ଜିଲାର ଏକମାତ୍ର ରକ୍ତଭଣ୍ଡାର ହୀନିମାନରେ ଚାଲିଛି

କେନ୍ଦ୍ରାପଡ଼ା ଅଫିସ, ୨୨ା୫: କେନ୍ଦ୍ରାପଡ଼ା ଜିଲାର ଏକମାତ୍ର ବ୍ଲଡ୍‌ ବ୍ୟାଙ୍କରେ ଘୋର ରକ୍ତସଙ୍କଟ ଦେଖାଦେଇଛି। ମାସକୁ ଅନୂ୍ୟନ ୬୦୦ରୁ ୭୦୦ ୟୁନିଟ ରକ୍ତ ଆବଶ୍ୟ୍ୟକ ଥିବାବେଳେ ଅଦ୍ୟାବଧି ମାତ୍ର ୫୦ ୟୁନିଟ ମଧ୍ୟରେ ଷ୍ଟକ ରହିଛି। ଫଳରେ ଥାଲାସେମିଆ, ପ୍ରସୂତି ଓ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ରକ୍ତ ଯୋଗାଇବା ଅସମ୍ଭବ ହୋଇପଡ଼ିଛି। ଅପରପକ୍ଷରେ ୫ଟି ସ୍ଥାନରେ ୨ ଲାବୋରେଟୋରି ଟେକ୍ନିସିଆନଙ୍କୁ ଛାଡ଼ି ଦେଲେ ୨ ନର୍ସ, ୩ ଆଟେଡାଣ୍ଟ ଓ ୨ ସୁଇପର ପଦବୀ ପୂରଣ ହୋଇନାହିଁ। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ଏହି ରକ୍ତ ଭଣ୍ଡାରକୁ ଯାତାୟାତ ପାଇଁ ଅଟୋରେ ଅନୂ୍ୟନ ୩୦୦ ଟଙ୍କା ଖର୍ଚ୍ଚ ହେଉଛି। ବ୍ଲଡ୍‌ ବ୍ୟାଙ୍କର ଏହି ରକ୍ତାଭାବ ପାଇଁ ଯଥେଷ୍ଟ ସଚେତନତା ସୃଷ୍ଟି ହେଉ ନ ଥିବାରୁ ଏହା ହୀନିମାନରେ ଚାଲିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ମନୋଜ କୁମାର ନାୟକ କହିଛନ୍ତି, କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁରର ସୂଚିସ୍ମିତା ସାମଲଙ୍କ ବୟସ ୧୧ ବର୍ଷ। ସେ ଏବେ ଥାଲାସେମିଆ ରୋଗୀ। ପ୍ରତିମାସ ତାଙ୍କର ରକ୍ତ ଆବଶ୍ୟକ। ୫ ଦିନ ଧରି ରକ୍ତଭଣ୍ଡାରରେ ରକ୍ତ ନ ଥିବାରୁ ଘରକୁ ଫେରୁଛନ୍ତି। ଫଳରେ ଶରୀରର ହିମୋଗ୍ଲୋବିନ କମିବାରୁ ନିସ୍ତେଜ ହୋଇ ପଡ଼ିଥିଲେ। ଝିଅର ବାପା କୈଳାସଙ୍କୁ ଯୋଗାଯୋଗ ପରେ ୨ଦିନ ପୂର୍ବେ ରକ୍ତଦାନ କରିଛନ୍ତି। କେବଳ ସୂଚିସ୍ମିତା ନୁହନ୍ତି, ତାଙ୍କ ପରି ପ୍ରାୟ ୧୪୦ ଜଣ ଥାଲାସେମିଆ ରୋଗୀ ଜିଲାରେ ଅଛନ୍ତି। ଏହା ବ୍ୟତୀତ ବିଭିନ୍ନ କ୍ଷେତ୍ରର ସ୍ବାସ୍ଥ୍ୟସେବା ପାଇଁ ଅନୂ୍ୟନ ୭୦୦ ୟୁନିଟ ରକ୍ତ ଆବଶ୍ୟକ।
ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଦୀର୍ଘଦିନର ପ୍ରତୀକ୍ଷା ପରେ ଜିଲା ମୁଖ୍ୟ ଚିକିତ୍ସାଳୟ ସହରର ଖଡ଼ଇଙ୍ଗରୁ ଶାମଗୁଡ଼ିଆକୁ ଜାନୁୟାରୀ ମାସରେ ସ୍ଥାନାନ୍ତର ହୋଇଛି। ପୁରୁଣାରୁ ନୂଆ ଚିକିତ୍ସାଳୟ ସ୍ଥାନର ଦୂରତା ଅନୂ୍ୟନ ୫ କିଲୋମିଟର। ରକ୍ତର ଆବଶ୍ୟକତା ପୂରଣ ପାଇଁ ଏହି ଦୂରତା ଅତିକ୍ରମ କରିବାକୁ ଅଟୋ ଭଡ଼ା ପ୍ରାୟ ୩୦୦ ଟଙ୍କା ଲାଗୁଛି। ରୋଗୀଙ୍କ ସମ୍ପର୍କୀୟ ଏଥିପାଇଁ ବିଶେଷ ଅସୁବିଧାରେ ପଡୁଛନ୍ତି। ବିଜ୍ଞାନ ପଥରେ ଯାଇ ମଣିଷ କୃତ୍ରିମ ଭାବେ ବହୁ ଜିନିଷ ଆଗକୁ ଆଣୁଛନ୍ତି। ତେବେ ଏଯାଏ କୃତ୍ରିମ ରକ୍ତ ସୃଷ୍ଟି ହୋଇ ପାରିନାହିଁ। ଏଥିପାଇଁ ରକ୍ତଦାନ ଏକ ମହାପୁଣ୍ୟ ଭାବେ ଗ୍ରହଣ କରାଯାଉଛି। ତେବେ ଜିଲାର ଏକମାତ୍ର ଏହି ରକ୍ତଭଣ୍ଡାରରେ ହେଉଥିବା ରକ୍ତାଭାବ ସମ୍ପର୍କରେ କୌଣସି ସଚେତନତା କାର୍ଯ୍ୟକ୍ରମ ହେଉନାହିଁ। କେତେଗୋଟି ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ କ୍ୟାମ୍ପ ଯୋଗୁ ସାମୟିକ ଭାବେ ରକ୍ତ ଅଭାବ ପୂରଣ ହେଉଛି। ବିଜେଡି ମୋ ସରକାରର ଜୀବନବିନ୍ଦୁ ସଂଯୋଜକ ହିରଣ୍ୟ କୁମାର ପଣ୍ଡା କହିଛନ୍ତି, ଖରାଦିନ ପାଇଁ ରକ୍ତ ସଂଗ୍ରହରେ ବାଧା ସୃଷ୍ଟି ହୋଇଛି। ଏହି ଜିଲା ପାଇଁ ଏନ୍‌ଏଟିପିସିଆର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ତେବେ ନୂତନ ଚିକିତ୍ସାଳୟର ଆନୁଷଙ୍ଗିକ ବ୍ୟବସ୍ଥା ହୋଇ ନ ଥିବାରୁ ରକ୍ତଭଣ୍ଡାର ସ୍ଥାନାନ୍ତର ହୋଇନାହିଁ। ଜଣେ ସୁସ୍ଥ ଲୋକ ପ୍ରତି ୩ ମାସ ଅନ୍ତରରେ ଗୋଟିଏ ୟୁନିଟ ରକ୍ତ ଦେଲେ ସମ୍ପୃକ୍ତ ବ୍ୟକ୍ତିର ସ୍ବାସ୍ଥ୍ୟଗତ ସମସ୍ୟା ଅନେକାଂଶରେ କମିଯାଏ ବୋଲି ବୁଝା ଯାଉଛି। ଏ ସମ୍ପର୍କରେ ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ରକ୍ତଭଣ୍ଡାରରେ ରକ୍ତାଭାବ ସମସ୍ୟା ରହୁଛି। ଏହାର ନିରାକରଣ ପାଇଁ ବିଭିନ୍ନ ଅନୁଷ୍ଠାନ ସହ ଯୋଗାଯୋଗ କରାଯାଇ କ୍ୟାମ୍ପ କରାଯାଉଛି। ରକ୍ତ ଭଣ୍ଡାର କର୍ମଚାରୀ ସମସ୍ୟା ନିକଟରେ ସମାଧାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri