ଅଯୋଧ୍ୟା ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଭିକ୍ଷା କରି ୮ ଦିନ ପରେ ଭୋକ ଉପାସରେ ପହଞ୍ଚିଲେ ଘରେ, ବଖାଣିଲେ ପୂରା କାହାଣୀ…

ଦାରିଙ୍ଗବାଡ଼ି,୧୧ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରୁ ୪୨୦ ଜଣ ଗତ ୨ ତାରିଖରେ ଅଯୋଧ୍ୟା ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଯାଇଥିଲେ ଓ ଜଣଙ୍କର ଫେରିବା ବାଟରେ ମୃତ୍ୟୁ ହୋଇଯାଇଥିଲା। ତେବେ ଗୁରୁବାର ନିଖୋଜ ବ୍ୟକ୍ତି ଜଣକ ନିଜ ଗାଁରେ ପହଞ୍ଚିଛନ୍ତି। ସେ ବର୍ତ୍ତମାନ ଭୋକ ଉପାସରେ ଫେରିଥିବା ବେଳେ ତାଙ୍କ ନିକଟରେ ପଇସା ନ ଥିବାରୁ ହଟହଟା ହୋଇ ଭିକ୍ଷା କରି ଘରେ ପହଞ୍ଚିଛନ୍ତି ବୋଲି କହିଛନ୍ତି ସିମନବାଡ଼ି ଅଞ୍ଚଳର ସୁଧାକର ଚୌଧୁରୀ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିବା ବେଳେ ତାଙ୍କର ଅଯୋଧ୍ୟାରେ ଚପଲ ହଜିଯାଇଥିଲା। ଫଳରେ ନୂଆ ଚପଲ କିଣିବାକୁ ତାଙ୍କ ନିକଟରେ ପଇସା ନ ଥିଲା। ଖାଲି ପାଦରେ ଅଯୋଧ୍ୟାରୁ ସିମନବାଡ଼ି ପର୍ଯ୍ୟନ୍ତ ଆସିଥିବାରୁ ତାଙ୍କ ପାଦ ଗରମରେ ଜଳି ପୋଡ଼ି ଗୁରୁତର ହୋଇପଡ଼ିଛନ୍ତି। ଗୋଟିଏ ପଟେ ଭୋକ ଉପାସ ଅନ୍ୟ ପଟେ ଖାଲି ପାଦ ଯୋଗୁ ବୃଦ୍ଧ ଜଣକ ଘରକୁ ଗୁରୁତର ଅବସ୍ଥାରେ ପହଞ୍ଚିଛନ୍ତି। ପରିବାର ଲୋକ ସୁଧାକରଙ୍କୁ ପାଇ ଖୁସିରେ ବିଭୋର ହୋଇପଡ଼ିଛନ୍ତି।

ସୁଧାକରଙ୍କ କହିବା କଥା ସେ ୨ରେ ବିଶ୍ୱ ହିନ୍ଦୁ ପରିଷଦର କନ୍ଧମାଳ ପ୍ରାନ୍ତ ମନୋଜ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବାହାରିଥିଲେ। ଯାହା ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ତାଙ୍କୁ ମିଳି ନ ଥିଲା। ଅଯୋଧ୍ୟାରେ ତାଙ୍କୁ ୬ ତାରିଖରେ ଛାଡ଼ି ପଲେଇ ଆସିଲେ। ତାଙ୍କ ମୋବାଇଲ, ଟଙ୍କା ସବୁ ସେ ବସ୍‌ ଭିତରେ ରଖିଥିଲେ। ଫଳରେ ଘରକୁ ଯୋଗାଯୋଗ କରିବାକୁ କୌଣସି ସୁବିଧା ନ ଥିଲା। ସେପଟେ ତାଙ୍କ ନିକଟରେ ମାତ୍ର ୨ ଶହ ଟଙ୍କା ଥିଲା। ତାହା ଅଯୋଧ୍ୟାରେ ବସ୍‌ଷ୍ଟାଣ୍ଡ ଓ ରେଳ ଷ୍ଟେଶନ ଯାତାୟାତରେ ଖର୍ଚ୍ଚ ହୋଇଗଲା। ଖାଇବାକୁ ନିକଟରେ ଟଙ୍କା ଟିଏ ବି ନ ଥିଲା। ଓଡ଼ିଶା ଫେରିବାକୁ ତାଙ୍କୁ ରାସ୍ତା ଜଣା ନ ଥିଲା। କିଭଳି ସେ ତାଙ୍କ ଘରେ ପହଞ୍ଚିବେ ତାଙ୍କୁ ଭାଳେଣି ପଡ଼ିଥିଲା। ସେ ସଠିକ୍‌ ହିନ୍ଦୀ କି ଇଂରାଜୀ ଭାଷା ଜାଣନ୍ତି ନାହିଁ। ଫଳରେ ସେ ଟ୍ରେନ୍‌ କିମ୍ବା ବସ୍‌ରେ ଓଡ଼ିଶା ଆସିବା ମୁସ୍କିଲ ହୋଇଥିଲା। ବାରମ୍ବାର ପ୍ରାୟ ୧୫ରୁ ଊଦ୍ଧ୍ୱ ଟ୍ରେନ୍‌ ଓ ବସ୍‌ ପରିବର୍ତ୍ତନ କରି ନିଜ ଘରେ ପହଞ୍ଚିଥିଲେ। ଘରେ ଆସି ଖାଦ୍ୟ ଖାଇବା ପରେ ତାଙ୍କ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିଛି। ତାଙ୍କ ମାନସିକ ସ୍ବାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଛି ବୋଲି ତାଙ୍କ ସାନ ପୁଅ ରାମାନନ୍ଦ ଚୌଧୁରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri