Posted inଖେଳ

ଅଲିମ୍ପିକ୍ସ ସୁରକ୍ଷିତ: ଆୟୋଜକ, ଜନସାଧାରଣ ନାରାଜ

ଟୋକିଓ,୨୨।୫(ଏପି)-ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ମାତ୍ର ୨ ମାସ ବାକି ରହିଛି। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଆୟୋଜକମାନଙ୍କ ସହ ମିଶି ଶୁକ୍ରବାର ଅଲିମ୍ପିକ୍ସ ଆୟୋଜନ ନେଇ ତା’ର ଅନ୍ତିମ ପ୍ଲାନିଂ ସେସନ ସ୍ଥିର କରିଛି। କିଭଳି ଅଲିମ୍ପିକ ସଫଳତାର ସହ ଆୟୋଜନ ହେବ ତାହା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଆଗାମୀ ୩ ଦିନ ମଧ୍ୟରେ ବହୁତ କିଛି କରିବାକୁ ରହିଛି ବୋଲି ଆଇଓସି ଉପସଭାପତି ଜନ୍‌ କୋଟ୍ସ ବୁଧବାର କହିଛନ୍ତି।
ଜାପାନର ୬୦ରୁ ୮୦ ପ୍ରତିଶତ ଲୋକ କୋଭିଡ୍‌-୧୯ ମହାମାରୀ ମଧ୍ୟରେ ଅଲିମ୍ପିକ୍ସ ଆୟୋଜନ ହେଉ ବୋଲି ଚାହୁଁନାହାନ୍ତି। ଜନସାଧାରଣ ଏ ନେଇ ଖୋଲାଖୋଲି ଭାବେ ଅସନ୍ତୋଷ ଜାହିର କରିସାରିଛନ୍ତି। ଫଳରେ ଜନସାଧାରଣ ଓ ଆୟୋଜକ ତଥା ସରକାରଙ୍କ ମଧ୍ୟରେ ମୁକାବିଲାମୂଳକ ସ୍ଥିତି ସୃଷ୍ଟି ହୋଇଛି। ଯଦିଓ ଆୟୋଜକମାନେ ଅଲିମ୍ପିକ୍ସ ସମ୍ପୂର୍ଣ୍ଣ ସୁରକ୍ଷିତ ପରିବେଶରେ ଓ ନିରାପତ୍ତାରେ ଆୟୋଜନ ହେବ ବୋଲି ପ୍ରତିଶ୍ରୁତି ଦେଇ ଆସୁଛନ୍ତି ତେବେ ଅଲିମ୍ପିକ୍ସ ବାତିଲ କରିବା ନେଇ କୌଣସି ସୂଚନା ଦେଖିବାକୁ ମିଳିନାହିଁ ା ଅଲିମ୍ପିକ୍ସ ଆୟୋଜନ ହେବ ବୋଲି ଆଇଓସି ବାରମ୍ବାର କହି ଆସୁଛି। ତେବେ ଅଲିମ୍ପିକ୍‌ ଆୟୋଜନ ନେଇ ଅନ୍ତିମ ନିଷ୍ପତ୍ତି ନେବାର ଡେଡ୍‌ ଲାଇନ ଏବେ ବି ବାକି ଅଛି। ଏ ନେଇ ଅନ୍ତିମ ତାରିଖ ଆହୁରି ଗୋଟିଏ ମାସ ବାକି ଅଛି ବୋଲି ଆଇଓସିର ସବୁଠାରୁ ବରିଷ୍ଠ ଅଧିକାରୀ ରିଚାର୍ଡ ପାଉଣ୍ଡ କହିଛନ୍ତି। ଜୁନ୍‌ ଶେଷ ହେବା ପୂର୍ବରୁ ଅଲିମ୍ପିକ୍ସ ଆୟୋଜନ ହେବ କି ନା ସେ ନେଇ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଟୋକିଓ, ଓସାକା ଓ ଅନ୍ୟ ପ୍ରାନ୍ତରେ ଷ୍ଟେଟ୍‌ ଇମର୍ଜେନ୍ସି ଜାରି ରହିଛି। ମେ’ ୩୧ରେ ଏହା ଶେଷ ହେବ। ତେବେ ଏହା ଆଗକୁ ବଢିବ ବୋଲି ଆଶା କରାଯାଉଛି।
ଅନ୍ୟପଟେ ଷ୍ଟେଟ୍‌ ଇମର୍ଜେନ୍ସି ଜାରି ରହିଥିଲେ ମଧ୍ୟ ଅଲିମ୍ପିକ୍ସ ଆୟୋଜନ ହେବ ବୋଲି ଆଇଓସି ଉପସଭାପତି ଦାୟିତ୍ୱରେ ଥିବା ଜନ୍‌ କୋଟ୍ସ କହିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ଅନ୍ୟ ସାଇଣ୍ଟିଫିକ୍‌ ଓ ମେଡିକାଲ ଆଡ୍‌ଭାଇସ୍‌ ଅନୁସାରେ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ନିରାପତ୍ତା ମଧ୍ୟରେ ଅଲିମ୍ପିକ୍ସ ଆୟୋଜନ ହେବ ବୋଲି ସେ କହିଛନ୍ତି। କ୍ୱାଲିଫାଇଂ ଇଭେଣ୍ଟରୁ ୮୦ ଓ ର଼୍ୟାଙ୍କିଙ୍ଗ୍‌ରୁ ୨୦ ପ୍ରତିଶତ ଆଥ୍‌ଲେଟଙ୍କୁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ସୁଯୋଗ ଦିଆଯିବ। ଜୁଲାଇ ୧୨ରେ ଆଇଓସି ଅଧ୍ୟକ୍ଷ ଥୋମାସ ବାକ ଟୋକିଓରେ ପହଞ୍ଚିବାର ଯୋଜନା କରୁଛନ୍ତି। କରୋନା ପାଇଁ ସେ ତାଙ୍କର ପୂର୍ବ ଗସ୍ତକୁ ବାତିଲ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri