Posted inଖେଳ

ଅଲିମ୍ପିକ୍ସ ସୁରକ୍ଷିତ: ଆୟୋଜକ, ଜନସାଧାରଣ ନାରାଜ

ଟୋକିଓ,୨୨।୫(ଏପି)-ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ମାତ୍ର ୨ ମାସ ବାକି ରହିଛି। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଆୟୋଜକମାନଙ୍କ ସହ ମିଶି ଶୁକ୍ରବାର ଅଲିମ୍ପିକ୍ସ ଆୟୋଜନ ନେଇ ତା’ର ଅନ୍ତିମ ପ୍ଲାନିଂ ସେସନ ସ୍ଥିର କରିଛି। କିଭଳି ଅଲିମ୍ପିକ ସଫଳତାର ସହ ଆୟୋଜନ ହେବ ତାହା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଆଗାମୀ ୩ ଦିନ ମଧ୍ୟରେ ବହୁତ କିଛି କରିବାକୁ ରହିଛି ବୋଲି ଆଇଓସି ଉପସଭାପତି ଜନ୍‌ କୋଟ୍ସ ବୁଧବାର କହିଛନ୍ତି।
ଜାପାନର ୬୦ରୁ ୮୦ ପ୍ରତିଶତ ଲୋକ କୋଭିଡ୍‌-୧୯ ମହାମାରୀ ମଧ୍ୟରେ ଅଲିମ୍ପିକ୍ସ ଆୟୋଜନ ହେଉ ବୋଲି ଚାହୁଁନାହାନ୍ତି। ଜନସାଧାରଣ ଏ ନେଇ ଖୋଲାଖୋଲି ଭାବେ ଅସନ୍ତୋଷ ଜାହିର କରିସାରିଛନ୍ତି। ଫଳରେ ଜନସାଧାରଣ ଓ ଆୟୋଜକ ତଥା ସରକାରଙ୍କ ମଧ୍ୟରେ ମୁକାବିଲାମୂଳକ ସ୍ଥିତି ସୃଷ୍ଟି ହୋଇଛି। ଯଦିଓ ଆୟୋଜକମାନେ ଅଲିମ୍ପିକ୍ସ ସମ୍ପୂର୍ଣ୍ଣ ସୁରକ୍ଷିତ ପରିବେଶରେ ଓ ନିରାପତ୍ତାରେ ଆୟୋଜନ ହେବ ବୋଲି ପ୍ରତିଶ୍ରୁତି ଦେଇ ଆସୁଛନ୍ତି ତେବେ ଅଲିମ୍ପିକ୍ସ ବାତିଲ କରିବା ନେଇ କୌଣସି ସୂଚନା ଦେଖିବାକୁ ମିଳିନାହିଁ ା ଅଲିମ୍ପିକ୍ସ ଆୟୋଜନ ହେବ ବୋଲି ଆଇଓସି ବାରମ୍ବାର କହି ଆସୁଛି। ତେବେ ଅଲିମ୍ପିକ୍‌ ଆୟୋଜନ ନେଇ ଅନ୍ତିମ ନିଷ୍ପତ୍ତି ନେବାର ଡେଡ୍‌ ଲାଇନ ଏବେ ବି ବାକି ଅଛି। ଏ ନେଇ ଅନ୍ତିମ ତାରିଖ ଆହୁରି ଗୋଟିଏ ମାସ ବାକି ଅଛି ବୋଲି ଆଇଓସିର ସବୁଠାରୁ ବରିଷ୍ଠ ଅଧିକାରୀ ରିଚାର୍ଡ ପାଉଣ୍ଡ କହିଛନ୍ତି। ଜୁନ୍‌ ଶେଷ ହେବା ପୂର୍ବରୁ ଅଲିମ୍ପିକ୍ସ ଆୟୋଜନ ହେବ କି ନା ସେ ନେଇ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଟୋକିଓ, ଓସାକା ଓ ଅନ୍ୟ ପ୍ରାନ୍ତରେ ଷ୍ଟେଟ୍‌ ଇମର୍ଜେନ୍ସି ଜାରି ରହିଛି। ମେ’ ୩୧ରେ ଏହା ଶେଷ ହେବ। ତେବେ ଏହା ଆଗକୁ ବଢିବ ବୋଲି ଆଶା କରାଯାଉଛି।
ଅନ୍ୟପଟେ ଷ୍ଟେଟ୍‌ ଇମର୍ଜେନ୍ସି ଜାରି ରହିଥିଲେ ମଧ୍ୟ ଅଲିମ୍ପିକ୍ସ ଆୟୋଜନ ହେବ ବୋଲି ଆଇଓସି ଉପସଭାପତି ଦାୟିତ୍ୱରେ ଥିବା ଜନ୍‌ କୋଟ୍ସ କହିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ଅନ୍ୟ ସାଇଣ୍ଟିଫିକ୍‌ ଓ ମେଡିକାଲ ଆଡ୍‌ଭାଇସ୍‌ ଅନୁସାରେ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ନିରାପତ୍ତା ମଧ୍ୟରେ ଅଲିମ୍ପିକ୍ସ ଆୟୋଜନ ହେବ ବୋଲି ସେ କହିଛନ୍ତି। କ୍ୱାଲିଫାଇଂ ଇଭେଣ୍ଟରୁ ୮୦ ଓ ର଼୍ୟାଙ୍କିଙ୍ଗ୍‌ରୁ ୨୦ ପ୍ରତିଶତ ଆଥ୍‌ଲେଟଙ୍କୁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ସୁଯୋଗ ଦିଆଯିବ। ଜୁଲାଇ ୧୨ରେ ଆଇଓସି ଅଧ୍ୟକ୍ଷ ଥୋମାସ ବାକ ଟୋକିଓରେ ପହଞ୍ଚିବାର ଯୋଜନା କରୁଛନ୍ତି। କରୋନା ପାଇଁ ସେ ତାଙ୍କର ପୂର୍ବ ଗସ୍ତକୁ ବାତିଲ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?