ଭଙ୍ଗାଗଲା ପୁରୁଣା ଜେଲ ପ୍ରାଚୀର

ନୟାଗଡ଼ ଅଫିସ,୩।୯: ନୟାଗଡ଼ ପୁରୁଣା ଜେଲର ପୂର୍ବ ପାର୍ଶ୍ୱ ପ୍ରାଚୀର ସହ ଜୁବୁଲି ମାର୍କେଟ ପଛ ପାଖରେ ନିର୍ମାଣ ହୋଇଥିବା ୧୬ଟି ଦୋକାନ ଗୃହ ପାଇଁ ନୟାଗଡ଼ ଦେୱାନୀ ଜଜ୍‌ କନିଷ୍ଠ କୋର୍ଟଙ୍କ ସ୍ଥିତାବସ୍ଥା ବଳବତ୍ତର ରହିଛି। ତେବେ ବିପଦସଙ୍କୁଳ ଦର୍ଶାଇ ୬୦ ଫୁଟରୁ ଊର୍ଦ୍ଧ୍ୱ ପ୍ରାଚୀର ଭଙ୍ଗାଯିବା ପରେ କୋର୍ଟ ରହିତାଦେଶକୁ ଅଣଦେଖା କରାଯାଇଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ବରଗଛ ଉଠି ପ୍ରାଚୀରର ୨ରୁ ୫ ଫୁଟ ବିପଦସଙ୍କୁଳ ଥିବାବେଳେ ୬୦ ଫୁଟରୁ ଊର୍ଦ୍ଧ୍ୱ ପ୍ରାଚୀର ଭଙ୍ଗା ଯିବାକୁ ନେଇ ସମାଲୋଚନା କରାଯାଇଛି। ଜେଲ ଜମି ଉପରେ ନୟାଗଡ଼ ସହରର ଅନେକ ଲୋକ ଜବରଦଖଲ ପାଇଁ ଆଖି ରହିଛି। ବିଭିନ୍ନ ସମୟରେ ଜେଲ ଜମିକୁ ଜବରଦଖଲ କରାଯାଇଛି। ଯାହାର ନଜୀର ପୂର୍ବ ପାର୍ଶ୍ୱ ପ୍ରାଚୀର ପାଖର ଦୋକାନ ଘର। ଏଭଳିସ୍ଥଳେ ପ୍ରଚାର ଭାଙ୍ଗୁ ଭାଙ୍ଗୁ କେତେଜଣ ଲୋକ ଓ ମ୍ୟୁନିସିପାଲିଟିର ଜଣେ କାଉନସିଲର ଇଟା ନେଇ ଯାଇଥିବା ଅଭିଯୋଗ ହୋଇଛି। ପୁରୁଣା ଜେଲ ଜମିର ପ୍ରାଚୀର ଭଙ୍ଗାଯିବା ପରେ କେତେଜଣ ଚୋର ଏଥିରୁ ଇଟା ଓ ଅନ୍ୟ ଘର ତିଆରି ଆସବାବପତ୍ର ନେବାକୁ ପ୍ରସ୍ତୁତ ହୋଇ ରହିଲେଣି। ରାତି ହେଲେ ସେମାନଙ୍କର ଚୋରି ଆରମ୍ଭ କରିବେ ବୋଲି କୁହାଯାଉଛି।
ଏ ନେଇ ଆଇନଜୀବୀ ରଣଜିତ ଦାଶ କୁହନ୍ତି, ପୁରୁଣା ଜେଲ ଜମିର ପୂର୍ବ ପାଖରେ କେତେଜଣ ବ୍ୟବସାୟୀ ୧୬ ଟି ଦୋକାନ ଘର ନିର୍ମାଣ କରିଛନ୍ତି। ସମ୍ପୃକ୍ତ ଦୋକାନ ଘରଗୁଡିକ ଜୁବୁଲି ମାର୍କେଟ ପଛ ପାଖରେ ରହିଛି। ତେବେ ପୁରୁଣା ଜେଲ ଜମି ଉପରେ ୨୦୦୯ ଓ ୨୦୧୦ ମସିହାରେ କୋର୍ଟରେ ୨ଟି ମକଦ୍ଦମା ହୋଇଥିଲା। ପ୍ରଥମ ମକଦ୍ଦମାଟି ପୁରୁଣା ଜେଲ ଜମିର ୬୩ ଏକର ଉପରେ ହୋଇଥିଲା। ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ତେବେ ଜିଲା କୋର୍ଟ ପାଇଁ ସ୍ଥାନ ଚୟନ କରାଯାଇ ନୂଆ କୋଠା ନିର୍ମାଣ ପରେ ହାଇକୋର୍ଟ ରହିତାଦେଶ ଉଠାଇ ଦେଇଥିଲେ। କିନ୍ତୁ ଜବରଦଖଲ କରି ଦୋକାନ ଘର କରାଯାଇଥିବାରୁ ନୟାଗଡ଼ ଦେୱାନୀ ଜଜ୍‌ କନିଷ୍ଠଙ୍କ କୋର୍ଟରେ ୨୦୧୦ରେ ଅନୂରୂପ ମକଦ୍ଦମା ହୋଇଥିଲା। ଏଣୁ ଜେଲ ଜମିର ପୂର୍ବ ପାଖ ପ୍ରାଚୀରଠାରୁ ବିବାଦୀୟ ଦୋକାନ ଘର ପର୍ଯ୍ୟନ୍ତ କୋର୍ଟ ରହିତାଦେଶ ଜାରି କରିଥିଲେ। ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳ ସ୍ଥିତାବସ୍ଥା ବଳବତ୍ତର ଥିବାରୁ ପ୍ରାଚୀର ଭଙ୍ଗାଯିବା ବେଆଇନ। ପୁରୁଣା ଜେଲ ଜମି ପ୍ରାଚୀର କିଏ ଭାଙ୍ଗିଲା, କାହିଁକି ଭାଙ୍ଗଲା, ଇଟା କିଏ ନେଲା ଏମତି କିଛି ପ୍ରଶ୍ନ ଉଠିଛି। ଏ ନେଇ ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ଥିବା କହିଛନ୍ତି। ଅନ୍ୟପକ୍ଷେ ଦାଶ କହିଛନ୍ତି, କୋର୍ଟରେ ମାମଲା ଥିବାରୁ ଏଯାବତ ଜେଲ ଜମି ସୁରକ୍ଷିତ ଥିଲା। ତେବେ ପ୍ରାଚୀର ଭଙ୍ଗା ଆରମ୍ଭ ହେବାରୁ ଆଉ ଜେଲ ଜମି ସୁରକ୍ଷିତ ନୁହେଁ। ପ୍ରାଚୀର ଭାଙ୍ଗୁ ଭାଙ୍ଗୁ ଇଟା ଚୋରି ଆରମ୍ଭ ହୋଇଗଲାଣି। ଚିନି ଶିଳ୍ପ ପରି ଏହା ଧ୍ୱଂସ ପାଇଯିବ। ପୁରୁଣା ଜେଲ ଜମିରେ ଯଦି ପାର୍କିଂ ଜୋନ କରା ନ ଯାଏ କଂଗ୍ରେସ ଆନ୍ଦୋଳନକୁ ତ୍ୱରାନ୍ବିତ କରିବ। ସାମାଜିକ କର୍ମୀ ସନ୍ତୋଷ ପ୍ରଧାନ କୁହନ୍ତି, ବିପଦ ସଙ୍କୁଳ ଆଳ ଦେଖାଇ ପୁରୁଣା ଜେଲ ପ୍ରାଚୀରକୁ ଭଙ୍ଗାଗଲା। ପ୍ରାଚୀର ଭଙ୍ଗାଯିବାର କେଇ ମିନିଟ୍‌ ପରେ ଇଟା ଚୋରି ହୋଇଗଲା। ଜେଲ ଜମି ଘର ବିପଦସଙ୍କୁଳ ହୋଇପାରେ। କିନ୍ତୁ ଏଥିରୁ ବାହାରୁ ଥିବା ଇଟା ଭଲ ଅଛି। ଏହା ପୁଣି ନୂଆ ଘର ନିର୍ମାଣରେ ଲାଗିଲେ କିଛି ଅସୁବିଧା ହେବନି। ପୁରୁଣା ଜେଲ ଘରକୁ ସୁରକ୍ଷା ନ ଦେଲେ ଏହାର ଉପକରଣ ଇଟା ପରି ଚୋରି ହୋଇଯିବ ଏଥିରେ ସନ୍ଦେହ ନାହିଁ। ଜେଲ ଜମିରେ ପାର୍କିଂ ଜୋନ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ବାତି ମିଶ୍ରଙ୍କୁ ପଚାରିବାରେ ପୁରୁଣା ଜେଲ ଜମିର ପ୍ରାଚୀରର କିଛି ଅଂଶ ବିପଦସଙ୍କୁଳ ହେବା ପରେ ଏହାକୁ ଭଙ୍ଗା ଯାଇଛି। ଇଟା ଚୋରି ହୋଇନାହିଁ। ଭିତର ପାଖକୁ ରଖାଯାଇଛି। ତେବେ ପ୍ରାଚୀର ଏବେ ଭାଙ୍ଗାଯିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri