ସମ୍ପର୍କୀୟଙ୍କ ମୃତଦେହ ସଂସ୍କାର କରିବାକୁ ଆସି କୋଲାବ ଜଳଭଣ୍ଡାରରେ ବୁଡ଼ିଗଲେ ବୃଦ୍ଧ

କୋରାପୁଟ,୮ା୧୦(ସ୍ବ.ପ୍ର.): କୋରାପୁଟସ୍ଥିତ କୋଲାବ ଜଳଭଣ୍ଡାରରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କୋରାପୁଟ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ଗୁରୁବାର ସକାଳେ ଜଳଭଣ୍ଡାରରେ ଦୀର୍ଘ ସମୟ ଧରି ଖୋଜିବା ପରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୃଦ୍ଧଙ୍କ ନାମ ହେଲା ମଦନ କିରସାନୀ(୫୦)। ତାଙ୍କ ଘର ଲମତାପୁଟ ବ୍ଲକର ପୁରୁଣାପୁକି ଗ୍ରାମରେ।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନରେ ଲମତାପୁଟ ବ୍ଲକର ପୁରୁଣାପୁକି ଗ୍ରାମର ମଦନ କିରସାନୀ ତାଙ୍କର ଜଣେ ସମ୍ପର୍କୀୟଙ୍କ ମୃତଦେହ ସଂସ୍କାର କାଯର୍ର୍‌ୟକୁ ଆସି କୋଲାବ ଜଳଭଣ୍ଡାରରେ ସ୍ନାନ କରୁଥିବାବେଳେ ଜଳଭଣ୍ଡାରରେ ବୁଡ଼ିଯାଇ ନିଖୋଜ ହୋଇଥିଲେ। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଗୁରୁବାର କୋରାପୁଟ ଓଏସ୍‌ଏପିସ୍ଥିତ ଓଡ୍ର୍ରାଫ ପକ୍ଷରୁ ହାବିଲଦାର ଗୋପାଳ ନାୟକଙ୍କ ନେତୃତ୍ୱରେ ହାବିଲଦାର ନାଗଭୂଷଣ ପଟ୍ଟନାୟକ, ସନ୍ତୋଷ ପଣ୍ଡା, ଚନ୍ଦନ ନାୟକ, ପୂର୍ବଖିଲ, ଅନଓ୍ବର ଅଲ୍ଲୀ, ଈଶ୍ୱର ମିରିଗନ, ବି. ଏକ୍କା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ କରିବା ପରେ ଜଳଭଣ୍ଡାରରୁ ମୃତଦେହ ଉଦ୍ଧାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳା ଓ ସଙ୍ଗୀତରେ ଚମକିଲେ ଭାଇ-ଭଉଣୀ: ପ୍ରାଚୀଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ବିବିଧ ଫାଉଣ୍ଡେଶନ୍‌ କଳା ଓ ସଂସ୍କୃତି ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ପାରଦର୍ଶିତା ଦେଖାଇଛନ୍ତି ଗଞ୍ଜାମ ସହରର ଭାଇ-ଭଉଣୀ। ପ୍ରାଚୀଙ୍କ ସଙ୍ଗୀତର ମୂର୍ଚ୍ଛନାରେ…

ଦିନେ ମୋଦି କରିଥିଲେ ପ୍ରଶଂସା, ଏବେ ଜୀବିକା ହରାଇବେ ଏହି ମହିଳା: କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ର ୧୩୭ତମ ଏପିସୋଡରେ ବେଙ୍ଗାଲୁରୁର ଜଣେ ରାସ୍ତା ବିକ୍ରେତା ଟି.ଏସ. ନିଙ୍ଗାମ୍ମାଙ୍କ କାହାଣୀ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ…

ଭୁବନେଶ୍ୱର, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌

ଢେଙ୍କାନାଳ,୩୧।୮(ରତନ ନାୟାର): ଭୁବନେଶ୍ୱର, ଝାରସୁଗୁଡା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌। ସୋମବାର ସ୍ଥାନୀୟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଖାଦ୍ୟ, ଯୋଗାଣ ଓ ଖାଉଟି…

ଜିଲାସ୍ତରୀୟ ଜନଶୁଣାଣି: ୨୨୧ ଅଭିଯୋଗ ଶୁଣିଲେ ଜିଲାପାଳ-ଏସପି

ଦାରିଙ୍ଗବାଡି, ୩୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଥିବା ସଭାଗୃହରେ ସୋମବାର ଜିଲାସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି…

ବନ୍ୟା ସ୍ରୋତରେ ଭାସିଗଲେ: ଜଣେ ଉଦ୍ଧାର, ଜଣେ ନିଖୋଜ

ପଟ୍ଟାମୁଣ୍ଡାଇ୩୧।୮(କଳ୍ପତରୁ ନାୟକ): କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ କୋଳଥିଆ ବ୍ରାହ୍ମଣ ସାହି ଘୋଷରା ନିକଟ ଘାଇରେ ଘଟିଛି ଏକ ଦୁଃଖଦ ଘଟଣା। ବନ୍ୟା ସ୍ରୋତରେ ଦୁଇଜଣ…

ଗୁଡ଼ାରି ଏନ୍‌ଏସିରେ ଜାତୀୟ ପତାକାକୁ ଅବମାନନା

ଗୁଡ଼ାରି, ୩୧।୮ (ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି ପରିସରରେ ସୋମବାର ସ୍ୱାୟତ୍ତ ଶାସନ ଦିବସ ପାଳନ ବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।…

ବ୍ୟାପୁଛି ସ୍କ୍ରବ ଟାଇଫସ୍‌: ଦିନକରେ ୨୨ ପଜିଟିଭ ଚିହ୍ନଟ

ପାଳଲହଡ଼ା,୩୧।୮(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡ଼ା ସାନବାଗଦରୀ ଗାଁରେ ସ୍କ୍ରବ ଟାଇଫସ୍‌(Scrub Typhus) ବ୍ୟାପିବା ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍‌ ଗାଁରେ…

୬ ମାସର ପାରିଶ୍ରମିକ ଦାବିରେ ଆଶା କର୍ମୀଙ୍କ ଆନ୍ଦୋଳନ

ଖଡ଼ିଆଳ, ୩୧।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀଙ୍କ ୬ ମାସର ଆର୍ଥିକ ସହାୟତା ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri