ଟ୍ରେନ୍‌ରେ ବୃଦ୍ଧଙ୍କ ମୃତ୍ୟୁ, ଓହ୍ଲାଇଦେଲେ ସହଯାତ୍ରୀ

ଭୁବନେଶ୍ୱର,୧୯ା୫(ବ୍ୟୁରୋ):ରବିବାର ସନ୍ଧ୍ୟାରେ ଖୋର୍ଦ୍ଧାରୋଡ ନିକଟରେ ଯାଉଥିବା ଏକ ଚଳନ୍ତା ଟ୍ରେନରେ ଜଣେ ବୃଦ୍ଧ ଯାତ୍ରୀଙ୍କ ହଠାତ ମୃତ୍ୟୁ ଘଟିଥିଲା। ତାଙ୍କ ସହ ଯାତ୍ରା କରୁଥିବା ବୃଦ୍ଧା ସ୍ତ୍ରୀ ଜଣକ ସହଯାତ୍ରୀଙ୍କୁ ସହାୟତା ମାଗିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଓଲଟା କୋଭିଡ୍‌ ସନ୍ଦେହକରି ମୃତଦେହ ସହ ଓହ୍ଲାଇଯିବାକୁ ମହିଳାଙ୍କୁ କହି ହୋହଲ୍ଲା କରିଥିଲେ। ଟ୍ରେନ୍‌ଟି ଖୋର୍ଦ୍ଧାରୋଡ୍‌ ଷ୍ଟେଶନରେ ଅଟକିବା ପରେ ଯାତ୍ରୀମାନେ ସେମାନଙ୍କ ଜିଦ୍‌ରେ ଅଟଳ ରହିଥିଲେ। ରେଳ କର୍ତ୍ତୃପକ୍ଷ ଶେଷରେ ମୃତଦେହକୁ ଟ୍ରେନ୍‌ ବାହାରକୁ ଆଣିଥିଲେ। ଏହି ଦୁଃସମୟରେ ସହଯୋଗର ହାତ ବଢାଇଥିଲେ ପୋଲିସ ଆଇଜି (ଅପରେଶନ) ଅମିତାଭ ଠାକୁର। ଜଟଣୀ ହସ୍ପିଟାଲରେ ମୃତଦେହକୁ ବ୍ୟବଚ୍ଛେଦ କରିବା ସହ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ।
ମୃତ ଯାତ୍ରୀ ଜଣକ ହେଲେ ବିହାର ଜମାଲପୁରର ଅରୁଣ ମୁଖାର୍ଜୀ(୭୨)। ତାଙ୍କର ବିହାର ମୁଙ୍ଗେରରେ ଏକ କମ୍ପାନୀ ରହିଛି। ସେ ତାଙ୍କ ସ୍ତ୍ରୀ ଉତ୍ତରା ମୁଖାର୍ଜୀଙ୍କ ସହ ଯଶବନ୍ତପୁର-ଭାଗଲପୁର ଟ୍ରେନର ସଂରକ୍ଷିତ ବଗିରେ ବାଙ୍ଗାଲୋରରେ ରହୁଥିବା ପୁଅ ନିକଟରୁ ନିଜ ଘର ଜମାଲପୁରକୁ ଫେରୁଥିଲେ। ହେଲେ ବାଟରେ ତାଙ୍କର ସ୍ବାସ୍ଥ୍ୟ ବିଗିଡିଯାଇଥିଲା। ଏ ସମ୍ପର୍କରେ ସ୍ତ୍ରୀ ଉତ୍ତରା କହିଛନ୍ତି, ସ୍ବାମୀଙ୍କ ଅବସ୍ଥା ଦେଖି ମୁଁ ଟ୍ରେନରେ କାନ୍ଦିବା ସହ ସାହାଯ୍ୟ ପାଇଁ ନିବେଦନ କରୁଥିଲି। ମୋର ଗଭୀର ଆର୍ଥ୍ରାଇଟିସ୍‌ ଥିବାରୁ ଚାଲିପାରୁ ନ ଥିଲି। କିନ୍ତୁ ସମସ୍ତ ସହଯାତ୍ରୀ ଆମଠାରୁ ଦୂରରେ ରହିଥିଲେ। ଆମକୁ ଅଲଗା କମ୍ପାର୍ଟମେଣ୍ଟକୁ ନେବାକୁ ରେଳ କର୍ମଚାରୀଙ୍କୁ କହି ପାଟି କରିଥିଲେ। ମୁଁ କୋଲକାତାର ମୋର ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଥିଲି। ସେ ଖୋର୍ଦ୍ଧାଠାରୁ ମାତ୍ର ୩ ଘଣ୍ଟା ଦୂର ଖଡଗପୁର ପର୍ଯ୍ୟନ୍ତ ଯାତ୍ରା କରାଇବାକୁ ରେଳ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସ୍ବାମୀଙ୍କ ମୃତ୍ୟୁ ଘଟିବାରୁ ଯାତ୍ରୀମାନେ ହୋହଲ୍ଲା କରିଥିଲେ। ଯାତ୍ରୀଙ୍କ ଜିଦ୍‌ ଯୋଗୁ ରେଳ କର୍ତ୍ତୃପକ୍ଷ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନରେ ଓହ୍ଲାଇ ଦେଇଥିଲେ ବୋଲି ଉତ୍ତରା କହିଛନ୍ତି। ଅନ୍ୟପକ୍ଷରେ ସ୍ତ୍ରୀ ଉତ୍ତରା ସ୍ବାମୀଙ୍କ ମୃତଦେହକୁ ଧରି ଷ୍ଟେଶନରେ ଜଗି ରହିଥିଲେ। ପାଖକୁ ମଧ୍ୟ କେହି ଆସି ନ ଥିଲେ। ଏ ସଂକ୍ରାନ୍ତରେ ସେ ଟୁଇଟ୍‌ କରିଥିଲେ। ଆଇଜି ଅମିତାଭ ଠାକୁର ଟୁଇଟରରୁ ଜାଣିବା ପରେ ହେଲ୍ପ ଲାଇନ୍‌ ଇଣ୍ଡିଆ କେୟାରର କେତେଜଣ ସ୍ବେଚ୍ଛାସେବୀଙ୍କୁ ସେଠାକୁ ପଠାଇଥିଲେ। ସୂର୍ଯ୍ୟାସ୍ତ ହୋଇଯାଇଥିବାରୁ ଜଟଣୀ ଡାକ୍ତରଖାନା ମୃତଦେହକୁ ବ୍ୟବଚ୍ଛେଦ କରିବାକୁ ମନା କରିଦେଇଥିଲା। ପରେ ଆଇଜି ଠାକୁର ଖୋର୍ଦ୍ଧା ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ଜିଲାପାଳଙ୍କ ସ୍ବତନ୍ତ୍ର ଅନୁମତିକ୍ରମେ ମୁଖ୍ୟ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ସହଯୋଗରେ ବ୍ୟବଚ୍ଛେଦ କରାଯାଇଥିଲା। ପରେ ବୃଦ୍ଧାଜଣକ ସ୍ବାମୀଙ୍କ ମୃତଦେହକୁ ନେଇ ବିହାର ଫେରିଥିବା ଠାକୁର ସୂଚନା ଦେଇଛନ୍ତି। ତେବେ ଘରକୁ ଫେରିବା ପୂର୍ବରୁ ମୃତ ଅରୁଣଙ୍କ ସ୍ତ୍ରୀ ଉତ୍ତରା ଓଡିଶାର ପୋଲିସ ଅଧିକାରୀ ଅମିତାଭ ଠାକୁରଙ୍କ ସହଯୋଗ ସ୍ମରଣୀୟ ହୋଇରହିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri