କାମ ନ କରି ଅର୍ଥ ବାଟମାରଣା

ନାଉଗାଁ,୨୨ା୫(ସ୍ବ.ପ୍ର.): ନାଉଗାଁ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା)ରେ ବ୍ୟାପକ ଦୁର୍ନୀତି ହୋଇଛି। ଏଠାରେ କେଉଁଠି ପ୍ରକଳ୍ପ ନିର୍ମାଣ ହୋଇ ନ ଥିବା ବେଳେ ଆଉ କେଉଁଠି ମାତ୍ର ୧୦ କିମ୍ବା ୨୦ ହଜାର ଟଙ୍କା ଖର୍ଚ୍ଚ କରାଯାଇ ଲକ୍ଷାଧିକ ଟଙ୍କାର ବିଲ୍‌ କରାଯାଇଛି। ଏହାର ଜ୍ୱଳନ୍ତ ଉଦାହରଣ ଘୋଡାଂଶ ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ ନ ହୋଇ ବିଲ୍‌ କରାଯାଇଛି ବୋଲି ସରପଞ୍ଚ ନିହାର ବସ୍ତିଆ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ଉକ୍ତ ପଞ୍ଚାୟତର ମୁଗେଇ ଠାକୁରାଣୀଙ୍କ ନିକଟରେ ଥିବା ପାଠାଗାର ଚତୁଃପାର୍ଶ୍ୱରେ ମାଟି ପୋତିବା ପାଇଁ ବିଲ୍‌ କରାଯାଇଛି। ହେଲେ ସେଠାରେ ମୁଠାଏ ମାଟି ପଡିନାହିଁ। ଏମଜିଏନ୍‌ଆରଇଜିଏସ୍‌ ପୋର୍ଟାଲର ତଥ୍ୟ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ଯୋଜନାରେ ମାଟି ପୋତିବା ପାଇଁ ୩ ଲକ୍ଷ୨୬ ହଜାର ୯୧୬ ଟଙ୍କା ବିଲ୍‌ କରାଯାଇଛି। ଏନେଇ ସରପଞ୍ଚ ବସ୍ତିଆ ଜିଲାପାଳ, ବିଡିଓଙ୍କ ନିକଟରେ ଅଭିଯୋଗ କଲାପରେ ୨ ଦିନ ତଳେ ରାତିରେ ତରବରିଆ ଭାବେ ଉକ୍ତ ପାଠାଗାର ଚତୁଃପାର୍ଶ୍ୱରେ ମାଟି ପକାଯାଇଛି। କେବଳ ପାଠାଗାର ନୁହେଁ ଘୋଡାଂଶ ଶ୍ମଶାନକୁ ଯିବା ବାଟ ପାଇଁ ମାଟି ପକାଯାଇଥିବା ଜଣାପଡ଼ିଛି। ଏମ୍‌ଜିଏନ୍‌ଆରଇଜିଏସ୍‌ ପୋଟାର୍ଲରେ ଏବାବଦରେ ୪୧ ହଜାର ୨୯୨ ଟଙ୍କା ବିଲ୍‌ କରାଯାଇଛି ବୋଲି ଦର୍ଶାଯାଇଛି। ମାତ୍ର ଶ୍ମାଶାନ ରାସ୍ତାରେ ମାଟି ପକାଯାଇ ନାହିଁ ବୋଲି ସରପଞ୍ଚ ବସ୍ତିଆ ଅଭିଯୋଗ କରିଛନ୍ତି। କେବଳ ଘୋଡାଂଶ ନୁହେଁ ବ୍ଳକର ଅଧିକାଂଶ ପଞ୍ଚାୟତରେ ଏପରି ମିଥ୍ୟା ବିଲ୍‌ କରାଯାଇ ଅର୍ଥ ବାଟମାରଣା କରାଯାଇଥିବା ଅଭିଯୋଗ ହୋଇଛି।
ସରକାରଙ୍କ ନିୟମାନୁସାରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ପ୍ରଥମତଃ ଶ୍ରମିକମାନେ କାର୍ଯ୍ୟ କରିବେ। ଯେଉଁ ସ୍ଥାନରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ, ସେଠାରେ ଜବ୍‌କାର୍ଡଧାରୀ ଶ୍ରମିକମାନେ ଆବେଦନ କରିବେ। ଏହାକୁ ଭିତ୍ତି କରି ମଷ୍ଟରରୋଲ ବାହାର କରାଯିବ। ଉକ୍ତ ମଷ୍ଟରରୋଲକୁ ପଞ୍ଚାୟତରେ ନିଯୁକ୍ତ ଜିଆରଏସ୍‌ ବାହାର କରିବେ। ଏହାପରେ ଉକ୍ତ ମଷ୍ଟର ରୋଲରେ ବିଡିଓ ସ୍ବାକ୍ଷର କରିବେ। ଯେଉଁ ଶ୍ରମିକଙ୍କ ନାମ ଉକ୍ତ ମଷ୍ଟରରୋଲରେ ଥିବ ସେହି ଶ୍ରମିକମାନେ ଉକ୍ତ ପ୍ରକଳ୍ପରେ କାର୍ଯ୍ୟ କରିବେ। ପ୍ରତ୍ୟେହ ଶ୍ରମିକମାନଙ୍କ ଉପସ୍ଥାନ ଜିଆରଏସ୍‌ରେ ଅନଲାଇନ ମାଧ୍ୟମରେ ନିଆଯିବ। ଏହି କାର୍ଯ୍ୟର ପ୍ରତିଦିନ ଫଟୋ ଉତ୍ତୋଳନ କରାଯାଇ ଏନ୍‌ଏମ୍‌ଏମ୍‌ଏସ ଆପରେ ଲୋଡ କରାଯିବ। କିନ୍ତୁ ବ୍ଲକରେ ସରକାରଙ୍କ ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରାଯାଉଛି। ଶ୍ରମିକଙ୍କ ମାଧ୍ୟମରେ ଏସବୁ କାମ କରା ନ ଯାଇ ରାତିଅଧରେ ଟ୍ରାକ୍ଟର ଓ ଜେସିବି ବ୍ୟବହାର କରାଯାଉଛି। ଏହାପରେ ଅଧିକାରୀମାନେ ନିଜ ପରିଚିତ ଲୋକଙ୍କ ନାମ ଦେଇ ମଷ୍ଟରରୋଲ ବାହାର କରୁଛନ୍ତି। ଅନ୍‌ଲାଇନ ମାଧ୍ୟମରେ ଉପସ୍ଥାନ ତ ଦୂରର କଥା ପୁରୁଣା ଫଟୋକୁ ଏନ୍‌ଏମ୍‌ଏମ୍‌ଏସ ଆପରେ ଲୋଡ କରି ଲକ୍ଷାଧିକ ଟଙ୍କାର ବିଲ୍‌ କରି ନେଉଛନ୍ତି। ଏଥିରେ ବ୍ଲକ ପ୍ରଶାସନ ଅଧିକାରୀଙ୍କ ସମେତ କିଛି ରାଜ ନେତାଙ୍କ ସମ୍ପୃକ୍ତି ରହିଛି ବୋଲି ସରପଞ୍ଚ ବସ୍ତିଆ ଅଭିଯୋଗରେ ଦର୍ଶାଇଛନ୍ତି। ଏହାର ତଦନ୍ତ କରାଗଲେ ବହୁ ଦୁର୍ନୀତି ପଦାକୁ ଆସିବ ବୋଲି ସେ କହିଛନ୍ତି। ଏସମ୍ପର୍କରେ ଏପିଓ ଗୌରବ ନନ୍ଦଙ୍କୁ ପଚାରିବାରେ ସରକାରଙ୍କ ନିୟମାନୁସାରେ କାର୍ଯ୍ୟ କରାଯାଉଛି। ତେବେ ବିଲ୍‌ ଦେଖିବାପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ମତଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?