ବିଷ ଝଡ଼ାଇବା ପାଇଁ ଏସିଡ୍‌ ବୋଳି ଚିକିତ୍ସା ଘଟଣା: ନିଜ ଆଡୁ ମାମଲା ରୁଜୁ କଲେ ଓଏଚ୍‌ଆର୍‌ସି

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅନ୍ତର୍ଗତ ମୃଦଙ୍ଗପଲ୍ଲୀ ଅଞ୍ଚଳରେ ସାପ କାମୁଡ଼ା ରୋଗୀଙ୍କୁ ଏସିଡ୍‌ ବୋଳି ଚିକିତ୍ସା ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଓଡ଼ିଶା ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି)। ଏନେଇ ଖବର ପ୍ରକାଶ ପାଇବା ପରେ କମିଶନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଏଥିସହ ଢେଙ୍କାନାଳ ଜିଲାପାଳ ଓ ଏସ୍‌ପିଙ୍କୁ ନୋଟିସ ଜାରି କରିଛନ୍ତି। ୧୫ଦିନ ମଧ୍ୟରେ ତଦନ୍ତ କରି ପୃଥକ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ମୃଦଙ୍ଗପଲ୍ଲୀ ଗ୍ରାମର ସରିତା ମହାପାତ୍ର ନାମକ ଜଣେ ୨୫ ବର୍ଷୀୟ ଯୁବତୀଙ୍କ ଗୋଡ଼ ଆଙ୍ଗୁଠିରେ ଗତ ୧୭ ତାରିଖରେ କୌଣସି ଏକ ବିଷାକ୍ତ ଜୀବ କାମୁଡ଼ି ଦେଇଥିଲା। ସାପ କାମୁଡ଼ି ଦେଇଥିବା ସନ୍ଦେହ କରି ସେ ନିକଟରେ ରହୁଥିବା ଜଣେ ଗୁଣିଆ (ତଥାକଥିତ କ୍ୱାକ୍‌)ଙ୍କ ନିକଟକୁ ଯାଇଥିଲେ। ଗୁଣିଆ ଜଣକ ବିଷ ଝଡ଼ାଇବା ପାଇଁ ଏସିଡ଼ ବୋଳି ଚିକିତ୍ସା କରିଥିଲେ। ଫଳରେ ଗୋଡ଼ ସାରା ଫୋଟକା ହେବା ସହ ଗଭୀର କ୍ଷତ ହେବାରୁ ସରିତା ବହୁଦିନ ଧରି ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଉକ୍ତ ଗ୍ରାମର ଶୁଭଶ୍ରୀ ମହାପାତ୍ର (୪୫)ଙ୍କ ଗୋଡରେ ୧୫ଦିନ ତଳେ ଏକ କଙ୍କଡ଼ା ବିଛା କାମୁଡ଼ି ଦେଇଥିଲା। ଶୁଭଶ୍ରୀ ଉକ୍ତ ଗୁଣିଆଙ୍କ ନିକଟକୁ ଯିବା ପରେ ସେ କାମୁଡ଼ା ସ୍ଥାନ ସହ ମୁଣ୍ଡ ଓ ଶରୀରର ଅନ୍ୟ କେତେକ ସ୍ଥାନରେ ଏସିଡ୍‌ ବୋଳି ଦେଇଥିଲେ। ତାଙ୍କ ଦେହସାରା ଫୋଟକା ଓ ଘା ହୋଇଯାଇଥିଲା। ଡାକ୍ତରଖାନା ଯାଇ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ସେହିପରି ନିରଞ୍ଜନ ବେହେରା (୩୦)ଙ୍କ ମୁଣ୍ଡ ଉପରକୁ ଏକ ସାପ ଖସିପଡ଼ିଥିଲା। ସେ ସାପଟିକୁ ଫୋପାଡ଼ି ଦେଇଥିଲେ। ସାପ କାମୁଡ଼ି ଦେଇଥିବା ଭାବି ସେ ଉକ୍ତ ଗୁଣିଆଙ୍କ ପାଖକୁ ଯିବାରୁ ସେ ଏସିଡ୍‌ ଚିକିତ୍ସା କରିଥିଲେ। ନିରଞ୍ଜନ ବହୁଦିନ ଧରି କଷ୍ଟ ପାଇଥିଲେ। ଏବେ ତାଙ୍କ ଶରୀର କଳା ପଡ଼ିଯିବା ସହ କଦାକାର ହୋଇଯାଇଛି। ଚିକିତ୍ସା ସମୟରେ ଗୁଣିଆ ଜଣକ ତରଳ ଔଷଧ ବୋଲି କହିଥାନ୍ତି। ହେଲେ ଏଥିଯୋଗୁ ଫୋଟକ ଓ ଘା’ ହୋଇଯାଉଥିବାରୁ ସ୍ଥାନୀୟ ଅଞ୍ଚଳର କେତେଜଣ ଶିକ୍ଷିତ ଲୋକ ସନ୍ଦେହ କରିଥିଲେ। ସୂଚନା ପାଇବା ପରେ ସ୍ନେକ୍‌ ହେଲ୍ପ ଲାଇନ୍‌ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ନିଜ ଟିମ୍‌ ସହ ସେଠାକୁ ଯାଇ ଉକ୍ତ ବିପଦପୂର୍ଣ୍ଣ ଚିକିତ୍ସା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ଏଥିସହିତ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଢେଙ୍କାନାଳ ଏସ୍‌ପି ଓ ସିଡିଏମ୍‌ଓଙ୍କୁ ଜଣାଇ ଏକ ସ୍ବତନ୍ତ୍ର ମେଡିକାଲ ଟିମ୍‌ ଦ୍ୱାରା ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ଏ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

୩ ରଥର ଚକ-ଅଖ ଡେରା ନୀତି ସମ୍ପନ୍ନ

ପୁରୀ ଅଫିସ, ୧୩ା୫: ମହାପ୍ରଭୁଙ୍କ ଭଉଁରି ଯାତ୍ରା ଅବସରରେ ଶୁକ୍ରବାର ଶ୍ରୀକ୍ଷେତ୍ରରେ ତିନି ରଥର ଚକ-ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିରରୁ ତିନିଜଣ ପୂଜାପଣ୍ଡା...

ଆଉ ୩ ସ୍ଥାନରେ ଡ୍ରାଇଭ୍‌ ଇନ୍‌ ଭାକ୍ସିନ

ଭୁବନେଶ୍ୱର, ୧୧।୫ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତ ହାର ଦିନକୁ ଦିନ ବଢି ଚାଲିଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟିକାକରଣକୁ ତ୍ୱରାନ୍ବିତ...

ମଧୁରଜଳ ମାଛଚାଷରେ ଓଡ଼ିଶା ପଛୁଆ

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ମାଛ ଉତ୍ପାଦନରେ ସ୍ବାବଲମ୍ବୀ ହେବା ଉଦ୍ଦେଶ୍ୟରେ ଦେଶର ପ୍ରଥମ ରାଜ୍ୟ ଭାବେ ୨୦୧୫ରେ ଓଡ଼ିଶା ମତ୍ସ୍ୟନୀତି ପ୍ରଣୟନ କରିଥିଲା। ମତ୍ସ୍ୟ ଚାଷର ଉନ୍ନତି ଓ...

ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଆକାଉଣ୍ଟାଣ୍ଟ

ଫୁଲବାଣୀ ଅଫିସ/ବାଲିଗୁଡ଼ା/କୋଟଗଡ଼(ଡି.ଏନ୍‌.ଏ.)୨୪ା୧୨-କନ୍ଧମାଳ ଜିଲା ବାଲିଗୁଡ଼ା ପୂର୍ତ୍ତ ବିଭାଗ ଆକାଉଣ୍ଟାଣ୍ଟ ଭିନିତ୍‌ ପ୍ରସାଦ ଶ୍ରୀବାସ୍ତବ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ ପୁରୁଣା ବିଲ୍‌ ପାସ୍‌ କରାଇ ଦେବାପାଇଁ...

୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ: ଆୟବ୍ୟୟ ନେଇ ବିସ୍ତୃତ ତଥ୍ୟ ଦେଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ରେକର୍ଡ ପରିମାଣର ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ...

ଆତଙ୍କବାଦୀ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି

ଖୋର୍ଦ୍ଧା ଅଫିସ,୨୫ା୨: କର୍ନାଟକ ଶିବଗଙ୍ଗା ଜିଲାରେ ବଜରଙ୍ଗ ଦଳର ଜନୈକ କାର୍ଯ୍ୟକର୍ତ୍ତାଙ୍କୁ ଜେହାଦୀମାନେ ଛୁରି ଭୁସି ଅତି ନିର୍ମମ ଭାବେ ଭାବେ ହତ୍ୟା କରିଛନ୍ତି। ଏହି...

ଏଣିକି ଅଫ୍‌ଲାଇନ୍‌ ନୁହେଁ ସବୁ ଅନ୍‌ଲାଇନ୍‌

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଏଣିକି ଅଫ୍‌ଲାଇନ୍‌ ନୁହେଁ ଅନ୍‌ଲାଇନ୍‌ରେ ଡିଏଲ୍‌ ଆବେଦନଠାରୁ ଆରମ୍ଭ କରି ଗାଡି ପରମିଟ୍‌ ଭଳି ସବୁ କାମ ହେବ। ନୂଆବର୍ଷଠାରୁ ପରିବହନ ବିଭାଗରେ ନୂଆ...

କଟକ ସହରରୁ ଆଜି ୧୮୪ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୫।୯-କଟକ ସହରରୁ ଶନିବାର ୧୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୧୦୭ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭୭ ଲୋକାଲ କଣ୍ଟାକ୍ଟ...

Advertisement
Archives

Model This Week