Posted inଜାତୀୟ

ଜେପିସି ତଦନ୍ତ ଦାବିକଲେ ବିରୋଧୀ

ନୂଆଦିଲ୍ଲୀ/ମୁମ୍ବାଇ,୩ା୨:ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଦାନୀ ସମୂହ ବିରୋଧରେ ଆମେରିକୀୟ ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଣିଥିବା ଷ୍ଟକ୍ସ ଓ ଆକାଉଣ୍ଟସ ହେରଫେର ଅଭିଯୋଗର ତଦନ୍ତ ଦାବି ଭାରତରେ ଜୋର୍‌ ଧରିଛି। ଗୁରୁବାର ପାର୍ଲାମେଣ୍ଟ ବଜେଟ ଅଧିବେଶନର ତୃତୀୟ ଦିନରେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଉକ୍ତ ପ୍ରସଙ୍ଗରେ ବିତର୍କ ଏବଂ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା ଅଭିଯୋଗଗୁଡ଼ିକର ତଦନ୍ତ ଦାବିରେ ଅଡ଼ିବସିଥିଲେ। ବିପକ୍ଷର ସଦସ୍ୟମାନେ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ସ୍ଲୋଗାନ ଦେଇ ହଟ୍ଟଗୋଳ କରିଥିଲେ। ଫଳରେ ଦୁଇ ସଦନରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ହୋହଲ୍ଲା ମଧ୍ୟରେ ଗୃହକୁ ବାରମ୍ବାର ସ୍ଥଗିତ କରିବାକୁ ପଡ଼ିଥିଲା। ଶେଷରେ ରାଜ୍ୟ ସଭା ଅଧ୍ୟକ୍ଷ ଏବଂ ଲୋକ ସଭା ବାଚସ୍ପତି ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ।
ଆଦାନୀ ଗ୍ରୁପ୍‌ ଉପରେ ଭରସା କରି ନିବେଶକମାନେ ଯେଉଁ ଟଙ୍କା ଲଗାଇଥିଲେ ତାହା ଫେରସ୍ତ ପାଇବେ କି ନାହିଁ ସନ୍ଦେହ। ତେଣୁ ପାର୍ଲାମେଣ୍ଟର ବଜେଟ ଅଧିବେଶନରେ ଏହି ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବା ପାଇଁ ୯ ବିରୋଧୀ ଦଳ ଏକାଠି ହୋଇଥିଲେ। ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ଚାମ୍ବରରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି), ଆମ୍‌ ଆଦ୍‌ମୀ ପାର୍ଟି (ଏଏପି), ସମାଜବାଦୀ ପାର୍ଟି (ଏସ୍‌ପି), ଦ୍ରାବିଡ ମୁନେତ୍ରା କାଜାଗାମ୍‌ (ଡିଏମ୍‌କେ), ସଂଯୁକ୍ତ ଜନତା ଦଳ (ଜେଡିୟୁ), ଉଦ୍ଧବଙ୍କ ଶିବସେନା ଏବଂ ବାମପନ୍ଥୀ ନେତାମାନେ ରଣନୀତି ପ୍ରସ୍ତୁତ କରିଥିଲେ। ଅଧିବେଶନ ଆରମ୍ଭ ହେବା ମାତ୍ରେ ଯୁଗ୍ମ ସଂସଦୀୟ କମିଟି କିମ୍ବା ସୁପ୍ରିମକୋର୍ଟ ନିଯୁକ୍ତ ଏକ କମିଟି ଦ୍ୱାରା ଏହି ଜାଲିଆତିର ତଦନ୍ତ କରାଯାଉ ବୋଲି ପାର୍ଲାମେଣ୍ଟରେ ବିରୋଧୀ ସଦସ୍ୟମାନେ ଦାବି କରିଥିଲେ। ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ସେମାନଙ୍କ ଅନୁରୋଧକୁ ଶୁଣି ନ ଥିଲେ। ଭିତ୍ତିହୀନ ଦାବି ନ କରିବାକୁ ସେ ଏମ୍‌ପିମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟ ସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକର ବିରୋଧୀଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ସେମାନେ ବିଶୃଙ୍ଖଳିତ ହୋଇଯାଇଥିବା କହିଥିଲେ। ଏହାକୁ ନେଇ ୯ ବିରୋଧୀ ଦଳର ସଦସ୍ୟମାନେ ଉଭୟ ଗୃହ ମଧ୍ୟଭାଗକୁ ଯାଇ ମୋଦି ସରକାର ଓ ଆଦାନୀ ଗ୍ରୁପ୍‌ ବିରୋଧରେ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କିତ ଆଲୋଚନା କରାଇଦେବାକୁ ବିରୋଧୀ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ଗୌତମ ଆଦାନୀଙ୍କ ବନ୍ଦରରୁ ଶକ୍ତି ବ୍ୟବସାୟ ସାମ୍ରାଜ୍ୟରେ ରାଷ୍ଟ୍ରାୟତ୍ତ ସଂସ୍ଥା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଏବଂ ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି) ବିପୁଳ ଅର୍ଥ ନିବେଶ କରିଥିବାରୁ ଦେଶର ଜମାକାରୀମାନଙ୍କୁ କ୍ଷତି ସହିବାକୁ ପଡ଼ିବ ବୋଲି କହି ନିଜ ଦାବିରେ ବିରୋଧୀ ଅଡ଼ିବସିଥିଲେ। ଶେଷରେ ଉଭୟ ଗୃହର ଅଧ୍ୟକ୍ଷ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ।
କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ ଏକ ମିଳିତ ଖବରଦାତା ସମ୍ମିଳନୀରେ କହିଛନ୍ତି, ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆମେ ଏହାର ଜେପିସି କିମ୍ବା ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାହୁଁଛୁ। ତଦନ୍ତରେ ଯାହା ସବୁ ସାମ୍ନାକୁ ଆସିବ ତା’ର ଦୈନନ୍ଦିନ ରିପୋର୍ଟିଂ କରାଯାଉ। ଏହା ଉପରେ ବିତର୍କ ଦାବିରେ କଂଗ୍ରେସ ଏବଂ ଅନ୍ୟ ୮ ବିରୋଧୀ ଦଳ ରାଜ୍ୟ ସଭାରେ ନୋଟିସ ଦେଇଛୁ। କିନ୍ତୁ ଗୃହର ଅଧ୍ୟକ୍ଷ ଧନକର ଏହାକୁ ଗ୍ରହଣ କରିନାହାନ୍ତି। ସେହିପରି ଏଏପି ଏମ୍‌ପି ସଞ୍ଜୟ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ଅନ୍ୟ ପୁଞ୍ଜିପତି ଓ ଶିଳ୍ପପତିମାନଙ୍କ ଭଳି ଆଦାନୀ ମଧ୍ୟ ବିଦେଶକୁ ପଳାୟନ କରିବା ଆଶଙ୍କା ଥିବରୁ ତାଙ୍କ ପାସପୋର୍ଟ ବାଜ୍ୟାପ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସଞ୍ଜୟ ଅନୁରୋଧ କରିଛନ୍ତି। ଇତିମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗୌତମ ଆଦାନୀଙ୍କୁ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଦିଆଯାଇଥିବା ଋଣର ହିସାବ ମାଗିଛନ୍ତି। ଅଦାନୀ ଗ୍ରୁପ୍‌ ଅଧୀନ ୧୦ ଲିଷ୍ଟେଡ୍‌ ଏଣ୍ଟିଟିଜ୍‌କୁ କେଉଁ ବ୍ୟାଙ୍କ କେତେ ପରିମାଣର ଋଣ ପ୍ରଦାନ କରିଛନ୍ତି ତାହା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ଆର୍‌ବିଆଇର ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri