Posted inଜାତୀୟ

ରେଳ ମନ୍ତ୍ରଣାଳୟର ଅବ୍ୟବସ୍ଥାକୁ ଦାୟୀ କଲେ ବିରୋଧୀ

ନୂଆଦିଳ୍ଲୀ,୧୮ା୬: ପଶ୍ଚିମବଙ୍ଗ ଟ୍ରେନ୍‌ ଦୁର୍ଘଟଣାକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାର ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟାର୍ଗେଟ କରିଛନ୍ତି। ରେଳ ମନ୍ତ୍ରଣାଳୟର ଅତ୍ୟନ୍ତ କୁପରିଚାଳନା କାରଣରୁ ପଶ୍ଚିମବଙ୍ଗରେ ଟ୍ରେନ୍‌ ଦୁର୍ଘଟଣା ଘଟି ଏତେସଂଖ୍ୟାରେ ଲୋକଙ୍କ ଜୀବନ ଗଲା। ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ନରେନ୍ଦ୍ର ମୋଦି ସରକାରଙ୍କୁ ନିନ୍ଦା କରିଛନ୍ତି। ମାନବୀୟ ତ୍ରୁଟିରୁ ୯ ଜଣଙ୍କ ମୃତ୍ୟୁ ଘଟିବା ସହ ୪୧ ଜଣ ଆହତ ହୋଇଛନ୍ତି, ଯାହାକି ଅତ୍ୟନ୍ତ ଦୁଃଖଦାୟକ ବୋଲି ଖାର୍ଗେ କହିଛନ୍ତି। ଦୁର୍ଘଟଣା ସ୍ଥଳର ଦୃଶ୍ୟ ହୃଦୟ ବିଦାରକ। ଖାର୍ଗେ ମୃତକମାନଙ୍କ ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେମାନଙ୍କୁ ତୁରନ୍ତ ସମ୍ପୂର୍ଣ୍ଣ କ୍ଷତିପୂରଣ ଯୋଗାଇଦେବାକୁ କଂଗ୍ରେସ ଅଧ୍ୟକ୍ଷ ଦାବି କରିଛନ୍ତି। ସେହିପରି ରାହୁଲ କହିଛନ୍ତି, ମୋଦି ସରକାରଙ୍କ କୁପରିଚାଳନା ଏବଂ ଅବହେଳା ପାଇଁ ଗତ ୧୦ ବର୍ଷରେ ଟ୍ରେନ୍‌ ଦୁର୍ଘଟଣା ବଢ଼ିଛି ଓ ଅନେକ ଲୋକଙ୍କ ଜୀବନ ଯାଇଛି। ଆଜିର ଦୁର୍ଘଟଣା ଉକ୍ତ ବାସ୍ତବତାର ଅନ୍ୟତମ ଉଦାହରଣ। ଏହିସବୁ ଦୁର୍ଘଟଣା ପାଇଁ ମୋଦି ସରକାର ନିଜକୁ ଦାୟୀ କରନ୍ତୁ ବୋଲି ରାହୁଲ ଦାବି କରିଛନ୍ତି।
କେବଳ ନିର୍ବାଚନରେ ଆଗ୍ରହ ରଖୁଛନ୍ତି। କେମିତି ନିର୍ବାଚନରେ ହ୍ୟାକିଂ ଓ ଜାଲିଆତି କରାଯିବ ତାହା ସେମାନେ ଚିନ୍ତା କରୁଥିବାବେଳେ ଟ୍ରେନ୍‌ ଯାତ୍ରୀ ଓ ରେଳ କର୍ମଚାରୀଙ୍କ ପ୍ରତି ଆଦୌ ନଜର ଦେଉନାହାନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଆର୍‌ଜେଡି ଅଧ୍ୟକ୍ଷ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବ ମଧ୍ୟ ଦୁର୍ଘଟଣା ପାଇଁ ମୋଦି ସରକାରଙ୍କୁ ଦାୟୀ କରିଛନ୍ତି।
ଟ୍ରେନ୍‌ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ନେତା ପ୍ରମୋଦ ତିଓ୍ବାରୀ ଦାବି କରିଛନ୍ତି। ରେଳମନ୍ତ୍ରୀ ରିଲ୍‌ ପ୍ରସ୍ତୁତିରେ ବ୍ୟସ୍ତ ଥିବାରୁ ଲୋକଙ୍କ ନିରାପତ୍ତା ସମ୍ପର୍କରେ ଆଲୋଚନା କରିବା ପାଇଁ ତାଙ୍କ ପାଖରେ ସମୟ ନାହିଁ ବୋଲି ତିଓ୍ବାରୀ କହିଛନ୍ତି। ୨୦୨୧ ଜୁଲାଇରୁ ରେଳମନ୍ତ୍ରୀ ଭାବେ ଅଶ୍ୱିନୀ ତାଙ୍କ କାର୍ଯ୍ୟକାଳକୁ ଅତ୍ୟଧିକ ପ୍ରଚାର ଏବଂ ସୋସିଆଲ ମିଡିଆ କାର୍ଯ୍ୟରେ ବିନିଯୋଗ କରିଥିବାବେଳେ ଉତ୍ତରଦାୟୀ ଶୂନ ବୋଲି କଂଗ୍ରେସ ନେତା ଜୟରାମ ରମେଶ ପ୍ରତିକ୍ରିୟାରେ କହିଛନ୍ତି। ଅନେକ ଟ୍ରେନ୍‌ ଦୁର୍ଘଟଣା ସତ୍ତ୍ୱେ ରେଳମନ୍ତ୍ରୀ ଉତ୍ତରଦାୟୀ ହେଉ ନ ଥିବାରୁ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ଏହାର ସମାଲୋଚନା କରିଛନ୍ତି। ଅପରାହ୍ନରେ ରେଳମନ୍ତ୍ରୀ ଦୁର୍ଘଟଣା ସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଏବେ ଆମେ ଉଦ୍ଧାର ଓ ମରାମତି କାର୍ଯ୍ୟ ଉପରେ ଗୁରୁତ୍ୱ ଦେଉଛୁ। ଏହା ରାଜନୀତିର ସମୟ ନୁହେଁ ବୋଲି ବିରୋଧୀଙ୍କ ସମାଲୋଚନା ଉପରେ ଏକ ପ୍ରଶ୍ନର ଜବାବ ଦେଇ ଅଶ୍ୱିନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?