ ଇଣ୍ଡିଗୋ, ବିସ୍ତାରା, ସ୍ପାଇସଜେଟ...

ତ୍ରୟମ୍ବକେଶ୍ୱର ମନ୍ଦିରରେ ପଶିଲା ବନ୍ୟାଜଳ

ନାସିକ,୪।୮: ମହାରାଷ୍ଟ୍ରରେ ଚଳିତ ବର୍ଷ ବନ୍ୟାରେ ସ୍ଥିତି ଗମ୍ଭିର ହୋଇଛି। ଏଠାକାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ମୁମ୍ବାଇ ସହର ଏବେବି ଜଳବନ୍ଦୀ ହୋଇ...

ଜଣେ ଓମିକ୍ରନ୍ ସଂକ୍ରମିତ ୧୮-୨୦ ଜଣଙ୍କୁ କରିପାରିବେ ପଜିଟିଭ

ନୂଆଦିଲ୍ଲୀ,୩ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ଭାରତରେ ପହଞ୍ଚି ସାରିଲାଣି । କର୍ନାଟକରେ ଓମିକ୍ରନ୍ ସଂକ୍ରମିତ ୨ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ...

ଉନ୍ନାଓ ମାମଲାର ଭିନ୍ନ ମୋଡ଼: ୟୁପି ନୁହେଁ, ଦିଲ୍ଲୀରେ ହେବ ଶୁଣାଣି

ନୂଆଦିଲ୍ଲୀ, ୨।୮(ପି.ଟି./ଆଇଏଏନ୍‌ଏସ୍‌):ଉତ୍ତରପ୍ରଦେଶ (ୟୁପି)ର ବହୁଚର୍ଚ୍ଚିତ ଉନ୍ନାଓ ମାମଲାରେ ଗୁରୁବାର ନୂଆମୋଡ଼ ଆସିଛି। ସୁପ୍ରିମକୋର୍ଟ ଉନ୍ନାଓ ବଳାତ୍କାର ପୀଡ଼ିତାଙ୍କ ସମ୍ପର୍କିତ ସମସ୍ତ ୫ ମାମଲା ୟୁପିର ଏକ କୋର୍ଟରୁ...

୩ ରାଜ୍ୟରେ ସ୍କୁଲ-କଲେଜ ବନ୍ଦ…

ନୂଆଦିଲ୍ଲୀ, ୨।୧ : ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ...

Advertisement
Archives

Model This Week