ବୟସ୍କ ବ୍ୟକ୍ତି ଓ ନୀରୋଗ ଶରୀର

ସ୍ବାସ୍ଥ୍ୟ ହିଁ ସମ୍ପଦ। ସୁସ୍ଥ ବ୍ୟକ୍ତିର ସ୍ବାସ୍ଥ୍ୟ ରକ୍ଷାକରିବା ଓ ରୋଗୀର ରୋଗକୁ ଦୂର କରିବା ପାଇଁ ଆବଶ୍ୟକ ଦ୍ରବ୍ୟ ପ୍ରକୃତି ମାଆ କୋଳରେ ମହଜୁଦ ରହିଛି। ମାତ୍ର ଏହି ପ୍ରକୃତିକୁ ଆମେ ନଷ୍ଟ କରି ଓ ପରିବେଶକୁ ଦୂଷିତ କରି ଜୀବଜଗତକୁ ଧ୍ୱଂସ ଆଡକୁ ନେଉଯାଉଛୁ। ଏହି ପରିସ୍ଥିତିରେ ଯେଉଁ ବ୍ୟକ୍ତି ସୁସ୍ଥ ଓ ନୀରୋଗ ଅବସ୍ଥାରେ ୬୦ ବର୍ଷ ଟପିଲେଣି ସେମାନଙ୍କୁ ଭଗବାନଙ୍କ ଆର୍ଶୀବାଦ। ଏଭଳି ବୟସରେ ପହଞ୍ଚତ୍ଲେ ସୁସ୍ଥ ରହିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ଏହି ସମୟରେ ନିମ୍ନଲିଖିତ କେତୋଟି ବିଷୟ ପ୍ରତି ଗୁରୁତ୍ୱ ଦେଇପାରନ୍ତି।
ଅବସର ସମୟରେ ଉପନୀତ ହେଲେ ମାନସିକ ଅବସାଦ ଦେଖାଯାଏ। ତେଣୁ ସାମାଜିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜେ ଲିପ୍ତ ରହିବେ। ବଳକା ସମୟ ପରିବାର ଓ ଛୋଟ ପିଲାଙ୍କ ସହ ଭାବ ବିନିମୟ କରିବେ। ଏହାଦ୍ୱାରା ବୟସ୍କ ବ୍ୟକ୍ତିଙ୍କୁ ମାନସିକ ଶାନ୍ତି ମିଳେ ଓ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗର କୋଷକୁ ଅମ୍ଳଜାନ ପହଞ୍ଚତ୍ପାରେ। ପ୍ରାତଃ ସୂର୍ଯ୍ୟକିରଣରୁ ଭିଟାମିନ୍‌ ‘ଡି’ ମିଳିଥାଏ। ଏହାଦ୍ୱାରା ମଧୁମେହ, ଉଚ୍ଚ ରକ୍ତଚାପ କେତେକାଂଶରେ ନିୟନ୍ତ୍ରଣରେ ରହିଥାଏ। କୋଲେଷ୍ଟରଲ ଓ ଚର୍ବି ଜମିବା କମେ। ତେଣୁ ଏହି ବୟସରେ ସକାଳର କଅଁଳ କିରଣ ସଂସ୍ପର୍ଶରେ ଆସନ୍ତୁ। ସକାଳେ ଖାଲି ପାଦରେ ଶିଶିର ପଡିଥିବା ଘାସ ଉପରେ ଚାଲିଲେ ରକ୍ତଚାପ କମେ ଏବଂ ଦୃଷ୍ଟିଶକ୍ତି ଠିକ୍‌ ରହେ। ଦିନରେ କିଛି ସମୟ ବାହାର କରି ବଗିଚା କାମ କରନ୍ତୁ। ଏହାଦ୍ୱାରା ମନରେ ଏକାଗ୍ରତା ଆସିଥାଏ। ଏହି ବୟସରେ ଅହଂ ଭାବକୁ ପରିତ୍ୟାଗ କରନ୍ତୁ। କାରଣ ଏଭଳି ଭାବନା ଆପଣଙ୍କର ମାନସିକ ସ୍ଥିତିକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଅନ୍ୟମାନଙ୍କ ସହ ଖୁସିର ମାହୋଲରେ କଥାବାର୍ତ୍ତା କରନ୍ତୁ। ଏହାଦ୍ୱାରା ନିଃସଙ୍ଗତାଜନିତ ଅବସାଦରୁ ମୁକ୍ତି ମିଳେ ଏବଂ ମନ ହାଲୁକା ରହିଥାଏ।
ଗାଧୋଇବା ପୂର୍ବରୁ ଶରୀରକୁ ସୋରିଷ ତେଲ ଦ୍ୱାରା କିଛି ସମୟ ମାଲିସ କରିବେ। ରାତିରେ ଏହି ତେଲରେ ରସୁଣ ଏବଂ କଞ୍ଚା ଜିରା ଫୁଟାଇ ଉଷୁମ କରି ତଳିପାରେ ମାଲିସ କରିବେ। ଏହାଦ୍ୱାରା ବାତଜନିତ ଦେହହାତ, ଗଣ୍ଠିବ୍ୟଥା, ଥକ୍କା ଓ କଫଜନିତ ଥଣ୍ଡା ସର୍ଦ୍ଦି ହୋଇ ନ ଥାଏ। ଦୈନିକ ଭୋଜନରେ ମିଠା, ଲୁଣ, ତେଲ ମସଲା ଓ କାର୍ବୋହାଇଡ୍ରେଡ୍‌ (ଭାତ) ଯେତେ କମ୍‌ ଖାଇବେ ସେତେ ଭଲ। ସବୁଜ ପନିପରିବାରେ ପ୍ରସ୍ତୁତ ତରକାରି, ସାଲାଡ ଯେତେ ଅଧିକ ତାହା ଶରୀର ପାଇଁ ସେତେ ଉପକାରୀ। ଖାଦ୍ୟରେ ପ୍ରାକୃତିକ ଉତ୍ପାଦିତ ପନିପରିବା ସାମିଲ କରନ୍ତୁ। ସାର ଏବଂ କୀଟନାଶକ ପ୍ରୟୋଗ କରା ନ ଯାଇ ଜୈବିକ ଖତରୁ ପ୍ରସ୍ତୁତ ପନିପରିବା ସ୍ବାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ପାଟିକୁ କଷା, ପିତା ଲାଗୁଥିବା ଖାଦ୍ୟ ଶରୀର ପାଇଁ ଉପକାରୀ। ଫାଷ୍ଟ ଫୁଡ୍‌, ଜଙ୍କ୍‌ ଫୁଡ୍‌, ହୋଟେଲ ଖାଇବା ଅଭ୍ୟାସ ଛାଡିବାକୁ ଚେଷ୍ଟା କରନ୍ତୁ।
ମନକୁ ଅଧିକ ଲୋଭଗ୍ରସ୍ତ କରନ୍ତୁ ନାହିଁ। ନିଜ ମନକୁ ସବୁବେଳେ ନିୟନ୍ତ୍ରଣରେ ରଖନ୍ତୁ। ଖାଦ୍ୟପେୟ, ଦୈନନ୍ଦିନ ଚାଲିଚଳଣି ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ଏଗୁଡିକ ଠିକ୍‌ ଚାଲିଲେ ଆପଣ ଅନେକାଂଶରେ ସୁସ୍ଥ ରହିବେ। ତା’ ସହ ନିୟମିତ ସମୟ ବ୍ୟବଧାନରେ ନିଜ ଶରୀରର ରୁଟିନ୍‌ ଚେକ୍‌ଅପ୍‌ କରାଇ ନେବାକୁ ଭୁଲନ୍ତୁ ନାହିଁ। ଯଦି କୌଣସି ରୋଗରେ ପୀଡ଼ିତ ତେବେ ଔଷଧ ଖାଇବା ସହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଇଲେକଟ୍ରୋନିକ୍‌ ଜିନିଷ ମୋବାଇଲ୍‌ ଏବଂ ଲାପଟପକୁ ସୀମିତ ବ୍ୟବହାର କରନ୍ତୁ। ଏହାର ଆବଶ୍ୟକତାଠାରୁ ଅଧିକ ବ୍ୟବହାର ଆପଣଙ୍କର ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି। ଏ.ସି. (ଏୟାର କଣ୍ଡିଶନର) ଯେତେ କମ୍‌ ବ୍ୟବହାର କରିବେ ତାହା ସେତେ ଭଲ। ସବୁବେଳେ ଫ୍ରିଜ୍‌ରେ ରହିଥିବା ଖାଦ୍ୟ ଖାଆନ୍ତୁ ନାହିଁ।
ବୟସ ବୃଦ୍ଧି ସଙ୍ଗେ ସଙ୍ଗେ କୋଷଗୁଡ଼ିକର ପୁନଃ ନିର୍ମାଣ କମିବାକୁ ଲାଗେ। ତେଣୁ ଆଣ୍ଟି ଏଜିଂ କୋଷକୁ ସତେଜ କରିବା ପାଇଁ ଦୈନିକ ସକାଳେ ଖାଲି ପେଟରେ ଅଁଳା ଚୂର୍ଣ୍ଣ ଏକ ଚାମଚ ଉଷୁମ ପାଣି ସହିତ ମିଶାଇ ପିଇବେ। ଦୃଷ୍ଟିଶକ୍ତି ସମସ୍ୟା, ବାତରୋଗ, ଝାଡ଼ା ଅପରିଷ୍କାର ହେଉଥିଲେ ତ୍ରିଫଳା ଚୂର୍ଣ୍ଣ ଏକ ଚାମଚ ଏବଂ ଅଶ୍ୱଗନ୍ଧା ଚୂର୍ଣ୍ଣ ଅଧ ଚାମଚ ଉଷୁମ କ୍ଷୀର କିମ୍ବା ପାଣି ସହ ମିଶାଇ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ। ଏକଥା ଆମେ ମନେ ରଖିବା ଦରକାର ଯେ, ‘ପ୍ରକୃତିର ବିକଳ୍ପ ନାହିଁ’।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର
ବେତନଟୀ, ମୟୂରଭଞ୍ଜ
ମୋ : ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ନିଃଶବ୍ଦ ବ୍ୟାଧି ଫ୍ୟାଟି ଲିଭର

ଅନିୟମିତ ଦିନଚର୍ଯ୍ୟା, ଖାଦ୍ୟାଭାସର ବେନିୟମ ଏବଂ ଶରୀର ଚର୍ଚ୍ଚାରେ ଅଭାବ ଯୋଗୁ ଜାତ ହୁଏ ବେଶ୍‌ କିଛି ଅସୁସ୍ଥତା। ଏହିସବୁ ଅସୁସ୍ଥତା ମଧ୍ୟରେ ‘ଫ୍ୟାଟି ଲିଭର’...

ଜୋରରେ ହସୁଛନ୍ତି କି? ହୋଇପାରେ ମୃତ୍ୟୁର କାରଣ, ଜାଣନ୍ତୁ କ’ଣ କହୁଛି ସାଇନ୍ସ

ହସିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ଆପଣ ଅଧିକାଂଶ ଡାକ୍ତର ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମୁହଁରୁ ଏହି ଧାଡିଟି ନିଶ୍ଚୟ ଶୁଣିଥିବେ। କିନ୍ତୁ ଆପଣ କ’ଣ ଜାଣନ୍ତି...

ମେଦ ସମସ୍ୟା ଦୂର କରେ ଗ୍ରୀନ୍‌ ମଟର

ଶୀତଦିନେ ବେଶି ମିଳୁଥିବା ପରିବା ମଧ୍ୟରେ ଗ୍ରୀନ୍‌ ମଟର ଅନ୍ୟତମ। ଏଥିରେ ଭିଟାମିନ୍ସ ଓ ମିନେରାଲ୍ସ ଭରି ରହିଛି। ଏଥିରେ ଅନେକ ଉପକାରୀ ତତ୍ତ୍ୱ ରହିଛି।...

ଖରାପ ସମୟ ଚାଲିଛି କି ନିଶ୍ଚୟ ଜାଣନ୍ତୁ ?

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

ପାଣି କେଉଁଠି ମଧୁର ତ କେଉଁଠି ଲୁଣିଆ କାହିଁକି

ଜଳ ବିନା ଜୀବନ ଅସମ୍ଭବ। ହେଲେ କେବେ ଭାବିଛନ୍ତି କି ପୃଥିବୀର ଭିନ୍ନ ଭିନ୍ନ ସ୍ଥାନରେ ପାଣିର ସ୍ବାଦ ଅଲଗା ଅଲଗା କାହିଁକି ହୋଇଥାଏ? ଗୋଟିଏ...

ଅଶ୍ୱତ୍ଥ ବୃକ୍ଷର ମାହାତ୍ମ୍ୟ; ଏଭଳି କଲେ ପିତୃଦୋଷରୁ ମିଳେ ମୁକ୍ତି, କରିବେ ଶତ୍ରୁକୁ ଜୟ…

ଅଶ୍ୱତ୍ଥ ବୃକ୍ଷ ଏକ ଏୟାର ପ୍ୟୁରିଫାୟାର ପ୍ଲାଣ୍ଟ। ଏହାସହ ବାସ୍ତୁଶାସ୍ତ୍ରରେ ବି ଏହି ଗଛକୁ ନେଇ ଅନେକ କଥା ଉଲ୍ଲେଖ ରହିଛି। ଜ୍ୟୋର୍ତିବିଦ୍‌ମାନେ ମଧ୍ୟ ଏହି...

ଘରେ ଅସରପା ହେଉଛନ୍ତି କି? ତଡ଼ିବା ଲାଗି ଆପଣାନ୍ତୁ ଏହି ଉପାୟ…

ଘର ଅପରିଷ୍କାର ରହିଲେ ବିଭିନ୍ନ ପ୍ରକାରର କୀଟପତଙ୍ଗ ସୃଷ୍ଟି ହେବା ସ୍ବାଭାବିକ କଥା, ଯେମିତିକି ଅସରପା। ଅସରପା ଦେଖିବାକୁ ସିନା ଛୋଟ ଆକାରର ହୋଇଥାଏ; କିନ୍ତୁ...

ଆଜି ପୁତ୍ରଦା ଏକାଦଶୀ, ମହିଳାମାନେ ଧ୍ୟାନ ରଖନ୍ତୁ ଏହିସବୁ ଜିନିଷ

୨୦୨୫ ନୂଆବର୍ଷର ପ୍ରଥମ ଏକାଦଶୀ ଜାନୁଆରୀ ୧୦, ଶୁକ୍ରବାର ଅର୍ଥାତ ଆଜି ପଡୁଛି। ଏହାକୁ ପୌଷ ପୁତ୍ରଦା ଏକାଦଶୀ ଏବଂ ବୈକୁଣ୍ଠ ଏକାଦଶୀ ମଧ୍ୟ କୁହାଯାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri