ଭଙ୍ଗାଗଲା ପୁରୁଣା ଜେଲ ପ୍ରାଚୀର

ନୟାଗଡ଼ ଅଫିସ,୩।୯: ନୟାଗଡ଼ ପୁରୁଣା ଜେଲର ପୂର୍ବ ପାର୍ଶ୍ୱ ପ୍ରାଚୀର ସହ ଜୁବୁଲି ମାର୍କେଟ ପଛ ପାଖରେ ନିର୍ମାଣ ହୋଇଥିବା ୧୬ଟି ଦୋକାନ ଗୃହ ପାଇଁ ନୟାଗଡ଼ ଦେୱାନୀ ଜଜ୍‌ କନିଷ୍ଠ କୋର୍ଟଙ୍କ ସ୍ଥିତାବସ୍ଥା ବଳବତ୍ତର ରହିଛି। ତେବେ ବିପଦସଙ୍କୁଳ ଦର୍ଶାଇ ୬୦ ଫୁଟରୁ ଊର୍ଦ୍ଧ୍ୱ ପ୍ରାଚୀର ଭଙ୍ଗାଯିବା ପରେ କୋର୍ଟ ରହିତାଦେଶକୁ ଅଣଦେଖା କରାଯାଇଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ବରଗଛ ଉଠି ପ୍ରାଚୀରର ୨ରୁ ୫ ଫୁଟ ବିପଦସଙ୍କୁଳ ଥିବାବେଳେ ୬୦ ଫୁଟରୁ ଊର୍ଦ୍ଧ୍ୱ ପ୍ରାଚୀର ଭଙ୍ଗା ଯିବାକୁ ନେଇ ସମାଲୋଚନା କରାଯାଇଛି। ଜେଲ ଜମି ଉପରେ ନୟାଗଡ଼ ସହରର ଅନେକ ଲୋକ ଜବରଦଖଲ ପାଇଁ ଆଖି ରହିଛି। ବିଭିନ୍ନ ସମୟରେ ଜେଲ ଜମିକୁ ଜବରଦଖଲ କରାଯାଇଛି। ଯାହାର ନଜୀର ପୂର୍ବ ପାର୍ଶ୍ୱ ପ୍ରାଚୀର ପାଖର ଦୋକାନ ଘର। ଏଭଳିସ୍ଥଳେ ପ୍ରଚାର ଭାଙ୍ଗୁ ଭାଙ୍ଗୁ କେତେଜଣ ଲୋକ ଓ ମ୍ୟୁନିସିପାଲିଟିର ଜଣେ କାଉନସିଲର ଇଟା ନେଇ ଯାଇଥିବା ଅଭିଯୋଗ ହୋଇଛି। ପୁରୁଣା ଜେଲ ଜମିର ପ୍ରାଚୀର ଭଙ୍ଗାଯିବା ପରେ କେତେଜଣ ଚୋର ଏଥିରୁ ଇଟା ଓ ଅନ୍ୟ ଘର ତିଆରି ଆସବାବପତ୍ର ନେବାକୁ ପ୍ରସ୍ତୁତ ହୋଇ ରହିଲେଣି। ରାତି ହେଲେ ସେମାନଙ୍କର ଚୋରି ଆରମ୍ଭ କରିବେ ବୋଲି କୁହାଯାଉଛି।
ଏ ନେଇ ଆଇନଜୀବୀ ରଣଜିତ ଦାଶ କୁହନ୍ତି, ପୁରୁଣା ଜେଲ ଜମିର ପୂର୍ବ ପାଖରେ କେତେଜଣ ବ୍ୟବସାୟୀ ୧୬ ଟି ଦୋକାନ ଘର ନିର୍ମାଣ କରିଛନ୍ତି। ସମ୍ପୃକ୍ତ ଦୋକାନ ଘରଗୁଡିକ ଜୁବୁଲି ମାର୍କେଟ ପଛ ପାଖରେ ରହିଛି। ତେବେ ପୁରୁଣା ଜେଲ ଜମି ଉପରେ ୨୦୦୯ ଓ ୨୦୧୦ ମସିହାରେ କୋର୍ଟରେ ୨ଟି ମକଦ୍ଦମା ହୋଇଥିଲା। ପ୍ରଥମ ମକଦ୍ଦମାଟି ପୁରୁଣା ଜେଲ ଜମିର ୬୩ ଏକର ଉପରେ ହୋଇଥିଲା। ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ତେବେ ଜିଲା କୋର୍ଟ ପାଇଁ ସ୍ଥାନ ଚୟନ କରାଯାଇ ନୂଆ କୋଠା ନିର୍ମାଣ ପରେ ହାଇକୋର୍ଟ ରହିତାଦେଶ ଉଠାଇ ଦେଇଥିଲେ। କିନ୍ତୁ ଜବରଦଖଲ କରି ଦୋକାନ ଘର କରାଯାଇଥିବାରୁ ନୟାଗଡ଼ ଦେୱାନୀ ଜଜ୍‌ କନିଷ୍ଠଙ୍କ କୋର୍ଟରେ ୨୦୧୦ରେ ଅନୂରୂପ ମକଦ୍ଦମା ହୋଇଥିଲା। ଏଣୁ ଜେଲ ଜମିର ପୂର୍ବ ପାଖ ପ୍ରାଚୀରଠାରୁ ବିବାଦୀୟ ଦୋକାନ ଘର ପର୍ଯ୍ୟନ୍ତ କୋର୍ଟ ରହିତାଦେଶ ଜାରି କରିଥିଲେ। ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳ ସ୍ଥିତାବସ୍ଥା ବଳବତ୍ତର ଥିବାରୁ ପ୍ରାଚୀର ଭଙ୍ଗାଯିବା ବେଆଇନ। ପୁରୁଣା ଜେଲ ଜମି ପ୍ରାଚୀର କିଏ ଭାଙ୍ଗିଲା, କାହିଁକି ଭାଙ୍ଗଲା, ଇଟା କିଏ ନେଲା ଏମତି କିଛି ପ୍ରଶ୍ନ ଉଠିଛି। ଏ ନେଇ ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ଥିବା କହିଛନ୍ତି। ଅନ୍ୟପକ୍ଷେ ଦାଶ କହିଛନ୍ତି, କୋର୍ଟରେ ମାମଲା ଥିବାରୁ ଏଯାବତ ଜେଲ ଜମି ସୁରକ୍ଷିତ ଥିଲା। ତେବେ ପ୍ରାଚୀର ଭଙ୍ଗା ଆରମ୍ଭ ହେବାରୁ ଆଉ ଜେଲ ଜମି ସୁରକ୍ଷିତ ନୁହେଁ। ପ୍ରାଚୀର ଭାଙ୍ଗୁ ଭାଙ୍ଗୁ ଇଟା ଚୋରି ଆରମ୍ଭ ହୋଇଗଲାଣି। ଚିନି ଶିଳ୍ପ ପରି ଏହା ଧ୍ୱଂସ ପାଇଯିବ। ପୁରୁଣା ଜେଲ ଜମିରେ ଯଦି ପାର୍କିଂ ଜୋନ କରା ନ ଯାଏ କଂଗ୍ରେସ ଆନ୍ଦୋଳନକୁ ତ୍ୱରାନ୍ବିତ କରିବ। ସାମାଜିକ କର୍ମୀ ସନ୍ତୋଷ ପ୍ରଧାନ କୁହନ୍ତି, ବିପଦ ସଙ୍କୁଳ ଆଳ ଦେଖାଇ ପୁରୁଣା ଜେଲ ପ୍ରାଚୀରକୁ ଭଙ୍ଗାଗଲା। ପ୍ରାଚୀର ଭଙ୍ଗାଯିବାର କେଇ ମିନିଟ୍‌ ପରେ ଇଟା ଚୋରି ହୋଇଗଲା। ଜେଲ ଜମି ଘର ବିପଦସଙ୍କୁଳ ହୋଇପାରେ। କିନ୍ତୁ ଏଥିରୁ ବାହାରୁ ଥିବା ଇଟା ଭଲ ଅଛି। ଏହା ପୁଣି ନୂଆ ଘର ନିର୍ମାଣରେ ଲାଗିଲେ କିଛି ଅସୁବିଧା ହେବନି। ପୁରୁଣା ଜେଲ ଘରକୁ ସୁରକ୍ଷା ନ ଦେଲେ ଏହାର ଉପକରଣ ଇଟା ପରି ଚୋରି ହୋଇଯିବ ଏଥିରେ ସନ୍ଦେହ ନାହିଁ। ଜେଲ ଜମିରେ ପାର୍କିଂ ଜୋନ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ବାତି ମିଶ୍ରଙ୍କୁ ପଚାରିବାରେ ପୁରୁଣା ଜେଲ ଜମିର ପ୍ରାଚୀରର କିଛି ଅଂଶ ବିପଦସଙ୍କୁଳ ହେବା ପରେ ଏହାକୁ ଭଙ୍ଗା ଯାଇଛି। ଇଟା ଚୋରି ହୋଇନାହିଁ। ଭିତର ପାଖକୁ ରଖାଯାଇଛି। ତେବେ ପ୍ରାଚୀର ଏବେ ଭାଙ୍ଗାଯିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?